Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Drama

2  

Pramila Sahoo

Drama

ମାଆ

ମାଆ

8 mins
7.2K


ପିଲାଟି ଆସି ମାକୁ ଖାଇବାକୁ ମାଗିଲା । ମା ମା ମତେ ଭାତ ମୁଠାଏ ଦେଏ । ସକାଳୁ ପରଠାରୁ ମୁଁ କିଛିଖାଇନାହିଁ ମା ମତେ ବହୁତ ଭୋକ ଲାଗୁଛି । ମା ଘରେ କିଛି ନଥାଏ ମା ଖୁଦଗଣ୍ଡାଏକୁ ରାନ୍ଧିଛି ତରକାରୀ କଣ ରାନ୍ଧିବ କିଛି ତ ଘରେନାହିଁ । ପୁଅ ବିକଳରେ ମାକୁ କହୁଛି ,ମା ତୁ ମତେ କାଲି କହିଥିଲୁ ମୋ ପାଇଁ ମାଛ ଆଉ ଡାଲି କରିବୁ ବୋଲିକି । ତୁ କରିଛୁନା ଦେଏ ମା ଭୋକରେ ମୋର ପେଟ କାଟୁଛି । ସେତେବେଳେ ପୁଅର ବିକଳ ମୁହଁକୁ ଦେଖି ମା'ର ଆଖିରେ ଲୁହ ଝରିଗଲା । କିନ୍ତୁ କଣ କରିବ ମା ପାଖରେ ତ ପଇସା ନାହିଁ । ଆଉ ତାହାର କପାଳ ଫଟା । ଖାଇବାକୁ ଆଣିଲା ମା । ପୁଅ ମନ ଭାରି ଖୁସି କାରଣ ଏତେ ଦିନପରେ ମାଛ ଭାତ ଡାଲି ଖାଇବ । ସେ ମା ଆଣି ଭାତ ଆଉ ପୋଜ ପୁଅକୁ ଦେଲା । ପୁଅ କହିଲା ଏ କଣ ମା ??? ମୁଁ ଖାଇବି ନାହିଁ । ତୁ ମତେ ସବୁଦିନ ଏଇ ଖାଇବାକୁ ମତେ ଦେଉଛୁ । ନାହିଁ ବାବା ତୁ ଆଜି ଭାତ ଏତ ଡାଲି ଖାଇଦେଏ ମୋ ସୁନା ଧନ । ନାହିଁ ମା ଏତ ପୋଜ ଡାଲି ,ନୁହେଁ ଆଉ ମାଛ କାହିଁ । ଆଜି ବାବା ତୁ ଖାଇଦେଏ କାଲିକି ତତେ ମାଛ ଭାତ ଖାଇବାକୁ ଦେବି । ନାହିଁ ତୁ ମତେ ମାସେ ହେଲାଣି କହୁଚୁ ,ମୁଁ ଖାଇବି ନାହିଁ ତୁ ଯାଆ । ସେହି ସମୟରେ ବାହାରେ ଜଣେ ବୃଦ୍ଧ ବୁଢ଼ୀର ଡାକ ଶୁଭିଲା ମା...ମୁଠାଏ ଖାଇବାକୁ ମିଳିବ । ମା ମୁଁ ଦୁଇ ଦିନ ହବ କିଛି ଖାଇ ନାହିଁ । ମା ସେ ଛୋଟପୁଅ ଆଣି ସେ ପୋଜ ଗୋଳା ଭାତକୁ ନେଇ ବୁଢ଼ୀ ମାକୁ ଦେଲା । ସେ ବୁଢ଼ୀଜଣଙ୍କ ସବୁ ଖାଇଦେଇ ସାରି ପଲେଇ ଗଲେ କିନ୍ତୁ ଘରେ କିଛି ଖାଇବାକୁ ନାହିଁ । ଶେଷରେ ମା ପୁଅ ଦୁହେଁ ପାଣି ପିଇ ଶୋଇଗଲେ ।


Rate this content
Log in

Similar oriya story from Drama