Trupti Paikaray

Inspirational Thriller


3  

Trupti Paikaray

Inspirational Thriller


“ବର୍ଷା ରୁ ବସନ୍ତ”

“ବର୍ଷା ରୁ ବସନ୍ତ”

10 mins 13.6K 10 mins 13.6K

“ବର୍ଷା ରୁ ବସନ୍ତ”

ବସ୍ତାରୁ ଭଳିକିଭଳି ଫଟୋ ଆଉ ପୋଷ୍ଟର ସବୁ ବାହାରକରି ଧାଡ଼ିକି ଧାଡି ସଜାଡି ରଖୁଥାଏ ଅମ୍ବର, ଗୋଟେ ବ୍ରସ୍ ବାହାର କରି ଝାଡି ପକାଉଥାଏ ସେ ସବୁକୁ ସେଥିରେ ଯେମିତି ଧୂଳି ନଲାଗିବ, ନହେଲେ ଯିଏ ଫୋଟୋ କିଣିବାକୁ ଆସିବ ସିଏ ଦେଖିକି ଅମଙ୍ଗ ହେବେ କାଳେ I ଗୋଟେ ଧାଡିରେ ଠାକୁର ଫଟୋ, ଆଉ ଗୋଟେ ଧାଡିରେ ଫୁଲ ଆଉ ବିଭିନ୍ନ ସିନେରୀ ସବୁ, ଆଉ ଗୋଟେ ପଟେ ସବୁ ଫିଲ୍ମ ଷ୍ଟାରମାନଙ୍କ ଫୋଟୋ ଆଉ ଗୋଟେ ଧାଡିରେ ଜୀବନ ଆଉ ପ୍ରେମକୁ ନେଇ ଲେଖା ହେଇଥିବା କୋଟସ I ପ୍ରତିଦିନ ଗୋଟେ ପାଲ ପକେଇ କଲେଜ ଗେଟ ସାମନାରେ ବସେ ଅମ୍ବର, ଆଉ କେବେକେବେ ବଜାର ଉପରେ ତ ପୁଣି କେବେ ମେଳା ହେଉଥିବା ଜାଗାରେ I ସେସବୁ ଫୋଟୋ ଆଉ ଭଳିକି ଭଳି ପୋଷ୍ଟର କଲେଜ ପିଲା କିଣିକି ନେଇଯାନ୍ତି, ସେଥିରୁ ତାକୁ ୨ ପଇସା ମିଳିଲେ ତା ଘର ଚଳେ, ଆଉ ସକାଳୁ ଖବରକାଗଜ ବାଣ୍ଟେ I

 

