Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆଶା
ଆଶା
★★★★★

© ABHIMANYU PANDA

Inspirational

6 Minutes   248    7


Content Ranking

ବିଦେଶରେ ଚାକିରୀ ପାଇବା ଖୁସିରେ ହିମାଂଶୁ ତା'ର ସାଙ୍ଗ ସାଥୀଙ୍କ ସହ ଭୋଜି ମୌଜରେ ସମ୍ପୂର୍ଣ ମଜ୍ଜି ଯାଇଛି । ମନ ଭିତରେ ଅବର୍ଣ୍ଣନୀୟ ଖୁସିର ଲହରୀ ମଥା ପିଟୁଛି । ଏଇ ଖୁସିରେ ମଜ୍ଜିରହି ଦୁଇଦିନ ହେବ ଘରେ ବାପା ମା'ଙ୍କ ସହ କଥା ହବାକୁ ଭୁଲିଯାଇଛି । ବାପାଙ୍କ ଅଥକ ପରିଶ୍ରମ ଓ ମା'ଙ୍କର ସମର୍ପଣରେ ହିମାଂଶୁ ଦେଖିଥିବା ସ୍ୱପ୍ନ ଆଜି ପୂର୍ଣ୍ଣ ସାକାର ରୂପ ନେବାକୁ ଯାଉଛି । ଯେଉଁ ସ୍ୱପ୍ନକୁ ଆମ ଦେଶରେ ହିମାଂଶୁ ବୟସର ପ୍ରାୟ ସବୁ ଯୁବକ ଦେଖନ୍ତି । ବର୍ତ୍ତମାନ ଶିକ୍ଷାର ଲକ୍ଷ୍ୟ ବି ସେଇଆ ଆବିଷ୍କାର ମୂଳକ ଶିକ୍ଷା । ନୂଆ ନୂଆ ଆବିଷ୍କାରର ଯେମିତି ପ୍ରତିଯୋଗିତା ଚାଲିଛି ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଜଣେ କିଛି ନୂଆ କହିଲେ ତା'ପରଦିନ ଆଉଜଣେ ସେଥିରେ ଆଉ କିଛି ନୂଆ ଯୋଗକରି ନୂତନ ଅବିଷ୍କାରକ ହେଇଯାଉଛି । ଭୋଜି ମଉଜ ଭିତରେ ହଠାତ ତା ମନଟା ଗାଁ ଆଡ଼େ ମାଡ଼ିଗଲା ଭାବୁଛି ଯେବେବି ମୁଁ ପଢ଼ାପଢିରେ ବ୍ୟସ୍ତ ରହି ଘରେ କଥା ହେଇପାରୁନଥିଲି ମା ସେପଟରୁ ଫୋନ କରି ସବୁ ଖବର ବୁଝେ କଣ ହେଇଛିକି ବାପା ତୋର ତୋ ଦେହ ଭଲ ଅଛି ତ ? ଠିକ ସମୟରେ ଖାଉଛୁତ ? ପାଖରେ ପଇସାପତ୍ର ଅଛି ନା ନାହିଁ ? ଏମିତି କେତେ କଣ ? ପ୍ରକୃତରେ ବାପା ହିଁ କଥା ହୁଅନ୍ତି ମା ମୋର ଫୋନ ଧରି ବାପାଙ୍କର କଥାକୁ ମତେ କୁହେ । ବାପା ପ୍ରତ୍ୟକ୍ଷରେ କେବେବି କଥା ହୁଅନ୍ତିନି ମୋ ସହ । କିନ୍ତୁ ଗତ ଦୁଇଦିନ ହେବ ଘରୁ ଫୋନ ମଧ୍ୟ ଆସିନି :! ମୋ ସଫଳତାରେ ମୋ ବାପା ମା ' କଣ ଖୁସି ନୁହଁନ୍ତି ? ଗୋଟିଏ ବୋଲି ପୁଅ ମୁଁ ତାଙ୍କର  କଣ ହେଇଛି ? ଘରେ ସବୁ ଭଲ ଅଛିତ ? ବାପାଙ୍କର ଆସ୍ଥମା ପୁଣି ବଢ଼ି ଯାଇନିତ ? ଏମିତି ନାନା ପ୍ରଶ୍ନ ନିଜକୁ ନିଜେ କରିଚାଲିଛି ହିମାଂଶୁ । ଖିସିର ଭୋଜି ମଉଜ ଆଉ ଭଲ ଲାଗୁନି ତାକୁ । ସେ ନିଜକୁ ନିଜେ ପରିହାସ କଲାପରି ଅନୁଭବ କରୁଛି । ବାପାଙ୍କର ମୁହଁଟା ବାରମ୍ବାର ତା ସାମ୍ନାକୁ ଚାଲି ଆସୁଛି । ହଠାତ ସେ ଗାଁକୁ ଯିବାକୁ ବାହାରିଲା । ଜଣେ ବନ୍ଧୁଙ୍କୁ ଅନୁରୋଧକରି ତାଙ୍କ ମଟର ଗାଡ଼ିରେ ବାହାରିଲା ଗାଁକୁ ।

