Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

2  

Dipti lekha Mishra

Others

ପିଲାଦିନ ସ୍ମୃୃୃତି

ପିଲାଦିନ ସ୍ମୃୃୃତି

2 mins
565


ରୋହିତ୍ ଆଜି ପିଲାଦିନ କଥା ମନେ ପକାଇ ଅନେକ କାନ୍ଦୁଥାଏ ଓ ହସୁଥାଏ । ଦିନେ ଆଲବମ୍ ରୁ ପିଲାବେଳେ ଝରଣାରେ ପାଣି ସହ ଖେଳୁଥିବା ଫୋଟଟି ଉଠାଇ ଭାରି ଆନନ୍ଦିତ ଥିଲା । ବହୁତ ଦିନ ପରେ ସେ ମୁରୁକି ହସି ହସି ଗୁଣୁ ଗୁଣାଉଥିଲା । ପତ୍ନୀ ହୋଇ ସୁଦ୍ଧା ପଚାରିପାରୁନଥିଲି । ସେ ହସ ଟିକେ ଦେଖିବା ପାଇଁ ସତେ ଯେମିତି କେଉଁ ଦିନରୁ ମୁଁ ଅପେକ୍ଷା କରିଥିଲି । ସେ ଯାହା ବି ହେଉ ତାଙ୍କ ହସ ଆଗରେ ମୋ ପ୍ରଶ୍ନ ବଡ ଲାଗୁନଥିଲା । ମୁଁ ସେମିତି କଣେଇ କଣେଇ ଚିହୁଁଥାଏ ହଠାତ୍ ମୋତେ ଦେଖିଦେଲେ । ବହୁତ ଉଚ୍ଚ ସ୍ବରରେ ଡାକିଲେ ଏଇ ଶୁଣମ ,ମୋ ପାଖକୁ ଆସ । ମୋ ହୄୄୄୄଦ୍ ସ୍ପନ୍ଦନ ବଢି ଚାଲିଲା । ବୋଧେ ତାଙ୍କ ମନ ଆଜି ବହୁତ ଭଲ ଅଛି । ସେ ଯାହା ହେଉ ମୋତେ ଖୁସି ଲାଗିଲା ,ବହୁତ ଖୁସି ଲାଗୁଥିଲା ଏଣୁ ମୁଁ ଦୌଡି ଦୌଡି ତାଙ୍କ ପାଖକୁ ଚାଲିଲି ।


ସେ ଫୋଟ ଟି ଦେଖାଇ କହିଲେ କୁହ ତ ଏଠାରେ ମୁଁ କେଉଁଠି ଅଛି ? ଆରେ ଆରେ ତମେ କେମିତି ଚିହ୍ନିବ ଯେ ? ହେଉ ହେଉ ମୁଁ କହୁଛି । ଖୁସିରେ ଗଦ୍ ଗଦ୍ ହୋଇ କହିଚାଲିଲେ । ମୁଁ ଆନନ୍ଦରେ ଦେଖୁଥାଏ ଆଉ ଶୁଣୁଥାଏ । ଅନେକ ବର୍ଷ ପରେ ସେ ଆଜି ମୋ ସହ ଭଲ କଥା ହେଉଛନ୍ତି ଏଣୁ ମୁଁ ହାତଛଡା କରିବାକୁ ଚାହୁଁନଥିଲି । ମନ ଦେଇ ସବୁ କଥା ଶୁଣିବାକୁ ଭଲ ଲାଗୁଥିଲା ।


ଫୋଟରେ ତିନିଜଣ ଥିଲେ । ଝରଣାର ପାଣି କ୍ଷୀପ୍ର ଥିଲା । ଦୁଇ ପଟେ ଦୁଇ ସାଙ୍ଗ ରହି ୟାଙ୍କରି ଉପରେ ପାଣି ଢାଳୁଥାନ୍ତି । ହାତରେ ବୋଧେ ଗରା ଧରିଥିଲେ । ଭାରୀ ଆନନ୍ଦରେ ସବୁ ଖେଳକୁଦ କରୁଥାନ୍ତି । ସେ ସ୍ମୄୄୄୄତିଗୁଡିକ ମନେ ପକାଇ ଭାରୀ ଖୁସି ହେଉଥିଲେ ଆଉ ଏଇ ସାଙ୍ଗେ ସାଙ୍ଗେ ଦୁନିଆ ଛାଡି ଚାଲିଯାଇଥିବା ସାଙ୍ଗକୁ ଭୁଲିବାକୁ ଲାଗିଲେ । ମୁଁ ଠିକ୍ ସେୟା ଚାହୁଁଥିଲି ।



Rate this content
Log in