Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

srutakirti Tripathy

Others

3  

srutakirti Tripathy

Others

ତମ ଆମ ରସଗୋଲା

ତମ ଆମ ରସଗୋଲା

3 mins
548



ଭୁବନେଶ୍ୱରରୁ ତୀର୍ଥ ବସ ଟି ଗଡିଚାଲିଥାଏ ରାଉରକେଲା ଅଭିମୂଖେ l ପାହାଳ ହେଲାରୁ ବସଟି ରହିଲା, ଲୋକ କିଛି ସ୍ୱାଦିଷ୍ଟ ମିଷ୍ଟାନ୍ନ ଉପଭୋଗ କରିବେ ବୋଲି l ସେଇ ଷ୍ଟପ ରେ ସାଧାରଣତଃ ସବୁ ବସ ଘଡ଼ିଏ ରହିଯାଆନ୍ତି l ଭିନ୍ନ ଭିନ୍ନ ପ୍ରକାରର ସୁସ୍ୱାଦୁ ମିଠା, ଛେନାପୋଡ଼, କ୍ଷୀରଗଜା ବଡ଼ ବଡ଼ ରସ ହାଣ୍ଡିରେ ପଂକ୍ତିରେ ଥୁଆ ହେଇଥାଏ l ସତେକି ପଥିକଙ୍କୁ ସ୍ୱାଗତ ଜଣେଇବା ପାଇଁ ଅପେକ୍ଷାରତ ହାଣ୍ଡି ଗୁଡିକ , ତାଙ୍କ ମଧୁର ରସ ଆସ୍ଵାଦନ ପାଇଁ l ଗାଡି ଡ୍ରାଇଭର ବି ଜାଣେ କି କଣ ଲୋକଙ୍କ ମିଠା ଲୋଭ କଥା, ରଖିଦିଏ ଗାଡି l ଯେ ଯାହାର ଓଲ୍ହେଇ ଲାଗିପଡନ୍ତି ଦରଦାମ ପଚାରିବାରେ l 


ଦୁଇଜଣ ସୌମ୍ୟକାନ୍ତ ପୁରୁଷ ଯାଇ ଛିଡ଼ାହେଲେ ନିକଟସ୍ଥ ମିଠା ଦୋକାନ ଆଗରେ l ଭୁନନେଶ୍ୱର ଠାରୁ ଦୁଇଜଣ ପାଖାପାଖି ସିଟରେ ବସି ଆସୁଥିଲେ ବୋଲି ଟିକେ ବନ୍ଧୁତା ହୋଇଯାଇଥାଏ l ସେମାନଙ୍କ ମଧ୍ୟରୁ ଜଣେ ଥିଲେ ବଙ୍ଗାଳୀ ଓ ଅନ୍ୟଜଣକ ଓଡ଼ିଆ l ଭାଷାରେ ବିଶେଷ ତାରତମ୍ୟ ନଥିଲା ବୋଲି ଉଭୟେ ଉଭୟଙ୍କ କଥା ସହଜରେ ବୁଝି ପରୁଥାନ୍ତି l


    ବଙ୍ଗାଳୀ ବନ୍ଧୁ ଜଣକ ମିଠା ଦୋକାନୀ ଉଦ୍ଦେଶ୍ୟରେ ଖଣ୍ଡି ମିଶା ଓଡ଼ିଆ ରେ କହିଲେ,' କି ହୋ ଦାଦା ରସଗୋଲା ଦର କି କରିଛ? ଆମାର ରସଗୋଲା କି ତୋ ନେଇଗଲେ ଆପନ ଓଡ଼ିଆ ମାନେ GI tag ଲଗେଇକି, ଆମେ ଆଉ କଣ କରିବୁଯେ? ଇତି ଦିନ ଝୋଗଡା କଲେ, ଆମେ ଦୟା ପାଇକି ଦେଇଦେଲୁ, ଆଉର କି? ଆନ ଆନ ଦିଟା ଖାବେକି ଦେଖିବା, ତମର ଆଉ ଆମାର " ରସଗୁଲା " ର taste ଭିତରେ କି ଫରକ? "


  ଓଡ଼ିଆ ଯୁବକ ଜଣକ ସେତେବେଳୁ ଶୁଣିଆସୁଥିଲେ ବନ୍ଧୁ ମହୋଦୟଙ୍କ ବ୍ୟଙ୍ଗୋକ୍ତି l ଓଡିଶା ରସଗୋଲା ର taste ଉପରେ ଯେତେବେଳେ ବଙ୍ଗାଳୀ ବନ୍ଧୁ ସନ୍ଦିହାନ ବୋଲି ଜାଣିବାକୁ ପାଇଲେ, ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା,ଏବଂ ସେ କହିବାକୁ ବାଧ୍ୟ ହେଲେ l " କଣ କି ହୋ ବାବୁ ମୋସାଏ, taste compare କରୁଛନ୍ତି, ସେଇଟା ପୁଣି ଓଡିଶା "ରସଗୋଲା " ର? ଜାଣିଛନ୍ତି ରସଗୋଲା ଓଡିଶା ରେ କେବେଠାରୁ ତିଆରି ହଉଛି? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ !! ପ୍ରାଚୀନ କାଳରୁ ଯେତେବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାହୁଡା଼ ଯାତ୍ରା ପରେ ନିଜ ଶ୍ରୀମନ୍ଦିର କୁ ଫେରନ୍ତି, ମା ଲକ୍ଷ୍ମୀ ତାଙ୍କୁ ସାଙ୍ଗରେ ନ ନେଇକି ଯାଇଥିବାରୁ ରୋଷ କରି ମନ୍ଦିର ମଧ୍ୟକୁ ଜଗନ୍ନାଥ ଙ୍କ ପ୍ରବେଶ ନିଷେଧ କରନ୍ତି l ମା ଲକ୍ଷ୍ମୀଙ୍କ ରାଗକୁ କମେଇବା ପାଇଁ କାଳିଆ ଠାକୁର ତାଙ୍କ ପାଟିରେ ରସଗୋଲା ଦେଇ ତାଙ୍କ ମନଭଞ୍ଜ୍ଜନ କରନ୍ତି l ତାପରେ ହିଁ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରନ୍ତି l ସେବେଠାରୁ ରସଗୋଲାର ଚଳଣି ଆମ ଓଡିଶାରେ l'

