ନିଃସହାୟ
ନିଃସହାୟ
ରାମୁ ଚାକର କାମ କଲେ କଣ ହେଲା !ପ୍ରତ୍ୟେକ ଦିନ ଦୋକାନରୁ ଫେରି ତା ସାର୍ଟ ପକେଟରେ ଥିଵା କେତୋଟି କଏନ ଠଣାରେ ପକାଇଦିଏ ।ମାସକୁ ସେ ପାଞ୍ଚ ହଜାର ଟଙ୍କା ପାଏ ।ସେଥିରେ ଚାରି କୁଟୁମ୍ବ ଚଳନ୍ତି ।ମିରା ଦେଖେ ରାମୁ ପ୍ରତ୍ୟେକଦିନ ଠଣାରେ ପଇସା ପକେଇବାର।ଦିନେ ସୁବିଧା ଦେଖି ମିରା ଗଣି ବସିଲା ।ଦୁଇହଜାର ଟଙ୍କା ହେଲା।ସେ ଜାଣି ଜାଣି ରାମୁକୁ ପଚାରିଲା ତୁମେ ଏଥିରୁ ଟଙ୍କା ବାହାର କରି କୁଆଡେ ନେଉଚ ମ......... !ତୁମର ଦୁଇ ଦୁଇଟି ପିଲା ଘରେ ତାଙ୍କ ପାଇଁ ମଧ୍ୟ ପଇସା ଦରକାର ।
କେଜାଣି........ ପରି ଛୋଟିଆ ଉତର ଦେଇ ରାମୁ ଚାଲିଗଲା।ମିରା ଏଥର ଲୁଚି କଵାଟ ଫାଙ୍କେ କହିଚାଲିଲା ଦେଖିବି ଏତେ ଟଙ୍କା ସବୁ କୁଆଡେ ନେବେ?ଏଥର ଦେଖିବି ସେ କଣ କରୁଛନ୍ତି ।
ଏପଟେ ରାମୁ ଠଣାକୁ ଧରି ବାହାରକୁ ଚାଲିଲା ।ମିରା ପଛେ ପଛେ ଚାଲୁଥାଏ ।ଶୀତ ରାତି କିଛି ଲୋକ କାଠିକୁଟା ଜାଳି ହାତଗୋଡ ପୁଇଁ ହେଉଛନ୍ତି । ରାସ୍ତାରେ ଲୋକେ ଯାକାଯାକି ହୋଇ ଶୋଇଛନ୍ତି ।ଦୋକାନ ବଜାର ବନ୍ଦ ହୋଇ ଆସିଲାଣି । ରାମୁ ଜାଣିନଥାଏ ମିରା ତା ପଛେ ପଛେ ଚାଲିଥାଏ ।ଚାଲୁଚାଲୁ ଅଟକି ଗଲା ଏକ ଶୀତବସ୍ତ୍ର ଦୋକାନ ନିକଟରେ ।ଦୋକାନଟି ବନ୍ଦ ହେବାକୁ ଯାଉଥିଲା ।
ଅଧା ବନ୍ଦ କଵାଟ ଭିତରୁ ଦୋକାନି ବାଲା କିଛି କମ୍ବଳ ରାମୁ ହାତକୁ ବଢାଇଦେଲା ପାଖାପାଖି ୨୦ ଟା କମ୍ବଳ ହେବ ରାମୁ ଏତେଗୁଡାଏ କରିବ କଣ ମିରା ଭାବୁଥାଏ !ଘରେ ତ ଦୁଇଟି ଭଲ କମ୍ବଳ ଅଛି ।ମିରା ପଛପଟେ ଲୁଚିକି ଦେଖୁଥାଏ । ନିଛାଟିଆ ରାସ୍ତା ଉପରେ ଅସହାୟମାନେ ପଡିରହିଥାନ୍ତି । ଅସହ୍ୟ ଶୀତରେ ସେମାନଙ୍କ ଦେହ ଥରିଉଠୁଥାଏ । ଛିଣ୍ଡା ଚାଦର ତଳେ ଦୁଇ ତିନିଜଣ ପସିଥାନ୍ତି ।ରାମୁ ସେମାନଙ୍କ ଉପରେ ଗୋଟିଏ ଗୋଟିଏ କମ୍ବଳ ଘୋଡାଇ ଦେଇ ଆଗକୁ ଚାଲିଲା ।ହଠାତ ତାର ନଜର ପଡିଲା ମିରା ଉପରେ।
ମିରା କିଛି ରାଗ ଅଭିମାନ ସ୍ବରରେ କହିଚାଲିଲା ମତେ କହିଥିଲେ ମୁଁ କଣ ମନାକରିଥାନ୍ତି ।ମିରା ଆଖିରୁ ଲୁହ ପୋଛିଦେଇ ତା ହାତ ଧରି କହିଲା ଶୁଣ ମିରା ! ମୁଁ ଠଣାରେ କିଛି ପଇସା ରଖେ ସେହି ପଇସାରେ କମ୍ବଳ କିଣି ଗରିବ ମାନଙ୍କୁ ବାଣ୍ଟି ଦିଏ ।ଆମର ସିନା ଘରଟିଏ ଅଛି ଏ ବେସାହାରା ଲୋକ କେମିତି ରହୁଛନ୍ତି ଭାବିଲୁ।ଏତିକି କହୁ କହୁ ମିରା କାନ୍ଦି ପକାଇଲା ଭେଁ ଭେଁ ହୋଇ............ରାସ୍ତା
ମଝିରେ କୁଣ୍ଢେଇ ପକାଇଲା ନିଜ ସ୍ବାମିକୁ ଆଉ ମନେ ମନେ କହି ଚାଲିଲା........ କେଡେ ନିରିହଟିଏ । କେଡେ ଭାଗ୍ୟ ମୋର ମୁଁ ତାଙ୍କ ହାତ ଧରିଛି ।
ଡକ୍ଟର ଝରଣା ଶତପଥି
ଭୁବନେଶ୍ବର