Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Mishra

Others drama thriller tragedy

3  

Paramita Mishra

Others drama thriller tragedy

ଆଲାର୍ମ

ଆଲାର୍ମ

4 mins
14.2K


ଆଲାର୍ମ

          ସବିତା ଦେବୀ ଭାରି ଗୁଣି ମଣିଷ ଟିଏ।ବୟସ ଏଇ ଷାଠିଏ କି ସତୁରି ହେବ।ଏଇ ଦୁଇ ବାଇ ଚାରି ଘର ଟିରେ ଏକା ରୁହନ୍ତି।ଉପର ଘର ଟିକୁ ଆମ ଭଳି ପାଠ ପଢୁଆ ଝିଅ କେତେ ଜଣ କୁଂ ଭଡା ରେ ଦେଇଛନ୍ତି।ପ୍ରାୟ ଦଶ ବର୍ଷ ହେବ ଏମିତି ଏକା ରହି ଆସୁଛନ୍ତି ସେ।ସ୍ୱାମି ଆଉ ନାହନ୍ତି ,ପିଲା ମାନେ ବାହରେ ରୁହନ୍ତି।ଭାରି ସମୟାନୁବର୍ତିତା ସେ ,ଘର ସାରା ଆଲର୍ମ ଘଣ୍ଟା ଲାଗିଛି।କିଂତୁ କେବେ ବାଜିବା ଆମେ ଶୁଣିନୁ।ସବିତା ଦେବି ତ ଘର ର କଲିଂଗ ବେଲ୍‍ ରେ ବି ଟାପ୍‍ ଲଗେଇ ରଖିଛନ୍ତି।କିଏ  କଲିଂଗ ବେଲ ମାରିବା ଜାକେ ଜାଏନି କେହିଦୁଆର ମୂହଁ କୁ ଆସିବା ଆଗରୁ ହିଁ ଦୁଆର ଖୋଲି ଦିଆନ୍ତି ସେ,କେଜଣି କେମିତିଜାଣନ୍ତି।

  ସକାଳ ଠିକ୍‍ ପାଂଚ ଟା ରେ ଉଠନ୍ତି ନା ଗୋଟେ କଣ୍ଟା ଏପଟ ନା ସେପଟ ଅଲାର୍ମ ବାଜିବା ପୁର୍ବରୁ ହିଁ ତାକୁ ବନ୍ଦ କରିଦିଅନ୍ତି।ସିଧା ଜାଇ ରୋଷେଇ ରେ ଧିମା ଆଂଚ ରେ ଚାହା ଚଢାନ୍ତି  ଆଉ ସିଧା ଗଧୁଆ ଘରେ ପସନ୍ତି ଠିକ ଦଶ ମିନଟ ରେ ବାହରି ଆସନ୍ତି।ରନ୍ଧା ଘର ର ଆଲର୍ମ ବନ୍ଦ କରି ସେଠୁ ଚା କୁ କପ୍‍ ରେ ଧରି ବାରଣ୍ଡା ରେ ଦୁର ଦିବାକର କୁ ଚାହିଁ ବସନ୍ତି କିଛି ସମୟ ।ଖିର ବାଲା ବେଲ ମାରିବ ପୁର୍ବରୁ ସେଠି ବାସନ ଧରି ଠିଆ ହୋଇଜାଆନ୍ତି ସେ।କବାଟ କଣ ରୁ ଖବର କାଗଜ ଟି ବାହାର କରି ଠିକ ଟେବୁଲ ର ମଝି ରେ ରଖନ୍ତି।ଘଡି କଣ୍ଟା ରେ ଦଶ ବାଜିବାଆଗରୁ ଡାଇନିଂଗ ର ଆଲର୍ମ କୁ ବନ୍ଦ କରି ଜଳଖିଆ ଧରି ବସି ଜାଆନ୍ତି।ଏଇମିତି ସବୁ ଜାଗା ରେ ଗୋଟିଏଗୋଟିଏ ଆଲାର୍ମ୍ ଘଡି ସବୁ କାମ ପାଇଁ।ପ୍ରତିଦିନ ଏଇ କାର୍ଯ୍ୟକ୍ରମ ତାଂକର ସ୍ଥିର ଥାଏ।ଦିନ ର ସମସ୍ତ କାମ ସରିଲା ପରେ ସୋଇବା ପୁର୍ବ ରୁ ପୁଣି ଦିତୀୟ ଦିନ ସମାନ ଆଲାର୍ମ ଲଗେଇ ଦେଇ ସୁଅନ୍ତି ସେ।

  ମୁଁ ଏଠିକି ଆସିବା ବାସ କିଛି ଦିନ ହିଁ ହୋଇଥିଲା ମୋ ସହପାଠି ମାନ କଂ ଠୁ ବାସ‍ ଏସବୁ କଥା ସୁଣିଥିଲି ମତେ ବହୁତ କୌତୁହଳ ଲାଗୁଥିଲା ଜାଣିବା ପାଇଁ,କାହିକି ଜଣେ ମଣିଷ ଏମିତି ବାନ୍ଧି ରଖିଛି ନିଜକୁ ଘଡି ଭିତରେ।ଅନୁଶାସନ ମନୁଷ୍ୟ  ପାଇଁ ଆବଶ୍ୟକ କିନ୍ତୁ ଏମିତି ଲାଗୁଥିଲା ଯେମିତି ସେ ଘର ଭିତରେ କେହି ଜଣେ ସବିତା ଦେବି କୁଂ ବନ୍ଦି କରି ରଖିଛି ଆଉ ଏଇ ଘଡି ମାନେ ତାକୁ ଅନବରତ ଚାହିଁ ରହିଛନ୍ତି କିନ୍ତୁ କିଏ? ବହୁତଥର ଚେଷ୍ଟା କରିଛି ପଚରିବାପାଇଁ କିନ୍ତୁ ସାହାସ ହୋଇନି ।ଦିନେ ସଞ ବେଳେ ସବିତାଦେବି ଛାତ କୁ ଜାଉଥିଲେ ଗଛ ରେ ପାଣି ଦେବା ପାଇଁ,ମୁ ବି ତାଂକ ପଛରେ ସେଠିକି ଆସିଲି ଏଇମିତି ଧିରେ ଧିରେ ଆମ ଦୁହିଁ କଂର ବନ୍ଧୁତା ହୋଇଗଲା।ସବିତା ଦେବୀ ନିଜେ କୁହନ୍ତି ମୁ ତାକଂର ପ୍ରଥମ ଆଉ ବୋଧ ହୁଏ ଶେଷ ବନ୍ଧୁ ।ଏଇମିତି କିଛିଦିନ ବିତିଗଲା ପରେ ଦିନେ ମୁଁ ସାହସ କରି ପଚାରିଲି ଭବିଥିଲି କାଳେ ବିରକ୍ତ ହେବେ କିନ୍ତୁ ସେମିତି କିଛି ହେଲାନି,ପ୍ରଥମ ଥର ତାକଂ ଆଖିରେ ଭୟ ଦେଖିଲି,କିଛିକହିବା ପୁର୍ବ ରୁ ପାଖରେ ଥିବା ପାଣୀ  ଗିଲାଶ ଟିକୁ ପିଇଗଲେ ଆଉ କିଛିସମୟ ପରେ କହିଲେ କିଛି ନାହିଁ ବାସ ଅଭ୍ୟାସ ରେ ପଡିଗଲାଣି ଯେ ଆଉ ଜାଉନି।ମୁ ଉଣିଶ ବର୍ଷ ର ଥିଲି ବାହା ହୋଇ ଆସିଥିଲି,ମାଁ କାନେକାନେ କହିଥିଲାସ୍ୱାମି ହେଲେ ତୋର ଦେବତା ତାକଂ କଥା କୁ ଅକ୍ଷରେ ଅକ୍ଷରେ ପାଳିବୁ।ଅବାଧ୍ୟହେଲେବାପା ମାଁ ର ନାଁ ପଡିଯିବ।ବଧୁ ବେଶ ରେ ଆସିଛୁ ପୁଣି ଅସ୍ଥି ରେ ବାହରିବୁ। ମୁ ଠିକ ସେୟା ହି କରି ଚାଲିଲି ।ସ୍ୱାମି କୁଂ ସବୁ କାମ ଏକଦମ ସମୟ ରେ ଦରକାର୍,ନା ଟିକେ ଏପଟ ନା ସେପଟ,ଶବ୍ଦ୍ ବିଲ‍କୁଲ ପସନ୍ଦନଥିଲା ଆଲାର୍ମ ଘଡି ଗୁଡିକ ଲାଗିଛି ତ କିଂତୁ ଆବାଜ କଲା ମାତ୍ରେ ଜୋର ଜୋର କାଂଥ ରେ ପିଟନ୍ତି,

