Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଚଗଲି ପ୍ରିୟା

ଚଗଲି ପ୍ରିୟା

8 mins
7.4K


ବିପିନ ବିହାରୀ ସାହୁ

କରମ ଯେତେବେଳେ ପୋଡିଯାଏ ସେତେବେଳେ ସୁଖ ଶାନ୍ତି ପାଇବା କଅଣ ଆଶା କରାଯାଏ । ଭଗବାନ ବୋଧେ ଭଲ ପାଆନ୍ତି ଏଇ ନିରୀହ ଲୋକମାନଙ୍କୁ ଦୁଃଖ ଦେବା ପାଇଁ । ଝୁମ୍ପୁଡି ବସ୍ତିର ସନାଟା କାହିଁ କେତେଦିନରୁ ଏଇ ଝୁମ୍ପୁଡି ବସ୍ତିରେ ଦିନ ମଜୁରିଆ ଭାବେ ତାକୁ ଦେଖିବାକୁ ମିଳେ । ସେ ଟିକେ ଭୋଳା, ଯାହା ବୁଝିଥିବ ସେଇଆ । ହୃଷ୍ଟ ପୁଷ୍ଟ ବଳିଷ୍ଠ ଚେହେରା । ଦେଖିବାକୁ ଭୂଷଣ୍ଡ କଳା । ହେଲେ କଅଣ ହେଲା । କାମ କରିବାକୁ ଧୁରନ୍ଧର । ସରକାରଙ୍କର ଜମି ଉପରେ ଗଢି ଉଠିଥିବା ଏଇ ଝୁମ୍ପୁଡି ବସ୍ତିରେ ଜାଗା ଟିକେ ମିଳିଛି । ସେ ଘର ତ ନୁହେଁ କଳା ଜରି ପାଲରେ ଆବଦ୍ଧ କୁଡିଆ ଟିଏର ଭ୍ରମ ସୃଷ୍ଟି କରେ । ବସ୍ତିଟିକୁ ଦେଖିଲେ ଲାଗେ ପ୍ରକୃତିର କାନ୍‌ଭାସରେ କିଏ ଜଣେ ଚିତ୍ରଶିଳ୍ପୀ ଆଙ୍କି ଦେଇଛି ଧାଡି ଧାଡି ପାଇନ୍‌ ଗଛ । ବସ୍ତିଟିର ଶେଷ ମୁଣ୍ଡରେ ନମିତାର ଘର । ଅତି ସନ୍ଦୁର ଚୁଲ୍‌ ବୁଲିଆ ଝିଅଟେ । ହସ ବିନା ଲୁହ ଯେମିତି ତାକୁ ସ୍ପର୍ଷ କରି ନାହିଁ । ଜହ୍ନି ଫୁଲ ପରି ଗୋରା ଦଗ ଦଗ ଦେହଟା ତାର । ନୂଆ ନୂଆ ଡେଣା ଲାଗିଥିବା ଚଢେଇ ପରି । ଏ ଡାଳ ସେ ଡାଳ ଡେଇଁ ବୁଲୁଥାଏ ନିତି ଦିନ । ସବୁବେଳେ ହସୁଥାଏ ଯେ ସେ ଶତୃହେଲେ ବି କେବେ ତା’ ଅମଙ୍ଗଳ ଚିନ୍ତା କରିପାରିବନି । ଦେଖିବାକୁ ଅତି ସୁନ୍ଦର ଝିଅଟିଏ । ଏତେ ସୁନ୍ଦର ସେ ତାକୁ ଦେଖିବା ପାଇଁ ବେଳେ ବେଳେ ବଡ଼ ବଡ଼ ବାବୁ ଭାୟାମାନଙ୍କ ଅଡି କାର ସେଇ ବସ୍ତିର ଶୋଭା ମଣ୍ଡନ କରେ । ମିତା ନାନି ନମିତାର ପାଳନ କାରିଣୀ ମା’ । ଶୁଣାଯାଏ ଏଇ ନମିତାକୁ କୋଉ ରାସ୍ତା କଡ଼ରୁ ପାଇ ଆଣିଥିଲା । ବଡ଼ ଘରର