Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Thriller Crime

3  

Lopamudra Mishra

Thriller Crime

କପଟପ୍ରେମ, ହତ୍ୟା ଓ ଦେବୀପୂଜା

କପଟପ୍ରେମ, ହତ୍ୟା ଓ ଦେବୀପୂଜା

3 mins
392



 ଚମ୍ପାପୁର ନିର୍ବାଚନ ମଣ୍ଡଳୀରୁ ଦୀର୍ଘ ପଚିଶ ଛବିଶ ବର୍ଷ ଧରି ବିଷ୍ଣୁନାରାୟଣ ବାବୁ MLA ଭାବରେ ନିର୍ବାଚିତ ହେଇଆସୁଛନ୍ତି l ଲୋକେ ଵି ତାଙ୍କୁ ଖୁବ ମାନନ୍ତି l ନିଜ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଷ୍ଣୁବାବୁଙ୍କ ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରିହେବ ନାହିଁ l ସବୁ ପଞ୍ଚାୟତରେ ବଡ ବଡ ସୁଦୃଶ୍ୟ ମନ୍ଦିର ତୋଳିବା, ମାସକୁ ଦୁଇରୁ ତିନୋଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଆର୍ଥିକ ସାହାଯ୍ୟ କରି ନବଯୁବକଙ୍କୁ ଉତ୍ସାହିତ କରିବା, ପକ୍କା ରାସ୍ତା ନିର୍ମାଣ କରାଇବା ଓ ବିଭିନ୍ନ ସରକାରୀ ଯୋଜନା ସବୁକୁ କାର୍ଯ୍ୟକାରୀ କରେଇବାରେ ସେ ସିଦ୍ଧହସ୍ତ l ତାଙ୍କପରି ଟାଣୁଆ ନେତା ପାଇ ଲୋକେ କୃତ୍ୟ କୃତ୍ୟ l ଲୋକଙ୍କ ନଜରରେ ସେ କୋଉ ଭଗବାନଙ୍କ ଠୁ କମ ନୁହଁନ୍ତି l ଚମ୍ପାପୁରର ଆବାଳବୃଦ୍ଧ ତାଙ୍କୁ ଈଶ୍ୱରଙ୍କ ଅବତାର କହି ପୂଜା କରନ୍ତି l 


     ଈଶ୍ୱରଙ୍କ ବିରୁଦ୍ଧରେ ଠିଆ ହେବାକୁ କାହାର ବା ସାହସ ଅଛି ? ଯିଏ ଠିଆ ହୁଏ ସେ ଅମାନତ ହରାଇ ହାରେ l ଅନେକ ଦିନ ପରେ ଈଶ୍ୱରଙ୍କୁ ଟକ୍କର ଦେବାକୁ ଆଗେଇ ଆସିଲେ ଜଣେ ଯୁବକ l ଯୁବକଟି ବୁଦ୍ଧିମାନ ଓ ଉଚ୍ଚ ଶିକ୍ଷିତ l ମିହିରର ଓଜସ୍ୱନି ଭାଷଣରେ ଜନତା ଅଭିଭୂତ l ଲୋକଙ୍କୁ ପ୍ରଥମକରି ଭିନ୍ନ ଏକ ନୂଆ ରାସ୍ତା ଦେଖାଇଲେ ମିହିର l ଠିକ ଓ ଭୁଲକୁ ଲୋକେ ଚିହ୍ନିଲେ l ମିହିର ଲୋକଙ୍କ ମନରେ ରାଜ କଲେ l ଲୋକେ ଆଉ ପୁରୁଣା ଈଶ୍ୱରଙ୍କୁ ଖାତିର କଲେନାହିଁ l


      ବିଷ୍ଣୁବାବୁ କ୍ରୋଧରେ ଜର୍ଜରିତ ହେଲେ l ଚୌକି ତାଙ୍କର ଟଳମଳ ହେଲା l ସେ ନିର୍ବାଚନ ହାରିଲେ ଓ ଈଶ୍ୱର ପଦରୁ ହଟିଲେ l ଏବେ ତାଙ୍କ ସ୍ଥାନ ଅଳଙ୍କୃତ କରିଛନ୍ତି ଯୁବନେତା ମିହିର l 


