Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trilochan Karjee

Classics Fantasy Inspirational

5.0  

Trilochan Karjee

Classics Fantasy Inspirational

ଦେଶପ୍ରେମ

ଦେଶପ୍ରେମ

3 mins
1.3K


କଲେଜ ପଢୁଆ ପିଲା ମାନଙ୍କ ମଧ୍ୟରୁ ସମୀର ଟିକେ ଅଲଗା ସ୍ବଭାବର ପିଲା ଥିଲା। ପ୍ରତେକ ଦିନ କିଛି ନା କିଛି ଅଭିଯୋଗ ପ୍ରିନ୍ସିପାଲ ପାଖରେ ପହଞ୍ଚି ଯାଉଥିଲା। କେଣ୍ଟିନ୍ ରେ ଖାଇବା ପାଇଁ କୋଉ ପିଲା ସହ ଧସ୍ତାଧସ୍ତି କ୍ଲାସରୁମରେ ପଢା ପାଇଁ କଥା କଟାକଟି ତା ପାଇଁ ନିତି ଦିନିଆ କାମରେ ବିତୁଥିଲା। ପ୍ରିନ୍ସିପାଲ ତାଗିତ୍ କରି ଛାଡି ଦେଉଥିଲେ। ତଥାପି ତାର ବଦମାସୀ ଯାଏନି।