ପିଲାଟା ନିଶ୍ଚିନ୍ତ ଟିକେ ବଡ଼ ଘରିଆ ଷ୍ଟାଇଲ ରହିବ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଏଇ ନମିତାକୁ ଭଗବାନ ସବୁ ଗୁଣ ରୂପରେ ଭରି ଦେଇଥାନ୍ତି । ହେଲେ କଅଣ ହେବ ଝୁମ୍ପୁରି ବସ୍ତିର ବ୍ଲୁ ମୁନ୍‌ । ନିଳ ଜହ୍ନ ଟେ ସେ । କେଉଁ ଦିନ ତା’ ମନରେ ଟିକେ ବି ଦୁଃଖ ଦେଇନି ମିତା ନାନୀ । ତାଆରି ମୁହଁରେ ଟିକେ ହସ ଦେଖିବା ପାଇଁ କେତେ କଅଣ ମେହେନତି କରିଛି ସେ । କୁଟା ଖଣ୍ଡକ ଦିଖଣ୍ଡ କରିବାକୁ ଦେଇନି । କିନ୍ତୁ ପାଠ ବେଶି ପଢେଇ ପାରିଲାନି । ମାଟ୍ରିକ୍‌ ଖଣ୍ଡକ ଡିଆଇଁ ଦେଇଛି । କିଛି ଦିନ କଲେଜ ଯିବା ପରେ ତା’ ପାଠ ପଢାରେ ଡୋରି ବନ୍ଧା ହେଇଛି । ଏମିତି ଭାବରେ ସେ ବଡ଼ ହୁଏ । ଏପଟେ ସନାଟା ନିଇତି କାମକୁ ଯାଏ । ସଞ୍ଜ ନଇଁଗଲେ ପେଟେ ମଦ ପିଇ ଘରକୁ ଫେରେ । ନାଁ ଆଗରେ କିଏ ଅଛି ନାଁ ପଛରେ । ବସ୍ତିବାସିନ୍ଦାଙ୍କ ଜୀବନ ସୌକି ପ୍ରାୟ ଏୟା। କେତେ ବେଳେ କେଉଁ ଦୁର୍ବଳ ମୁହୁର୍ତ୍ତରେ ନମିତା ସହିତ ଦେଖା ହୁଏ । ଭୋଳାଟା କିଛି ଫିଲିଙ୍ଗିସ ବୁଝି ପାରେନି । ନମିତା ତାକୁ ଭାଇ ଭାଇ ବୋଲି ଡାକେ । ତା’ ସାଙ୍ଗରେ ଥଟା ମଜା ହୁଏ । ଘଷେଇ ନଷେଇ ଫୁଲେଇ ହୁଏ । ବେଳେ ବେଳେ ବାଟରେ ଯାଉଥିଲେ ତାକୁ ପଥର ଗୋଡି ଫୋପାଡି ଦିଏ । ଇଏ ଯେ ବୟସର ଦୋଷରେ ନୂଆ ନୂଆପ୍ରେମର ଲକ୍ଷଣ ବୋଲି ଏଇ ଭୋଳା ସନାଟା ବୁଝି ପାରେନି । ତାକୁ ବେଳେ ବେଳେ ବାଡ଼େଇବା ପାଇଁ ଗୋଡାଏ । ତା’ ଚୁଟି ଭିଡି କେତେ ବେଳେ ବାଡାଏ ମଧ୍ୟ ଏବଂ କହେ ଏଇ ନମିତା । ତୁ ମୋ ସାଙ୍ଗରେ କାହିଁକି ଲାଗୁଛୁ ? ମୁଁ କ’ଣ ତୋ ସାଙ୍ଗ । ତୁ ଯାଉନୁ ଝିଅ ପିଲାଙ୍କ ସାଙ୍ଗରେ ଲାଗିବୁ । ସେ ହସି ହସି କହେ ଏଇ ସନାଭାଇ, ଝିଅ ପିଲାଙ୍କ ସାଙ୍ଗରେ ଲାଗିଲେ କଣ ଏମିତି ମଜା ମିଳିବ । ସନାଟା ତା’ କଥା କିଛି ବୁଝି