ଅମ୍ବରକୁ  ଯେତେବେଳେ ୫ ବର୍ଷ ସେତେବେଳେ ତା ବାପା  ଦ୍ୱିତୀୟ ବିବାହ  କରି ଘରଛାଡି ଚାଲିଯାଇଥିଲେ  , ଏମିତିକି ସେମାନଙ୍କ ସହ କୌଣସି ସମ୍ପର୍କ ବି ନଥିଲା I ସେ, ତା ସାନ ଭଉଣୀ ଆଉ ତା ମାଆ, ତିନିଜଣରେ ତା ପରିବାର I ବାପା ଯିବା ଦିନରୁ ତା ମାଆ ଚିନ୍ତା କରିକରି ରୋଗରେ, ତାଙ୍କର ହାର୍ଟ ପ୍ରୋବ୍ଲେମ ଅଛି I ଅମ୍ବର ଛୋଟ ହେଇଥିଲା ଯେତେବେଳେ ତା ମାଆ ସେମିତି ସିଲେଇ କରି ଘର ଚଳାଉଥିଲେ, ପଇସାର ଭାରି ଅଭାବ I ତାପରେ ପିଲାମାନେ ବଡ ହେଇଗଲେ, ହେଲେ ପିଲାଙ୍କୁ ପାଠ ପଢ଼ାଇବାକୁ ହେବ, ସେଥିପାଇଁ ମାଆ କଷ୍ଟେମଷ୍ଟେ କାମକରି ଦିପଇସା ରଖୁଥିଲେ I କେବେକେବେ ଭଲକରି ଖାଇବାକୁ ଟିକେ ପଇସା ନଥାଏ I ଭୋକଉପାସରେ ବି ସେମାନେ ଦିନ କାଟିଛନ୍ତି I ଅମ୍ବର ଆଉ ସାନଭଉଣୀ  ନିଜ ଘରପାଖରେ ଥିବା ସରକାରୀ ସ୍କୁଲରେ ପାଠପଢିଲେ I ଅମ୍ବର ଭାରି ପରିଶ୍ରମୀ, ଘର କାମରେ ମାଙ୍କୁ ସାହାଯ୍ୟ କରେ ଆଉ ମନଦେଇ ପାଠପଢେ I ଏମିତି ସମୟ ଗାଡିଚାଲିଥାଏ, ଆଉ ଅମ୍ବର ଭଲ ନମ୍ବର ରଖି ଦଶମ ପାସ କରେ, ଆଗକୁ କଲେଜ ଯିବାକୁ ମନ, ପୁଣି ମାଆ ବି ଆଉ କାମ କରିପାରୁନଥାନ୍ତି, ତେଣୁ ଘର ଦାୟିତ୍ୱ ବି ତାକୁ ନେବାକୁ ହେବ I ସେଥିପାଇଁ ସେ ଭାବିଲା କିଛି ଛୋଟମୋଟ କାମ କରିବ ଆଉ ପାଠ ବି ପଢିବ I ତେଣୁ ସେ କାମକରିବା ଆରମ୍ଭ କଲା, ସକାଳୁ ଘରଘର ଖବରକାଗଜ ବାଣ୍ଟେ ଆଉ ତାପରେ ନିଜର ଗୋଟେ ଛୋଟ ବେପାର, ବଡ ବେପାର ପାଇଁ ପାଖରେ ପଇସା ନଥାଏ I କିଛିକିଛି ପଇସା ରଖି ସେ ଫଟୋ ଆଉ ପୋଷ୍ଟର ବିକିବା ଆରମ୍ଭକଲା, କେତେବେଳେ କୋଉ କଲେଜ ସାମ୍ନାରେ ତ କେତେବେଳେ ବଜାର ଉପରେ I ଏମିତି ଅଧିକ ଦୁଇପଇସା କମେଇଲା I ସବୁ ଦିନ ପରି ସେଦିନ ଅମ୍ବର ଫୋଟୋ ଆଉ ପୋଷ୍ଟର ଧରି ବିକୁଥାଏ, ସେଦିନ ସକାଳୁ ଟିକେ ବେପାର ମାନ୍ଦା, ଗୋଟେ ବି ଫୋଟୋ ବିକ୍ରି ହୋଇ ନ ଥାଏ I ଚିନ୍ତାରେ ବସିଥାଏ ସେ, ଘରଭଡା ଦିଆହେଇନି, ଦୋକାନ ବାକି ସୁଝିବାରେ ଅଛି, ଘର ମାଲିକ ୪ଥର ଘର ଛାଡିବାକୁ କହିଲେଣି I ଯେତେ ଦୁଃଖ କଷ୍ଟ ଆସିଲେ ଅମ୍ବର ଭାଂଗିପଡେ ସତ ହେଲେ ଈଶ୍ୱରଙ୍କ ଉପରେ ଥାଏ ତାର ଗଭୀର ବିଶ୍ୱାସ I କାରଣ ଛୋଟବେଳେ ଯେବେ ତା ବାପା  ସେମାନଙ୍କୁ ଛାଡି ନିଜର ଅନ୍ୟଏକ ପରିବାର ଗଢିଲେ, ତା ମାଆ ସବୁବେଳେ ତାକୁ କହନ୍ତି "କେବେ ବି ତୁ ବିପଦରେ ବା ଦୁଃଖ କଷ୍ଟରେ ପଡିଲେ ସେଇ ଗୋପାଳକୁ ଡାକିବୁ, ଦେଖିବୁ ସେ ଆସି ତତେ ସାହାଯ୍ୟ କରିବ, ସେ ତୋ ବାପା,ମାଆ, ଭାଇ, ବନ୍ଧୁ ଆଉ କୁଟୁମ୍ବ", ଅମ୍ବର ବି ଘରେ ସେଇ ଗୋପାଳଙ୍କ ମୂର୍ତ୍ତି ରଖି ପୂଜାକରେ I ନିଜ ଦୁଃଖକଷ୍ଟ ସବୁ ବାଣ୍ଟେ ସେଇ ଗୋପାଳ ସହ, ଆଉ ତାକୁ ସତେ ଯେମିତି କିଛି ସାହସ ମିଳିଯାଏ I ସେଦିନ କିନ୍ତୁ କୋଉଠୁ ଅଚାନକ କଳାହାଣ୍ଡିଆ ମେଘ ହଟାତ ଆସି ବର୍ଷୀଗଲା, ସେ ନିଜ ଜିନିଷ ବସ୍ତାରେ ପୁରେଇ ବାନ୍ଧିବା ପୂର୍ବରୁ ସେସବୁ ବର୍ଷାରେ ଓଦା ହେଇସାରିଥିଲା, ତାରସବୁ ଜିନିଷ ଓଦାହେଇ ନଷ୍ଟ ହେଇଗଲା I ଅମ୍ବର ଆଖିରୁ ଠପଠପ ହେଇ ଲୁହ ବାହାରିପଡିଲା, ସେ ଗୋପାଳଙ୍କୁ କାନ୍ଦିକାନ୍ଦି କହିଲା ସକାଳୁ ତ ବେପାର ନଥିଲା, ସେ ଯାହାହେଉ ଯାଇ ହାଟ ଆଡେ ଟିକେ ବୁଲି ଆସିଥାନ୍ତି, କିଛି ଟିକେ ବିକ୍ରି ହେଇଥାନ୍ତା, ହେଲେ "ତୁମେ ମୋ ସହ ଏମିତି କାହିଁକି କଲ ପ୍ରଭୁ, ଏମିତି ଅଚାନକ ବର୍ଷାରେ ମୋ ସବୁ ଜିନିଷ ବର୍ବାଦ, ପାଖରେ ପଇସା ନାହିଁ ”I

 