ରାତି ପ୍ରାୟ ଗୋଟାଏ ହେବ । ହିମାଂଶୁ ଗାଁରେ ପହଞ୍ଚି  ଝରକା ପାଖରେ ମାଙ୍କୁ ଡାକିବାକୁ ଗଲାବେଳେ ଘରଭିତରେ କେହି କଥା ହେବାର ଶବ୍ଦଶୁଣି ଅଟକିଗଲା । ଏତେ ରାତି ହେଲାଣି ବାପା ସୋଇନାହାନ୍ତି ? ନଅଟା ସୁଦ୍ଧା ସୋଇପଡ଼ୁଥିବା ଲୋକ ଆଜି ଏ ଯାଏଁ ଚାହିଁଛନ୍ତି ? ତା'ହେଲେ ଏମାନେ କଣ ମୋ ଆସିବା ଖବର ପାଇସାରିଛନ୍ତି ? ଏତେ ରାତି ଯାଏଁ କଣ ମତେ ଅପେକ୍ଷା କରିଛନ୍ତି ?  ମନକୁ ଶାନ୍ତ କରି ହିମାଂଶୁ ବାପାଙ୍କ କଥାକୁ ଶୁଣିବାକୁ ଚେଷ୍ଟା କଲା । ବାପା ମା'କୁ କହୁଛନ୍ତି :- ଦେଖ ଆମ ହିମାକୁ ବାହାରେ ଚାକିରୀ ମିଳିଛି ବୋଲି ମୁଁ ଦୁଃଖୀ ନୁହେଁ ।ବିଦେଶୀ ମାନେ ବି ମୋ ହିମାର ଶିକ୍ଷା ସାମର୍ଥ୍ୟକୁ କାମରେ ଲଗେଇବାକୁ ଚାହୁଁଛନ୍ତି । ୟାଠାରୁ ଖୁସି କଥା ଆଉ କଣ ହୋଇପାରେ ଗୋଟେ ବାପା ପାଇଁ ? କିନ୍ତୁ ଜେବେଠାରୁ ହିମାର ବିଦେଶ ଯିବା କଥା ଶୁଣିଲଣି ତମେ ଖାଇବା ପିଇବା ଛାଡ଼ିଦେଲଣି  ବ୍ୟସ୍ତ ବିବ୍ରତ ବି ଲାଗୁଛ । ଏ କଥା ମା ବାପାଙ୍କୁ ପଚାରୁଛନ୍ତି । ତିରିଶ ବର୍ଷ ବିତେଇଲିଣି ତମ ସହ ବେଶ ବୁଝିଛି ମୁଁ ତମକୁ ତମେ କିଛି ଲୁଚଉଛ ମତେ । ପୁଅକୁ ବିଦେଶ ପଠାଇବା ଦୁଃଖରେ ତମେ ଭାଙ୍ଗିପଡ଼ିଲଣି ଯେତେ ଲୁଚେଇଲେବି ତମ ଚାଲିଚଳନ ରୁ ଜଣା ପଡିଯାଉଛି । ଏଇଆ ଭାବୁଛ ନା ଆଗକୁ ଯେତେବେଳେ ତମ ଆସ୍ଥମା ବଢ଼ିବ ଡାକ୍ତରଖାନା ନେବାପାଇଁ ତମ ପୁଅ ତମ ପାଖରେ ନଥିବ . । ରାଜା ଦଶରଥଙ୍କ ପରି ତମେ ବି ଏବେ ବିଚଳିତ ଲାଗୁଛ ମତେ ପୁତ୍ର ବିୟୋଗ ଚିନ୍ତାରେ । ମୁଁ କିନ୍ତୁ ବହୁତ ଖୁସି ମୋ ପୁଅ ବିଦେଶରେ ଚାକିରୀ କରିବ ଗାଡ଼ି ମୋଟର  ସୁନାନାକୀ ବୋହୁଟିଏ ଆଣିବି ମୋ ହିମା ଲାଗି । କେତେ କଣ ଭାବିକି ରଖିଛି ମୁଁ । ତମ ରଂଗଢଙ୍ଗ ଦେଖି ମୋ ହୃଦ ଭିତରଟା ବିଦାରି ହେଇଯାଉଛି  । କେଜାଣୀ ତମର ଏଥରର ନୀରବତାରେ କି ପ୍ରକାରର ମହାନତା ଲୁଚି ରହିଛି ? ମୁଁ ବି ଜାଣିବାକୁ ଆଗ୍ରହୀ ।

