Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବିଶ୍ଵାସ

ବିଶ୍ଵାସ

3 mins
7.2K


ଚନ୍ଦନ ବାରିକ


୨୦୧୮ ମସିହା ଜୁଲାଇ ୧୭ ତାରିଖ ସଂକ୍ରାନ୍ତି ଦିନ ଆମ ପରିବାର ଓ ଆମ ଗ୍ରାମ ସହିତ ଆମ ପାଖ ଗ୍ରାମର କିଛି ବ୍ୟକ୍ତି ଏକାଠି ହୋଇ ଭଦ୍ରକର ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ଦଶର୍ନ କରିବା ପାଇଁ ଗଲୁ । ଆମେ ସମସ୍ତେ ଏକାଠି ହୋଇ ବାରବାଟୀରେ ପହଞ୍ଚି ଭଦ୍ରକ ଅଭିମୁଖେ ଯାଉଥିବା ବସ୍‌ ପାଇଁ ଅପେକ୍ଷା କଲୁ । ସକାଳ ପ୍ରାୟ ସାଢ଼େ ସାତଟା ହେବ । ଆମେ ଗାଡ଼ି ପାଉ ନ ଥାଉ । ଆମ ମଧ୍ୟରୁ ଜଣେ କହିଲା , କ’ଣ ଆଜି ପ୍ରଭୁଙ୍କ ଦର୍ଶନ ନାହିଁ କିରେ ? ମୁଁ ତାଙ୍କୁ କହିଲି, ପ୍ରଭୁଙ୍କ ଉପରେ ବିଶ୍ୱାସ ରଖ ଏବଂ ତାଙ୍କୁ ଥରେ ସ୍ମରଣ କର , ଦେଖିବ ପ୍ରଭୁଙ୍କ କୃପାରୁ ଆମେ ବସ୍‌ ପାଇ ପାରିବା ଏବଂ ଠିକ୍‌ ସମୟରେ ପହଞ୍ଚି ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂପାଦନ ବି ହୋଇପାରିବ । ଆମେ ଏକଥା ହେବାର କିଛି କ୍ଷଣ ଯାଇନାହିଁ , ପ୍ରଭୁଙ୍କ କୃପା କି କ’ଣ , ହଠାତ୍‌ ଆମ ପାଖରେ ଗାଡ଼ି ପହଞ୍ଚିଲା ଓ ଡ୍ରାଇଭର କହିଲା , ତୁମେ ସବୁ କେଉଁଠିକୁ ଯିବ ? ଆରଡ଼ି କଥା ଶୁଣିଲା ପରେ ସେ କହିଲା, ଆସ, ଆମ ଗାଡ଼ି ତ ସେଇଠିକି ଯିବ । ଆମ ସମସ୍ତଙ୍କ ମନ ବ୍ୟାକୁଳ ହେଉଥାଏ ପ୍ରଭୁଙ୍କ ଦର୍ଶନ କରିବାକୁ । ମୁଁ ମଧ୍ୟ ବହୁତ ଖୁସି ଥାଏ ଏବଂ ବ୍ୟାକୁଳ ହେଉଥାଏ କିପରି ପ୍ରଭୁଙ୍କ ନିକଟେର ପହଞ୍ଚି ମୋର ମାନସିକ ପୂରଣ କରିବି । ଏମିତି ଭାବୁ ଭାବୁ ଶେଷରେ ଆମେ ସମସ୍ତେ ପହଞ୍ଚିଗଲୁ ମନ୍ଦିର ପରିସରରେ । ଆମମାନଙ୍କୁ ଦେଖି କିଛି ବ୍ରାହ୍ମଣ ନନା ପଚାରିଲେ , ତୁମମାନଙ୍କର ନନା କିଏ ? କେଉଁ ଗ୍ରାମରୁ ତୁମେମାନେ ଆସିଛ ? ଆମେ ନନାଙ୍କ କଥାରେ ହଡ଼ବଡ଼ ହେଇଗଲୁ । ଆମମାନଙ୍କ ମଧ୍ୟରୁ ଜଣେ କହିଲା , ଆମେ ଗଡ଼ମଧୁପୁରରୁ ଆସିଛୁ । ସେଇ ନନା କହିଲେ , ତୁମେମାନେ ଆମ ସହିତ ଆସ । ତୁମମାନଙ୍କୁ ଗଡ଼ମଧୁପୁର ନନାଙ୍କ ପାଖରେ ପହଞ୍ଚାଇ ଦେବୁ ।