ଭାବିଭାବି ସେଇ ଜିନିଷସବୁକୁ ବସ୍ତାରେ ପୁରେଇ ଫେରୁଥାଏ ସେ, ବର୍ଷା ଆହୁରି ବଢିଚାଲିଥାଏ I  କଳାହାଣ୍ଡିଆ ମେଘକୁ, ବିଜୁଳି ତାସାଙ୍ଗକୁ ପବନ, ଭଙ୍ଗାମନ ନେଇ ଭିଜିଭିଜି ଚାଲିଥାଏ, ଅନ୍ଧାରରେ ରାସ୍ତା ବି ଦେଖାଯାଉନଥାଏ l ଏକ ବିରାଟ ଗଛତଳେ ଦେଖି ଟିକେ ବସିପଡିଲା, ଅଚାନକ ବୁଲିକି ଚାହେଁ ତ ସେ ଗଛତଳେ ଜଣେ କିଏ ଘୋଡେଇହେଇ ବସିଛି, ମୁହଁ ତାର ଝାପ୍ସା ଦେଖାଯାଉଥାଏ I ଅମ୍ବରକୁ ଦେଖି ସେ କହିଲା “ମୁଁ ଯାଉଥିଲି, ଏତେ ବର୍ଷା ଦେଖି ଟିକେ ଅଟକିଗଲି”, କଣ୍ଠସ୍ବରରୁ ଗୋଟେ ବୃଦ୍ଧଲୋକ ବୋଲି ଲାଗିଲା, ଅମ୍ବର କିନ୍ତୁ ଅନ୍ୟମନସ୍କ, ଆଖି ଲୁହରେ ଜୁଡ଼ୁବୁଡ଼ୁ ଆଉ ସାରା ଶରୀର ବର୍ଷାରେ ଜୁଡ଼ୁବୁଡ଼ୁ l ଅମ୍ବରକୁ ଦେଖି ସେ କହିଲା ପୁଅ "ମୁଁ ଯାଇଥିଲି ବଜାରକୁ ୨ ବସ୍ତା ବାଡ଼ିତୋଳା  ପରିବାନେଇ ବିକିବାକୁ, ସକାଳୁ ବେପାର ମIନ୍ଦI, ତାସାଙ୍ଗକୁ ତୁହାକୁ ତୁହା ବର୍ଷା, ମୋର ଏ ବୟସରେ ଆଉ ବଳ ପାଉନି, ଏସବୁ ନେଇ ଫେରୁଥିଲି, ହେଲେ ଆଉ ଦେହଟା ଭଲ ଲାଗୁନି, ପାରିବିନି”, ଏତିକି କହି ସେ ଆମ୍ବରକୁ କହିଲା  "ପୁଅ ତମେ କୁଆଡେ ଯାଇଥିଲ"? ଅମ୍ବର ନିଜ ବେପାର ବିଷୟରେ କହିଲା, ତାପରେ କିଛି ସମୟ ପରେ ସେ ବୃଦ୍ଧ କହିଲେ "ପୁଅ ମତେ ଟିକେ ସାହାଯ୍ୟ କରିବ, ଏସବୁ ପରିବା ନେଇଯାଇ ତମେ ବିକ୍ରିକର, ହେଲେ ଅମ୍ବର କହିଲା "ମଉସା, କେମିତି ନେବି ଏସବୁ, ମୋ ପାଖରେ ବେଶୀ ପଇସା ନାହିଁ, ମୋ ନିଜ ବେପାର ମାନ୍ଦା, ତା ସହ ବର୍ଷାରେ ମୋ ଜିନିଷ ନଷ୍ଟ, ସେପଟେ କଲେଜରେ ଆଡ଼ମିସନ କରିବି ଭାବୁଛି, ହେଲେ ପଇସା ନାହିଁ, ଘରଭଡା ସାଙ୍ଗକୁ, ଦୋକାନ ବାକି”, ମୁଣ୍ଡରେ ହାତଦେଇ କାନ୍ଦିଲା ସେ, ହେଲେ ସେ ଵୃଦ୍ଧଜଣଙ୍କ କହିଲେ "ପୁଅ ଯେତିକି ପଇସା ଅଛି ଦେଇକି ନେଇଯା, ଦିପଇସା  ହେଇଯିବ ତୋର l ଅମ୍ବର ବୁଢାର ଅନୁରୋଧ ରକ୍ଷାକରି ଦେଖିଲା ପକେଟ ରେ ମାତ୍ର ୧୦୦ ଟଙ୍କା, ସେତକ ଦେଇଦେଲେ ସେ ହଇରାଣ ହେବ, ଶେଷକୁ ସେ ବୁଢାକୁ କହିଲା "ମଉସା ମୋ ପାଖରେ ମାତ୍ର ୧୦୦ ଟଙ୍କା ଅଛି, ବୁଢାକିଛି ନକହି ହାତ ବଢ଼େଇଲା ଆଉ କହିଲା ଦେ”, ଅମ୍ବର ୧୦୦ ଟଙ୍କିଆ ନୋଟ ଟି ବଢ଼େଇଲା, ବୁଢା କିଛି ନଦେଖି ନେଇଗଲା ଆଉ ସବୁ ପରିବା ଅମ୍ବର ପାଖରେ, ଅମ୍ବର ସେସବୁ ସଜାଡ଼ିବା ଭିତରେ ଦେଖେ ତ ସେଠି ଆଉ କେହି ନାହିଁ l ଅମ୍ବର ଚାରିଆଡ଼କୁ ଚାହିଁଲା, ହେଲେ ସେ ଲୋକଟି କୁଆଡେ ଉଭାନ, ଏତେ ଜଲ୍ଦି ଜଣେ କେମିତି କୁଆଡେ ଗଲା, ଅମ୍ବର ତାକୁ ତା ଠିକଣା ଆଉ ପରିଚୟ ମାଗିବାପୂର୍ବରୁ ସେ ସେଠାରୁ କୁଆଡେ ପଳେଇଯାଇଥିଲା, କାରଣ ଅମ୍ବର ଭାରି ସଚ୍ଚୋଟ ମଣିଷ, କାହାକୁ ଟଙ୍କାଟା ଠକିକି ନିଏନି, ସେ ଚାହୁଁଥିଲା ହୁଏତ ପରିବା ବିକିସାରି ଯାହା ଲାଭ ସେ ବୃଦ୍ଧ ଜଣଙ୍କୁ ଦେଇଦେବ I

 

