Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରାକ୍ଷୀ
ରାକ୍ଷୀ
★★★★★

© Paramita Mishra

Inspirational Drama

5 Minutes   7.0K    12


Content Ranking

ଶିଖାକୁ ସେଦିନଠୁ ଆଉ କେହି ଦେଖିନଥିଲେ। ଯେମିତି ରାତାରାତି କୁଆଡେ ଗାୟବ ହୋଇଗଲା ସେ। ଗୋଟିଏ କ୍ଷଣରେ ଯେମିତି ସମସ୍ତଙ୍କ ଭାଷା ହିଁ ବଦଳି ଗଲା। ପଚାରିଲେ କୁହନ୍ତି ମାମୁଁ ଘରେ ରହୁଛି। କେଜାଣି କେତେ ଶ୍ରାବଣ ଗଲା ହେଲେ ଶିଖା ଆଉ ଫେରିଲାନି। ଘରେ କେହି ନଥିଲା ବେଳେ ଶିଖାର ବୋଉ ଘୁମୁରି ଘୁମୁରି କାନ୍ଦନ୍ତି। ହେଲେ ଶିଖାର ବାପା ଓ ସେ ଚାରି ଭାଇ ଯେମିତି ପଥର ପାଲଟି ଗଲେ,କିଛି ବି ଫରକ୍ ପଡୁନଥିଲା ତାଙ୍କୁ ଶିଖା ମରେ ବା ଜିଏଁ। ଡଉଲଡାଉଲ ଚେହରା, ସଜ ଫୁଟା ଫୁଲ ପରି ରୂପ, ଯୌବନର ପ୍ରଥମ ପାହାଚ, କିଏ ବା ମୋହିତ ନ ହେବ ତା ରୂପରେ। ଗାଁର ଯବାନ ପିଲାମାନେ ଘଡିଏ ଅନେଇ ବସନ୍ତି। ଏ ବର୍ଷକୁ ସତର ପୁରି ଅଠର ଚାଲିଲା ଶିଖାକୁ। ଘରେ କଥା ହେଉଥିଲେ ତା ବାହାଘର ପାଇଁ। ଭାରି ସରାଗରେ ଅନେଇ ରହିଥାଏ ସେ ରାକ୍ଷୀ ପୁର୍ଣ୍ଣିମାକୁ । ରାକ୍ଷୀ ବାନ୍ଧି ଦେଇ ହାତ ବଢେଇ ଯାହା ଇଚ୍ଛା ତାହା ମାଗିନିଏ । ହେଲେ ଏଥର ରାକ୍ଷୀ ବାନ୍ଧି ସାରି ଆଉ କିଛି ମାଗିଲାନି । ଭାଇ ମାନେ କେତେ ପଚାରିଲାରୁ ରାଗି କି କହିଲା, ମତେ ତ ଏଘରୁ ତଡିବା ବ୍ୟବସ୍ଥା କରିଦେଲଣି।, ହେଲେ ଦବୁ ଯଦି ମତେ କଥା ଦିଅ ତମେ ମାନେ ଆମ ବାପା ଓ ମାଁକୁ କେବେ ବୃଦ୍ଧାଶ୍ରମରେ ଛାଡିବନି। ତ ବଡ ଭାଇ କହିଲା ହଉ ଲୋ ହୁଣ୍ଡି ତୋ କଥା ହେଲା ହେଲେ ତୁ ବି କହ ଯେ ଯୋଉ ଘରକୁ ଯିବୁ ସେଠି ତୋ ଶାଶୁ, ଶ୍ଵଶୁରଙ୍କୁ କେବେ ବୃଦ୍ଧାଶ୍ରମରେ ଛାଡିବୁନି। ସମସ୍ତଙ୍କ ହସରେ ଘରଟି ଫାଟି ପଡୁଥିଲା।