ପାରେନି । ଟିକେ ହସିଦେଇ ତା’ କାମରେ ଚାଲି ଯାଏ । ଏମିତି ଥଟ୍ଟା ମଜାରେ କିଛି ଦିନ ବିତିଯିବା ପରେ ଏମିତି ଗୋଟେ ବର୍ଷା ରାତି ସେ ଦୁଇ ଜଣଙ୍କ ଜୀବନର ମୋଡ଼କୁ ବଦଳେଇ ଦେଇଥିଲା । ଧାରା ଶ୍ରାବଣରେ ଝଡି ବର୍ଷା ପରିବେଶକୁ ଜଡ଼ ଶଡ଼ କରି ରଖିଥାଏ । କାହିଁ କେତେ ଦିନ ହେବ ବର୍ଷା କମିବାର ନାଁ ଧରୁ ନ ଥାଏ । ଘରେ ଥିବା ଛୋଟିଆ ଖଟ ଉପରେ ଶୋଇ ଶୋଇ ସନାଟା ବିରକ୍ତିଆ ହୋଇ ଗଲାଣି । ପାଖରେ ଆଉ ମଧ୍ୟ ପଇସା ନାହିଁ । ଯାହା ଖାଇବା ଥିଲା ସବୁ ସରିଗଲାଣି । ଖାଇବାକୁ ପଇସା ନାହିଁ । ମଦ ପିଇବ କ’ଣ ? ସେମିତି ଖଟ ଉପରେ ମୁହଁ ମାଡି ଶୋଇଥାଏ । ସନ୍ଧ୍ୟା ରତ ରତ ସମୟ । ବର୍ଷା ଛାଡିବାର ନାଁ ଧରୁ ନ ଥାଏ । ସନା ତା’ ଉପରେ ଟପ୍‌ ଟପ୍‌ ହୋଇ କିଛି ବୁନ୍ଦା ପାଣି ପଡିବାର ଅନୁଭବ କଲା । ଆଖିକୁ ଟିକେ ମର୍ଦ୍ଧି ମର୍ଦ୍ଧି ଝାପ୍ସା ଭାବେ ଦେଖିଲା । ଗୋଟେ ଭଙ୍ଗା ଛତା ଧରି ସାମନାରେ ନମିତା ଠିଆ ହୋଇଛି । ପିନ୍ଧିଥିବା ଟୁ ପିସ୍‌ ତଳୁ ଅଧା ଓଦା ହୋଇ ସାରିଛି । ଟିକେ ହସି ଦେଇ ସନାକୁ ପେଲି ଦେଲା । ଏଇ ସନା ଭାଇ ଏମିତି ଅନେଇଛ କଅଣ । ଆରେ ଆଖି ଟିକେ ବନ୍ଦ କର । ମୋତେ ଲାଜ ଲାଗୁଛିରେ । ଟିକେ ଆଖି ପତା ପକେଇ ଦେ । ଏଇ ସନା ଭାଇ ମୁଁ କେତେ ଭଲ ଲାଗୁଛି । କହି ତା’ ମୁଣ୍ଡଟାକୁ ଟିକେ ହଲେଇ ଦେଲା । ସନାଟା ଚମକି ପଡି କହିଲା ଏଁ ହଁ ନମିତା ତୁ ଏଠି । କିଏ କଅଣ ଯଦି ଦେଖିବ କଅଣ ଭାବିବ କହିଲୁ । ସହ ଯେ ତୁ ମୋ ସାଙ୍ଗରେ ଲାଗୁଛୁ ବୋଲି ତୋ ନାଁ ସାଙ୍ଗରେ ମୋ ନାଁ ଯୋଡି ଲୋକ କେତେ କଥା ହଉଛନ୍ତି । ଏଡେ ଝିଅଟେ ହେଲୁଣି ଟିକେ ବୁଝିବା ପାଇଁ ଚେଷ୍ଟା କର । ସେ କହିଲା କିଛି ବୁଝିବାର ନାହିଁ । ତୁ କଅଣ ଖାଇଛୁ କହିଲୁ । ମୁଁ ଜାଣିଛି ତୁ କିଛି ଖାଇ ନ ଥିବୁ । ଝଡି ବର୍ଷା ତ ଲାଗି ରହିଛି । କାମକୁ ତ ଯାଇନୁ । ଆଉ ଅଛି ଯେ ଖାଇବୁ । ଉଠ୍‌, ରୁଟି ଆଉ ଆଳୁ ଭଜା ଆଣିଚି ଖାଇ ଦେ । ଆସିଲୁ ଆସିଲୁ କହି ସନାର ଡେଣା ଧରି ଧରି ଉଠେଇଲା । ଏତେ ବଡ ବାହୁ ଯେ ତାର ଦୁଇ ହାତରେ ଉଠେଇଲା ସନା କିଛି ବୁଝିବା ପୂର୍ବରୁ ସେ ଖାଲି ଜଳ ଜଳ ହୋଇ ତା ମୁହଁଟାକୁ ଅନେଇ ଥାଏ । ହୁଣ୍ଡା ଭଳି ଖଟରୁ ଉଠି ତଳେ ବସିଲା । ନମିତା କହିଲା ଏଇ ସନା ଭାଇ ହାତରେ ଖାଇବୁ ନାଁ ଖୁଆଇ ଦେବି । କହି ଆଳୁ ଭଜା ଟିକିଏ ରୁଟି ଟିକିଏ ତାକୁ ଖୁଆ ଦେଲା । ସନା କହିଲା ନମିତା, ତୁ ଖାଇବୁନି । ସନା ଭାଇ ସତରେ ତୁ ଗୋଟିଏ ବୁଦୁଟା । ତୁ କିଛି ବୁଝି ପାରୁନୁ । ମୁଁ ଖାଇନି କଅଣ ମୁଁ ଉପାଶେ ଅଛି । ମୁଁ ଖାଇକି ତୋ ପାଇଁ ରୁଟି ନେଇକି ଆସିଛି । ଖାଇଦେ । ବେଶି ବକ୍‌ ବକ୍‌ ହଅନି । ଆଲୋ ଏମିତି ତୁ କାହିଁ ମୋ ପାଇଁ ଏତେ କରୁଛୁ କହିଲୁ । ସେତେବେଳେକୁ ନମିତା ସେଇ ଝୁମ୍ପୁଡି ଘରର ଗୋଟେ କ’ଣରେ ଚକା ପକେଇ ବସି ସନାର ବଳିଷ୍ଠ ଦେହଟାକୁ ଆଖି ପହଁରାଉଥାଏ । ସନା ଖାଇବା ଭିତରେ କହିଲା ଆଲୋ ଏମିତି କଅଣ ଚାହିଁଛୁ । ଆଲୋ ତୁ ଏଠିକୁ ଆସିଛୁ ବୋଲି ଯଦି ମିତା ମାଉସି ଜାଣିବ ମୋ ରକତ ପିଇ ଯିବ । ମୁଁ ତୋ ହାତ ଯୋଡୁଛି, ତୁ ଏଠୁ ପଳା । ହେ ଆରେ ଏମିତି ମାଇଚିଆ ଭଳିଆ କଣଅ ହଉଛୁ । ମୁଁ ଯିବିନି ଯା । ଆରେ ମୁଁ ଏଠିକି ଆସିଛି ବୋଲି ସେ କଅଣ ଜାଣିଛି ? ଏତେବଡ଼ ଚେହେରା ରଖିଛୁ ପୁଣି ଡରୁଛୁ । ଏ ସନା ଭାଇ କହି ଦେନା ମୁଁ ତତେ କେମିତି ଲାଗୁଛି । କେଡେ ଅଣ୍ଡିରି ଚଣ୍ଡିଟା କି ଲୋ ତୁ । ଝିଅ ପିଲାଟା ହେଇ ଏମିତି କଅଣ କହୁଛୁ । ଏ ଆହାରେ ମୋ ମରଦଟା ତୁ । ଛାଡ଼ ତୋତେ ବୁଝେଇ କିଛି ଲାଭ ନାହିଁ । ଆରେ ଏ ସନା ଭାଇ ମୋତେ ଦେଖି ତୋତେ କିଛି ଲାଗୁନି ? ମୁଁ କଅଣ ତୋତେ ସୁନ୍ଦର ଦେଖା ଯାଉନି । କିଏ କହିଲା, ତୁ ତ ମୋ ସୁନ୍ଦରିଟା । କାହା ଜିଭରେ ହାଡ ଅଛି ସେ କହିବ ତୁ ମତେ ଜାଣିନୁ । ନମି ହାଣିଦେବି । କବାଟଟା ଖୋଲା ଅଛି ତ । ମୋତେ କହିବାକୁ ଟିକେ ଲାଜ ଲାଗୁଛି । ହଁ, ତୁ ଏବେ ଲାଜ କଲୁଣିତ । ଏଇ ସମୟରେ ଗୋଟେ ଘଡ ଘଡି ଏତେ ଜୋର୍‌ରେ ମାରିଲା ଯେ, ନମିତା ବସିଥିବା ଜାଗାରୁ ସିଧା ଛିଟିକିପଡିଲା ସନା ଉପରକୁ । ବାହାରେ ବର୍ଷା ଯେ, ମୁଷଳ ଧାରରେ ବରଷୁ ଥାଏ । ବର୍ଷା ଥମିବାର ନାଁ ଧରୁ ନଥାଏ । କିଛି ମୁହୂର୍ତ୍ତରେ ନିରବତା ଭିତରେ ଦୁଇଟା ନିରୀହ ମନ ଦେହ ଏକାଠି ହୋଇଗଲା ।ସେତେବେଳକୁ ରାତ୍ରିର ବିଳମ୍ବିତ ପ୍ରହର । ବର୍ଷା ଧୀରେ ଧୀରେ କମିଗଲାଣି । ରଜନି ରାଣୀ ତା’ର ଘୋର କାୟା ବିସ୍ତାର କରି ଆଚ୍ଛାଦିତ କରି ରଖିଛି ପରିବେଶକୁ । ଏଇ ସମୟରେ ସନାର ନିଦ ଭାଙ୍ଗିଲା । ଅନ୍ଧାରିଆ ଝୁମ୍ପୁଡି ଘରଟାକୁ ଦିବିରି ଦିବିର ହୋଇ ଜଳୁ ଥିବା ଲଣ୍ଠନର କ୍ଷୀଣ ଆଲୋକରେ ଦେଖିଲା ନମିତା ଅର୍ଦ୍ଧ ନଗ୍ନ ଅବସ୍ଥାରେ ତା’ ଉପରେ ଲଦି ହୋଇ ଶୋଇଛି । ସନାଟାକୁ ଲାଜ ଲାଗିଲା । ନମିତାର ଡ୍ରେସ ପୋଷାକ ତା’ ଗୋପନୀୟ ଅଙ୍ଗରେ ଆବଦ୍ଧ କରି ରଖିଦେଲା ଓ କହିଲା ଏଇ ନମିତା ଉଠ୍‌ । ରାତି ଅନେକ ହେଲାଣି । ଏଠି ଏମିତି ଶୋଇଥିବୁ ନା କଅଣ । ଉଠ୍‌ । ଦୁଇ ହାତରେ ତାକୁ ଟିକେ ହଲେଇ ଉଠେଇବା ପାଇଁ ଚେଷ୍ଟା କଲା । କିଛି ସମୟ ପରେ ନମିତା ଉଠିଲା । ଆଖି ଫିଟୁ ନ ଥାଏ । କହିଲା ଏଇ ସନାଭାଇ ରହ ଆଉ ଟିକେ ଯାଉ । କହି ସନାକୁ ଯୋରରେ କୁଣ୍ଢେଇ ଧରିଲା । ସନା ତା ପରେ କହିଲା ଆଲୋ ଏଇ ଅଣ୍ଡିରି ଚଣ୍ଡି କଅଣ ଏମିତି ହଉଛୁ । ମିତା ମାଉଷି ମୋତେ ଆଉ ବାକି ରଖିବନି । ତୁ ତ ମରିବୁ ଶେଷରେ ମୋତେ ମାରିବୁ । ଉଠିଲୁ ମୁଁ ତୋତେ ନେଇ ଛାଡି ଦେଇଆସେ । ନମିତା କହିଲା କାହିଁକି ଏମିତି ଫୁଲେଇ ହଉଛୁ କହିଲୁ । ରହ ଆଉ ଟିକେ ଶୋଇବାକୁ ଦେ । ସତ କହିଲୁ ସନା ଭାଇ । ମୁଁ ତୋ ପାଖରେ ରହିଲେ ତୋତେ ଭଲ ଲାଗୁନି । ଆଲୋ କିଏ କହିଲା ଭଲ ଲାଗୁନି । ମୁଁ ତ କେତେ ଖୁସି ତୁ ବୁଝି ପାରିବୁନି । ମୁଁ ଚାହେଁ ତୁ ଏମିତି ମୋ ପାଖରେ ସବୁ ବେଳେ ଥା ... । ସତ କହିବାକୁ ଗଲେ ତୁ ମୋତେ ବହୁତ ଭଲ ଲାଗୁଛୁ ଲୋ । ପାଟିରୁ କଥା ଛଡେଇ ନେଇ ନମିତା କହିଲା ମୁଁ ତୋତେ ଭଲ ଲାଗୁଛୁ ଟି ଆଉ ଏତେ ‘ଟେଇ ହଉଛୁ କାହିଁ । ଆ ଆଉ ଟିକେ ଶୋଇ ପଡିବା । ଏଇ ଭଳି ଭାବେ ହସ ଖୁସିରେ ରାତି ପାଇ ସକାଳ ଆଠଟା ହେଇ ସାରିଥାଏ । ବାହାରୁ କବାଟର ଠିକ୍‌ ଠକ୍‌ ଶବ୍ଦରେ ଦୁଇ ଜଣ ଯାକ ଉଠି ବସିଲେ । ଉଭୟେ ଉଭୟଙ୍କୁ ଚାହିଁ ରହିଲେ । ଘରର ଜରି ପାଲରେ ତିଆରି ହୋଇଥିବା ଛାତର କଣା ବାଟ ଦେଇ ସୂର୍ଯ୍ୟଙ୍କର କ୍ଷୀଣ ରଶ୍ମି ଅଳ୍ପ ଆଲୋକିତ କରି ରଖିଥାଏ ସାରା ଘରଟାକୁ । ନମିତା କହିଲା ସନା ଭାଇରେ ଏବେ କଅଣ ହବ । ବାହାର ବସ୍ତିର ଗୋଟା ଯାକର ଲୋକେ । ତୋ ମୁଣ୍ଡ ଗଣ୍ଡି ହବ । ରାତିରେ କହୁଛି ଚାଲ ଘରେ ଛାଡି ଦେଇ ଆସିବି । ଏବେ ନାମ ନେଓ । ହଉ ଏବେ କଅଣ କରିବା ସନା ଭାଇ । ବାହାରେ ବୋଉ ପାଟି ଶୁଭୁଛି । ହଉ ରହ ଦେଖିବା । ଯିଏ ଯାହା କହିବ ମାରିକି ତା’ ମୁଁହ ଫଟେଇ ଦେବି କହି ଧିରେ ଧିରେ କବାଟ ଖୋଲିଲା । ସେତେବେଳକୁ ନମିତ ତା ଡ୍ରେସକୁ ସଜାଡି ଘରର ଗୋଟେ କଣରେ ଠିଆ ହୋଇଥାଏ । କବାଟ ଖୋଲି ଦେଖିଲା ବେଳକୁ ହଠାତ୍‌ ହୁସେନ ଚାଚା କହିଲେ କିରେ ସନା ଏତେ ସକାଳ ଯାଏ କ’ଣ ଘରେ ଶୋଇଥିଲୁ । ନମିତା କାଇଁ ? ତାକୁ ଖୋଜି ଖୋଜି ବସ୍ତି ଗୋଟାଯାକ ଲୋକ ଆମ ଆଖିରୁ ନିଦ ହଜି ସାରିଲାଣି । ଆରେ କିଛି କହୁନୁ । ନମିତା ଘରେ ଅଛିତ । ସେତେ ବେଳକୁ ବସ୍ତି ଗୋଟାଯାକ ଲୋକ ତା’ ଦୁଆରେ ଜମା । ମୁଣ୍ଡ ହଲେଇ ହଁ କଲା । ନମିତା ବି ଧିରେ ଧିରେ ପାଦ ପକେଇ ସନା ପଛ ପଟେ ଛିଡା