Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok kumar Sethi

Drama Abstract

2  

Ashok kumar Sethi

Drama Abstract

ରିଙ୍ଗ ସେରିମନି

ରିଙ୍ଗ ସେରିମନି

6 mins
7.4K


  ଏଇ କିଛି ଦିନ ତଳର କଥା । ଯାହା ହେଲେ ବି ଛଅ କି ସାତ ବର୍ଷରୁ କମ  ହେବନି  । କାବ୍ୟା ସହ ମୋର ପରିଚୟ ସେତେବେଳୁ । ପରିଚିତ ବୋଇଲେ ସୋସିଆଲ ମେଡିଆରେ ତା ବି  ଚାଟିଙ୍ଗ ଭିତରେ ହିଁ ସୀମିତ । ଯଦିଓ କେତେ ଥର କହିଛି  ଥରେ ଅଧେଦେଖା କରିବାକୁ । ସେ ଦେଖିବା ସମୟ ଆସୁ କହିବି କହି ଏଡାଇ ଦିଏ । ଏମିତ କେତେ ଥର ସମୟ ଆସି ଚାଲି ଗଲାଣି ମୁଁ କିନ୍ତୁ ଯୋଉଠି  ସେଇଠି ହିଁ ଅଛି । ସମୟକୁ ଅନେଇ ଅନେଇ ଏମିତ କେତେ ସମୟ ଗଡ଼ି ଗଲାଣି । ସବୁଠୁ ବଡ଼ “କିନ୍ତୁ” ର ବିଷୟ ଯେ ମୁଁ ତାଙ୍କୁ ଏ ଯାଏଦେଖିନି । ମୁଁ ଯାହାକୁ କାବ୍ୟା ବୋଲି ଭାବେ ସେ ଯେ ପ୍ରକୃତରେ ଯେ କାବ୍ୟା । ମୁଁ ନିଶ୍ଚିତ ନୁହଁ । ଫୋଟୋ ଦେଖିବାକୁ କହିଲେ ସେ ଯୋ ଫୋଟୋ ଦିଅନ୍ତି । କୌଣସି ସେଲିବ୍ରିଟି ଠାରୁ ଦେଖିବାକୁ କମ ନୁହନ୍ତି ।ମୁଁ ବଡ ସଂଦିଆହନର ପଡି ଯାଏ ସତରେ ଇୟେ ଏମିତି ....??କୌଣସି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ହେରୋଇନର ଫୋଟୋ ଲାଗୁଥାଏ  ।ତା ପୁଣି ଦେଶ ବିଦେଶରେ ବିଭିନ୍ନ ଦର୍ଶନୀୟ ସ୍ଥାନରେ । ଯେଉଁ ମାନଙ୍କୁ ମୁଁ ଜାଣି ନଥାଏ ।ଏତିକି ମୁଁ ନିଶ୍ଚିତ ଥାଏ ସାହିତ୍ୟ ଓ ସଂଗୀତ ପ୍ରତି  କାବ୍ୟା ର ଅହେତୁକ  ଦୁର୍ବଳତା  ।ସେ ବହୁତ ଗଳ୍ପଉପନ୍ୟାସ ପଢ଼ନ୍ତି । ଖୁବ ଶାଣିତ ତାଙ୍କର ତର୍ଜମା  ।କଥା କଥା କେ ଗୋଟିଏ ଗପ କହି ଦୃଷ୍ଟାନ୍ତ ଦେବାକୁ ଭୁଲେ ନାହିଁ  । ।ବେଳେ ବେଳେ ଖୁବ ଜଟିଳ ତ କେବେ ପୁଣି ଖୁବ ସରଳ ।

 ସବୁଠୁ ବଡ ଜଟିଳ କଥାଟି ହେଲା, ଏତେ କରି  କହିବା ପରେ ନିଜ ମୁହଁଟିକୁ ଲୁଚେଇବା । ବଡ କୌତୁହଳ ବ୍ୟାକୁଳରେ ମନ ଛଟପଟ ।ନିଜର ମାନସ ପଟରେ କେତେ କାଳ୍ପନିକ ରୂପ ଦିଏ ପୁଣି ଲିଭେଇ ଦିଏ ।