ବାପା କହିବା ଆରମ୍ଭ କଲେ :- ତିରିଶ ବର୍ଷ ତଳେ ଯୋଉ ବାୟାଣୀ ଥିଲ ଏବେବି ସେଇ ବାୟାଣୀ । ଘର ପରିବାର ଛଡ଼ା କେବେବି କିଛି ଚିନ୍ତା କରିବାକୁ ଚେଷ୍ଟା କଲନି । ମୁଁ ଗୋଟିଏ ଚତୁର୍ଥଶ୍ରେଣୀ ସରକାରୀ କର୍ମଚାରୀ । ଯେବେଠାରୁ ଲୋକମାନେ ଆମ ହିମାର ଶିକ୍ଷା ଭିତିକ ସଫଳତା ବିଷୟରେ ଯାଣିଲେଣି  ସେବେଠାରୁ ଯେଉଁ ବାବୁମାନଙ୍କୁ ସଲାମ କରି ମୋ ଦିନ ବିତିଛି ସେଇମାନେ ତାଙ୍କ ପାଖ ଆସନରେ ଡାକି ବସଉଛନ୍ତି ମତେ .। ଅତି ବ୍ୟକ୍ତିଗତ ଓ ପାରିବାରିକ ସମାରୋହରେ ସାମିଲ କରୁଛନ୍ତି ମତେ କେବଳ ଆମ ହିମା ଲାଗି । ଏ ସବୁ ତ ପ୍ରତ୍ୟେକ ବାପାଙ୍କର ସ୍ବପ୍ନ ଥାଏ ନିଜ ପୁଅକୁ ନେଇ ଯେ ପୁଅର ଯୋଗ୍ୟତାରେ ବାପା ସମାଜରେ ପରିଚିତ ହୁଅନ୍ତୁ । ତମେ ଜାଣିଥିବ ମୁଁ କେବେବି ମୋର ଫଟା ଜାମାକୁ ସିଲେଇ କରିବାକୁ ତମକୁ ଦେଇନି କାଳେ ତମେ ମୋ ହିମାକୁ କହିଦବ ମୋ ଜାମାରେ କେତେ ସିଲେଇ ପଡ଼ିଛି । ବାପା ହିସାବରେ ମୋର ସମର୍ପଣ ଆଉ ବିଦ୍ୟାର୍ଥୀ ଭାବେ ହିମାର ନିଷ୍ଠା ରେ କାଳେ କିଛି ଉଣା ହେଇଯିବ । ସେଥିପାଇଁ ମୁଁ ଘରୁ ବାହାରିଲା ବେଳେ ଆଉ ଘରକୁ ଫେରିଲାବେଳେ ମୋ ଜାମାକୁ କାନ୍ଧରେ ପକେଇଆସେ । ବାହାର ସମାଜ ପ୍ରତି ମୋର ଖାତିର ନଥିଲା କି ନିଜ ପରିସ୍ଥିତି ଲାଗି ଦୁଃଖ କରିନି । ମୁଁ ମୋ ଲକ୍ଷରେ ଦୃଢ଼ ଥିଲି । ହିମା କେବେବି ମୋ ସାମ୍ନାରେ ଠିଆ ହେଇନି । ତାର ମାନେ କଣ ସେ ମତେ ଭୟ କରେ ? ନା । ଏ ହଉଛି ତମେ ମା ହିସାବରେ ପୁଅକୁ ଦେଇଥିବା ସଂସ୍କାରର ପରିଣାମ । ମୁଁ ଆମ ହିମାର ସଫଳତାରେ ଦୁଃଖୀ ନୁହେଁ । କିନ୍ତୁ ଯେତେ ଚେଷ୍ଟାକଲେବି ଖୁସି ହେଇପାରୁନି । କଣ କଲା ମୋ ପୁଅ ? ତମେ ମୋ ପୁଅର ପ୍ରଶଂସା କରୁଛ ନା ନିନ୍ଦା ? ମା'ର ପ୍ରଶ୍ନ ବାଣରେ ବାପା କହୁଛନ୍ତି :-