ଗହ୍ମା ପୁର୍ଣ୍ଣିମାକୁ ଗାଁ ଯାତରା ହୁଏ । ଶିଖାକୁ ତ ରାତିରେ ବାହାରକୁ ଯିବାକୁ ମନା । ହେଲେ ସେ ଯିବା ପାଇଁ ଆତୁର ହୋଇ ବସିଛି। ବୋଉ କାନି ଧରିଧରି ଶେଷକୁ ଭାଇମାନେ ଶୋଇଲା ପରେ ପଡିଶା ଘର ଲାଲି ସହ ଯିବ ବୋଲି କଥା ଛିଡିଲା। ବୋଉ କାନେ କାନେ କହିଥିଲା ବେଶି ଡେରି କରିବୁନି ଝଅଟ ଆସିଯିବୁ। ହେଲେ ଲାଲି ଆସିବାକୁ ନାରାଜ। କହିଲା ତୁ ଗଲେ ଯା ମୁଁ ପୁରା ଯାତ୍ରା ସରିଲେ ଯିବି। କିଛି ଉପାୟ ନାହିଁ, ଭାଇ କି ବାପା ଜାଣିବା ପୁର୍ବରୁ ଘରେ ପହଞ୍ଚିବାକୁ ପଡିବ। ଶିଖା ବଡବଡ ପାଦ ବଢେଇ ଘର ଆଡେ ମୁହାଁଇଲା। ହେଲେ ସେଦିନ କୋଉଠି ଥିଲେ ସେ ଭୋକିଲା କୁକୁର ଗୁଡା।ଏଣେ ଅନ୍ଧାରରେ କାହାକୁ ଚିହ୍ନି ବି ହେଉନଥିଲା। କେତେ କାକୁତି ମିନତି ହେଲା ସେ । କେତେ ଗଳା ଫଟେଇ ଡାକିଲା ହେଲେ ଯାତ୍ରାର ରାକ୍ଷସର ବିକଟାଳ ରଡି ଆଗରେ ଶିଖାର ଚିତ୍କାର କୋଉଠି ହଜିଗଲା। ଜଣ ଜଣ କରି ବିଦାରି ଖାଇଗଲେ ଶିଖାର ଜୀବନକୁ।ଘରେ ବୋଉକୁ ଆଉ ରାତି ସାରା ନିଦ ନାହିଁ । ପାହାନ୍ତରେ ବାପି ପରିସ୍ରା ପାଇଁ ବାହାରକୁ ଗଲେ ତ ଘର ଆଗରେ ଶିଖା ବିଭତ୍ସ ଅବସ୍ଥାରେ ପଡିଛି। କେହି ଦେଖିବା ଆଗରୁ ତାକୁ ଟେକି ଘରକୁ ନେଇଆସିଲେ ସେ । ହେଲେ ତାପରେ କଣ ହେଲା ତା ସହ କେହି ଜାଣି ପାରିଲେନି। କିଛି ଦିନ ଯାଏଁ ଗାଁରେ କେହି କେହି ପଚାରିଲେ ହେଲେ ଧିରେ ଧିରେ ସବୁ ପାସୋରି ଦେଲେ। ଶିଖାର ବାପା ତା ମାକୁ ଶୁଣାଇ ଦେଲେ ଆଜିଠୁ ଶିଖା ଆମ ପାଇଁ ମରିଗଲା ଏଘରେ କେହି ତାର ନା ବି ନେବନି। ଆଉ ମାଁ ଗ୍ଲାନିରେ ନିଜକୁ କୋଷି କୋଷି ମରୁଥାନ୍ତି ଝିଅର ଏ ଅବସ୍ଥା ପାଇଁ।  ସୁଲତାନ ତା ଫଟଫଟି ଧରି ଯାଉଥିଲା ଦୁରରୂ କାହାର କରାଳ ଯନ୍ତ୍ରଣାର ଶବ୍ଦ ଶୁଣି ସେ ଆଡକୁ ଯାଇ ଦେଖେତ ଝିଅଟି ରକ୍ତ ଜୁଡୁବୁଡୁରେ ପଡିଛି କିନ୍ତୁ ଦେହରୁ ପ୍ରାଣଟି ଏଯାଏଁ ଯାଇନି। ସଙ୍ଗେସଙ୍ଗେ ତାକୁ ଉଠାଇ ଆଣି ନିଜ ଘରକୁ ନେଇ ଗଲା ସେ । ସୁଲତାନ ଖାଲି ନାଁରେ ନୁହେଁ ମନର ବି ସୁଲତାନ ସେ । ଆଖ ପାଖ ଏରିଆର ଦାଦା ସେ । ଭଲ ମନ୍ଦ ସବୁଥିରେ ବିନା ସୁଲତାନରେ ଏଠି ପତ୍ର ବି ହଲେନି। ହେଲେ ବଦନାମ ଗଳିର ରାଜା ସେ । 

