Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Others

0.8  

Titi Sarangi

Others

ମାଆକୁ ମାଡ

ମାଆକୁ ମାଡ

3 mins
7.5K


ଗୋଟେ ଗପ ମନେ ପଡୁଛି ।ଗପର ମର୍ମ ଏମିତି ଥିଲା ଯେ ଜଣେ ବାପା ତା ବୁଢା ବାପାକୁ ଶୀତ ଦିନେ ଘୋଡା ଶାଳରେ ଟଣା ହେଇଥିଵା ପାଲ ଘୋଡେଇ ହବାକୁ ଦଉଛି ।ନାତିଟି ଏସବୁ ଦେଖି ବାପାକୁ କହୁଛି ତମେ ବୁଢା ହେଲେ ଏମିତି ଘୋଡିହେଲା ତମକୁ ବି ମୁଁ ଦେବି ।ବୁଢାମାନେ ଏଇଆ ଘୋଡେଇ ହୁଅନ୍ତି ନା ବାପା !!

ସ୍ତବ୍ଧ ବାପାଟି ନିଜ ଭୁଲ୍ ବୁଝିପାରିଛି ।ସେ କରିବାକୁ ଯାଉଥିବା କାମଟି ତା ପୁଅ ନିଶ୍ଚୟ କରିବ ।କାରଣ ସେ ଦେଖିଛି ଏ କାମ ତା ବାପା କରୁଛନ୍ତି !!

ଆମ ପିଲା ଦିନେ ଆମେ ପଢିଥିଲେ ଏ ଗପ ।ଛାତ୍ର ସମାଜ ପାଇଁ ଚେତାବନୀ ସଦୃଶ ଏ ଭଳି କେତେ ଗପ ଆମେ ପଢିଛେ ।ତେଣୁ ବଡମାନଙ୍କୁ ହତାଦର କରିବା ଏ ଯୁଗର ବ୍ୟାଧି ବୋଲି ଯାହା କୁହାଯାଉଛି ସେଇଟା ଠିକ୍ ନୁହେଁ ।ସବୁ ଯୁଗରେ ଭଲପାଉଥିବା ମଣିଷଟି କଷ୍ଟପାଏ ।ଯେଉଁ ମାନଙ୍କୁ ସେ ଜୀବନଠୁ ବଳି ଭଲପାଏ ସେଇମାନେ ହିଁ ବେଶୀ ଦୁଃଖ ଦିଅନ୍ତି ।ଏଠାରେ ମାଆଟି ସେମିତି ଗୋଟେ ମଣିଷ ।ହଁ ଏବେ ସ୍ମାର୍ଟ ଫୋନରେ ଫଟୋ ଉଠେଇ ସମ୍ବେଦନଶୀଳ ଘଟଣାଗୁଡିକୁ ସୋସିଆଲ ମିଡିଆରେ ଭାଇରାଲ କରିବାର ସୁବିଧାଟି ଯାହା ଅଧିକ ହେଇଛି ।ମାଆକୁ ପିଟିଲା ,କେତେ ଅନ୍ୟାୟ କଲା ....ଆହା ଚୁ ଚୁର ସୀମା ନାହିଁ ।କିନ୍ତୁ ମାଆଟି କ’ଣ କରୁଛି ।ସେ ତ ପୁଅକୁ କ୍ଷମା କରି ଦଉଛି ।ସେଇଟା ତାର ସ୍ଵତନ୍ତ୍ରତା ।ତା ପୁଅ ପ୍ରତି ଥିବା ମମତାର ମହନୀୟତା ।ସବୁ ମାଆ ଏମିତି କରନ୍ତି ??

ଅନେକ ନିଉଜରେ ତ ଦେଖିଛେ ମାଆ ପୁଅ ଦେଉଥିବା ଦୁଃଖ କହି ଯାଉଛନ୍ତି ।ଏ ମାଆ କାହିଁକି ନୁହେଁ ?ଟିକେ ତଳେଇକି ଦେଖିଲେ କଥାଟା ପ୍ରେମର ଅନ୍ୟ ରୂପ ମମତା ପାଖରେ ମାଆଟି ବଦ୍ଧ ।

ବୋହୂ ବୋଲରେ ପଡି ପୁଅ ଏଭଳି ଅମାନବୀୟ କାମ କରିଛି ନିଶ୍ଚୟ ।ଦୂରେଇ ଯାଉଛି ମାଆଠୁ ପୁଅ ।ଭାଙ୍ଗି ଯାଉଛି ସମ୍ପର୍କ ।ମାଆ ଚାହୁଁନି ଏ କଥା ।ପୁଅର ମାଡକୁ ଭୁଲି ତା ଭୁଲକୁ ଘୋଡେଇ ପକଉଛି ।ହେଲେ ସମାଜ କ’ଣ କହୁଛି ? ଦିନ ଆସିବ ପୁଅ ତା କର୍ମ ଫଳ ଭୋଗିବ ।ସମୟର ଦାଢରୁ କିଏ ବର୍ତିଲାଣି !!