ଦେଖ ଖାଲି ହିମାନୁହେଁ ହିମା ଭଳି ଆମ ଦେଶର ଅଗଣିତ ଉଚଶିକ୍ଷିତ ଯୁବକମାନେ ଏବେ ବିଦେଶ ମୁହାଁ । ହିମା କଣ ଖାଲି ଆମ ପୁଅ ।? ଏ ଜନ୍ମଭୂମିର ବି ସେ ପୁଅ । ଏ ଜନ୍ମମାଟି ଲାଗି କଣ ତାର କିଛି କର୍ତ୍ତବ୍ୟ ନାହିଁ ? ଦେଶପ୍ରତି ଯେଉଁ କର୍ତ୍ତବ୍ୟ ଅଛି ତାହା କଣ ଡଲାର ଓ ପାଉଣ୍ଡ ରେ ପୂର୍ଣ୍ଣ ହେଇଯିବ ? କଣ ଆଶାକରି ସେ ବିଦେଶ ଯାଉଛି ଅର୍ଥ ନା ଆତ୍ମତୃପ୍ତି ? କିଛିବର୍ଷ ପରେ ବିଦେଶରେ ଥାଇ କହିବ ମୋ ଦେଶ କଳୁଷିତ  ମୋ ଦେଶ ଲୁଣ୍ଠନକାରୀଙ୍କ ଦେଶ  । ଆର୍ଥିକ ଅଭାବ ଦୂର କରିବାକୁ ଯାଇ ମୁଁ ଚାକିରୀ ସାଙ୍ଗକୁ ଚାଷ କରି ପୁଅକୁ ପାଠ ପଢେଇଥିଲି କଣ କେବଳ ପଇସା ରୋଜଗାର କରିବା ପାଇଁ ? ଅର୍ଥ ରୋଜଗାର ବ୍ୟତିରେକ ମୁଁ ଖାଲି ମୋ ହିମା ନୁହେଁ ହିମା ପରି ସମସ୍ତ ଯୁବକଙ୍କ ପାଖରୁ ମୋ ଦେଶର ଉଜ୍ଜଳ ଭବିଷ୍ୟତ ଆଶାକରୁଛି । ଏ ଯୁବପୀଢ଼ିର ଅଥକ ପରିଶ୍ରମରେ ମୁଁ ମୋ ସୁନାର ଭାରତର ପୁନଃନିର୍ମାଣ ଦେଖୁଛି । ତମେ ଦେଇଥିବା ସଂସ୍କାର ଆଉ ସେ ଅର୍ଜନ କରିଥିବା ବିଦ୍ୟାକୁ ଯଦି ଆମ ହିମା ଦେଶ ନିର୍ମାଣରେ ଲଗାନ୍ତା ତାହେଲେ ମୁଁ ହସିବାର ବାହାନା ପାଇଯାନ୍ତି । ଦେଶଲାଗି ସହୀଦ ହବାଲାଗି କଣ ଖାଲି ଆମ ଦେଶର ସୈନିକ ମାନେ ପ୍ରତିବଦ୍ଧ । ହିମା ଭଳି ଶିକ୍ଷିତ ଯୁବକ ମାନଙ୍କର କଣ କିଛି କର୍ତ୍ତବ୍ୟ ନାହିଁ ନିଜ ଦେଶ ମାତୃକା ଲାଗି ? ବାପାଙ୍କର ଏତିକି କଥା ଶୁଣିଲାପରେ ହିମାଂଶୁ ବାପାଙ୍କର କଇଁ କଇଁ କାନ୍ଦଣା ଶୁଣି ପାରିଲା ତା' ସହିତ ମା'ର କିଛି ଶବ୍ଦତମକୁ ପୁଣି କାନ୍ଦିଆସେ !? ଯାହା କହୁଛ କୁହ ହିମା ଜୁଆଡ଼େ ଯାଉଛି ଯାଉ ମୁଁତ ତମ ପାଖରେ ଅଛି ସବୁବେଳେ । ତମେ କାନ୍ଦନି । ଏତିକି କହି ମା'ବି କାନ୍ଦିବାକୁ ଲାଗିଲେ । କାନ୍ଦ କାନ୍ଦ ହେଇ ମା' କହୁଥାନ୍ତି ହିମା ଆସିଯାଉ ସବୁ କହିବି ତମ କଥା । ଦେଖିବି ସେ କେମିତି ଯିବ ଚାକିରୀ କରିବାକୁ ବିଦେଶକୁ । ବାପା ମନା କରୁଛନ୍ତି ମା'କୁ କିଛି ନ କହିବାକୁ  ତମେ କାହିଁକି ତା'କୁ ନ ଯିବାକୁ କହିବ ? ତା' ମନ ଯଦି ନିଜ ଜନ୍ମଭୂମି ପ୍ରତି ସମର୍ପିତ ନୁହେଁ ତମେ ମନାକରି ଭବିଷ୍ୟତରେ ନିଜଲାଗି ନିନ୍ଦା ଲାନ୍ଛନାକୁ ନିମନ୍ତ୍ରଣ କରିବ କାହିଁକି ? ରାତ୍ରିର ନିଶବ୍ଦକୁ ହିମାଂଶୁର ବାପା ମା'ଙ୍କ ଅଦୃଶ୍ୟ ବେଦନା ଉପହାସ କରୁଛି । 