ମୁ ପଚାରିଲି କଣ ଘଡି ଗୁଡିକୁ?

ମୋ ଆଡେ ଚାହିଁ ସବିତା ଦେବି କହିଲେ” ନା ମତେ”

ମୁ ଅବାକ ହୋଇ ଚାହିଁ ରହିଲି କେବଳ୍।

ଘଡି ର କଣ୍ଟା ସହ ମତେ ବୁଲେଇବା ସେ ସିଖେଇଦେଇ ଜାଇଛନ୍ତି ।ମୋର ଚାରୋଟି ଛୁଆ ହେଲେ ମୋ ସ୍ୱାମି  କୋଳାହଳ ଜମା ସହିପାରଂତିନି ତେଣୁ ସବୁ ଛୁଆ ମୋର ବୋର୍ଡିଗଂ ରେ ପାଠ ପଢିଲେ ଆଉ ବାପାକଂ ଏତାଦ୍ରୃଶ ପ୍ରକୃତି ଦେଖି ଆଉ ଘରକୁ ଆସିଲେନି।

ମୁ କିଛି ପଚାରିବା ପୁର୍ବ ରୁ ହିଁ ସେ କହିଲେ ହଁ ମୁ ଜାଣିଛି କଣ ପଚାରିବ ମୁ କାହିକି ଏଇଠି ରହୁଛି ଏୟା ତ!

ମୁ ତାଂକୁ ବହୁତ ଭଲପାଏ,ମତେ ଲାଗେ ସେ ବି  ମତେ ଭଲ ପାଉଥିଲେ କାରଣ ଦିନ ସାରା କୌଣସି ନା କୌଣସି କାରଣ ରୁ ସେ ମତେ ମାରିଥାନ୍ତି କିନ୍ତୁସେ ହିଁ ସେ ଜଖମ ରେ ମଲମ ବି ଲଗାନ୍ତି  ସେ ମାନୁଥିଲେ ଜେ କାଳେ ସ୍ତ୍ରୀ ସ୍ୱାମି ଠୁ ଆଗୁଆ ମରିବା କଥା ତାହା ହେଲେ ଜାଇଁ ତାକୁ ସ୍ୱର୍ଗ ସୁଖ ମିଳିବ।ସେଷ ଶଯ୍ୟା ରେ ପଡିଥିବା ସମୟ ରେ ସେ ମତେ କାନେ କାନେ କହିଥିଲେ ସାବି ତୁ ଭାବୁଚୁ ମୋ ପରେ ତୁ ଆଜାଦ ହୋଇଜିବୁ ଏ ଘର ଛାଡି କୁଆଡେ ବି ଜିବୁନି ସାବି,ମୁ ଏଇ ଆଲାର୍ମ ଘଡି ଭିତରେ ରହି ତତେ ଚାହିଁରହିଚି ଆଉ ଏପାରି ରେ ତତେ ଅପେକ୍ଷା କରିଚି ମୁ ସିନା ସେଠିକୁ ଆସିପାରିବିନି କିନ୍ତୁ ଦିନେ ନା ଦିନେ ତୁ ତ ଏଠିକି ଆସିବୁ ଆଉ ସେତେବେଳେ ........। ତମେ କଣ ଭାବୁଚ ମୁ ନିଜେ ଉଠୁଚି ଘଡି ବନ୍ଦ କରିବା ପାଇ ସେ ମତେ ଉଠେଇ ଦିଅନ୍ତି,ଜୋରକରି।