ପୁଣି ଖୋଜି ଚାଲୁଥାଏ ନୂଆ ଏକ ରୂପ । କେଜାଣି ... !କୋ ଦିନ ମନଛୁଆଁ ମିଛଟେ ମନ ଛୁଇଁ ଗଲା ଉତ୍ତାରୁ ମୁରୁଛି ନ ପାରି ହଜି ଯାଏ ମୁଁ ମୋ ଖୋଜିବା ଭିତରେ ।ତଥାପି ମିଛ ମିଛିକା ସତଟିଏ ଲୁଚକାଳି ଖେଳେ କଳ୍ପନାର ଉହାଡ଼େ  ।ବିଶ୍ୱାସକୁ  ଦିନେ ପାଇବି ଖୋଜି ଏ ବିଶ୍ୱାସ ମୋର ଅଛି  । ତମକୁ ଆବିଷ୍କାର କଲା ପରେ ଯାଇନିସ୍ତାର ।ପାଇବି ତ ଖୋଜି ଆଜି ନହେଲ..ବି କାଲି ! ଏମିତ କେତେ ଦିନ ସତକୁ ପଛ କରି ଲୁଚକାଳି ଖେଳୁଥିବ ଧୀରେ ଧୀରେ ସବୁ ରହସ୍ୟ ଉନମୁକ୍ତ ହେବା ହେବା ହେଉଛି । ତ ପରେ ଯାଇ  ସବୁ ସବୁ ସଚରା ଚର ।

 ସତରେ ତମେ ନମିଶିବା ଅପେକ୍ଷା ଏମିତ ମିଶିବାଟା କାହିଁ ବେଶୀ ବାଧୁଛି ...! ନା, ଥାଉ ଆଉ ଚାହେଁନା  ଭିତରେ ଭିତରେ କୁହୁଳି କୁହୁଳି ଉପରେ ହେବା ପାଇଁ ଖୁସି !!

କେଜାଣି ମୋ ଭାବନାର ତୀବ୍ରତା କେତେ ଦ୍ରୁତ ଥିଲା ..! କାବ୍ୟ ପାଖେ ଏତେ ଶୀଘ୍ର ପହଂଚି ଗଲା !! ଏ ସବୁ ଭାବନା ମୋ ଭିତରେ ହିଁ ସୀମିତ ଥିଲା ।

ହଁ.. ଏମିତି ହୁଏ ବୋଲି ମୁଁ  ବି କେତେ ଥର ଶୁଣିଛି । ତାହାକୁ "ଟେଲିପାଥି" ବୋଲି କହନ୍ତି ।

ଆର ପାରିର ଅବସ୍ଥିତି ଅଦୁରସ୍ଥ ହୃଦବୋଧ ହେଲେ ମଧ୍ୟ ଯୋଜନ ଯୋଜନ ଦୂରତା ରେ ଆଶଙ୍କା ।ସେ ବାରମ୍ବାର ଗୋଟିଏ କଥା କହନ୍ତି ଯେ ତମର ମୋ ଉପରେ ବିଶ୍ୱାସ ଅଛି ତ ? ଯଦି ଅଛି ତେବେ ମତେ ଦେଖିବା ଟା କଣ ନିହାତି ଜରୁରୀ ? ମୁ ନିରୁପାୟ ଯେ କେମିତି କହିବି ଯେ ବିଶ୍ୱାସକୁ କେମିତ ବିଶ୍ୱାସ କହନ୍ତି ବୋଲି ।କାୟା କଳେବର ସବୁ ଅଦୃଶ୍ୟ ଅଦୃଶ୍ୟ କାହାକୁ ବିଶ୍ୱାସବୋଲି କହିବି ? ତଥାପି କହିବାକୁ ପଡିଲା ହଁ  ପୁର୍ଣ୍ଣ ମାତ୍ର ରେ ବିଶ୍ୱାସ ଅଛି । ହଉ ଛାଡ ସେକଥା ତମର ମୋବାଇଲ ନଂ ଟା ଯଦି...

କଣ  କରିବ ନେଇ ? ଏମିତି  ତ କଥା ହେଉଛ ।

        "ଆଛା, ଏବେ କଣ ନୂଆ ଲେଖିଛ ?"  କଥା ପ୍ରସଙ୍ଗ ଏଡାଇ କାବ୍ୟା ପଚାରିଲେ ।

ହଁ, କିଛି ନିଷ୍ଠୁର କବିତା । କବିତା କେବେ ନିଷ୍ଠୁର ହୋଇ ପାରେନା । ସେ ପ୍ରତିଉତ୍ତର ରଖିଲେ ।

ମୋର ସମସ୍ତ କବିତା ମୁଁ ଜଣାଏ ସେ ଖୁବ ଚମତ୍କାର ଭାବେ ତର୍ଜମା କରି ପାରନ୍ତି ।ଭୁଲଥିଲେ ସଂଶୋଧନ କରିବାକୁ ଭୁଲନ୍ତିନି।କବିତା ଆଉ ଗଳ୍ପ ଲେଖିବାରେ କେଉଁଟି ସହଜ ମନେହୁଏ ତମକୁ ? ମୁଁ ସାମାନ୍ୟ ହସି ଦେଲି, ମୋ ଦେହି ଗଳ୍ପ ଲେଖିବା ହୋଇ ପାରିବନି । କବିତାକୋ ସଳଖି ଲେଖି ହୁଏ କି ଯେ ..!!