ଘରର ବାହାରେ ବାପା ମା'ଙ୍କର ସମସ୍ତ କଥାକୁ ଆତ୍ମସାତ କରୁଥିବା ହିମାଂଶୁ ବୈଶାଖର ଝାଞ୍ଜିରେ ହିମାଳୟର ହିମଖଣ୍ଡ ପ୍ରାୟ ସ୍ଥିର ଆଉ ସ୍ଥାଣୁ ପାଲଟି ଯାଇଛି । ତା'ର ଅଳ୍ପ ପାଠୁଆ ବାପାଙ୍କ ମହାନତା ଆଗରେ ନିଜର ଉଚ୍ଚ ଶିକ୍ଷାକୁ ତୁଚ୍ଛ ମନେକରୁଛି । ସର୍ବଦା ବାପାଙ୍କର ତାଗିଦ ଆଉ କଠୋରତା ଦେଖିଥିବା ହିମାଂଶୁ ଆଜି ବାପାଙ୍କ ଭିତରେ ଗୋଟେ ଅବୋଧ ଶିଶୁକୁ ଠାବ କରିଛି । ବାପାଙ୍କର ଜନ୍ମଭୂମି ପ୍ରିତୀ ଆଗରେ ବଡ଼ ବଡ଼ ନେତାଙ୍କର ମନଲୋଭା ଭାଷଣ ବି ଫିକା ପଡିଯାଇଛି । ନିଜର ଭାବାବେଗକୁ ସମ୍ଭାଳି ବହୁ କଷ୍ଟରେ ହିମାଂଶୁ ମା'ଙ୍କୁ କବାଟ ଖୋଲିବାକୁ ଡାକିଲା । ହିମାର ଡାକରେ ବାପା ମା' ନିଜକୁ ସାମାନ୍ୟ ଦେଖେଇବା ଚେଷ୍ଟାରେ ଲାଗିପଡ଼ିଲେ ।