ଅମ୍ବର ସେସବୁ ଧରି ନିକଟ ବଜାରକୁ ଗଲା, ବର୍ଷା କମିଆସୁଥାଏ, ଏକ ଖାଲି ଜାଗା ଦେଖି ସେ ବସ୍ତାଯାକ ପରିବା ଖୋଲି ବିକ୍ରୀକରିବାକୁ ବସିଲା, ସବୁ ପରିବା ଦେଶୀ ଆଉ ସତେଜ ଥିଲା, ଜଣେ ପରେ ଜଣେ ଗରାଖ ପହଞ୍ଚିଗଲେ, ଆଉ ସତେଜ ପରିବା ଦେଖି ଖୁସିରେ କିଏ ୩ କେଜି, କିଏ ୫ କେଜି ଆଉ ସବୁ ପରିବା ବିକ୍ରି ହେଇଗଲା I ଶେଷକୁ ସବୁ ପଇସା ହିସାବକରେ ତ ପୁରା ୫୦୦୦ ଟଙ୍କା, ସେ ଖାଲି ଭାବୁଥାଏ କେମିତି ସେ ବୃଦ୍ଧକୁ ଦେଖିବ ଆଉ ତାଙ୍କୁ ତାଙ୍କ ପଇସା ଦେଇଦେବ, ହେଲେ ତାପରେ ସେ ବହୁତ ଖୋଜିଲା କିନ୍ତୁ ତାଙ୍କୁ ପାଇଲାନି I ତାପରେ ସେ ଭାବିଲା ଯେବେ ସେ ପୁଣି ତାଙ୍କୁ ଭେଟିବ, ତାଙ୍କୁ ତାଙ୍କ ପଇସା ଫେରେଇଦେବ I ସେ ଘରକୁ ଚାଲିଲା, ଯାଇ ଦେଖେ ତ ଘରମାଲିକ ପଇସା ନବାକୁ ଆସିଛନ୍ତି, କିଛି ନକହି ସେ ଆଗ ତାଙ୍କ ହାତକୁ ଘରଭଡା ଧରେଇଦେଲା, ତାପରେ ସେ ତାଗିଦ କରି ଗଲେ ଆଗକୁ ଏମିତି ବିଳମ୍ବ ହେଲେ ଘର ଛାଡିବାକୁ ପଡିବ I

 

ଦୀର୍ଘ ନିଃଶ୍ୱାସ ମାରି ସେ ଟିକେ ବସିଗଲା ଆଉ ତାପରେ ମାଆ ଆଣି ଖାଇବାକୁ ଦେଲେ, ଖାଉଥାଏ ଆଉ ଘଟିଥିବା ସବୁ କାହାଣୀ ସେ ମାଆ ଆଉ ନିଜ ସାନ ଭଉଣୀ ଆଗରେ କହୁଥାନ୍ତି, ହେଲେ ଆଖିରୁ ତାର ଲୁହ ଚାଲିଆସୁଥାଏ ସେ ବୁଢାମଉସାର ଦୟା କଥା ଭାବିକି, ମାଆ କହିଲା "ପୁଅ ନିଶ୍ଚୟ ତୋ ଗୋପାଳ ତାକୁ ପଠେଇଥିବେ ତତେ ସାହାଯ୍ୟ କରିବାକୁ", ତାପରେ ସେ ଦୋକାନ ବାକି ବି ଶୁଝିଦେଲା, ନିଜ ଘରଖର୍ଚ୍ଚ ପରେ ଆଉ କିଛି ପଇସା ବଳିଲା ସେ କଲେଜରେ ଆଡ଼ମିସନ ବି କରିନେଲା, ପୁଣି  ଆଉ କିଛି ପଇସା ନେଇ ସେ ନିଜ ବେପାରରେ ଲଗେଇଲା, କିଛି ନୂଆ ପୋଷ୍ଟର ଭଳିକି ଭଳି ନୂଆ ଡିଜାଇନର ଆଣିଲା, ଆଉ ଦିପଇସା କମାଉଥାଏ, ଆଗ ଅପେକ୍ଷା ଏଥର ବେପାର ଟିକେ ଭଲ ଚାଲିଛି, ପଇସା ବି ଅଧିକ ରୋଜଗାର ହଉଛି, ଘର ଖର୍ଚ୍ଚ ଆଉ ଭଡାଖର୍ଚ୍ଚ ବି ଉଠିଯାଉଛି I

ଅମ୍ବର ଜୀବନର ସେଇ ବର୍ଷା କିନ୍ତୁ ନେଇଥିଲା ଯେତିକି, ଦେଇଗଲା ତାଠାରୁ ଢେର ବେଶୀ, ଏମିତି ସେ ମନେମନେ ସେ ବୁଢାକୁ ବହୁତ ଖୋଜେ, ହେଲେ ଏ ଭିତରେ ବର୍ଷେ ପୁରିଗଲା ହେଲେ ସେ ବୁଢା ଆଉ କେବେ ଦେଖାମିଳିନି ସେବେଠାରୁ l ସେଇ ବର୍ଷା କିନ୍ତୁ ନିଆରା ବର୍ଷା ଥିଲା, ଅମ୍ବର ଏବେବି ଭାବିକି କାନ୍ଦିପକାଏ,

 

ଠିକ ୨ବର୍ଷ ପରେ ସେଇ ବାଟଦେଇ ଅମ୍ବର ଫେରୁଥାଏ ଦିନେ, ସେତେବେଳକୁ ତାର +୨ ପରୀକ୍ଷା ସରିଯାଇଥାଏ, ଆହୁରି ଆଗକୁ ପଢ଼ିବାର ଆଶା ରଖି ଯାଉଥାଏ, ହଠାତ୍ କଳାହାଣ୍ଡିଆ ମେଘ ଘୋଡେଇ ଆସିଲା, ସେ ଗଛ ପାଖରେ ଜଣେ ରୁଗ୍ଣ ବୁଢା ବ୍ୟକ୍ତି ହାତହଲାଇ ଅମ୍ବରକୁ ଡାକିଲେ, ସେ ନିଜ ସାଇକଲ ଅଟକାଇଦେଲା, ଆଉ ସେ କିଛି କହିବା ପୂର୍ବରୁ, ସେ ବୃଦ୍ଧଜଣଙ୍କ କହିଲେ "ବାବୁ ମୁଁ ଏହି ସହରକୁ ପ୍ରଥମ ଥର ଆସିଛି, ହେଲେ ମୁଁ କିଛି ବାଟ ଜାଣିନି, ବସ ମତେ ଅଧାବାଟରେ ଓହ୍ଲାଇ ଦେଲା , ପଇସା ଦେଇପାରିଲିନିବୋଲି . ଚାଲିଚାଲି ଆଉ ବଳନାହିଁ ଦେହରେ, ପୁଣି ବର୍ଷା ଉଠେଇଆସିଲାଣି, ମତେ ଟିକେ ତମ ସାଇକଲରେ ନେଇ ଛାଡିଦିଅ କହି ଗୋଟେ ଠିକଣା ଲେଖାଥିବା କାଗଜ ଦେଲା, କହିଲା ସେଠି ମୋ ପୁଅ ରହୁଛି ମୁଁ ଯିବି I

 

ସେ ଜାଗା ସେଠାରୁ ପ୍ରାୟ ୫ କିଲୋମିଟର ହେବ, ଅମ୍ବର ବୃଦ୍ଧର ଏମିତି ଅବସ୍ଥା ଦେଖି ଟିକେ ମନରେ ଦୟା ଆସିଲା, ସେ ତାକୁ ନେଇ ସେ ଜାଗାକୁ ଚାଲିଲା, କଳାହାଣ୍ଡିଆ ମେଘରେ ବାଟ ବି ଦେଖାଯାଉନଥାଏ, ଅମ୍ବର ମନେମନେ ତା ଗୋପାଳଙ୍କୁ ଡାକି ଆଗକୁ ବଢିଚାଲିଥାଏ I ଶେଷରେ ସେ ସେଇ ଠିକଣାରେ ପହଞ୍ଚିବା ଉପରେ, କହିଲା "ମଉସା ତୁମ ଠିକଣା ଆସିଗଲା”, ବୃଦ୍ଧ ଟିକେ ହୁଁ ମାରିଲା, ତାପରେ କିଛି ଦୂରରେ ଗୋଟେ ଚା ଦୋକାନ ଦେଖି ସେଠି ଅଟକିଲା, ଭାବିଲା, ବୃଦ୍ଧଲୋକ କାଳେ ଭୋକ ଲାଗୁଥିବା, ତେଣୁ ସେ ଚା’ଜଳଖିଆ ଆଣିବାକୁ ଯାଇଛି ହେଲେ ଫେରି ଦେଖେତ ସେ ବୃଦ୍ଧ ସେଠି ଆଉ ନାହିଁ I ଅମ୍ବର ବହୁତ ବ୍ୟସ୍ତ ହେଇଗଲା ତାପରେ ଯେତେ ଖୋଜିଲା ସେଠି ଆଉ କେହି ନାହିଁ, ହଠାତ୍ ବର୍ଷା ଆରମ୍ଭ ହେଇଗଲା, ଅମ୍ବର ଯାଇ ଗୋଟେ ଘର ବାରଣ୍ଡା ତଳେ ଠିଆ ହେଇଗଲା ବର୍ଷା ଟିକେ କମିଲେ ଯିବ ଭାବି, ସେଠି ଆଉ କିଛି ଘର ନଥାଏ, ସେଇ ଏକମାତ୍ର ଘର, ପୁଣି ଲୋକ ବି କେହି ଗୋଟେ ନଥାନ୍ତି, ଚା ଦୋକାନ ପଛରେ ରହିଗଲା I 

କିଛି ସମୟ ପରେ ସେ ଘରଭିତରୁ ଜଣେ ବୟସ୍କ ବ୍ୟକ୍ତି ବାହରିକି ଆସିଲେ, ସେ ଗୋଟେ ସାଧୁଭଳି ଜଣାପଡୁଥିଲେ, ବେକରେ ତାଙ୍କର ତୁଳସୀ ମIଳି ଆଉ କୃଷ୍ଣଙ୍କ ଗୋଟେ ବଡ ଲକେଟ ତାଙ୍କ ଗଳାରେ, ମୁଣ୍ଡରେ ଚିତା, ଅମ୍ବର ତାଙ୍କୁ ଦେଖି କହିଲା, “ବର୍ଷାରେ ମୁଁ ଟିକେ ଏଇଠି ଠିଆହେଇଛି”, ସେ କହିଲେ “ଠିକ ଅଛି ପୁଅ ଡରିବାର କିଛିନାହିଁ ଏଇଟା ଗୋଟେ ଆଶ୍ରମ, ଏଠି ମୁଁ ରୁହେ, ତୁମେ ଚାହିଁଲେ ଭିତରେ ଆସି ବସିପାର, ମନ୍ଦିର ଅଛି ଗୋପାଳଙ୍କ ଦର୍ଶନ ବି କରିପାର” I

 

ଗୋପାଳଙ୍କ ନାଁ ଶୁଣିଦେଇ ଅମ୍ବର ଆଉ ନିଜକୁ ସଂଭାଳି ପାରିଲାନି, ଭିତରକୁ ଗଲା, ଅତି ସୁନ୍ଦର ପରିବେଶ, ସୁନ୍ଦର ଗୋଟେ ବିରାଟ ବଗିଚା, ସେଠି ଗୋପାଳଙ୍କ ଗୋଟେ ମନ୍ଦିର, ସେ ସାଧୁ ଜଣକ ତାଙ୍କ କୋଠରିକି ଗଲେ ଆଉ ଅମ୍ବର ସେମିତି ସେଇ ଗୋପାଳଙ୍କ ମୂର୍ତ୍ତି ଆଗରେ ବସି ଗୋପାଳଙ୍କୁ ଅନେଇ କାନ୍ଦୁଥାଏ I