ଉଭୟ ନିଜ ନିଜ ସ୍ଥାନରେ ସ୍ୱତନ୍ତ୍ର ।

ଏମିତ ଗପ ଚାଲେ   ସବୁଦିନ କିଛି ନା କିଛି  ଅଲଣା କଥା ।

ତମେ କେବେ କଟକ ଆସିଲେ ଜଣେଇବ ।ବହୁ ଅନୁରୋଧ କରିବା ପରେ ପ୍ରତିଶୃତିଟିଏ ମିଳିଲା  ।ହଁ,  ମୁଁ ଯେବେ ବି କଟକ ଯିବି ନିଶ୍ଚିତ ଦେଖା କରିବି ।ମୁଁ ମନେ ମନେ  ଭାବୁଥିଲି ପ୍ରତିଶୃତି  ଆଉ ଶୃତି ପ୍ରତି ହୋଇ ରହି ଯିବନି ତ ! କିଛି ଦିନ ଉତ୍ତାରୁ ଅଜଣା ନମ୍ବରରୁ କଲଟିକୁ ରିସିଭ କରିବା କ୍ଷଣି ସେପଟୁ ଏକ ସୁମଧୁର ଲଳିତ ସ୍ୱର ...ମତେ ଜାଣି ପାରୁଛ ..?

ନା, ଏ ସ୍ୱର ସହିତ ମୁଁ ପରିଚିତ ନୁହଁ !

ହଉ ତେବେ ରହୁଛି..

ନା ..ନା..ପ୍ଲିଜ ରୁହ ! ସେପଟୁ ଉଚ୍ଚାଟ ହସ ଶୁଭୁଛି ଖାଲି ..

ମତେ ଦେଖା କରିବାକୁ କହୁଥିଲା ପା ..?

ଓଃ..କାବ୍ୟା… ତମେ ! ମୁଁ ବି କୋ ନ ହସି ରହି ପାରିଲି 

ଆଛା, କାଲି ତମେ ସନ୍ଧ୍ୟାବେଳେ ଫ୍ରି ଆଛ ? କାବ୍ୟା ପଚାରିଲେ । ହଁ , ବିଲକୁଲ ଫ୍ରି ଅଛି (ଯଦିଓ ମୁଁ ଫ୍ରି ନଥିଲି )।କାଲି ସନ୍ଧ୍ୟାବେଳେ ଝାଞ୍ଜିରମଙ୍ଗଳା, ସନ୍ଧ୍ୟା ସେଲିବ୍ରେସନରେ ଦେଖା ହେବା ।କିନ୍ତୁ ସନ୍ଧ୍ୟାବେଳେ କାହିଁକି ? ଦିନ ବେଳେ ହୋଇ ପାରନ୍ତା ? ନା, ତମେ ଫ୍ରି ଅଛ ଯଦି  ସନ୍ଧ୍ୟାବେଳେ ଆସ ।

ୟେ କୌତୁହଳ ନା ଆଶଙ୍କାର ଆଶଙ୍କା ! ମୁଁ ତ ତିଳେ ମାତ୍ରେ ବି ଭେଦ କରିବାକୁ ଅସମର୍ଥ ।

ତଥାପି ଏତେ ସବୁ କଥା ମତେ ସହଜ ଲାଗୁନଥାଏ ।ହଉ ଦେଖା ଅଛି , ନଈ ନ ଦେଖୁଣୁ କାଇଁ ...

କିଛି ବି ଅସମ୍ଭବ ନୁହଁ ଏଠି । ଏ ବିଷୟ ମୋର ବନ୍ଧୁକୁକୁ ଜଣେଇଲି ।ସେ ମୋ ସହ ଯିବାକୁ ଏକମତ ହେଲେ ।କାବ୍ୟା ଅନଲାଇନରେ କିଛି କଥା ହେଲା ପରେ ସେ କହିଲେ ଗୋଟେ ଗପ କହିବି ଶୁଣିବ? ଏଇ ଗପଟି ତମେ ପଡ଼ିଥିବ ନିଶ୍ଚିତ । ତଥାପି କହୁଛି ।