ସମୀର ଦାସ ଯୁକ୍ତ ତିନି କଳାର ଦ୍ବିତୀବର୍ଷର ଛାତ୍ର। ଇତିହାସ ବିଭାଗର ଜଣେ ଛାତ୍ର ହିସାବରେ ସମସ୍ତେ ଜାଣନ୍ତି। ବଦମାସୀ କଲେବି ତାର ଅନେକ ବନ୍ଧୁ ହୁଅନ୍ତି।ସେ କଥାବାର୍ତ୍ତାରେ ଅତି ଖୁସି ମିଜାଜ୍ ର ।ତେଣୁ ସାର୍ ମ୍ୟାଡମ ମାନେ ମଧ୍ୟ ବହୁତ ଭଲ ପାଆନ୍ତି। ତାର ଦୁଷ୍ଟାମି କୁ ଧରନ୍ତିନି। ଯେମିତି ଇତିହାସ ପୃଷ୍ଠାର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଜୀବନକୁ ବେଶ୍ ପ୍ରଭାବିତ କରିଛି । ସେଦିନ ଆଲୋଚନା ଚକ୍ରରେ ଯୋଗଦେଇ ପ୍ରଫେସର ସୁନୀଲ ସାରଙ୍କ ର ଅଭିଭାଷଣରେ ଏତେ ପ୍ରଭାବିତ ହୋଇଥିଲା। ଶେଷରେ ପ୍ରଶ୍ନ ପଚାରା ଯାଇଥିଲା ତୁମେ ତୁମର ଦେଶ ପାଇଁ କଣ କରିପାରିବ। କିଏ କହିଲା ମୁଁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବଡ ଅଫିସର ହୋଇ ଦେଶର ଭଲ ମନ୍ଦ ବୁଝିବି ଆଉ ଜଣେ କହିଲା ମୁଁ ବ୍ୟାଙ୍କ ଆକାଉଣ୍ଟ ହେବି କିଏ କହିଲା ସାମ୍ବାଦିକ ହେବି କିଏ କହିଲା ଶିକ୍ଷକ ଆଦି ସବୁ କହି ସାରିବା ପରେ ସମୀରର ପାଳି ପଡିଲା। ସମୀର ଯାହା କହିଲା ସମସ୍ତେ ଠୋ ଠୋ ହସି ପରିବେଶ କମ୍ପି ଉଠିଲା। ସାର୍ କହିଲେ ତୁ ସତ କହୁଛୁ ଏ କାମ କରି ପାରିବୁ। ଯେଉଁ କାମ ପାଇଁ ଆମ ଦେଶ ଏତେ ଚେଷ୍ଟା ସତ୍ତ୍ବେ ବିଫଳ ହେଉଛି। ତୁ ପାଖେ ଏମିତି କଣ ଅଛି। ସେଦିନ ସେମିନାର ବନ୍ଦ ହୋଇଥିଲା। ସେତେବେଳକୁ କଲେଜ ନିର୍ବାଚନ ପାଖେଇ ଆସୁଥିଲା ଛାତ୍ରଛାତ୍ରୀ ମାନଙ୍କ ଭିତରେ ଆଗ୍ରହ ବଢି ଚାଲିଲା। କିଏ ହେବ ସଭାପତି ଓ ସମ୍ପାଦକ ଏମିତି କଳ୍ପନା ଜଳ୍ପନା ଭିତରେ ଗତି କରୁଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଲା। ସମୀର ର ବନ୍ଧୁ ଜଣକ କହିଲା ରେ ତୁ ନିର୍ବାଚନ ରେ ଲଢୁନୁ। ସମୀର ମନା କଲା। ତୁ ପରା କହିଥିଲୁ କିଛି କରି ଦେଖେଇବୁ। ଏହାହିଁ ପ୍ରକୃତ ସମୟ। ଯଦି ତୁ ଦେଶ ପାଇଁ କିଛି କରିବାର ଏବେଠୁ ସଜାଗ ହୋଇ କାମ କର ତୋତେ ସମସ୍ତେ ଜାଣିବେ। ଟିକେଟ ମିଳିଲେ ତ ମୁଁ କରିବି ପୁଣି ବିପକ୍ଷ ଦଳ ବହୁତ ମଜଭୁତ ଆମ ପାଖରେ ପିଲା କାହାନ୍ତି ସମୀର କହିଲା। ସାଙ୍ଗ ଜଣକ ଏଥର ଦୃଢ ସ୍ବରରେ କହିଲା ତୁ ପାରିବୁ ନିଶ୍ଚୟ ବିଜୟ ହେବୁ। ଏଥର ସମୀର ଯେମିତି ପାଲଟି ଯାଇଥିଲା କଲେଜରେ ସେଲିବ୍ରେଟି ପରି ।ଟିକଟ ସ୍ବାଧୀନ ପାର୍ଥୀ ଛିଡା ହେଲା । କଲେଜରେ ଥିବା ସମସ୍ୟାକୁ ଯଥା ସ୍ମାଟ ଶ୍ରେଣୀ ଗୃହ ଠାରୁ ଇଣ୍ଟରନେଟ ବ୍ୟବସ୍ଥା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଅନେକ ଛାତ୍ରଛାତ୍ରୀ ତାର ଆଗାମୀ ବର୍ଷର କାର୍ଯ୍ୟକଳାପ ପସନ୍ଦ କରି ସମର୍ଥନ ଜଣାଇ ଦେଇଥିଲେ। ବିପକ୍ଷ ଦଳରେ କିଛି ଫାଟ ସୃଷ୍ଟି ହୋଇଥିଲା। ସମୀରର ବିଜୟ ହେବା ସମ୍ଭାବନା ଅଧିକ ଜାଣିବା ପରେ ହରେଇବାର ଷଡଯନ୍ତ୍ର ରଚିଲେ। କିଛି ମୁସଲମାନ ସଂପ୍ରଦାୟର ଛାତ୍ରମାନେ ଥିଲେ ଯେଉଁମାନଙ୍କସମୀରର କଲେଜରେ ଅନେକ ସମୟରେ ଗଣ୍ଡଗୋଳ ହୋଇଥିଲା। ସେମାନେ ତ ବିପକ୍ଷ ଦଳରେ ଗୁଣ୍ଡାଗିରି କରୁଥିଲେ। କେତେବେଳେ ଭାରତ ପାକିସ୍ଥାନ କ୍ରିକେଟ ମ୍ୟାଚ ପାଇଁ ପରିସ୍ଥିତି ଉପୁଜିଛି ।ପାକିସ୍ଥାନ ଜିତିବା ପରେ କ୍ୟାମ୍ପସ ଭିତରେ ପାକିସ୍ଥାନ ଜିନ୍ଦାବାଦ ନାରା ଦେଇ ବାଣ ଫୁଟାଇବା ର ସମୀର ସହି ପାରେନି। ପ୍ରତିବାଦ କରିଛି । ତାକୁ କାଶ୍ମୀର ସୀମାରେ ଆତଙ୍କବାଦୀ ସହ ଲଢିଲା ପରି ଲାଗୁଥିଲା। ନିର୍ବାଚନ ରାତିରେ ବିପକ୍ଷ ଦଳ ସହ ପାଟି ତୁଣ୍ଡ ହେଲା। ସମୀରକୁ ନିର୍ବାଚନରୁ ଓହରି ଯିବା ପାଇଁ ଧମକ ଚମକ ଦେଇଥିଲେ। ସେ ଡରିବାର ପିଲା ନଥିଲା। ସକାଳୁ ଯଥା ସମୟରେ ଭୋଟ ଦାନ ଆରମ୍ଭ ହୋଇଥିଲା। ଏହି ସମୟରେ ଭୋଟ ବାକ୍ସ ତଳେ ବୋମା ଥିବାର ସୂଚନା ମିଳିଲା। ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ସମସ୍ତେ ଭୟଭୀତ ହୋଇଯାଇଥିଲେ।