  

    ' ଆଉ ତମେ କହୁଛ ତମର ରସଗୋଲାକୁ ଆମେ ନେଇଆସିଲୁ? ପଞ୍ଚଦଶ ଶତାବ୍ଦୀରେ ବଳରାମ ଦାସ ଙ୍କ ଦ୍ଵାରା ଲିଖିତ ଦାଣ୍ଡି ରାମାୟଣ ର ଅଯୋଧ୍ୟା କାଣ୍ଡରେ ରସଗୋଲା ସମ୍ବନ୍ଧରେ ବର୍ଣ୍ଣିତ ହୋଇଛି l ରାମଚନ୍ଦ୍ର ବନବାସ ରେ ଥିବାବେଳେ ତାଙ୍କୁ ଫେରେଇ ଆଣିବାକୁ ଯାଇ ଭାଇ ଭରତ ଓ ଶତ୍ରୁଘ୍ନ ଯିବା ସମୟରେ ଋଷି ଭରଦ୍ୱାଜ ଙ୍କ ଆତିଥ୍ୟ ଗ୍ରହଣ କରିଥିଲେ ଓ ସେଠାରେ ତାଙ୍କୁ ଛେନାରୁ ତିଆରି (ଯେମିତି ଆମ ଓଡିଶାରେ ତିଆରି ହୁଏ ) ରସଗୋଲା ପରିବେଷଣ କରାଯାଇଥିଲା l 


   'ଝଗଡା କଣ କଲୁ କି ହୋ, ତମେ ଜୋର କରି ଆମ ଜିନିଷ କୁ ତମର କହିବ, କେବେ ନା କେବେ ତ ଆମ ଜିନିଷ ଆମର ବୋଲି ମାନ୍ୟତା ପାଇବାର ଥିଲା ନାଁ ? ' ଆମ ଓଡିଶାର "ରସଗୋଲା "ଅନ୍ୟ ରାଜ୍ୟ ଠାରୁ ଭିନ୍ନ ଓ ସ୍ୱତନ୍ତ୍ର l ଏଥିରେ ଅନ୍ୟ ରାଜ୍ୟ ଭଳି କୌଣସି ରାସାୟନିକ ରଙ୍ଗ ପ୍ରୟୋଗ କରାଯାଏ ନାହିଁ ଏବଂ ଏହା ଶୁଦ୍ଧ ଛେନା ରୁ ତିଆରି ହୁଏ ବୋଲି ପାଟିରେ ପକଉ ପକଉ ସହଜରେ ପାଟିରେ ମିଳେଇଯାଏ l 


'2015 ରେ ତମ ରାଜ୍ୟ ପଶ୍ଚିମବଙ୍ଗ ରସଗୋଲା କୁ ନିଜର ମାନ୍ୟତା ପାଇଁ ଆବେଦନ କରି 2017ରେ ହାସଲ ବି କରିନେଲା l କିନ୍ତୁ ବନ୍ଧୁ ସେଇଟା ତମର "କୋଲକତା ରୋସୋଗୋଲା " l ଆଉ ଆମର "ରସଗୋଲା " ବୁଝିଲେ ?  

      ଖାଅ ଖାଇକି ଦେଖ, ଜାଣିବ ଫରକ କଣ? ଆମ ରାଜ୍ୟକୁ ଆସିଛ ଯେତେବେଳେ ଆମ ଜିନିଷର ବିଶେଷତ୍ୱ ବି ତ ଜାଣିବା ଦରକାର, ନୁହେଁ... କଣ.... ଆମି ଠିକ ବୋଲେନ? ଚାଲନ୍ତୁ ଆଜିର ରସଗୋଲା ଆପଣଙ୍କୁ ମୋ ତରଫରୁ ଉପହାର l ବେଗେ ବେଗେ ଖାଇନେବା, ବସ ବାହାରିବ l କୋଲକତା ଓ ଓଡିଶା ମଧ୍ୟରେ "ରସଗୋଲା "କୁ ନେଇ ତିକ୍ତତା କୁ ଆଜି ଏଇଠି ଶେଷ କରିଦେବା ଏଇ ମିଠା ମିଠା ଗରମ ଗରମ ସ୍ୱାଦିଷ୍ଟ ରସଗୋଲା ଖାଇକି l 


  ଏତେବେଳକୁ ଦିଟା ରସଗୋଲା ଗୋଟିଏ ପ୍ଲେଟରେ ବଢ଼େଇଦେଲା ଦୋକାନୀ ବଙ୍ଗାଳୀ ବନ୍ଧୁ ଆଡକୁ l ବଙ୍ଗାଳୀ ବନ୍ଧୁ ଜଣକ, ବନ୍ଧୁତା ର ମାନ ରଖି ରସଗୋଲା ପାଟିରେ ପକେଇ ତ ଦେଲେ ; ହେଲେ ଆଜି କାହିଁକି ରସଗୋଲା ତାଙ୍କୁ ଜମା ମିଠା ଲାଗୁ ନ ଥିଲା l 



Rate this content
Log in