         ବିଷ୍ଣୁବାବୁଙ୍କ ଚକ୍ଷୁରେ ପ୍ରତିଶୋଧର ଅଗ୍ନି l ମିହିରଙ୍କୁ ହରେଇନପାରିବାର ଜ୍ୱାଳାରେ ଛଟପଟ l ପୁରା ଜନତା ମିହିରଙ୍କ ସପକ୍ଷରେ l ତାଙ୍କୁ ଆଉ ରାସ୍ତାରୁ ହଟେଇବା ସମ୍ଭବ ନୁହେଁ l ଯଦି କିଛି କରିହେବ ତାହେଲେ ଛଳନାର ଜାଲରେ ହିଁ ଛନ୍ଦି ଛାନ୍ଦି ତାଙ୍କୁ ଗାଦିଚ୍ୟୁତ କରିହେବ l


     ବିଷ୍ଣୁଙ୍କ ସାନଭାଈ ମହେଶର ସୁନ୍ଦରୀ ସ୍ତ୍ରୀ ଦେବୀ l ଅସାମାନ୍ୟ ରୁପସୀ l ସବୁବେଳେ ଓଢଣୀତଳେ ମୁହଁ ଲୁଚାଇ ରଖିଥାଏ l ବିଷ୍ଣୁ ଓ ମହେଶ ବିଚାର କଲେ ମିହିରକୁ ନାଶ କରିବାପାଇଁ ଦେବୀକୁ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରିବେ l 


     ପ୍ରଥମେ ଅମଙ୍ଗ ହେଉଥିବା ଦେବୀ ପରବର୍ତ୍ତୀ ସମୟରେ ମିହିରର ପରାକ୍ରମ ବିଷୟରେ ଅବଗତ ହୋଇ ଓ ଫେସବୁକରେ ମିହିରଙ୍କ ଫୋଟୋଦେଖି ରାଜିହୋଇଗଲା l ସେ ନିଜର ବେଶ ଭୂଷା ବଦଳେଇଦେଲା l ଅଲଗା ଗୋଟିଏ ନାଁରେ ଫେସବୁକରେ ଫେକ ପ୍ରୋଫାଇଲ ଖୋଲିଲା l ମିହିରକୁ ଫ୍ରେଣ୍ଡ ରିକ୍ୟୁଏସ୍ଟ ପଠେଇଦେଲା l


      ଅବିବାହିତ ଯୁବକ ମିହିର ଦେବୀର ରୂପଲାବଣ୍ୟ ଓ ତାର ମିଠାମିଠା କଥାର ପ୍ରେମରେ ପଡିଗଲେ l ନିଜ ନାମ ଓ ଠିକଣା ଗୋପନ ରଖି ଦେବୀ ଖାଲି ଛଳନା କରିଚାଲିଲା l ମୋବାଇଲରେ ଘଣ୍ଟା ଘଣ୍ଟା ଗପ ଓ ହୁଆଟ୍ସଆପରେ ସୀମାହୀନ ଚାଟିଙ୍ଗରେ ଉଭୟ ଉଭୟଙ୍କ ସହ ସମୟ କଟେଇ ଚାଲିଲେ l ମିହିରଙ୍କୁ ଏବେ ଦେବୀର ପ୍ରେମନିଶା ଲାଗିଯାଇଛି l ଦେବୀକୁ ନେଇ ଅନେକ ସ୍ୱପ୍ନ l ଦେବୀକୁ ପାଇବା ପାଇଁ ପାଗଳପ୍ରାୟ ସେ l


