Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BIBHUTI BHUSAN SWAIN

Tragedy Inspirational

3  

BIBHUTI BHUSAN SWAIN

Tragedy Inspirational

ଦାଗ

ଦାଗ

1 min
497


ନବନିର୍ବାଚିତ ଜନପ୍ରତିନିଧି ଜଣକ ନିଜ ନିର୍ବାଚନ ମଣ୍ଡଳୀ ପରିଦର୍ଶନ ଅବସରରେ ଯେତେବେଳେ ଆମରି ଗାଁର ରାଧୁଆ ସାହୁକୁ ତାର ଜମିରେ ହଳ କରୁଥିବା ଅବସ୍ଥାରେ କୁଣ୍ଡାଇ ପକାଇ କହି ଉଠିଲେ- "ତୁମେ ମାନେ ହେଲ ଆମ ଦେଶର ଗର୍ବ ଆଉ ଗୌରବ । ଚାଷୀର ସମ୍ମାନ, ଏ ମାଟି ମାଆର ସମ୍ମାନ । ତୁମମାନଙ୍କ ଯୋଗୁଁ ଏ ଦେଶ ଆଉ ଜାତି ବଂଚିଛି......"ସେତେବେଳେ ଉପସ୍ଥିତ ଜନତା ହେଲେ ସ୍ତମ୍ଭୀଭୂତ ।


ଜଣେ ନେତା ନିଜର ଧୋବ ଫରଫର ଇସ୍ତ୍ରୀଦିଆ କୁର୍ତ୍ତା ପାଇଜାମାରେ ଦାଗ ଲାଗିଯିବାକୁ ଖାତିର ନ କରି କାଦୁଅ ଲଟପଟ ରାଧୁଆକୁ କୋଳାଗ୍ରତ କରି ଯେଉଁ ମହାନତାର ପରିଚୟ ଦେଇଛନ୍ତି ତାହା ବାସ୍ତବରେ ବିରଳ । ଏଭଳି ନେତା ପାଇ ଆମ୍ଭେମାନେ ଧନ୍ୟ ହୋଇଗଲୁ- ପରସ୍ପର ମଧ୍ୟରେ ଆଲୋଚନା କରୁଥାନ୍ତି ଜନତା ।


ତା'ପରଦିନ ପୂର୍ବୋକ୍ତ ବସ୍ତ୍ରରେ ଦାଗ ଭଲ ଭାବରେ ଛାଡି ନ ଥିବାରୁ ନେତାଙ୍କ ଘରେ କାର୍ଯ୍ୟ କରୁଥିବା ନାବାଳକ ଚାକର ପିଲା ପିଠିରେ ବସିଥିଲା କେତୋଟି କ୍ଷତାକ୍ତ ଦାଗ........।



Rate this content
Log in

Similar oriya story from Tragedy