 

ଏଭିତରେ ବର୍ଷା ଆହୁରି ଜୋରରେ ହେଇଚାଲିଛି, ଆଉ ଅମ୍ବର ଆଖିରୁ ବି ଲୁହର ବର୍ଷା, କେତେ କଷ୍ଟ ତI ଜୀବନରେ, ତା ବୟସର ପିଲାମାନେ କେତେ ମଜାରେ ପାଠପଢୁଛନ୍ତି, ହେଲେ ତାର ଘର ଚଳେଇବାକୁ ପଇସାଟିଏ ନାହିଁ, ପୁଣି ବେପାର ନକଲେ ସେ ଚଳିବା କଷ୍ଟ ହେଇଯିବ, ଆଉ ତ ମନ ଆଗକୁ ଯାଇ ଆହୁରି ପାଠ ପଢିବାକୁ, ହେଲେ ସେଥିପାଇଁ ପଇସା ଦରକାର, ଘରେ ମାଆ ରୋଗୀଣା ତାର ଚିକିତ୍ସା ଦରକାର, ଭଉଣୀର ବିଭାଘର ପାଇଁ ବି ଆଗକୁ ପଇସା ଦରକାର, ଭଉଣୀ ବି ଭଲ ପାଠପଢୁଛି ସେଥିପାଇଁ ଟଙ୍କା ଦରକାର I

 

ଏସବୁ ଭାବିବା ଭିତରେ ସେ ସାଧୁ ଆସି ତା ପାଖରେ, ସେ ଅମ୍ବରକୁ ଦେଖି ଜାଣିଗଲେ, ପିଲାଟି ନିଶ୍ଚୟ କିଛି ବିପଦରେ ଅଛି, ସେ ଅମ୍ବର ସହ ବସି କଥାହେଲେ ଆଉ ତI ବିଷୟରେ ପଚାରି ବୁଝିଲେ, ଅମ୍ବର ନିଜ କଥା ସବୁ କହିଚାଲିଥାଏ I ସବୁ ଶୁଣିସାରି ସେ ସାଧୁଜଣଙ୍କ ପଚାରିଲେ "ପୁଅ ମତେ ଟିକେ ତମେ ସାହାଯ୍ୟ କରିବ, ତମେ ପଢାଲେଖା କରିଛ, ଭଦ୍ରପିଲା ଦେଖି ତମକୁ କହିଲି”, ଅମ୍ବର କହିଲା "ଆଜ୍ଞା କୁହନ୍ତୁ, ମୁଁ କେମିତି ଆପଣଙ୍କୁ ସାହାଯ୍ୟ କରିପାରେ”?

 

ସାଧୁ କହିଲେ ଆମ ଏହି ଆଶ୍ରମ ଗରିବ ଲୋକ ମାନଙ୍କ ସେବାରେ, ଏଠି ଆଶ୍ରମ ନାଁରେ ବହୁତ ଜମି ଅଛି, ସେଠି ବିଭିନ୍ନ ପନିପରିବା, ଫଳମୂଳ ଚାଷ ହୁଏ, ଆଉ ସେସବୁ ଯେତିକି ହୁଏ ବିକ୍ରୀହୁଏ ଆଉ ଆଶ୍ରମରେ ଖିଆହୁଏ, ଯାହା ଲାଭସବୁ ୫ ଖଣ୍ଡ ଗାଁରେ ଗରିବ ଲୋକଙ୍କ ପାଇଁ ପାଠପଢା, ସ୍ୱାସ୍ଥ୍ୟ, ଆଉ ଯାହା ଦରକାରୀ ସାହାଯ୍ୟ ଦିଆହୁଏ I ହେଲେ ମୁଁ ତ ଆଶ୍ରମ ପୂଜାରେ ବ୍ୟସ୍ତ ରୁହେ, କେତେ ଲୋକଙ୍କୁ ଡାକିକି କହିଲି ଟିକେ ସେ ସେ ଚାଷବାସ ବୁଝାବୁଝି କରି ସବୁ ପଇସାପତ୍ର ହିସାବ କିତାବ କରିବେ ଆଉ ମତେ ସାହାଯ୍ୟ କରିବେ, ହେଲେ ସମସ୍ତେ ଠକିକି ପଇସା ନେଇ ଫେରାର, ଏବେ ରାଗିକି ମୁଁ ଆଉ କାହାକୁ ରଖିନି, ହେଲେ ବହୁତ ପନିପରିବା ସେମିତି ହଉଚି ହେଲେ ବେପାର ଟିକେ କିଏ ଦେଖିଲେ କେତେ ଗରିବଲୋକ ଆହୁରି ସୁବିଧା ପାଆନ୍ତେ, ତେଣୁ ତୁମେ ଯଦି ତୁମ ପଢା ସହ ପ୍ରତିଦିନ କିଛି ସମୟ ଦିଅନ୍ତ ହୁଏତ ସବୁ ସୁବିଧା ହେଇଯାନ୍ତା” I

 

