Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Senapati

Fantasy

1.0  

Prasant Kumar Senapati

Fantasy

ତୁମରି ସ୍ମୃତିରେ

ତୁମରି ସ୍ମୃତିରେ

3 mins
7.2K


ଅସ୍ତବ୍ୟସ୍ତ ଜୀବନରେ ଅସଜଡା ଚରିତ୍ରଟେ ଥିଲି ମୁଁ । ସମୟର ତାଡନାରେ ଅନେକ ଝଡଝଞ୍ଜାକୁ ସାମନା କରି ଦୁଃସହ ହୋଇ ଯାଇଥିଲା ଜୀବନ । ସୁଖ ଦୁଖଃର ପ୍ରତି ମୁହୂର୍ତ୍ତକୁ ସାଉଁଟି ଖୋଜି ଚାଲିଥିଲି ବଞ୍ଚିବାର ରାହା । ମରି ମରି ବଞ୍ଚିବାର ଦୁଃଖଦ ଅନୁଭୂତିରୁ ଗୋଟାଉ ଥିଲି ଭିନ୍ନ ଏକ ପଥ । 

ହଠାତ୍ ଯେ ତୁମେ କେବେ ଆସି ମୋ ଜୀବନ ପଥରେ କରାଘାତ କଲ, ନିଜେ ବି ଜାଣି ପାରିଲିନି । ତୁମ ପରସରେ ଚାଉଁକିନା ମୃତ ସମାଧୀ ଭିତରୁ ଚେଇଁ ଉଠିଲି । କି ଭାବ, କି ରଙ୍ଗ ଓ କି ଗନ୍ଧ ଥିଲା କେଜାଣି ତୁମର ସେ ପରସରେ ଅବିଭୂତ ହୋଇଗଲି, ସ୍ତବ୍ଧ ହୋଇଗଲି । ନିଜକୁ ନିଜେ ହଜାଇ ଦେଲି ତୁମରି ସେ ମିଠା ଛୁଆଁରେ, ମିଶିଗଲି ମିଶିଗଲି ତୁମରି ଭିତରେ । ପୁଣି ଯେ ଭିନ୍ନ ଏକ ବସନ୍ତ ଆଣି ଦେଇଥିଲ ତୁମେ, ତୁମ ସ୍ମୃତିରେ ତୁମ ପ୍ରିତୀରେ ଜୁଡୁବୁଡୁ ହେଲି ଓଦା ସରସର । ତୁମ କଥା କୁହା ଆଖି କିଛି ନକହି ବି ଦେଖାଉଥିଲା ମୋତେ ହଜାରେ ସପନ । ତୁମ ଆଖି ଅଗଣାରେ ମୁଁ ନାଚୁଥିଲି ଖୁସିରେ ଖୁବ୍ ଖୁସିରେ ନାଚି ଯାଉଥିଲା ମୋ ମନ । ତୁମର ସ୍ନେହ ପ୍ରେମ ଭରା କଥା ପଦିକ ଶୁଣିବା ପାଇଁ ଜନମ ଜନମ ଚାତକ ପରି ଚାହିଁ ରହୁଥିଲି । ବେଶ୍ ମୋ ଦୁନିଆ ବଦଳି ଯାଇଥିଲି ହଠାତ୍ ତୁମରି ସ୍ପର୍ଷରେ । ତୁମ ଓଠର ଖିଲି ଖିଲି ହସରେ ହେଉଥିଲି ମୁଗ୍ଧ । କେବେ ମୋତେ ଖୋଲା ଆକାଶରେ ମୁକ୍ତ ବିହଙ୍ଗଟେ ସଜେଇ ଘେରାଏ ବୁଲାଇ ନେଉଥିଲ, କେବେ ତୁମ ମନ ବନର ଅଗନା ଅଗନି ବନସ୍ତରେ ତୁମ କୋଳରେ ମଥା ରଖି ହଜାରେ ସପନ ଦେଖାଉଥିଲ । ଲକ୍ଷ ହୀନ ମୋର ଜୀବନ ଭରିଗଲା ତୁମରି ସ୍ନେହରେ ପ୍ରେମରେ । କେବେ ସାଧବ ବୋହୁଟେ ସାଜି ରଙ୍ଗ ଅଳତା ଲଗେଇ ଥିରି ଥିରି ଆସୁଥିଲ ସପନରେ, କେବେ ହାତ ଠାରି ଡାକୁଥିଲ ଥାଇ ବହୁଦୂରେ । ତୁମର ଆତ୍ମିୟତା ତୁମର ମାଧୁର୍ଯ୍ୟତା ତୁମର ଭିନ୍ନ ଏକ ସ୍ପର୍ଷରେ ମନ ମୋ ଉଡୁଥିଲା ଅନେକ ସ୍ଵପ୍ନର ତାଜମହଲଟିଏ ଗଢିି। ତୁମରି ସ୍ମୃତିରେ ଗଢିଥିଲି ମନ ଅଗଣାରେ ଛୋଟ ଏକ ଘର , ତୁମେ ଯେ କେବେ ତୁମେ ହୋଇ ରହିଲ ନାହିଁ, ତୁମେ ଓ ମୁଁ ମିଶି ଆମେ ହୋଇଗଲେ । ଖୁବ୍ ଅନ୍ତରଙ୍ଗ, ଖୁବ୍ ନିକଟତର ,,,,,ତୁମ ଆଗମନରେ ମୋ ମନ ଅଗଣାରେ ଫୁଟେ ନାନା ଜାତିର ଫୁଲ, ତୁମ ଓଠର ହସରେ ଝରିପଡେ ମୁକୁତାର ଝର । ସେ ମୁକୁତା ଝରକୁ ଗୋଟାଇ ସାଉଁଟି ଗଢେ କେତେ ପ୍ରେମର ମହଲ । କିଏ କହେ ପ୍ରେମର ପ୍ରତୀକ ଗୋଲାପ ସବୁଠୁ ସୁନ୍ଦର, ତୁମେ ଯେଉଁ ଫୁଲକୁ ଛୁଇଁ ଦିଅ, ସେ ମୋତେ ଲାଗେ ସବୁଠୁ ସୁନ୍ଦର । ତୁମ ଆଖିକୁ ତୁମ ଓଠକୁ ସଜେଇ ଲେଖେ ଅନେକ କବିତା । ପ୍ରତି କ୍ଷଣେ ପ୍ରତି ମୁହୂର୍ତ୍ତେ ତୁମେ ଥାଅ ପାଖେ ପାଖେ, ଗୋଟିଏ ପାଦ ଆଗକୁ ମୋର ପଡିଲେ ଅନ୍ୟ ପାଦଟି ତୁମର ବଢେ । ହସରେ ଖୁସିରେ ଲୁହରେ ଦୁଖଃରେ ତୁମେ ଯେ ମୋ ଅଙ୍ଗେ ସଙ୍ଗେ ଥାଅ । ତୁମକୁ ନଦେଖି ମଧ୍ୟ ଅନ୍ତରେ ଅନ୍ତରେ ଦେଖି ନିଏ ମୁଁ । ଏତେ ପ୍ରେମ କଣ ବାସ୍ତବରେ ହୋଇପାରେ ନା ଏକ ପାଗଳାମିର ପ୍ରଳାପ । 