ଡାକ୍ତର ଡାକି ଝିଅଟିର ସବୁ ଚିକିତ୍ସା କରେଇଲା। ସୁଲତାନର ସ୍ତ୍ରୀ ଝିଅଟିର ସବୁ ଯତ୍ନ ନେଲେ । କେତେ ଦିନରେ ଝିଅଟି ଚେତନାରେ ଆସିଲା । କିଏ ସେ,କିଏ ତାକୁ ମାରି ଏଠି ଫୋପାଡ଼ି ଥିଲା ସୁଲତାନ ତାକୁ ପଚାରି ବସିଲା ହେଲେ ତାର ପୁର୍ବ କଥା କିଛି ମନ ନଥିଲା। ସୁଲତାନ କହିଲା ବେହେନ ତୋର ଏଠି କିଛି ଅସୁବିଧା ହେବନି ଏ ସୁଲତାନର ବଚ୍ଚନ ରହିଲା । ତୁ ଏଠି ପୁରା ସୁରକ୍ଷିତ ।ତୁ ମୋ ଭଉଣୀ ତେଣୁ ତୋ ନା ଆଜିଠୁ ରାକ୍ଷୀ ।

  ଗଳି ସିନା ବଦନାମ ରାକ୍ଷୀ ସେଠି ପଙ୍କରେ ପଦ୍ମ ପରି ଫୁଟିଉଠିଲା । ସହରର ଏ ତଳିଆ ବର୍ଗର ଲୋକଙ୍କ ପାଇଁ ସୁଲତାନ ଭାଇର ଡାହାଣ ହାତ ହୋଇ ସେ ଛିଡାହେଲା। ସହରରେ ଯେତିକି ସୁଲତାନ ଭାଇର ନାଁ ଥିଲା ଏବେ ତା ସହ ରାକ୍ଷୀର ନାଁ ବି ସେଥିରେ ଯୋଡି ହୋଇଗଲା। ଆଉ ପଛକୁ କେବେ ଫେରି ଚାହିଁନି ରାକ୍ଷୀ।ଗରିବ ମାନଙ୍କ ପାଇଁ ଦେବତା ସେମାନେ। ଆଉ ଏ କାମରେ ରାକ୍ଷୀ ବି ସୁଲତାନର ସାଥ ଦେଲା। ପ୍ରତି ବର୍ଷ ରାକ୍ଷୀ ପୁର୍ଣ୍ଣିମାରେ ରାକ୍ଷୀ ନିଜ ହାତରେ ରାକ୍ଷୀଟିଏ ବନାଏ ଆଉ ବଡ ଶରଧାରେ ସୁଲତାନ ଭାଇ ହାତରେ ବାନ୍ଧେ ହେଲେ ଯେତେ ଯାଚିଲେ ବି କିଛି ନେବାକୁ ମନା କରିଦିଏ କହେ ଖାଲି ଗୋଟେ କଥା ଦିଅ ସମୟ ଆସିଲେ ମୁଁ ମାଗିନେବି। 