ଏମିତି ବି ତ ହଉଛି ।ମାଆ ଭଉଣୀ ବୋଲରେ ପଡି ପୁଅ ସ୍ତ୍ରୀକୁ ପିଟୁଛି ନିର୍ଦ୍ଦୟ ଭାବେ ।ମୋତେ କ’ଣ ଭଲପାଇବୁ ବେ ଆଗ ମୋ ପରିବାର ଲୋକଙ୍କୁ ନିଜର କରେ ବୋଲି ସ୍ଵାମୀଟିଏ ବିଷ ଉଦ୍ଗାରୁଛି ସ୍ତ୍ରୀ ଉପରେ ।ସେଇ ମାଡ ଖାଉଥିବା ମାଆ ଭଳି ଯଦି ସ୍ତ୍ରୀଟି ହେଇଥାଏ ତେବେ ସାରା ଜୀବନ ମାଡ ଗାଳି ଖାଇ କଟୁଛି ତା ଦିନ ।ପର ଘର ଝିଅଟା ଆସି ଆମ ଘରେ ଏତେ ଭଲରେ ରହୁଛି କେତେଟା କାମ କରିଦେଲେ କ’ଣ ବାଧୁଛି .....ଏଇ ମାନସିକତା ଭିତରେ ଅନେକ ବୋହୂଙ୍କୁ ରଖନ୍ତି ମାଆମାନେ ।ସ୍ତ୍ରୀର ପ୍ରତିଶବ୍ଦ ଚାକରାଣୀ ସେଠି ।ସେଭଳି ଯାଗାରେ ମାଆକୁ ହାତ ଉଠେଇବା ବହୁତ ଦୂର କଥା ପଦେ କହିବାକୁ ପୁଅର ସାହସ ନାହିଁ ।ଆଜୀବନ ମାଆର ଦୁଗ୍ଧ ପୋଷ୍ୟ ଭଳି ପୁଅଟି ଚଳୁଛି ଆଉ ସେଇ ଆଳରେ ନିଜର ଅନେକ ମନମାନି ଆଉ ଅନୈତିକତା ଭିତରେ ଲିପ୍ତ ରହୁଛି ।ସେ ପୁଅ ପିଲାଟା ଯା ଇଚ୍ଛା ତା କଲେ ତୁ କହିବାକୁ କିଏ ବୋଲି କହି ପ୍ରୌଢ ବୟସ ଯାଏଁ ପୁଅକୁ ସୁରକ୍ଷା ଦିଅନ୍ତି ମାଆ ।ଆଉ ନିଜ ଇଚ୍ଛା ଅନୁସାରେ ଆଧିପତ୍ୟ ଜାହିର୍ କରିକରି ପୃଥିବୀ ଛାଡନ୍ତି ।ଶେଷ ଜୀବନରେ ପୁଅପାଇଁ ଆଉ ଥାଏ କ’ଣ ? କେବଳ ସ୍ତ୍ରୀ ଠୁ ହତାଦର ଛଡା !! ତାର ଏକ ଉଦାହରଣ ବି ଏଵେ ଘଟିଛି ।ସ୍ତ୍ରୀ ଆଉ ପୁଅଙ୍କଠୁ ଅଲଗା ରହୁଛନ୍ତି ବୃଦ୍ଧ ।ହାତରେ ରାନ୍ଧି ଖାଉଛନ୍ତି !!

ତେଣୁ ଭଲପାଉଥିବା ହୃଦୟଧାରୀ ମଣିଷଟି ମାଡ ଖାଇବା କି ଅପମାନ ପାଇବା କିଛି ନୂଆ ନୁହେଁ ।ସେ ମାଆ ହଉ କି ସ୍ତ୍ରୀ ହଉ ।ଆଖିରେ ପ୍ରେମର ପଟି ବାନ୍ଧି ମାନ ଅପମାନକୁ ଏକାଭଳି ଗ୍ରହଣ କରି ନିଅନ୍ତି ସେମାନେ ।

ଓଡିଆରେ ଗୋଟେ ଶବ୍ଦ ଅଛି 'ରାଢ ' ।ଯଦି ମାଆଟି ସେଇ ରାଢ ହେଇଥାନ୍ତା ପୁଅ ହାତ ଉଠେଇବା ଦୂରର କଥା ପାଟି ଫିଟେଇ ପାରି ନଥାନ୍ତା ।ସମାନ କଥା ସ୍ତ୍ରୀ ପାଇଁ ଵି ଲାଗୁ ହେଵ ।ନହେଲେ ମାଆକୁ ପିଟି ସୁନ୍ଦରୀ ଭାରିଜା ଧରି ଘର କରୁଥିବା ଲୋକ ଅନେକ ଅଛନ୍ତି ।ଆଉ ସ୍ତ୍ରୀ ତ ମାଡ ଖାଇବାକୁ ଯୋଗ୍ୟ ବୋଲି ଅନେକେ ଏବେ ବି ଭାବନ୍ତି ।ତେଣୁ ଭଲ ପାଉଥିବା ନରମ ହୃଦୟ ମାଆ ରୂପରେ ହଉ କି ସ୍ତ୍ରୀ ରୂପରେ ହଉ କଷ୍ଟ ହିଁ ପାଏ ।

ଦେଖିବା ସମୟ ବା ମହାକାଳ ଏସବୁକୁ କେମିତି ସମାଧାନ କରୁଛି !! ଏକା ସେଇ ସବୁ ଭୁଲ୍ ଠିକ୍ କାମର ଉଜ୍ଜଳ ସାକ୍ଷୀ ।

ଆମେ କହିବାକୁ କିଏ !!


Rate this content
Log in