ଯେତେ ସବୁ ପ୍ରଶ୍ନ ହେଲେ ବି ଉତ୍ତର ନାହିଁ, କାହିଁକି ନା ମୁଁ ଜାଣିନି ଏହା ପ୍ରଳାପ କି ବାସ୍ତବ । ବାସ୍ ମନ ଅଗଣାରେ ଘରଟିଏ ତୋଳି ଭରି ଦେଇଗଲ କୋଟିଏ ସ୍ମୃତି । ହଁ, ତୁମେ ଯିବ କୁଆଡେ, ତୁମେ ତ ମୋରି ଭିତରେ ମୋ ହୃଦୟରେ ମୋର ଭଙ୍ଗାରୁଜା ଜୀବନରେ ନୂଆ ଏକ ପଥ ଦେଖାଇ ବଞ୍ଚିବାର ରାହା ଶିଖାଇ ଦେଇଛ । ତୁମେ ତ ତୁମେ ହୋଇ ନାହଁ, ତୁମେ ଓ ମୁଁ ମିଶି ଆମେ ହୋଇ ଯାଇଛନ୍ତି ଏକ୍ । ଗୋଟିଏ ଆତ୍ମା କଣ କେବେ ଦୁଇଭାଗ ହୋଇପାରେ ? ଯେଉଁଠି ଥିଲେ ବି ସ୍ମୃତି ରୁପେ ମୋ ମନ ଅଗଣାରେ ରହିଛ ରହିଥିବ ସବୁଦିନ। ବାସ୍ ମୁଁ ତୁମକୁ ବୋହି ଚାଲିଥିବି ଅତି ଆନନ୍ଦରେ ସାରା ଜୀବନ ପାଇଁ,,,,,,ତୁମ ସ୍ମୃତିକୁ ପାଥେୟ କରି ।

ଛୋଟ ଏକ ସ୍ମୃତି ।।

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Fantasy