ସମସ୍ତେ ତାଙ୍କ ସହିତ କିଛି ବାଟ ଗଲା ପରେ ଆମମାନଙ୍କ ମଧ୍ୟରୁ ଜଣେ ମତେ ଓ ଅନ୍ୟମାନଙ୍କୁ ଅଟକାଇ କହିଲେ , ଆରେ , ଆମ ଗ୍ରାମ ଗଡ଼ମଧୁପୁରର ଅଞ୍ଚଳରେ ଯାଉଛି ; କିନ୍ତୁ ଗଡ଼ମଧୁପୁର ତ ଆମ ଗ୍ରାମ ନୁହଁ । ଆମେ ସମସ୍ତେ ସେହି ବ୍ୟକ୍ତିଙ୍କ କଥାର ମର୍ମ ବୁଝିପାରି ଫେରି ଆସିଲୁ । କିଛି ପାଖ ଦୋକାନୀଙ୍କୁ ପଚାରିଲୁ , ମନ୍ଦିର ଟ୍ରଷ୍ଟ୍‌ ବୋର୍ଡ କେଉଁଠାରେ ଅଛି ? ଜଣେ ଦୋକାନୀ କହିଲେ , ମନ୍ଦିର ପରିସରରେ ଟ୍ରଷ୍ଟ ବୋର୍ଡ ଅଛି । କିନ୍ତୁ ତୁମେ ନନାଙ୍କ ଦ୍ୱାରା ଗଲେ ତୁମର କାମ ସହଜ ଓ ଶୀଘ୍ର ହେଇପାରିବ । ମୁଁ ବୁଝିପାରୁ ନ ଥାଏ ଏସବୁ କ’ଣ ଘଟିଯାଉଛି । ମୁଁ ପ୍ରଭୁଙ୍କୁ ଡାକୁଥାଏ ଆମର କାର୍ଯ୍ୟ ସହଜ ଓ ସୁବିଧାରେ କିଏ କରିଦିଅନ୍ତା କି ? ଏମିତି ଭାବୁ ଭାବୁ ଆମମାନଙ୍କ ମଧ୍ୟରୁ କେତେଜଣ ଅନ୍ୟ ନନାଙ୍କ ଦ୍ୱାରା କାର୍ଯ୍ୟ କରିବାକୁ ବାହାରୁଥିବା ବେଳେ , ଆମକୁ ପ୍ରଥମେ ନେଇଥିବା ନନା ସେଠାରେ ପହଞ୍ଚି ବିରୋଧ କଲେ । ନନାଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଲା । ତୁରନ୍ତ ସେଠାରେ ପୋଲିସ୍‌ ପହଞ୍ଚିଯାଇ ସମସ୍ୟା ସମାଧାନ କରିବାରେ ଲାଗିପଡ଼ିଲେ। ଶେଷରେ ପୋଲିସ୍‌ ବାବୁ ଏ ସମସ୍ୟାର ସମାଧାନ କରି କହିଲେ , ଭକ୍ତମାନେ ଆସିଥା’ନ୍ତି ପ୍ରଭୁଙ୍କ ଦର୍ଶନ କରିବା ପାଇଁ , ସେମାନଙ୍କର କାମ କିପରି ସହଜରେ ହେବ ତୁମେମାନେ ସେହିପରି ବ୍ୟବସ୍ଥା କର । ଠିକ୍‌ ଏହି ସମୟରେ ଆଉ ଜଣେ ନନା ଆସି ଆମମାନଙ୍କୁ ପଚାରିଲେ , ତୁମେ କେଉଁ ଗ୍ରାମରୁ ଆସିଛ ? ଆମେ ସମସ୍ତେ ଗ୍ରାମର ନାମ କହିବା ପରେ ସେ ତାଙ୍କ ଘରକୁ ଡାକିନେଲେ ଏବଂ କହିଲେ , ଏଠାରେ ତୁମମାନଙ୍କର ସମସ୍ତ ଜିନିଷପତ୍ର ରଖି ଟିକେ ସମୟ ବସ , ତା’ପରେ ପ୍ରଭୁଙ୍କ ଦର୍ଶନ କରିବାକୁ ଯିବା । ତାଙ୍କର ଏହି ପଦକ କଥା ଆମର ସମସ୍ତ ବ୍ୟଥାକୁ ଲାଘବ କରିବା ପରି ଲାଗିଲା । ନନା ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିବା ସହ ପ୍ରଭୁଙ୍କ ଦଶର୍ନ ମଧ୍ୟ ଅତି ସ୍ୱଳ୍ପ ପଇସାରେ କରାଇଦେଲେ । ବିଶ୍ୱାସର ଯେ କେତେ ମହତ୍ତ୍ୱ ରହିଛି ମୁଁ ସେଦିନ ଅନୁଭବ କରିଥିଲି ।


Rate this content
Log in

Similar oriya story from Classics