Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭୀରୁତା ପାଇଁ ପୁରସ୍କାର
ଭୀରୁତା ପାଇଁ ପୁରସ୍କାର
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   96    1


Content Ranking

ଖରା ଦିନ । ସନ୍ଧ୍ୟା ବେଳ । ରାଜାଙ୍କର ବଗିଚାରେ ପକ୍ଷୀମାନେ ଗଛରେ ବସି ଚିଂ ଚିଂ ଶବ୍ଦ କରୁଥାନ୍ତି । ମହୁମାଛି ମାନେ ଫୁଲର ଚାରିପଟେ ଘେରି ରହିଥାନ୍ତି । ସେଠାରେ ରାଜା ତାଙ୍କର ବିଜୟୋତ୍ସବ ପାଳନ କରୁଥାନ୍ତି ।

ସ୍ଥାନଟିକୁ ଟେବୁଲ ଚେୟାରରେ ସଜ୍ଜିତ କରାଯାଇଥାଏ । ସେଠାରେ ମନ୍ତ୍ରୀ, କର୍ମଚାରୀ ଏବଂ ରାଜଦୂତ ଅତିଥିମାନେ ନିଜ ନିଜ ଆସନରେ ଉପବିଷ୍ଟ । ଏପରି ଉତ୍ସବରେ ସମସ୍ତଙ୍କ ସାଥିରେ ରାଜା ଓ ରାଣୀ ଯୋଗ ଦେବା ହେଲା ଏଠାକାର ପ୍ରଥା । ସେଥିପାଇଁ ରାଜାରାଣୀ ସମସ୍ତଙ୍କ ସାଙ୍ଗରେ ମିଶନ୍ତି ।

ରାଜାଙ୍କର ଭୃତ୍ୟମାନେ ଅତିଥିମାନଙ୍କୁ ଖାଦ୍ୟ ପରିବେଷଣରେ ଏପଟ ସେପଟ ହେଉଥାନ୍ତି । ସୁନ୍ଦର ଲାସ୍ୟମୟୀମାନେ ଅତିଥିମାନଙ୍କୁ ସୁରା ଦେବାରେ ବ୍ୟସ୍ତ ।