ହଁ, ନିଶ୍ଚିତ କୁହ ।

ଜଣେ ଶିକାରୀ ସବୁଦିନ ଫାସ ବସେଇ ଶୁଆ ସାରି ଯାହା ଫାସର ପଡେ ତାକୁ ନେଇ ବିକ୍ରିକରି ଚଳେ ।ଦିନକର ଘଟଣା ସେଦିନ ସୁନ୍ଦର ଶୁଆଟିଏ ଫାସର ପଡିଥିଲା ।ତାକୁ ଧରିବାକୁ ଯିବା କ୍ଷଣି ସେ କଥା କହିବାକୁ ଲାଗିଲା , ତମେ ମତେ ନେଇ କଣ କରିବ? ମୁହୂର୍ତ୍ତେ ଆବାକହୋଇଗଲା ଶିକାରୀ ! ବଜାରରେ ବିକ୍ରି କଲେ ଢେର ପଇସା ମିଳିବ ।ପଇସା ପାଇଲେ ଖୁସି ହେବ ନିଶ୍ଚିତ ? ହଁ, ଶିକାରୀଟି ଖୁବ ଆତୁରରେ କହିଲା ।ଆଛା, ମୁ ତମକୁ ତିନୋଟି ଜ୍ଞାନ ଦାନ କରିବି ।ଯା ଫଳରେ ତମେ କେବେ ଦୁଖୀ ହେବନାହିଁ ।

"ଆଗେ ତିନୋଟି ଜ୍ଞାନ ଦିଅ ,ତା ପରେ ବିଚାର କରିବି" , ଶିକାରୀ କହିଲା ।

ପ୍ରଥମ ଜ୍ଞାନ, ଯାହା ଚାଲି ଯାଇଛି ତା ପାଇଁ ପସ୍ତେଇବା ନାହିଁ ।

ଦ୍ୱିତୀୟ , ଯାହା ଅବାସ୍ତବ ବୋଲି ବୁଝୁଥିବ, ସେଥିରେ ବିଶ୍ୱାସ ଯିବନି ।

ତୃତୀୟ , ଯାହା ଅକ୍ତିଆର କରିବା ସମ୍ଭବ ନୁହଁ, ତା ପାଇବାକୁ ଚେଷ୍ଟା କରିବନି ।

ଶିକାରୀଟି ହସିଲା ଓ ଏ ଜ୍ଞାନ ତ ମୋ ପାଖେ ଆଗରୁ ଥିଲା ।ସେ ଭାବ ବିହ୍ଵଳ ହସ ଭିତରେ ଶୁଆଟି ହଠାତ ଖସି ପଳେଇଗଲା ।ଶିକାରୀଟି ସତର୍କ ହେବା ପୂର୍ବରୁ ଶୁଆ ଯାଇ ନିକଟସ୍ଥ ଗଛ ଡାଳରେ ।ତମେ ଯଦି ୟେ ଜ୍ଞାନ ଆଗରୁ ଜାଣିଥିଲା ଟିକେ ସତର୍କ ହୋଇ ରହିଥିଲେ ମୋ ପେଟ ଭିତରେ ଜୋଉ ହୀରା ଅଛି, ତାର ମାଲିକ ତମେ ହୋଇ ପାରିଥାନ୍ତ !

ଶିକାରୀଟି ପ୍ରାଣ ପ୍ରଣେ ଧରିବାକୁ ଚେଷ୍ଟା କଲା ।କିନ୍ତୁ ଧରିବାକୁ  ସକ୍ଷମ ହୋଇ ପାରିଲା ନାହିଁ  ।

ପ୍ରଥମ ଜ୍ଞାନ ଅନୁସାରେ ଯାହା ଚାଲି ଯାଇଛି ତାକୁ ନେଇ ପସ୍ତେଇବା ଉଚିତ ନୁହଁ  ।

ତେବେ ସେ ଜ୍ଞାନ ତମ ପାଖେ ନଥିଲା  ।

ଦ୍ୱିତୀୟ ଯାହା ଅସମ୍ଭବ ଲାଗୁଛି ତାହା ବିଶ୍ୱାସ କରିବା କଥା ନୁହଁ. ।ହୀରା କଣ କାହା ପେଟରେ ଥାଏ..?

ରୁହ ..ରୁହ… କାବ୍ୟା ! ଏ ଗଳ୍ପ ମୁଁ ଜାଣିଛି  ।ହେଲେ ଏ ଗଳ୍ପଟି ମତେ କହିବାର ହେତୁ ଜାଣି ପାରେ?