ଅମ୍ବର ଏ ସବୁ ଶୁଣି ଆଉ ମନା କରିପାରିଲାନି, କାରଣ ଏହାଦ୍ୱାରା କେତେ ଲୋକ ସାହାଯ୍ୟ ପାଇବେ, ଆଉ ସେ ଗୋପାଳଙ୍କୁ ନୀତି ଦେଖିବ ସେଠି, ତେଣୁ ସେ ହଁ  କହିଲା, ସେ ସାଧୁଜଣଙ୍କ ଭାରି ଖୁସି ହେଇଗଲେ, ଆଉ ତାକୁ ତI କାମ ସବୁ ବୁଝେଇଦେଲେ, ଆଉ କହିଲେ ତୁମେ ବି ତୁମ ଘର ଖର୍ଚ୍ଚ, ପାଠପଢା ଆଉ ଯାହା ଯେତେବେଳେ ଦରକାର ପଇସା ନେଇ ଖର୍ଚ୍ଚ କରିବ ଆଉ ମାସକୁ ଦରମା ଆକାରରେ ୭୦୦୦ ଟଙ୍କା ନେବ I ସବୁ ଶୁଣି ଅମ୍ବର ଆଖିରେ ଲୁହ ଆସିଗଲା ସତେ ଯେମିତି ଗୋପାଳ ତା ହାତ ଧରି ଏଠିକି ନେଇଆସିଛନ୍ତି ଆଉ ନିଜ ହାତରେ ତାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ସାଧୁ କହିଲେ "ସବୁ ତାଙ୍କ ମାୟା"I

 

 ଏସବୁ ଭିତରେ ବର୍ଷା ଛାଡିଆସିଥାଏ, ଅମ୍ବର ତା ପର ଦିନଠାରୁ କାମରେ ଯୋଗଦେବ କହି ଘରକୁ ବାହାରୁଥାଏ, ସେ ସାଧୁଜଣକ ଆଶ୍ରମରେ ହେଇଥିବା ଗୋପାଳଙ୍କ ପ୍ରସାଦ କିଛି ତାକୁ ପାର୍ସଲ କରିଦେଲେ କହିଲେ ନେଇଯାଅ, ଘରେ ସମସ୍ତେ ମିଶି ଖାଇବ, ସେଦିନ ତI ଖୁସି କହିଲେ ନ ସରେ, ପ୍ରସାଦ ଧରି ସେ ଫେରିଲା ନିଜ ଘରକୁ, ହେଲେ ବାଟରେ ସେ ବୃଦ୍ଧକୁ ମନେମନେ ଖୋଜୁଥାଏ, ହେଲେ ସେଇ ବୁଢା କୁଆଡେ ଉଭାନ I ଘରେ ଆସି ପହଞ୍ଚି ମାଆ ଆଉ ସାନ ଭଉଣୀ ଆଗରେ ସବୁ ଘଟିଯାଇଥିବା ଘଟଣାମାନ କହିଚାଲିଲା, ଦିବର୍ଷ ପୂର୍ବର ସେହି ବର୍ଷା, ସେଇ ଗଛ, ସେ ବୃଦ୍ଧ, ଆଉ ଦୁଇବର୍ଷ ପରେ ସେଇ ବର୍ଷା,ସେଇ ଗଛ ଆଉ ଜଣେ ବୃଦ୍ଧ ଏସବୁ ସେ ଜାଣିଗଲା ସେଇ ଗୋପାଳଙ୍କ ମାୟା, ନହେଲେ ଏମିତି କିଏ ଆଉ ତାକୁ ସାହାଯ୍ୟ କରିବ I

 

ମାଆ ଅମ୍ବର ମୁଣ୍ଡରେ ହାଟ ବୁଲେଇ କହିଲେ "ସେଇ ଗୋପାଳ ତତେ ସବୁବେଳେ ଭଲରେ ରଖନ୍ତୁ, ସେ ହିଁ ତୋ ବାପା, ମାଆ, ଭାଇ, ବନ୍ଧୁ ଆଉ କୁଟୁମ୍ବ", ତାପରଦିନ ସେ ସେଇ ଆଶ୍ରମରେ କାମ କରିବI ଆରମ୍ଭ କଲା, ଭାରି ମନଯୋଗ ସହକାରେ ସେ କାମ କଲା, ଚାଷୀମାନଙ୍କୁ ସୁଖଦୁଃଖରେ ସାହାଯ୍ୟ କରେ, ସେମାନେ ସବୁ ଜମି ଚାଷ କରି ଯେମିତି ସୁନାର ଫସଲ ଫଲେଇଲେ, ତାଙ୍କୁ ଉଚିତ ପାରିଶ୍ରମିକ ମିଳିଲା I ଦିନକୁ ଦିନ ଆହୁରି ବେଶୀ ପନିପରିବା ଆଉ ଫଳମୂଳ ବାହାରିଲା, ସେସବୁ ଲୋକ ଲଗେଇ ବଜାରରେ ବିକ୍ରୀକରାଗଲା, ଅମ୍ବର ସବୁ କାମ ଅତି ଦକ୍ଷତାର ସହ କରିଚାଲିଲା, ଟଙ୍କାଟିଏ ବି ସେ ଲୋଭ କରେନି, ଏସବୁ ଦେଖି ସାଧୁ ତା ଦରମା ୭୦୦୦ ରୁ ୧୦,୦୦୦ କରିଦେଲେ ଆଉ ତା ଘରଭଡା, ଅନ୍ୟଖର୍ଚ୍ଚ ବାବଦକୁ ଅଲଗା ଟଙ୍କା I ଏମିତିରେ ସେ ପଢିବାକୁ ସୁଯୋଗ ପାଇଲା, ଆହୁରି ଆଗକୁ ପଢି ଚାଲିଲା, ସାଧୁଜଣଙ୍କୁ  ଗୋଟେ ଭଲ ବିଶ୍ୱାସୀ ମଣିଷ ମିଳିଗଲା ଯାହାକୁ ସେ ଭାରି ବିଶ୍ୱାସ କରିପାରୁଥିଲେ, ଆଉ ନିଜେ ଗୋପାଳଙ୍କ ସେବାରେ ଲାଗିପଡ଼ିଲେ I ଅମ୍ବର ନିଜ ମାଆଙ୍କ ଚିକତ୍ସା ଭଲ ଡାକ୍ତରଙ୍କ ପାଖରେ କରିଲା I ତା ସାନଭଉଣୀ +୨ ବିଜ୍ଞାନରେ ଭଲ ନମ୍ବର ରଖି ପାସକଲା ଆଉ ଅମ୍ବର ତାର ଇଞ୍ଜିନିଅରିଂରେ ନାମଲେଖାଇଲା, ଅମ୍ବର ବି ନିଜେ ଗୋଟେ ବ୍ୟାଙ୍କରେ ଚାକିରୀ ପାଇଗଲା ଆଉ ମ୍ୟାନେଜର ହେଇ ଜଏନ କଲା I ହେଲେ ଆଶ୍ରମରେ ସେ ନିଜ ବଳକା ସମୟ ଦେଇ ସବୁ କାମ ବୁଝାବୁଝି କରେ, ଆଉ ତI ପାଇଁ କେତେ ଗରିବଲୋକ ସାହାଯ୍ୟ ପାଇଲେ I