ରାକ୍ଷୀକୁ ଏଠିକୁ ଆସି ପ୍ରାୟ ଆଠ, ଦଶ ବର୍ଷ ହୋଇଯିବଣି । ଦିନେ ପାଖର ଏକ ବୃଦ୍ଧାଶ୍ରମରେ ଭାଇଭଉଣୀ କପଡା ବାଣ୍ଟିବାକୁ ଯାଇଥିଲେ। କିନ୍ତୁ କଣ ହେଲା କେଜାଣି ଦୁଇଜଣ ସ୍ଵାମୀ ସ୍ତ୍ରୀଙ୍କୁ କପଡା ଦେବାକୁ ଗଲା । ଦୁଃଖି ଦୁଇଜଣ ତାକୁ ଆଶିର୍ବାଦ ଦେଲାବେଳେ ସେ ସେଇଠି ବେହୋସ ହୋଇଯାଇଛି। ତାକୁ ଚେତା କରାଇ ଯେତେବେଳେ ସୁଲତାନ ତାର କଣ ହୋଇଛି ବୋଲି ପଚାରିଲା ଭୋଭୋ କରି କାନ୍ଦିଉଠିଲା ସେ। କହିଲା ଭାଇ ତୁମେ ମତେ କଥାଦେଇଥିଲ ମୁଁ ଯାହା ମାଗିବି ଦେବ। ସୁଲତାନ ବିନା ଦ୍ଵିଧାରେ କହିଲା ଜାନ୍ ମାଗିନେ ଭଉଣୀ । ରାକ୍ଷୀ କହିଲା ନା ଭାଇ ମୋ ଆୟୁଷ ବି ତୁମକୁ ଲାଗିଯାଉ ମତେ ଖାଲି ଗୋଟେ ଦୟା କର ମୋ ବାପା,ମାଁକୁ ଏ ବୃଦ୍ଧାଶ୍ରମରୁ ଉଦ୍ଧାର କରିନିଅ। ଆଶ୍ଚର୍ଯ୍ୟ, ଚକିତ ହୋଇ ସୁଲତାନ ପଚାରିଲା ରାକ୍ଷୀ ତୋ ବାପା, ମାଁ? 