କିଛି ମୁହୂର୍ତ୍ତର ନୀରବତା ପରେ…

କାଲିକୁ ନିଶ୍ଚୟ ଆସିବ ।  ମୁଁ ଅପେକ୍ଷାରେ ରହିଲି ।

ଆଜି ସେ ଦିନଟି ଉପନୀତ । ବହୁ ଆଶା ଓ ଆଶଙ୍କାର ଭିଡ ।ଏ ଭିଡ ଠେଲି ଆଗକୁ ଗଲେ ଆଉ କୋଉ ଅଡୁଆରେ ଛନ୍ଦି ନ ହେବି, ଏମିତ କିଛି ନିଶ୍ଚିତତା ନଥାଏ ।

ସନ୍ଧ୍ୟା ସାତଟା ବାଜିବାକୁ ଆଉ କେଇ ମୁହୂର୍ତ୍ତ ବାକି  ।ସିଧା ଯାଇ ସନ୍ଧ୍ୟା  ସେଲିବ୍ରେସନ ଆଗରେ ।କାଇଁ ସେମିତି କିଛି ତା ଉପସ୍ଥିତି ପ୍ରତୀୟମାନ ହେଉନି ।

ମୁଁ କଲ କରି ସଠିକ ଠିକଣାଟା ବୁଝି ନେବା ଉଚିତ ମଣିଲି । ତମେ ଉପରକୁ ଆସ ।ଉପରେ ପହଞ୍ଚିବା ସ୍ମିତ ହାସ୍ୟରେ ଯେ ପାଛୋଟି ନେଲେ ।ମୁଁ ସେ ମୁହଁଟିକୁ ଅପଲକ ନୟନରେ ଚାହିଁ ରହିଥାଏ ।ଅପ୍ସରୀ ବୋଧେ ଅବିକଳ ଏମିତ ହୋଇଥିବେ ।ସେ ତ ବିଲକୁଲ ସେ ଦେଇଥିବା ଫଟୋ ସହ ସାମଞ୍ଜସ୍ୟ ରହୁଛି ।ମୁଁ ସେତେବେଳେ କାହିଁ ପରତେ ଗଲିନି ...! ଏତେ ସୁନ୍ଦରୀ ଝିଅ ସେ ହୋଇ ନଥିବେ ଭାବି ଯାହା ସବୁ ଆଡେଇ ଯାଇଥିଲି ସେ ସବୁ ତେବେ ସତ ଥିଲା ।କେତେଥର ତମ ନିଜ ଫଟୋଟେ ଦିଅ ବୋଲି ଅଡ଼ି ବସିଛି । ଚୋର ମା କାନ୍ଦେ କେମିତି ?ନା..କବାଟ କିଳି !

  ସେ ଯା ହେଉ ମୁଁ ନିଜକୁ ନିଜେ ଭାରି ଖୁସି ହୋଇଗଲି ଯେ ଏଭଳି ଏକ ଝିଅ ସହ ଏତେ ନିବିଡ ହୋଇ ପାରିଛି ।ସେ ନେଇ ତାଙ୍କ ମା , ବାପା ଓ ଭାଇଙ୍କ ସହିତ ପରିଚୟ କରାଇଲେ । ମୋ ଖୁସି ସେତେବେଳେ ସୀମା ସରହଦ ଡେଇଁ  କୁଆଡେ ଲଗାମ ବିହୀନ ଭାବେ ବୁଲିବାକୁ ଲାଗିଲା  ।

ଯା ହେଉ ତମେ ଆଜି ଆସିଲ ବହୁତ ଖୁସି ଲାଗିଲା  । ଆଜି ମୋର ରିଙ୍ଗସେରିମନି ।ସେଥିପାଇଁ ଏଇ ଭବ୍ୟ ଆୟୋଜନ । କାବ୍ୟା ହସ ହସ ମୁହଁରେ କହୁଥାଏ  ।

ମୁଁ ବିସ୍ମୟରେ ଆଁ ... କରି ମୁହୂର୍ତ୍ତେ ରହିଗଲି ।

ଏତେ ସୁସ୍ୱାଦୁ ବ୍ୟଞ୍ଜନ ଥିବା ସତ୍ୱେ କିଛି ବି ରୂଚିଲା ନାହିଁ ।କେମିତି ସେ ଜାଗା ଛାଡ଼ିବି ସୁଯୋଗଟିଏ ଖୋଜୁଥାଏ ।ଫେରିଲା ବେଳେ ସେ କଣ କହୁଥିଲେ ।

ମୁଁ କିନ୍ତୁ କିଛି  ଶୁଣି ପାରୁନଥିଲି ...

ଅଶୋକ କୁମାର ସେଠୀ

କଲ୍ୟାଣପୁର , ନୟାଗଡ

ମୋ -9861060152


Rate this content
Log in

Similar oriya story from Drama