ଭାଗ୍ୟର ବିଚାର
ଭାଗ୍ୟର ବିଚାର
ଜଣେ ବିଧବା ସ୍ତ୍ରୀ ଲୋକର ଗୋଟିଏ ବୋଲି ଗେହ୍ଲାପୁଅ । ଥରେ ସେ ପୁଅକୁ ନେଇ କୌଣସି ଏକ ଗାଁକୁ ଯାଉଥାଏ । ଯାଉ ଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେମାନେ ଘରୁ ସକାଳୁ ବାହାରିଗଲେଣି ଯେ, ବେଳ ଆସି ଦ୍ୱିପ୍ରହର ହେଲାଣି । ମୁଣ୍ଡଫଟା ଖରାରେ ଦୁହେଁ ଚାଲିଚାଲି ଥକି ପଡିଲେ । ରାସ୍ତା କଡ ଗଛମୂଳରେ ବିଶ୍ରାମ ନେଲେ ।
କିଛି ସମୟ ପରେ ହାଲିଆ ହୋଇ ପଡିଥିବା ପୁଅଟି ନିଘୋଡ ନିଦରେ ଶୋଇପଡିଲା । ଟିକିଏ ଦୂରରେ ମାଆ ବସି କ’ଣ ଚିନ୍ତା କରୁଥାଏ । ଠିକ୍ ଏତିକିବେଳେ ହଠାତ୍ ପିଲାଟି ଚମକି ପଡି ଉଠିବସିଲା ଓ କାନ୍ଦିବାକୁ ଲାଗିଲା ।
ପିଲାଟି କାହିଁକି କାନ୍ଦିଲା ବୋଲି ତା’ର ମା’ ଚାହିଁଲା ବେଳକୁ ଦେଖିଲା, ଗୋଟିଏ ନାଗସାପ ପିଲାଟିକୁ ଚୋଟମାରି ପାଖରେ ଥିବା ଉଈ ହୁଙ୍କା ଭିତରେ ପଶିବାକୁ ଯାଉଛି । ସେତେବେଳକୁ ପିଲାଟି ହାତଗୋଡ ପିଟି ଭୂଇଁରେ ଗଡିବାକୁ ଲାଗିଲାଣି । ଚାହୁଁ ଚାହୁଁ ଖୁବ୍ କମ୍ ସମୟ ଭିତରେ ପିଲାଟି ମୃତ୍ୟୁବରଣ କଲା । ଏହା ଦେଖି ତା’ର ମାଆ ଆଉ କି ସମ୍ଭାଳେ? ପିଲାଟିର ମୃତ୍ୟୁରେ ଭାଙ୍ଗିପଡି କ୍ରନ୍ଦନ କରି ସେଇଠି ଭୂଇଁରେ ଗଡିବାକୁ ଲାଗିଲା । ଆଶ୍ୱାସନା ଦେବାପାଇଁ ପାଖରେ କେହି ହେଲେ ନ ଥିଲେ ।ଏହା ଦେଖି ସ୍ତ୍ରୀଲୋକ ଜଣକ ହାତଯୋଡି ଦସ୍ୟୁକୁ କହିଲା, “ଭାଇ! ଦୟାକରି ସାପଟିକୁ ମାରନାହିଁ । ତୁମେ ଆଜି ସାପଟିକୁ ମାରି ଦେଲେ କ’ଣ ମୋ’ ପୁଅର ଜୀବନ ଫେରିଆସିବ? ମୁଁ ମୋର ଭାଗ୍ୟ କବଳରୁ ମୁକୁଳି ପାରିବି ତ ନାହିଁ, ବରଂ ପୁଅର ଜୀବନ ଭଳି ଆଉ ଏକ ଜୀବନ ନଷ୍ଟ ହୋଇଯିବ । ଏହାଦ୍ୱାରା ମୋ’ର କ’ଣ ଲାଭ ହେବ?”
ଦସ୍ୟୁ ଏବେ ସ୍ତ୍ରୀଲୋକଟିର କଥା ଶୁଣି ଚକିତ ହୋଇଗଲା । ସେ କହିଲା, “ଭଉଣୀ! ସେଇ ବିଷଧର ସର୍ପ ଏଠାରେ ରହିଲେ ଭବିଷ୍ୟତରେ ତୁମ ପୁଅଭଳି ଅନ୍ୟର ଜୀବନ ବି ହାନୀ କରିପାରେ । ସୁତରାଂ ଯିଏ ଯେଉଁଠାରେ ପାଇଲେ ବିଷଧର ସର୍ପଗୁଡିକୁ ମାରିଦେବା ହିଁ ଉଚିତ୍ । ମାତ୍ର ଏହା ଜାଣି ମଧ୍ୟ ତୁମେ ଏଭଳି ବିଷାକ୍ତ ସର୍ପକୁ ମାରିବାକୁ ନିବୃତ କରିବାର କାରଣ କ’ଣ?”
ଏଥର ସ୍ତ୍ରୀଲୋକ ଜଣକ କହିଲା, “ଭାଇ! ଏଇ ବିଷଧର ସର୍ପ ମୋ’ ପୁଅକୁ ମାରିବା କଣ ବିଧିର ବିଧାନ ଥିଲା? ଜଙ୍ଗଲ ଭିତରେ ଏପରି ଅଘଟଣ ଘଟିପାରେ ବୋଲି ମୋତେ ଆଗରୁ ଜାଗ୍ରତ ହବାରଥିଲା ଏଥିରେ ସାପର କଣ ଦୋଷ? ମୋ ଅବହେଳା ଓ ବୋକାମୀ ପାଇଁ ବିଚାର ସାପକୁ କାହିଁକି ଦୋଷଦେବି? ମାତ୍ର ଏବେ ତୁମେ ସେହି କାରଣ ଯୋଗୁଁ ସାପଟିକୁ ମାରି ଆଉ ଗୋଟିଏ ଜୀବନ ନେଇଯିବା ଉଚିତ୍ ନୁହେଁ ।”
ଠିକ୍ ଏତିକି ବେଳେ ସେହି ବାଟ ଦେଇ ଜଣେ ଦସ୍ୟୁ ଯାଉଥାଏ । ସେ ସ୍ତ୍ରୀ ଲୋକଟିର ବିକଳ କ୍ରନ୍ଦନରୋଳ ଶୁଣି ପାଖକୁ ଆସି କାନ୍ଦିବାର କାରଣ ପଚାରିଲା । ସାପକାମୁଡାରେ ଅକାଳ ମୃତ୍ୟୁ ହେବା ଏବଂ ସାପଟି ନିକଟରେ ଥିବା ଉଈ ହୁଙ୍କାରେ ପଶିଯାଇଥିବା କଥା ଦସ୍ୟୁ ଶୁଣିଲା । ସେ ଦୁଃଖ ପ୍ରକାଶ କରିବା ସହିତ ଉଈ ହୁଙ୍କା ତାଡି ସାପଟିକୁ ମାରିଦେବା ପାଇଁ ବାହାରିଲା ।