Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parameswar Ojha

Others

3  

Parameswar Ojha

Others

ଆଇ ଲଭ୍ ୟୁ

ଆଇ ଲଭ୍ ୟୁ

3 mins
625




କେମିତି କହିବି ମନର କଥା ? ଏମିତି ପରିସ୍ଥିତି ରେ ଏଭଳି ପରିବେଶ ରେ ଏମିତି ସମ୍ପର୍କରେ କ'ଣ ମନର କଥା କହିହୁଏ ?


ଆପଣ ମ୍ୟାମ୍ ମୁଁ ଛାତ୍ର


ମୁଁ ଅସ୍ଥିର , ଚଳଚଞ୍ଚଳ , ଅମାର୍ଜିତ ଯୁବକ।

ଆପଣ ଶିକ୍ଷିତା , ମେଧାବୀ , ନମ୍ରା , ଭଦ୍ରା , ମାର୍ଜିତା , ବିଚକ୍ଷଣା ଆଉ କାଚ ପରି ସ୍ବଚ୍ଛ ମନଟିଏ ଆପଣଙ୍କର ହୀରା ଠାରୁ ବି ଆହୁରି ମୂଲ୍ୟବାନ ଆପଣ ।


କେମିତି କହିବି ସେଇ ତିନୋଟି ଶବ୍ଦ ?

ସତରେ କ'ଣ ଆପଣଙ୍କ ପାଖରେ ପାଟିରୁ ବାହାରି ପାରିବ ଅତି ସହଜ ମନେ ହେଉଥିବା ସେଇ ତିନୋଟି ଇଂରାଜୀ ଶବ୍ଦ "ଆଇ ଲଭ୍ ୟୁ " ।



ଆପଣଙ୍କୁ ଯେବେ ପ୍ରଥମେ ଦେଖିଲି ଛାତ୍ର ମାନଙ୍କ ଗହଣରେ ।

ଆପଣଙ୍କ ଛୋଟ ପିଲା ପରି ନିଷ୍ପାପ ମୁହଁ ଟିଏ ମୋତେ ବହୁତ ଭଲ ଲାଗିଲା । ଆହୁରି ଭଲ ଲାଗିଲା ଆପଣଙ୍କ ସମର୍ପଣ ପୂର୍ଣ୍ଣ କଥାବାର୍ତ୍ତା ଓଠରେ ଧାରେ ହସ ଆଉ ନିର୍ମଳ ଆଖି ଯୋଡ଼ିକ ।


ଆଉ ଚାରିଦିନ ପରେ ଆପଣ ମୋ ସାମ୍ନାରେ ମାନେ ଆମ ମାନଙ୍କ ସାମ୍ନାରେ କ୍ଲାସ ଭିତରେ ।

ମୁଁ ଅନେକ ସମୟ ଆପଣଙ୍କ ମୁହଁ କୁ ଚାହିଁକି ବି ଚାହିଁ ପାରେନି । କାହିଁକି ନା ଏତେ ସୁନ୍ଦର ମୁହଁ କୁ ମୁଁ ଅଧିକ ସମୟ ଚାହିଁଲେ ଅନ୍ୟମନସ୍କ ହୋଇଯାଏ ହୋଇଯାଇଛି ବି । ସେଇ ସମୟରେ ମନଟା କାହିଁ କେତେ ଆଡେ ବୁଲି ଆସେ ପୃଥିବୀର କୋଣ ଅନୁକୋଣରେ ଆଖି ଖୋଜି ବସେ ଆପଣ ଙ୍କ ମୁହଁ ର ସଂଜ୍ଞା ।


ସେଇ ଦିନ ଟା ତୁମ ପାଦ , ବ୍ଲାକ ବୋର୍ଡ , ଝର୍କା , କାନ୍ଥର ବିଜ୍ଞାପନ ଦେଖି ଦେଖି ବିତିଯାଏ ।

ଆଉ ଗୋଟିଏ ଦିନ ଆପଣ ଙ୍କ ସାମ୍ନାରେ ମୁଁ ମାନେ ଆପଣ ଙ୍କ ସାମ୍ନାରେ ଆମେ ।

କ୍ଲାସ୍ ଚାଲିଥିଲା ତଥା କଥିତ ଭାବରେ ଆମ ପଛରେ କିଛି ପିଲା ପାଟି କରି ଦୁଷ୍ଟାମି କରୁଥିଲେ ଆପଣ ସେଇ ସମୟରେ ସେମାନ

କୁ ଏମିତି ଦୃଷ୍ଟିରେ ଚାହିଁଲେ ଯେ କିଛି ନ କହି ବି ଆପଣ ଙ୍କ ମୁହଁ ଭାଷାମୟ ହୋଇଗଲା । ଏତେ କ୍ୟୁଟ୍ ଏତେ ସୁନ୍ଦର ଏତେ ଆପଣାର ମୁହଁ ଟିଏ ଯେ ଥାଇପାରେ ସେଇଟା ମୁଁ ପ୍ରଥମ ଥର ପାଇଁ ଅନୁଭବ କଲି ।


ମୁଁ କହିବି ଯଦି ମୋ କ୍ଷମତା ଥାନ୍ତା ତାହାହେଲେ ମୁଁ ମୋନାଲିସା ଛବି ପରିବର୍ତ୍ତେ ଆପଣ ଙ୍କ ମୁହଁଟି କୁ ମୁଁ ସବୁଠୁ ସୁନ୍ଦର ମୁହଁ ର ମାନ୍ୟତା ଦେଇଥାନ୍ତି ।

ସେ ମୁହଁ ଟିରେ କ'ଣ ଥିଲା କେଜାଣି ?