ସମସ୍ତେ ହସ ଖୁସି ଥଟ୍ଟା ପରିହାସରେ ମାତିଥାନ୍ତି । କିନ୍ତୁ ତାଙ୍କର ଏହି ଆନନ୍ଦ ବେଶୀ ସମୟ ରହିଲା ନାହିଁ । ହଠାତ୍ ଗୋଟିଏ କ୍ରନ୍ଦନ ସ୍ୱର ସେମାନଙ୍କର ଶୃତିଗୋଚର ହେଲା । ଏହା ଆକାଶ ଫଟାଇ ଭାଷି ଆସୁଥାଏ । ମୁହୂର୍ତ୍ତକ ମଧ୍ୟରେ ସବୁ ହସ ଖୁସି ବନ୍ଦ ହୋଇଗଲା । ସମସ୍ତେ ଆକାଶକୁ ଚାହିଁଲେ । ଇଗଲ ପକ୍ଷୀଟିଏ ନିଜ ଡେଣାକୁ ଫଡ ଫଡ କରି କ୍ରନ୍ଦନରତ । ସେ ଆହତ ବିପଦଗ୍ରସ୍ଥ । ପଛେ ପଛେ ତା’ର ଡାମରା କାଉ । ସେ ବେଳେ ବେଳେ ଇଗଲ ଉପରକୁ ଉଡିଯାଉଛି ଇଗଲ ମୁଣ୍ଡକୁ ଖୁମ୍ପୁଛି । ଇଗଲଟି ନିଜର ଜୀବନ ରକ୍ଷା କରିବାକୁ ଚେଷ୍ଟିତ । ସେ ତଳକୁ ଖସି ଆସି ଗୋଟିଏ ଗହଳିଆ ଗଛ ଭିତରେ ଲୁଚିଗଲା । ତଥାପି ତା’ର ପରିତ୍ରାଣ ନାହିଁ । ଡାମରାକାଉ ତାକୁ ଛାଡୁନଥାଏ । ସେ ଅନ୍ୟ ଦିଗରୁ ଉଡି ଆସି ପୁଣି ଇଗଲକୁ ଆକ୍ରମଣ କଲା । ଇଗଲ ଉପରେ ଅତ୍ୟଚାରର ନାଟକ ଚାଲିବାକୁ ଲାଗିଲା । ଇଗଲଟି ଭୟରେ ଥରୁଥାଏ । ସେ ଅଧିକ କଷ୍ଟ ସହିବାକୁ ଅସମର୍ଥ । କିନ୍ତୁ ସେ ଡାମରା କାଉଠାରୁ ଖସିଯିବାର ବାଟ ପାଇଲା ନାହିଁ । ସେ ସିଧା ଉଡିଆସି ଜଣେ ଲୋକର କୋଳରେ ବସିପଡିଲା । ସେତେବେଳକୁ ଲୋକଟି ଖାଦ୍ୟ ଖାଇବା ମଧ୍ୟରେ ଇଗଲର ନାଟକ ଉପଭୋଗ କରୁଥାଏ । ସେହି ଲୋକ ଜଣକ ବେଶ ବଳିଷ୍ଠ । ଦେହ ତା’ର ସୁଗଠିତ । ତା’ର ଚାହାଣୀ ଭୟଙ୍କର । ତାହା ହିଁ ତାଙ୍କର ଶତ୍ରୁମାନଙ୍କ ହୃଦୟରେ ଭୟଜାତ କରିବା ପାଇଁ ଯଥେଷ୍ଟ । ସେହି ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି । ସେ ହେଉଛନ୍ତି ରାଜାଙ୍କର ସେନାଧ୍ୟକ୍ଷ । ସେ ଦେଖିଲେ ଭୟଭୀତ ଇଗଲଟି ତାଙ୍କ ଶରଣାପନ୍ନ । ସେ ଧିରେ ଇଗଲଟିକୁ ନିଜ ହାତରେ ବାହାରକୁ ନିଜ ହାତରେ ଟାଣି ଆଣିବାକୁ ଉଦ୍ୟତ । କିନ୍ତୁ ଅବିଚଳିତ ଇଗଲଟି ଟିକିଏ ଘୁଞ୍ଚିଲା ନାହିଁ । ବରଂ ତାଙ୍କ ପେଟ ପାଖକୁ ଲାଗି ଆସିଲା । ଯେମିତି ସେ ଶତ୍ରୁଙ୍କର ସମ୍ମୁଖୀନ । ସେମିତି ସେନାଧ୍ୟକ୍ଷ ଆଖି ଲାଲ ହୋଇଗଲା । ତାଙ୍କ ମୁହଁ ଆହୁରି ଭୟଙ୍କର ଦେଖାଗଲା । ସେ ଇଗଲର ଗୋଡକୁ ଧରିଲେ । ନିଜ ହାତକୁ ପ୍ରସାରିତ କରି ଅତି ନୃଶଂସ ଭାବରେ ଇଗଲର ମୁଣ୍ଡକୁ ନଡିଆ ବାଡେଇଲା ଭଳି ସେ ଖାଉଥିବା ଟେବୁଲରେ ବାଡେଇ

ଦେଲେ । ତାପରେ ତାକୁ ଦୂରକୁ ଫିଙ୍ଗିଦେଲେ । ଇଗଲଟିର ଜୀବନ ଆଉ ନଥିଲା । ତା’ପରେ ସେନାଧ୍ୟକ୍ଷ ପୁଣି ଖାଇବାକୁ ଆସିଲେ । ତାଙ୍କ ମୁହଁରେ ଟିକେ ହେଲେ ବିଚଳିତ ଭାବ ନ ଥିଲା । ସତେ ଯେମିତି କିଛି ଘଟିନାହିଁ ସେମିତି ସେ ଖାଉଥିଲେ ।ଡାମରା କାଉଟି କା କା ଶବ୍ଦକରି ଉଡି ଚାଲିଗଲା ।

ରାଜା ସେନାଧ୍ୟକ୍ଷଙ୍କ ଏପରି ନୃଶଂସ ବ୍ୟବହାରରେ କ୍ଷୁବଧ । କ୍ରୋଧ ମଧ୍ୟ ବହୁତ । ସେ ଚିତ୍କାର କରି ଉଠିଲେ - “ଏହା କ’ଣ ଶରଣାପନ୍ନ ଇଗଲକୁ ନ୍ୟାୟ ଦେବାର ଧର୍ମ । ଏହା କ’ଣ ଅମାନବିକତା ନୁହଁ ?” ତା’ ଛଡା ତମେ କ’ଣ ଜାଣିନାହଁ ଏହା ଆମର ବିଜୟ ଉଲ୍ଲାସର ଦିନ ? ଏଭଳି ଗୋଟିଏ ଶୁଭଦିନରେ ତମେ ନିରୀହ ପକ୍ଷୀକୁ ହତ୍ୟାକରିବାର କାରଣ କ’ଣ ?”