ପୁଲିସ ଖବର ଦିଆ ଯାଇଥିଲା କିନ୍ତୁ କମ ସମୟ ଅଛି କିଛି ଅଘଟଣ ଘଟିଯିବାର ଆଶଙ୍କା କରାଯାଉଛି। ସମୀର କୋଉଠି ଥିଲା କେଜାଣି ବୋମା କାଢିବାକୁ ପହଞ୍ଚଗଲା।

ସମସ୍ତେ ମନା କରୁଥିଲେ କିନ୍ତୁ ନିଜର ସାହାସ ବଳରେ ସେହି ସ୍ଥାନରେ ପହଞ୍ଚିଲା ବୋମାଟିକୁ ନିଜ କୈଶଳରେ ଆୟତ୍ତ କରିପାରିଥିଲା। ସାମାନ୍ୟ ଆହତ ବି ହୋଇଥିଲା।

ସେଦିନ ସମୀର ନିଜ ବୁଦ୍ଧି ଓ କୌଶଳ ବଳରେ ପ୍ରାୟ ତିନି ଶହ ଛାତ୍ରଛାତ୍ରୀ ଓ ଦଶଜଣ ସାର୍ ମ୍ୟାଡମଙ୍କ ଜୀବନ ବଞ୍ଚାଇ ଦେଇଥିଲା । ପୁଲିସ୍ ଟିମ୍ ପହଞ୍ଚି ବୋମାକୁ ଗ୍ରହଣ କରିଥିଲେ। ପୁଲିସ ଅଧିକାରୀ ଜଣକ କହିଲେ ଆଉ କେଇ ମିନିଟରେ ବିସ୍ଫୋରଣ ହୋଇଯାଇଥାନ୍ତା।ସମୀରକୁ ପ୍ରଶଂସା କରିବାକୁ ପଛେଇଲେ ନାହିଁ। ଶାନ୍ତି ଶୃଙ୍ଖଳାର ସହ ଭୋଟ ସରିଲା। ଫଳାଫଳ ଘୋଷଣା ହେଲା ସମୀର ହିଁ ସଭାପତି ଭାବେ ନିର୍ବାଚିତ ହୋଇ କଲେଜ କ୍ୟାମ୍ପସରେ ଆନନ୍ଦ ଲହରୀ ଖେଳିଗଲା। ବୋମାର ମାଷ୍ଟର ମାଇଣ୍ଡ ଧରା ପଡ଼ିଲେ। ତାର ବିପକ୍ଷ ଦଳର ଅଧିନାୟକର କାମ ଥିଲା।

ସେହି ବର୍ଷ ସ୍ବାଧୀନତା ଦିବସ ଅବସରରେ ସମୀରକୁ ରାଜ୍ୟପାଳ ସାହସିକତା ପାଇଁ ପୁରସ୍କୃତ କରିଥିଲେ। ପୁରସ୍କାର ପାଇବା ଅବସରରେ ସମୀର କହିଥିଲା ସେଦିନ ସୁନିଲ ସାର ଙ୍କର କେଇ ପଦ କଥା ମୋତେ ବହୁତ ଆଦୃତ ହୋଇଥିଲି ପରେ ମୁଁ ନିଜକୁ ଦେଶରେ ଥିବା ଲୋକଙ୍କୁ ବଞ୍ଚିବା ପାଇଁ ଯେ କୌଣସି ସ୍ଥାନରେ ନିଜର ଜୀବନ ଯାଉ ପଛେ ଅନ୍ୟ ମାନଙ୍କ ଜୀବନ ରକ୍ଷା କରିବାକୁ ପଛ ଘୁଞ୍ଚା ଦେବି ନାହିଁ। ତା ପରଠୁ ମୁଁ ନିଜକୁ ଜଣେ ଦେଶ ସେବା କରିବା ପାଇଁ ନିଜକୁ ସମର୍ପଣ କରିଦେଲି। ଦେଶ ସେବା କହିଲେ କେବଳ କଣ ଦେଶକୁ ରକ୍ଷା କରିବା ଆଉ ଦେଶର ସାଧାରଣ ନାଗରିକ ମାନଙ୍କ ଜୀବନ ବଞ୍ଚାଇବା କଣ ଦେଶ ପ୍ରେମ କୁହାଯିବନି । ଏହା ପରେ ମୋତେ କହିପାର ମୁଁ ଆଉ କଣ ଦେଶ ସେବା କରିପାରିବି। ଭାଷଣ ସରିବା ପରେ ତାଳିରେ ପ୍ରକମ୍ପିତ ହୋଇ ଉଠିଲା। ଶୁଭିଲା ଭାରତ ମାତାକି "ଜୟ"


ତ୍ରିଲୋଚନ କାର୍ଯୀ

ଗାଇଡା, ପାତ୍ରପୁର

ମୋ-9178830120


Rate this content
Log in

Similar oriya story from Classics