ହଁ ଏମିତି ହୋଇପାରେ ସେ ମୁହଁ ରେ ଥିଲା " ତୁମେମାନେ ଜମା ସୁଧୁରିବନି " ର ବ୍ୟକ୍ତ ଚାହାଣି ଟିକେ ସଂକୁଚିତ ଆଖି ଓଠରେ ଧାରେ ହସ ଆଉ ସଂପୂର୍ଣ୍ଣ ଭଲପାଇବା ରଙ୍ଗରେ ରଙ୍ଗୀନ ହୋଇଥିବା ମୁହଁ ଟିଏ ।


ସତରେ ....


ମୁଁ ଏଠାରୁ ଗଲା ପରେ ସବୁକିଛି ଭୁଲି ଯାଇପାରେ ଏ ୟୁନିଭର୍ସିଟି ଏ କ୍ୟାଣ୍ଟିନ୍ ଏ ହଷ୍ଟେଲ ଏ ପାର୍କ ଏ ଫୁଲ ବଗିଚା ଏଠିକାର ପରିବେଶ ସବୁ.... । କିନ୍ତୁ କେବେ ବି ଭୁଲି ପାରିବିନି ଆପଣଙ୍କୁ ଆଉ ଆପଣଙ୍କ ଏଇ ସୁନ୍ଦର ମନମୁଗ୍ଧକର ମୁହଁ ଟିକୁ ।


କାହିଁକି କେଜାଣି ମୋତେ ଆପଣଙ୍କ ର ସବୁକିଛି ଭଲଲାଗେ ଚାଲିବା , ବସିବା , ହସିବା , କହିବା ଆଉ ପଢେଇବା ବୁଝେଇବା ଆଉ ସବୁଠୁ ଅଧିକ ଭଲଲାଗେ ଆପଣଙ୍କ ଚାହିଁବା ।


ତେବେ ଏଇ କ'ଣ ଭଲପାଇବା ?


ଯେଉଁ ଠାରେ ଭଲପାଇବା ହୋଇଯାଏ ତାଙ୍କର ସବୁ କିଛି ଭଲଲାଗେ ନା ଯାହାଙ୍କର ସବୁକିଛି ଭଲଲାଗେ ତାଙ୍କୁ ଭଲପାଆନ୍ତି ?


ହଁ ଆପଣଙ୍କ ର ସବୁକିଛି ମୋତେ ଭଲଲାଗେ ସେଥିପାଇଁ ମୋ ଦୃଷ୍ଟିରେ ଆପଣ ନାୟିକା ।


ଇଛା ହୁଏ ଆପଣଙ୍କ ସେଇ କିଛି ନକହି ବି ଭାଷାମୟ ହୋଇ ଉଠୁଥିବା ମୁହଁ ଟିର ଛବି ଟିଏ ନେଇ ରଖିବାକୁ । ଆଉ ନିଜକୁ ଆପଣଙ୍କ ଭଳି ଗଢିତୋଳିବା ର ପ୍ରୟାସ କରିବାକୁ ହେଲେ ସେମିତି କ'ଣ କରିହୁଏ ?


- " ମ୍ୟାମ୍ ଯଦି ଖରାପ ନ ଭାବିବେ ତେବେ ମୋବାଇଲ ରେ ଗୋଟେ ଫଟୋ ନେଇଥାନ୍ତି "


ଆଉ କୈାଣସି ନିରୋଳା ମୁହୂର୍ତ୍ତ ରେ ଦିନେ ଇଛା ହୁଏ କହିଦେବାକୁ


- " ମ୍ୟାମ୍ , ରିଏଲି ଆଇ ଲଭ୍ ୟୁ । ସତରେ ମୁଁ ଆପଣଙ୍କୁ ବହୁତ ଭଲପାଏ"


ସତରେ କ'ଣ ଏମିତି କହିବା ସମ୍ଭବ ?


ସତରେ କ'ଣ ଏମିତି କହି ହୁଏ ?


କେମିତି କହିବି ମୁଁ ଆପଣଙ୍କୁ ଭଲପାଏ ଆଉ ବହୁତ ଭଲପାଏ ବୋଲି ।

ଆପଣ କୋଉଭଳି ଭାବେ ଗ୍ରହଣ କରିବେ ଏ କଥା ?


ମୁଁ ଜାଣେ ଆପଣ ଙ୍କ ମୁହଁ ପରି ଆପଣଙ୍କ ମନ ବି ସ୍ବଚ୍ଛ । ଭଲ ଅର୍ଥ ରେ ଗ୍ରହଣ କରି ପାରନ୍ତି ତିନୋଟି ଶବ୍ଦ ର ଅର୍ଥ କୁ ।

କିନ୍ତୁ ଏ ୟୁନିଭର୍ସିଟି ଏ ଛାତ୍ର , ଛାତ୍ରୀ ଅନ୍ୟ ସାର୍ , ମ୍ୟାମ଼ ମାନେ କ'ଣ ସହଜରେ ଗ୍ରହଣ କରିପାରିବେ ଏ କଥା ?


ସେମାନେ କ'ଣ ବୁଝିପାରିବେ ଯେ ସବୁ " ଆଇ ଲଭ୍ ୟୁ " ର ଅର୍ଥ ପ୍ରେମ ନୁହେଁ ବୋଲି ‌।



------------------୦-----------------




ପରମେଶ୍ବର ଓଝା


ଦୁତୀଆଳ , ପୁରୁଷୋତ୍ତମପୁର , କେନ୍ଦ୍ରାପଡ଼ା - ୭୫୪୨୨୩







Rate this content
Log in