ମୋ ନା ଶିଖା, ଆଜି ଯେଉଁ ବୁଢାବୁଢି ଦିଜଣକୁ ମୁଁ କପଡା ଦେଉଥିଲି ସେମାନେ ମୋ ବାପା, ମାଁ ।ସେଦିନ ଗାଁରେ କିଛି ସଇତାନ ମୋ ଜୀବନ ବରବାଦ କରିଦେଲେ, ହେଲେ ମୋ ଦୁଃଖରେ ମଲମ ଲଗେଇବା ପରିବର୍ତ୍ତେ ମୋ ବାପା, ଭାଇ ମତେ କଳଙ୍କିନୀ କହି ରାତିରାତି ଆଣି ମୋ ତଣ୍ଟି ଚିପି ମରିଗଲା ଭାବି ସେ ଜଙ୍ଗଲରେ ଛାଡିଗଲେ । ମୋର ସବୁ ମନେ ଅଛି ଭାଇ, ହେଲେ ମୁଁ ସେ ଅତିତକୁ ମନେ ପକାଇବାକୁ ଚାହୁଁ ନଥିଲି ତେଣୁ ମୁଁ ତୁମ ଭଉଣୀ ରାକ୍ଷୀ ହୋଇ ରହିଲି। ବିସ୍ଵାସ କର ମୋର ଏ ପରିଚୟରେ ମୁଁ ବହୁତ ଖୁସି । ହେଲେ ଆଜି ବାପା,ମାକୁ ଏ ଅବସ୍ଥାରେ ଦେଖି ମୁଁ ନିଜକୁ ସମ୍ଭାଳି ପାରିଲିନି। ମତେ କ୍ଷମା କର ଭାଇ ମୁଁ ତୁମକୁ ସତ ଲୁଚାଇଲି। ଏତକ କହି କାନ୍ଦି କାନ୍ଦି ସୁଲତାନର ଗୋଡ ତଳେ ପଡିଗଲା ଶିଖା । ଆଦରରେ ତାକୁ ଉଠାଇଲା ସୁଲତାନ, କହିଲା ଆଜି ପ୍ରଥମ ଥର ନିଜକୁ ଏତେ ଅସହାୟ ଲାଗୁଛି ଭଉଣୀ, ତୋ ଆଗରେ ମୋ ମୁଣ୍ଡ ନଇଁ ଯାଉଛି । ଇଛା ତ ହେଉଛି ତୋ ସହ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାକୁ କିନ୍ତୁ ତୋର ଏଡେ ବଡ ହୃଦୟ ଆଗରେ ଏ ସୁଲତାନ ତାର ଶିର ଝୁକାଉଛି ବେହେନ। ଯା ନେଇଆସ୍ ତୋର ବାପା, ମାଁଙ୍କୁ। ଶିଖାକୁ ନିଜ ଆଗରେ ପାଇ ଖୁସିରେ ଭିଡି ଧରି କାନ୍ଦି ଊଠିଲେ ଶିଖାର ମାଁ କିନ୍ତୁ ବିଶ୍ଵାସ କରିପାରୁନଥିଲେ ବାପା। କହିଲେ ନା ତୁ ଆମ ଶିଖା ନୁହେଁ ସେ ତ କେବେଠୁ ମରି ସାରିଛି ଆଉ ପାଗଳ ପରି କାନ୍ଦିକାନ୍ଦି କହିଲେ ଏଇ ହାତରେ ତାକୁ ମାରିଛି ମୁଁ । ଶିଖା ବାପାଙ୍କ ଆଗକୁ ଯାଇ କହିଲା ହଁ ବାପା ଠିକ୍ କହିଲ ତମେ ମତେ ମାରି ସାରିଛ ମୁଁ ଆଉ ସେ ଶିଖା ନୁହେଁ ମୁଁ ରାକ୍ଷୀ ,ଏ ସୁଲତାନ ଭାଇର ଭଉଣୀ । ମୋ ମୃତ୍ୟୁ ପାଇଁ ମୋର ଦୁଃଖ ନାହିଁ ତେଣୁ ମୁଁ ତୁମକୁ ମୋ ମୃତ୍ୟୁ ଦୋଷରୁ କ୍ଷମା କଲି।  ଲାଜରେ ମୁଣ୍ଡ ତଳକୁ ହୋଇଯାଉଥିଲା ବାପାଙ୍କର । ଯୋଉ ପୁଅ ମାନଙ୍କୁ ନେଇ ମିଛ ଅହଂ ଦେଖେଉଥିଲେ ସେମାନେ ଆଣି ବୃଦ୍ଧାଶ୍ରମରେ ଛାଡି ଦେଇଗଲେ ଆଉ ଯୋଉ ଇଜ୍ଜତ ପାଇଁ ଜନ୍ମ କଲା ଝିଅକୁ ମାରିବାକୁ ପଛେଇଲେନି ସେ ଆସି ଘରକୁ ନେଇ ଯାଉଛି। ଏତେ ସହଜରେ କ୍ଷମା ବି କରିଦେଲା। ଏସବୁ କଥା ଭାବି ଭାବି ପରସ୍ପରର ହାତ ଧରି ଆଶ୍ରମ ସିମା ପାର ହୋଇଗଲେ ଶିଖା ଆଉ ତାର ବାପା, ମାଁ । 

ପରମିତା ମିଶ୍ର 

 

ଶିଖା ପୁର୍ଣ୍ଣିମା ଯାତ୍ରା ସୁଲତାନ ରାକ୍ଷୀ ବୃଦ୍ଧାଶ୍ରମ

Rate the content


Originality
Flow
Language
Cover design

Comments

Post

Some text some message..