Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Tragedy

4.8  

Prasant Kumar Senapati

Tragedy

।। ଭୂକମ୍ପ ।।

।। ଭୂକମ୍ପ ।।

1 min
14.4K


 ହଠାତ୍ ସହରରେ ପ୍ରଳୟକାରୀ ଭୂକମ୍ପ ହେଲା, ପ୍ରାୟତଃ ସତୁରୀ ପ୍ରତିଶତ ଘର ଭୁଷୁଡି ମାଟିରେ ମିଶି ସାରିଥାଏ ।

ସୁରକ୍ଷାକର୍ମୀ ଓ ଏନ.ଡି.ଆର୍.ଏଫ୍ ଟିମ୍ ର ସଦଶ୍ୟମାନେ ଭୁଷୁଡି ପଡିଥିବା ଘର ଭିତରୁ ଲୋକମାନଙ୍କ ଶବ ଉଦ୍ଧାର କରୁଥାନ୍ତି । ଯେଉଁ ମାନଙ୍କ ଶବ ମିଳୁଥାଏ, ସେମାନଙ୍କର ପରିଚୟ ସହିତ ଫଟୋ ଉଠାଇ ଏକ ଫାଇଲରେ ଲିପିବଦ୍ଧ କରୁଥାନ୍ତି, ପରବର୍ତ୍ତି ସମୟରେ ଅନ୍ତିମ ସଂସ୍କାର ପାଇଁ ସେମାନଙ୍କ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିବାରେ ସହାୟକ ହେବ ।

ଫାଇଲରେ ଲିପିବଦ୍ଧ ଶବମାନଙ୍କ ପରିଚୟ ପାଇବା ପରେ ସଭିଏଁ ଆଶ୍ଚର୍ଯ୍ୟ ଥିଲେ । ସମାଜ ପାଇଁ ଥିଲା ଏହା ଦ୍ବିତୀୟ ଭୂକମ୍ପ ।

ସହର'ର ଶ୍ରେଷ୍ଠ ନାମଜାଦିଆ ବ୍ରାହ୍ମଣର ଶବ ଅର୍ଦ୍ଧନଗ୍ନ ଅବସ୍ଥାରେ ଛୋଟ ଜାତିର ବିଧବା ଶାରିଆ ଶବ ନିକଟରୁ ମିଳିଲା ।

ଜଣେ ପ୍ରସିଦ୍ଧ ସମାଜ ସେବୀର ଶବ ରେଡ ଲାଇଟ୍ ଏରିଆରେ କ୍ଷୁଦ୍ର ଅନ୍ଧାରିଆ କୋଠରୀର ପଲଙ୍କ ଉପରେ ପଡିଥିଲା ।

ଥାନା ବଡ ବାବୁଙ୍କ ଶବ ସହରର ପଞ୍ଚତାରକା ହୋଟେଲରେ ଏକ ନାମକରା ଗ୍ୟାଙ୍ଗର କୁଖ୍ୟାତ ଗୁଣ୍ଡାମାନଙ୍କ ମେଳରେ ପଡିଥିଲା ।

ରାଜ୍ୟର ଗୃହ ମନ୍ତ୍ରୀଙ୍କ ଶବ ହତ୍ୟା ଅପରାଧରେ ଫେରାର ଚାରିଜଣ ଅପରାଧୀଙ୍କ ଆଡ୍ଡାରୁ ଉଦ୍ଧାର କରାଗଲା ।

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Tragedy