ଶନିସପ୍ତା
ଶନିସପ୍ତା
ଛାଇ ପଡୁଛି କୁଆଡେ ତାଙ୍କ ବାଡ଼ିରେ ଏପଟର ଗଛଟିରୁ ହାଣି ଦେଲା ଟିକି ଟିକି କରି ଦି ପଟକୁ ଡ଼ାଳ ମେଲାଇ ବସିଥିବା ଫଳନ୍ତି ଗଛଟିକୁ | ମାଟିରେ ଲୋଟି ଥିଲେ କେତେ କସି ଫଳ ଆଉ ଫୁଲ ବି | ଟାଣି ଧରିଥିଲା ମାଆ ଭେଣ୍ଡିଆ ପୁଅଟିକୁ ଘୋଷାଡ଼ି ହୋଇ ମାଟିରେ ପାଞ୍ଚ ହାତ ଯାଏ କେହି ନାହାନ୍ତି କହିବାକୁ, ବାପ ଛେଉଣ୍ଡ ପୁଅ ସପକ୍ଷରେ |
ଯିଏ ବି ନିଜର ଥିଲେ କବାଟ ବନ୍ଦ କରିଦେଉଥିଲେ ଦିପହର, ଖାଇବା ବେଳ ତ ! ରାତିକୁ ମା' ମାରି ଦେଉଥିଲା ତେଲ ପୁଅ ଦେହରେ |
କହି ହେଉଥିଲା ଏବେ ପରା ତାର ଶନିସପ୍ତା ମହାଦଶା ଅଛି ଯାହା ହେଉ ଅଳ୍ପକରେ କଟିଗଲା |
ବହୁତ ବଡ଼ ଅଘଟଣ ଘଟିବାର ଥିଲା | ପୁଅ ଶୋଇ ଗଲା | ମା ବି ଅନୁଭବ କରିନେଲା ନିଜ ଶରୀରରେ ବାଁ ଜଙ୍ଘର ପୀଡା ଦିନବେଳେ ଘୋଷଡ଼ାରୁ | କାନି ପାରି ଶୋଇଗଲା ମା ସେଇଠି, ପୁଅ ପାଖରେ |