ମାତ୍ର ଅମ୍ବର ଆଜି ଜୀବନରେ କିଛି କରିବାକୁ ଚାହେଁ, ସେ ବ୍ୟାଙ୍କ ଜବ କଲାପରେ ବି ସେ ଆଶ୍ରମ ସହ ଜଡିତ ଥାଏ, ସେଇଠାରେ ହିଁ ତା ଜୀବନର କାହାଣୀ ଆଗକୁ ବଢିଚାଲିଥିଲା I ଆଉ ତା ପାଇଁ ସାହାଯ୍ୟ ପାଉଥିବା ୧୦ ଖଣ୍ଡ ଗାଁଲୋକ ଆଜି ତା ଅପେକ୍ଷାରେ, ସେ ଆସି ପହଞ୍ଚିଗଲେ ସେମାନଙ୍କ ଖୁସି କହିଲେ ନସରେ I ଧୀରେଧୀରେ ସେ ଲୋକଙ୍କ ସେବାକୁ ନିଜ କର୍ତ୍ତବ୍ୟଭାବେ ବାଛିନେଲା, ଆଉ ଲୋକମାନେ ଚାହିଁଲେ ସେ ଗୋଟେ ଭଲ ରାଜନେତା ହେଇ ତାଙ୍କ ଅଞ୍ଚଳ ପାଇଁ କାମ କରୁ I ସେ ଆଶ୍ରମର ସାଧୁ ବି ଧୀରେଧୀରେ ବୟସ ବଢିବା ସହ ଅସୁସ୍ଥ ହେଇପଡୁଥିଲେ, ସେ ଚାହୁଁଥିଲେ ଅମ୍ବର କିଛିଗୋଟେ ପଦକ୍ଷେପ ନେଉ ଆଉ ତାଙ୍କ ପରେ ସେ ହିଁ ଏସବୁ ବୁଝିବ I  ଶେଷରେ ଗୋପାଳ ବି ବୋଧେ ତାହା ହିଁ ଚାହୁଁଥିଲେ I ଅମ୍ବର ନିଜ ସରକାରୀ ଚାକିରୀ ଛାଡି ଶେଷରେ ରାଜନୀତିରେ ଯୋଗଦେଲା ଆଉ ନିଜକୁ ଲୋକଙ୍କ ସେବାରେ ଉତ୍ସର୍ଗିକୃତ କରିବାର ଶପଥ ନେଇ ସେ  ପରବର୍ତ୍ତୀ ନିର୍ବାଚନରେ ବିଧାୟକ ହିସାବରେ ସେଇ ଅଞ୍ଚଳରୁ ପ୍ରତିଦ୍ଵନ୍ଦିତା କରି ଲୋକଙ୍କ ବିପୁଳ ସମର୍ଥନରେ ଜିତିଲା I ତାପରେ ନିଜର ଭଲ କାମ ସହ ଲୋକଙ୍କ ପ୍ରତି ଥିବା ସ୍ନେହଶ୍ରଦ୍ଧା  ତାକୁ ବହୁତ ଆଗକୁ ନେଇଗଲା, ଆଜି ସେ କୃଷି ମନ୍ତ୍ରୀ ଆଉ ନିଜ ଅଞ୍ଚଳ ପାଇଁ ସେ ସବୁବେଳେ କାମ କରିବାକୁ ଆଗଭର I

ଆଉ ସେଇ ଦୁଇଟି ବର୍ଷା ତାଙ୍କ ଜୀବନର ଗତିପଥ ବଦଳେଇଦେଲା, ସେଇ ବର୍ଷା ନେଇଗଲା ଯେତିକି ଦେଇଯାଇଥିଲା ଅନେକ କିଛି I ଆଜି ସେଇ ବର୍ଷାକୁ ସେ ମନେପକେଇ ଅନେକ କାନ୍ଦନ୍ତି, ସତରେ ଯେମିତି ସେ ବର୍ଷା ଥିଲା ଗୋପାଳଙ୍କ ଆଶୀର୍ବାଦର ବର୍ଷା I ଆଉ ତାଙ୍କ ଜୀବନବି ଠିକ "ବର୍ଷା ରୁ ବସନ୍ତ" ପରି ଏକ ଦୁଃଖସୁଖ ଭରା କାହାଣୀ, ହେଲେ ଏବେ ସେଠି ଖାଲି ବସନ୍ତର ମୃଦୁମଳୟ ବହୁଛି, ତଥାପି ବର୍ଷାକୁ ସେ ସବୁବେଳେ ଝୁରିହୁଅନ୍ତି କାରଣ ସେଇ ବର୍ଷା ନଥିଲେ ହୁଏତ ଏଇ ବସନ୍ତ ବି ଆସିନଥାନ୍ତା I

 

BY-TRUPTI


Rate this content
Originality
Flow
Language
Cover Design