କବାଟ ଖୋଲିବା ମାତ୍ରେ ମା' ପଚାରୁଛନ୍ତି ତୁ କେତେବେଳେ ଆସିଲୁ ଧନ ? ହିମା କିଛିବି ଉତ୍ତର ନକରି ସିଧା ବାପାଙ୍କ ପାଦ ତଳେ ପଡ଼ିଯାଇଥିଲା । ମତେ କ୍ଷମା କରିଦିଅ ବାପା । ମୁଁ ତମର ଭାବନାକୁ ଅସମ୍ମାନ କରିଛି । ଆଧୁନିକତାର ଚାକଚକ୍ୟ ପଛରେ ଅନ୍ଧ ହୋଇ ମାତୃଭୂମି ପ୍ରତି ଅବହେଳା କରିବାକୁ ଯାଉଥିଲି । ମତେ ସାରା ଜୀବନ ଶାସନ କର ବାପା । ମତେ ଯୁବକ କହି ଶାସନ କରିବାରୁ ବିରତ ହୁଅନି ବାପା । ମୁଁ ବଞ୍ଚିଥିବା ଯାଏ ମୋ ଜୀବନକୁ ଉତ୍ସର୍ଗ କରିବି ମୋ ଜନ୍ମଭୂମିକୁ । ଦେଶର ଉନ୍ନତିରେ ପୂର୍ଣ୍ଣ ସଚ୍ଚୋଟତାରେ ଅନବରତ କାମ କରିବି ବାପା । ମୁଁ ଗର୍ବିତ ତମର ପୁଅ ହେଇ ଜନ୍ମ ହେଇଥିବାରୁ । ସବୁ ଜନ୍ମରେ ମୁଁ ତମରି ପୁଅହେଇ ଜନ୍ମ ହେବାକୁ ଈଶ୍ୱରଙ୍କୁ ପ୍ରାର୍ଥନା କରିବି । ବାପା କୋଳେଇନେଲେ ହିମାକୁ ଯେମିତି ସେଇ କୁନି ଅଝଟିଆ ହିମା ତାଙ୍କ ପାଖରେ ଅଳିକରୁଛି ପୁଣିଥରେ । ବାପାଙ୍କର ଆଖିରେ ଆଶାର ଚମକ ଆଖିଆଗରେ ଖେଳିଯାଉଛି ସୁନାର ଭାରତର ପୁନଃ ନିର୍ମାଣର ଛବି । 

ବାପା ହିମା ଆଶା

Rate the content


Originality
Flow
Language
Cover design

Comments

Post

Some text some message..