ଏମିତି ଏକ ତର୍କ ର ମୁ କଣ ବା ଜବାବ ଦେବି ଆଉ କଣ କହି ତାକୁଂ ସେ ଭ୍ରମ ରଦୁନିଆରୁ ବାହାର କୁ ଆଣିବି ମୁ ବୁଝିପାରୁନଥିଲି।କିଛି ପଚାରିବାକୁ ଉଦିଷ୍ଟହେଲା ବେଳେ ହି ସେ କହିଲେ ,ମୁ ଜାଣିଚି ଏସବୁ ଗୋଟେ ଭ୍ରମ ,ମୋ ପିଲା ମାନେ ଏ ଘର କୁ ଆସିବାକୁ ଜମା ଚାହୁଁ ନାହାନ୍ତି,ମତେ ବହୁତ ଥର ଡାକୁଛନ୍ତି ଏଠୁ ଚାଲିଯିବାକୁ କିନ୍ତୁ ମୁଁ ବି ସ୍ଥିର କରିସାରିଛି ବାହା ହୋଇ ସ୍ୱାମି ହାତ ଧରି ଏଇ ଘରକୁ ଆସିଥିଲି ,ଆଉ ଏଇଠୁ କେବଳ ମୋ ଅଶ୍ଥି ହିଁ ବାହାରକୁ ଜିବ।

ହସି କି କହିଲେ ମୋର ଅଭ୍ୟାଶ ହୋଇଗଲାଣିଏବେ,ବର୍ତମାନ ପୁଜା ସମୟ ହୋଇଗଲାଣି ଘଡି ବନ୍ଦ କରିବାର ଅଛି ଜାଉଛି,କାଲି ଆସିବୁ ଘରକୁ ,ନାତି ର ଜନ୍ମ ଦିନ ତ ପିଠା କରିବି,।

 ମୁଁ ଆଉ କିଛି କହିଲିନି ,ହସି କି ହଁ ଭରିଲି ।

ଏଇଥିରେ ତାକଂ ର ଖୁସି ଜଦି ସେଥିରେ ବାଧା ଦେବା ଠିକ ହେବନି।

ଏମିତି ବହୁତ ଦିନ ଚାଲିଗଲା ମୋର ପରିକ୍ଷା ଆଗକୁ ଥିଲା ।ମୁ ପଢାପଢି ରେ ଟିକେ ବ୍ୟସ୍ତ ଥିଲି ତେଣୁ ସବିତା ମାଉସି ଘର ଆଡେ ଆଉ ଧ୍ୟାନ ଦେଇନଥିଲି ,ସେଦିନ ଡେରି ଯାଏଁ ପଢି ପାହନ୍ତରୁ ଟିକେ ଆଖି ଲାଗିଥିଲା ହଠାତ ତଳ ଘରୁ  ଆଲାର୍ମ ଘଡି ଟି ଜୋର ରେ ବାଜି ଉଠିଲା।ମୋର ନିଦ ଭାଂଗିଗଲା ସହପାଠି ମାନେ ତଳକୁ ଧାଇଁଗଲେ

ଆଉ ମୁଁ?

ମୁଁ ଘଟଣା ଟି ର ମର୍ମ ଅନୁମାନ କରି ସାରିଥିଲି............................

 

              ପରମିତା ମିଶ୍ର     

             ଦୁରଭାଷ-8050874550

 

 

 

 

 

 

 

 


Rate this content
Log in