ତାଙ୍କ କାର୍ଯ୍ୟ ଅକ୍ଷମଣୀୟ । ସେ ଗୋଟିଏ ପକ୍ଷୀକୁ ରକ୍ଷା କରିବା ପରିବର୍ତ୍ତେ ହତ୍ୟା କଲେ । ପ୍ରଧାନମନ୍ତ୍ରୀ ଗୁଣୁ ଗୁଣୁ ହୋଇ କହିଲେ - ସେନାଧ୍ୟକ୍ଷ ସତେ ଯେମିତି ଏକ ଅସଭ୍ୟ ରାଜ୍ୟରୁ ଆସିଛନ୍ତି । ସମସ୍ତେ ସେହିଭଳି ତାଙ୍କୁ ଚାହୁଁଥିଲେ । ଏହି ହୃଦୟହୀନ ସେନାପତିଙ୍କୁ ଦଣ୍ଡ ଦେବାକୁ ସେମାନେ ଚାହୁଁଥାନ୍ତି । ଏହା ତାଙ୍କ ଚାହାଣିରୁ ଜଣା ପଡୁଥାଏ ।

ସେନାଧ୍ୟକ୍ଷ ତାଙ୍କ ଆସନରୁ ଉଠିପଡିଲେ ନିଜର ଆଖିବୁଲାଇ ଚାରି ଆଡକୁ ଥରେ ଚାହିଁଲେ । ତାପରେ ସେ ରାଜାଙ୍କୁ ଅନାଇ କହିଲେ - “ମହାରାଜ, ଆମେ ଯଦି ଆମର ବିଜୟପାଇଁ ଏହି ଉତ୍ସବ ପାଳନ କରୁଛେ, ଆମେ ଯୁଦ୍ଧରେ ଶତ୍ରୁ ପକ୍ଷର ହଜାର ହଜାର ଆମର ଜାତିର ଲୋକଙ୍କୁ ହତ୍ୟା କରିଛୁ ସେମାନେ ଭୀରୁ ବା କାପୁରୁଷ ନୁହନ୍ତି । ସାହସୀମାନେ ହିଁ ଯୁଦ୍ଧରେ ବିଜୟ ଲାଭ କରନ୍ତି । ଡାମରା କାଉ ଠାରୁ ଇଗଲକୁ ରକ୍ଷା କରିବା ପାଇଁ ମୋ ପାଖରେ ଆଶ୍ରୟ ଦେବାକୁ ସ୍ଥାନ ନଥିଲା । ମୁଁ ଗୋଟିଏ ଘରଚଟିଆକୁ ଇଗଲ ହାତରୁ ରକ୍ଷାକରି ପାରିବି । କିନ୍ତୁ ଇଗଲ ପକ୍ଷୀମାନଙ୍କର ରାଜା । ତା’ ଆଗରେ ଡାମରାକାଉ ନଗଣ୍ୟ - ସେହିପରି କ୍ଷେତ୍ରରେ ମୁଁ ଭାବିଲି ଡାମରାକାଉ ଠାରୁ ତାକୁ ମୁଁ ରକ୍ଷା କରିପାରିବି ନାହିଁ ।”

ରାଜଦମ୍ପତ୍ତି ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ସେନାଧ୍ୟକ୍ଷଙ୍କ ଉତ୍ତରରେ ନୀରବ । ଚାରିଆଡେ ନିଃଶବ୍ଦ । କିଛି ସମୟ ଗଲା ପରେ ସେମାନେ ପୁଣି ନିଜର ହସ ଖୁସିରେ ମାତିଗଲେ ।

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି


ରାଜା ଅତିଥି ଇଗଲ

Rate the content


Originality
Flow
Language
Cover design

Comments

Post

Some text some message..