ହେଲା । ଏଇ ଦୁଇ ଜଣଙ୍କୁ ଦେଖି କୋଳାହଳମୟ ପରିବେଶଟା କିଛି ସମୟ ପାଇଁ ନିରବ ହୋଇଗଲା । କିଏ କିଛି କହିବା ପୂର୍ବରୁ ମିତା ମାଉସି କହିଲା ଚାଲ ନମି ଘରକୁ । ନାଁ ମା’ ମୁଁ ଆଉ ଘରକୁ ଯିବିନି ା ଆଜିଠାରୁ ଏଇ ମୋ ଘର ଏଇ ମୋ ସଂସାର । ମରିବି ଯଦି ଏଇଠି ଯିଇବି ଯଦି ଏଇଠି । ଗଲା କାଲିର ବର୍ଷା ରାତି ମୋ ଜୀବନର ଗତି ପଥକୁ ବଦଳେଇ ଦେଇଛି । ମା’ ଆମେ ଭୁଲ କରି ବସିଛୁ । ଏଇ କଥା ଶୁଣି ହୁସେନ୍‌ ଚାଚା କହିଲେ ଆରେ କିଏ କହିଲା ତୁମେ ଭୁଲ କରିଛ । ଦୁଇଟା ଆତ୍ମାର ପବିତ୍ର ବନ୍ଧନ ଏଇ କ’ଣ କେବେ ଆଲ୍ଲାଙ୍କ ଦରବାରରେ ଭୁଲ ହୋଇପାରେ । ସ୍ନେହ ପ୍ରେମ ଭଲ ପାଇବା କଅଣ କେବେ ଭୁଲ ହୋଇପାରେ । ତୁମେ କେବେ ଭୁଲ କରିନ । ପ୍ରେମର ଅନ୍ୟ ନାମ ସାଶ୍ୱତ ପବିତ୍ର । ସେଇ ପ୍ରେମହିଁ ଆଲ୍ଲା ସେଇ ପ୍ରେମ ହିଁ ଭଗବାନ । ତୁ ଚିନ୍ତା ମତ୍‌ କର ବେଟି । କିରେ ସନା ତୁ ଭିତରେ ଭିତରେ ଏତେ ବାଟ ଆଗେଇ ଯାଇଛୁ । ହଉ ହଉ ଆଚ୍ଛା ବାତ୍‌ ହେ । ଆମ ବସ୍ତିର ନିଳ ଜହ୍ନ ଆମ ବସ୍ତିରେ ହିଁ ରହିଲା । ବହୁତ ଭଲ କଥା । ତାପରେ ମୁଣ୍ଡରେ ଟିକେ ହାତ ମାରି ସନା କହିଲା । ନାଇଁ ଚାଚା ମୋର କିଛି ଭୁଲ୍‌ ନାହିଁ । ସବୁ ଭୁଲ ଏଇ ନମିତାର । କହିଲା ବେଳକୁ ନମିତା ଗୋଟେ କହୁଣିଆ ଦେଲା ସନାକୁ । ହଁ ମୋରତ ଏକା ଭୁଲ୍‌ । ତୁମେ କିଛି ଜାଣିନ । ତାପରେ ହୁସେନ୍‌ ଚାଚା ହସି ହସି କହିଲେ ହଉ ହେଲା ହେଲା । ଏମିତି ଝଗଡା ନାଇଁ । ଏଇ ବସ୍ତି ବାସୀ ସମସ୍ତେ କାନ ଖୋଲି ଶୁଣ । ଆଜି ସନ୍ଧ୍ୟାରେ ମହୋତ୍ସବ କର । ଜସମ୍‌ ମନାଓ । ଠିକ୍‌ ଅଛି ବେଟି । ତୋର ମାଆକୁ ଆମେ ସମଝାଇବୁ । ଆର୍‌ ତୁମ ଦୁଇ ଜଣଙ୍କର ସାଦ୍ଦି ଖୁବ୍‌ ଧୁମ୍‌ ଧାମରେ ପାଳନ କରିବୁ ।


Rate this content
Log in

Similar oriya story from Classics