Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational

5.0  

Rasmi Rekha Tripathy

Inspirational

ଭବିଷ୍ୟତ

ଭବିଷ୍ୟତ

1 min
7.1K



       ମୋ ପୁଅକୁ ପ୍ରତିଷ୍ଠିତ ନାଗରିକଟିଏ କରିବାର ସ୍ୱପ୍ନ ନେଇ ମୁଁ ତାକୁ ପ୍ରତିଷ୍ଠିତ ଡୁନ୍ ସ୍କୁଲରେ ଭର୍ତ୍ତି କରିବାର ନିଷ୍ପତ୍ତି ନେଇଥିଲି l ଏହା ପ୍ରାୟ 50 ବର୍ଷ ତଳର ଘଟଣା lସେତେବେଳେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ମୋତେ ବାରଣ କରି କହିଥିଲେ, ଏହିଠାରେ ପିଲାଙ୍କ ଭବିଷ୍ୟତ ସଜାଡି ହୋଇଯିବ ସତ, କିନ୍ତୁ ସେମାନଙ୍କଠାରେ ମାନବିକ ଭାବ ରହିବ ନାହିଁ l ମୁଁ ଶୁଣି ନ ଥିଲି ତାଙ୍କ କଥା l

       ଆଜି ଉତ୍ତର ଅଶୀ ବର୍ଷରେ ମୋ ଘରେ ମୁଁ ଓ ମୋ ସ୍ତ୍ରୀ l ପୁଅ ତାର ଭବିଷ୍ୟତ ଗଢିବାର ନିଶାରେ ଦେଶକୁ ଦେଶ ଘୁରି ବୁଲୁଛି l ତା ପସନ୍ଦରେ ବାହା ହେଲା ଗୋଟେ ଅଲଗା ରାଜ୍ୟର ଝିଅକୁ l ତା ବାହାଘରେ ଆମେ କୁଣିଆ ହିଁ ଥିଲୁ l ଆମ ପାଖରେ ଆଖିଦୃଶିଆ ବ୍ୟାଙ୍କ୍ ବାଲାନ୍ସ୍ l କିନ୍ତୁ ଆମେ ଏକା l ପୁଅ ମନରେ ଆମ ପ୍ରତି କିଛି ଭାବ ନାହିଁ l ମୋର ସେହି ନିଷ୍ପତ୍ତି ତାକୁ ପ୍ରତିଷ୍ଠିତ ମଣିଷଟିଏ କରିବା ସାଙ୍ଗେ ସାଙ୍ଗେ ଭାବ ହୀନ ମଣିଷଟିଏ ମଧ୍ୟ କରି ଦେଇଛି l ମୁଁ ଜାଣେନି ଆମ ଦାହ ସଂସ୍କାର ପାଇଁ ମଧ୍ୟ ସେ ଆସିବ କି ନାହିଁ ???


Rate this content
Log in

Similar oriya story from Inspirational