    ମିହିରଙ୍କୁ ଆଜି ଦେବୀ ରାତି ଦଶଟାରେ ବଜାର ଶେଷ ଭଙ୍ଗା କୋଠୀକୁ ଡକେଇଛି l ସାଙ୍ଗରେ କେହି ନଆସିଲେ ଭଲ ହେବ କହିଛି l ମିହିର ଖୁବ ଉତ୍ସlହିତ l କପଟୀ ଦେବୀର ଛଳନାକୁ ବୁଝିବାପାଇଁ ସାମାନ୍ୟଟିକେ ପ୍ରୟାସ ଵି କଲେ ନାହିଁ l କେହି ନଜାଣିଲା ପରି ଲୁଚି ଲୁଚି ଚାଲିଆସିଲେ ଦେବୀର ପାଖକୁ l ଦେବୀ ବହୁ ଆଗରୁ ଆସି ଅପେକ୍ଷାରତା l ମିହିରକୁ ଆସୁଥିବାର ଦେଖି ଖୁବ ଖୁସିରେ ଦୌଡିଗଲା l ମିହିର ତାକୁ ନିଜ ବାହୁ ବନ୍ଧନୀ ଭିତରକୁ ନେଇଆସିଲେ l ସ୍ୱର୍ଗୀୟ ଆନନ୍ଦରେ ମିହିରଙ୍କ ଆଖି ବୁଜିହେଇଆସୁଥିଲା, ପେଟରେ ଖୁବ ଗୋଟେ ଯନ୍ତ୍ରଣା ଅନୁଭଵ କଲେ l ଦେବୀକୁ ପଛକୁ ଠେଲିଦେଇ ସେଇଠି ତଳେ ବସିପଡ଼ିଲେ l ତଳୁ ଉଠି କିଛି କହିବାକୁ ଚେଷ୍ଟା କରୁଛନ୍ତି ଆଉ ଗୋଟେ ଚୋଟ ବସିଲା ଗଳାରେ l ଭୂମି ଉପରେ ରକ୍ତ ଜୁଡୁବୁଡୁ ହୋଉ ମିହିର ଲୋଟିପଡିଛନ୍ତି l 


     ଲୋକେ ଆସି ଦେଖିଲେ ଦେବୀର ଅସଜଡ଼ା ବସ୍ତ୍ର, ବିକ୍ଷିପ୍ତ କେଶ ଆଉ ଅଶ୍ରୁଭର୍ତ୍ତି ଚକ୍ଷୁ l ଦେଖୁ ଦେଖୁ ସମସ୍ତେ ସବୁ ବୁଝିଗଲେ l ସମସ୍ତେ କୁହାକୁହି, "ପାପୀ ରାକ୍ଷସ ମିହିରକୁ ଉଚିତ ଦଣ୍ଡ ମିଳିଛି l କ୍ଷମତା ପାଇଲା ବୋଲି ପର ଝିଅ ବୋହୂଙ୍କୁ ଘରୁ ଉଠେଇଆଣିବ? "

  

      ପୁଲିସ ଓ କୋର୍ଟ କଚେରୀ ବିଷ୍ଣୁବାବୁଙ୍କ ପୁରୁଣା ଭକ୍ତ l ଦେବୀକୁ ଦୋଷ ଦେବାକୁ କାହାରି ସାହସ ନାହିଁ l ଆହୁରି ବାହା ବାଃ ରେ ପୋତି ପକେଇଲେଣି l


        ବିଷ୍ଣୁ ଆଉଥରେ ଈଶ୍ୱରର ଆସନରେ l ଯିଏ କିନ୍ତୁ ଏତେ ସବୁ ଐଶ୍ଵର୍ଯ୍ୟ ଆଣିଦେଲା ସେ ଦେବୀ ଜଣଙ୍କ କlହାଁନ୍ତି ? ତାଙ୍କର ବିରାଟ ଗୋଟେ ଫୋଟୋ କାନ୍ଥରେ ଝୁଲୁଛି l ଫୋଟୋ ରେ ଫୁଲମାଳ l ସେ କୁଆଡେ ଅପମାନ ସହିନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ l


      କପଟୀଦେବୀଙ୍କୁ ସେହିଦିନୁ ଲୋକେ ପୂଜା କରିଆସୁଛନ୍ତି l ମିହିର ପରି ରାକ୍ଷସକୁ ତାର ହତ୍ୟାର ବହୁଦିନ  ପରେ ମଧ୍ୟ ଅନେକ ନିନ୍ଦା ଅପମାନ ଦିଆଯାଉଛି l 


   ଯାହାହେଉ କପଟ, ମିଥ୍ୟାପ୍ରେମ ଓ ଛଳନାର ଜାଲରେ ଫଶେଇ ରାକ୍ଷସକୁ ହତ୍ୟାକରି ଈଶ୍ୱର ତାଙ୍କ ଆସନକୁ ସୁରକ୍ଷିତ ରଖିପାରିଲେ l ତାଙ୍କ ପାଇଁ ଦେବୀ ଚୀରନମସ୍ୟ l


 (ଵି:ଦ୍ର ଦୁର୍ଗାପୂଜା ଓ ମହିଷାସୁର ବଦ୍ଧ ସହ ଗଳ୍ପର କୌଣସି ସମ୍ପର୍କ ନାହିଁ )



Rate this content
Log in

Similar oriya story from Thriller