Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

ସନ୍ନ୍ୟାସୀଙ୍କ ସତ୍ ଉପଦେଶ

ସନ୍ନ୍ୟାସୀଙ୍କ ସତ୍ ଉପଦେଶ

3 mins
7.3K



କାଶୀନାଥ ରଥ


ମଧୁପୁର ନାମରେ ଗୋଟିଏ ରାଜ୍ୟ ଥିଲା । ସେ ରାଜ୍ୟରେ ଅନନ୍ତ ବର୍ମଣ ନାମକ ଜଣେ ରାଜା ରାଜତ୍ଵ କରୁଥିଲେ । ସେ ରାଜା ବଡ଼ ପ୍ରଜାବତ୍ସଳ ଥିଲେ । ତାଙ୍କ ରାଜତ୍ଵରେ ପ୍ରଜାମାନେ ଅତି ସୁଖରେ କାଳଯାପନ କରୁଥିଲେ । ରାଜ୍ୟରେ ଅଶାନ୍ତିର ବାତାବରଣ ଆଦୌ ନ ଥିଲା । ପ୍ରଜାମାନେ ରାଜାଙ୍କ ଠାରୁ ସର୍ବଦା ନ୍ୟାୟ ପାଉଥିଲେ । ରାଜ୍ୟରେ ଚୋରି ଡକାୟତି ମଧ୍ୟ ନ ଥିଲା । ଶାନ୍ତି ସର୍ବଦା ବିରାଜମାନ କରୁଥିଲା । ଏ ଭିତରେ ରାଜାଙ୍କର ମନ ଭିତରେ ଟିକିଏ ପରିବର୍ତ୍ତନ ଆସିଲା । ଦିନେ ସେ ରାତିରେ ଶୋଇଥିବା ସମୟରେ ଚିନ୍ତା କଲେ ଯେ ଆମ ରାଜ୍ୟର ପରିସୀମା କିଛି ବଢ଼ାଇବାକୁ ପଡ଼ିବ । ଏହା ଚିନ୍ତା କରୁକରୁ ଭାବିଲେ ଯେ ଏଥିପାଇଁ ଆମକୁ ପଡ଼ୋଶୀ ରାଜ୍ୟ ସହିତ ଯୁଦ୍ଧକରିବାକୁ ପଡ଼ିବ । ତେଣୁ ଯୁଦ୍ଧ ନିତାନ୍ତ ଦରକାର । ସେ ଏହା ଚିନ୍ତାକରି ତା’ପର ଦିନ ନିଜର ପାତ୍ର ମନ୍ତ୍ରୀଙ୍କୁ ଡକାଇ ପରାମର୍ଶ କଲେ । ପରାମର୍ଶ କରିବା ପରେ ସେ ଚିନ୍ତା କଲେ ଯେ ଆମର ସୈନ୍ୟବଳ ପଡ଼ୋଶୀ ରାଜ୍ୟ ଅପେକ୍ଷା ଯଥେଷ୍ଟ ଅଧିକ । ତେଣୁ ସେ ରାଜ୍ୟ ଜୟ କରିବା ସହଜ ହେବ । ସେ ପାତ୍ର ମନ୍ତ୍ରୀ ଏବଂ ସୈନ୍ୟମାନଙ୍କୁ ନିର୍ଦେଶ ଦେଲେ ସେ ରାଜ୍ୟରେ ଜଣେ ସନ୍ନ୍ୟାସୀ ଆଶ୍ରମ ନିର୍ମାଣ କରି ବାସ କରୁଥିଲେ । ପ୍ରତି ଦିନ ବହୁ ଲୋକ ତାଙ୍କର ଆଶୀର୍ବାଦ ନେବା ପାଇଁ ଯାଉଥିଲେ । ସେ ଜଣେ ଉଚ୍ଚକୋଟିର ସାଧୁ ଥିଲେ । ସାଧୁ ପ୍ରତିଦିନ ଅତି ଭୋରରୁ ଉଠି ତାଙ୍କର ସମସ୍ତ ନିତ୍ୟକର୍ମ ଶେଷ କରନ୍ତି ଏବଂ ରାସ୍ତା ଉପରେ କିଛି ଦୂର ପର୍ଯ୍ୟନ୍ତ ବୁଲିବାକୁ ଯାଆନ୍ତି । ଏହି ପରି ଦିନେ ବୁଲିବାକୁ ଗଲାବେଳେ ରାସ୍ତା ଉପରେ ଗୋଟିଏ ସ୍ଵର୍ଣ୍ଣମୁଦ୍ରା ପଡ଼ିଥିବାର ଦେଖିଲେ । ସ୍ଵର୍ଣ୍ଣମୁଦ୍ରାଟିକୁ ଦେଖି ଭାବିଲେ ଯେ କୌଣସି ଲୋକ ସ୍ଵର୍ଣ୍ଣମୁଦ୍ରା ନେଇ ଯିବା ସମୟରେ ତାଙ୍କର ଅଜ୍ଞାତସାରରେ ଏହା ତାଙ୍କଠାରୁ ଖସି ପଡ଼ିଛି , ଯାହାକି ସେ ଜାଣି ପାରି ନାହାନ୍ତି । ଏହା ଭାବି ସେ ସ୍ଵର୍ଣ୍ଣମୁଦ୍ରାଟିକୁ ଗୋଟାଇ ହାତରେ ଧରି ଚିନ୍ତା କଲେ ଯେ ଯେଉଁ ବ୍ୟକ୍ତିଙ୍କର ଏହି ସ୍ଵର୍ଣ୍ଣମୁଦ୍ରାଟି ହୋଇଥିବ ସେ ତାକୁ ଖୋଜିବେ । ତା’ର ଉପଯୁକ୍ତ ପ୍ରମାଣ ପାଇଲେଏହା ତାଙ୍କୁ ଫେରାଇ ଦେବେ । ଯଦି କେହି ଏହା ନ ନିଅନ୍ତି ତେବେ ତାକୁ କୌଣସି ଭିକାରିକୁ ଦାନ କରି ଦେବି । ସ୍ଵର୍ଣ୍ଣମୁଦ୍ରା ଆମର କ’ଣ ଦରକାର , ଆମେ ତ ସନ୍ନ୍ୟାସୀ ଲୋକ । ଏହା ଭାବି ତାକୁ ପାଖରେ ରଖିଲେ ଦିନେ ସେ ରାଜ୍ୟର ରାଜା ଅନନ୍ତ ବର୍ମଣ ସେ ସନ୍ନ୍ୟାସୀଙ୍କ ପାଖକୁ ଆସି ପହଞ୍ଚିଲେ ଏବଂ ସନ୍ନ୍ୟାସୀଙ୍କୁ ଦେଖି ସାଷ୍ଟାଙ୍ଗ ପ୍ରଣିପାତ କଲେ । ସାଧୁ ରାଜାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ରାଜାଙ୍କୁ ସମ୍ମାନ ପୂର୍ବକ ଉତ୍ତମ ଆସନରେ ବସାଇ ଆସିବାର ଉଦ୍ଦେଶ୍ୟ ପଚାରିଲେ ।

ରାଜା କହିଲେ ମୁଁ ଆପଣଙ୍କର ଆଶୀର୍ବାଦ ଭିକ୍ଷା କରିବାକୁ ଆସିଛି । ମୁଁ ରାଜ୍ୟର ସୀମା ବୃଦ୍ଧି କରିବାକୁ ମୋର ପଡ଼ୋଶୀ ରାଜ୍ୟ ଜୟ କରିବାକୁ ଚାହୁଁଛି , ତେଣୁ ମୋତେ ଯୁଦ୍ଧ କରିବାକୁ ହେବ । ଏ ଯୁଦ୍ଧରେ ମୁଁ କିପରି ଜୟଯୁକ୍ତ ହେବି ସେଥିପାଇଁ ମୋତେ ଆଶୀର୍ବାଦ କରନ୍ତୁ । ସନ୍ନ୍ୟାସୀ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ କିଛି ସମୟ ନିରବ ରହି ଚିନ୍ତାକରି ରାଜାଙ୍କୁ କହିଲେ , ମୁଁ ଆପଣଙ୍କୁ ନିଶ୍ଚୟ ଆଶୀର୍ବାଦ କରିବି ; କିନ୍ତୁ ଆପଣ ଜଣେ ପ୍ରଜାବତ୍ସଳ ରାଜା ବୋଲି ପ୍ରଜାମାନଙ୍କ ପାଖରେ ସର୍ବଦା ପ୍ରଶଂସିତ । ଆପଣ ଅନ୍ୟ ରାଜ୍ୟ ଜୟ କରିବାକୁ ଯାଉଛନ୍ତି । ଆପଣ ସେଥିରେ କୃତକାର୍ଯ୍ୟ ହେବେ କି ନାହିଁ କିଏ କହିବ ? ଯୁଦ୍ଧ କଲେ ଜୟ ପରାଜୟ ଅଛି । ତେଣୁ ମୁଁ ଆଶୀର୍ବାଦ କଲେ ଆପଣ ଜୟଯୁକ୍ତ ହେବେ କି ନାହିଁ କିଏ କହିବ ? ଯୁଦ୍ଧ କଲେ ଉଭୟ ପକ୍ଷର ବହୁ ସୈନ୍ୟ ନିହତ ହେବାର ସମ୍ଭାବନା ଅଛି , ତେଣୁ ଏଥିରୁ ନିବୃତ୍ତ ହୁଅନ୍ତୁ । ଲୋଭ ହିଁ ଅଧୋପତନର କାରଣ ହୋଇଥାଏ ସନ୍ନ୍ୟାସୀ ଏହା କହି ଚିନ୍ତା କଲେ ଯେ ରାଜାଙ୍କୁ ଉପଯୁକ୍ତ ଶିକ୍ଷା ଦେବା । ଏହା ଭାବି ସେ ପାଇଥିବା ସ୍ଵର୍ଣ୍ଣମୁଦ୍ରାଟିକୁ ରାଜାଙ୍କ ହାତକୁ ବଢ଼ାଇଦେଲେ । ରାଜା ତାହା ଧରି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଭାବିଲେ ଯେ ସନ୍ନ୍ୟାସୀ ମୋତେ ଆଶୀର୍ବାଦ କରିବା ପାଇଁ ମୁଁ ଏଠାକୁ ଆସିଥିଲି , ତା’ ପରିବର୍ତ୍ତେ ମୋତେ ସ୍ଵର୍ଣ୍ଣମୁଦ୍ରା ଦେଉଛନ୍ତି । ରାଜା ସନ୍ନ୍ୟାସୀଙ୍କୁ କହିଲେ , ଏପରି ମୁଦ୍ରାତ ମୋ ରାଜକୋଷରେ ଲକ୍ଷ ଲକ୍ଷ ଅଛି । ତେଣୁ ମୋତେ ଆଶୀର୍ବାଦ କରନ୍ତୁ ଯେପରି ମୋର ଉଦ୍ଦେଶ୍ୟ ପୂରଣ ହେବ । ଆପଣ ବର୍ତ୍ତମାନ ଲୋଭର ବଶବର୍ତ୍ତୀ ହୋଇଯାଇଛନ୍ତି । ଅନେକ ସମୟରେ ଲୋଭ ହିଁ ଅଧୋଗତିର କାରଣ ହୋଇଥାଏ ବୋଲି ସାଧୁ ତାଙ୍କୁ ସତ୍ ଉପଦେଶ ଦେଲେ । ରାଜା ଚିନ୍ତା କଲେ ଯେ ପ୍ରକୃତରେ ଯୁଦ୍ଧରେ ଜୟ ପରାଜୟ ଅଛି । ମୁଁ ଯଦିଓ ଯୁଦ୍ଧରେ ପରାଜିତ ହୋଇଯାଏ ତେବେ ମୁଁ ସାଧାରଣଙ୍କ ପାଖରେ ନିନ୍ଦିତ ହେବି । ମୋର ପ୍ରଜାମାନେ ମୋତେ ଆଉ ପ୍ରଶଂସା କରିବେ ନାହିଁ । ସେମାନଙ୍କ ପାଖରେ ମୁଁ ନିନ୍ଦିତ ହେବି । ଅତି ଲୋଭ କରିବାଟା ଠିକ୍ ନୁହେଁ। ସନ୍ନ୍ୟାସୀ ଏହି ସୁନା ମୁଦ୍ରାଟି ଦେଇ ଉଚିତ୍ ଶିକ୍ଷା ଦେଇଛନ୍ତି । ରାଜା ତାଙ୍କର ଭୁଲ୍ ବୁଝିପାରି ସନ୍ନ୍ୟାସୀଙ୍କୁ ଭୂମିଷ୍ଠ ପ୍ରଣାମ କରି ସ୍ଵର୍ଣ୍ଣମୁଦ୍ରାଟିକୁ ଧରି ନିଜ ଉଆସକୁ ଫେରି ଆସିଲେ । ପାତ୍ର ମନ୍ତ୍ରୀମାନଙ୍କୁ ଆଉ ଯୁଦ୍ଧ ନ କରିବା ପାଇଁ ନିର୍ଦେଶ ଦେଲେ । ସାଧୁ ଦେଇଥିବା ସ୍ଵର୍ଣ୍ଣମୁଦ୍ରାଟିକୁ ମୁଣ୍ଡରେ ମାରି ପୂଜା କରିବାକୁ ଲାଗିଲେ । ପ୍ରଜାମାନଙ୍କୁ ପୂର୍ବପରି ସୁଶାସନ କରି ତାଙ୍କର ପୂର୍ବ ପ୍ରଶଂସାକୁ ବଜାୟ ରଖିଲେ । ଅନେକ ସମୟରେ ଲୋଭ ହିଁ ମୃତ୍ୟୁର କାରଣ ହୋଇଥାଏ , ତେଣୁ ଯେତିକି ପାଉଛ ସେତିକିରେ ହିଁ ସନ୍ତୁଷ୍ଟ ରହିବା ଦରକାର । ଅଧିକ ଭାଗ୍ୟରେ ଥିଲେ ନିଶ୍ଚୟ ମିଳିବ । ତେଣୁ ଈଶ୍ଵରଙ୍କ ପାଖରେ ଭରସା ରଖିବା ଦରକାର । ।

।।


Rate this content
Log in

Similar oriya story from Inspirational