Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akash kumar bhola

Inspirational

5.0  

Akash kumar bhola

Inspirational

ହେଲେମେଟ

ହେଲେମେଟ

2 mins
3.2K


ମ୍ୟାଡ଼ମ ମୁଁ ଆପଣଙ୍କୁ ପୂର୍ବ କେତେ ବର୍ଷ ହେଲା ଦେଖୁଛି , ଆପଣ ସ୍କୁଟି ଚଲାଇଲା ବେଳେ କି କାହା ପଛରେ ବସି ଗଲା ବେଳେ , ବିନା ହେଲେମେଟ ରେ କେବେ ଯାଆନ୍ତିନି । ଆପଣ ସଂସ୍କାରବଦ୍ଧ ହୋଇ ଏଇ ନିୟମ ପାଳନ କରନ୍ତି , ନା କିଛି ବିଶେଷ କାରଣ ଅଛି ?

ଶୁଣ , ବିବାହ ପୂର୍ବରୁ , ଯେତେବେଳେ ମୁଁ କଲେଜ ଗଲି ମତେ ସ୍କୁଟି ମିଳିଗଲା । ମୁଁ ଦିନ ସାରା ତାକୁ ଚଲାଉଥିଲି , ବିନା ହେଲେମେଟ ରେ , କାହିଁକି ନା ମୁଁ ଚାହୁଁଥିଲି ଲୋକ ଦେଖନ୍ତୁ କି ସ୍କୁଟିବାଲି ଝିଅଟି କିଏ ? ଗୋଟେ ଦିନ ଆମ କଲୋନୀ କୁ ନୂଆ ରହିବାକୁ ଆସିଥିବା ଅଙ୍କଲ ମତେ ଅଟକାଇଲେ , ଆଉ କହିଲେ- ଝିଅ ହେଲେମେଟ ପିନ୍ଧି ସ୍କୁଟି ଚଲଉନା ।

ମୁଁ ବେଖାତିର ଭାବେ କହିଲି- ନାଁ ଅଙ୍କଲ , ମତେ ହେଲେମେଟ ପିନ୍ଧିବାକୁ ଭଲ ଲାଗେନି । ତା ଛଡା ମୋର କିଛି ହବନି ।

ସେ କିନ୍ତୁ ରାଗିଲା ପରି କହିଲେ- କାଇଁ , ତୁମ ମୁଣ୍ଡ କଣ ପଥରରେ ତିଆରି କି ?

ମୁଁ ତାଙ୍କୁ ଖୁସି କରିବାକୁ କହିଦେଲି- ନାଁ ଅଙ୍କଲ , ମୋ ମୁଣ୍ଡ ତ ଅନ୍ୟ ଝିଅ ମାନଙ୍କ ପରି , ହେଲେ ଇଏ ମୁଣ୍ଡ ଉପରେ ପରା ଆପଣଙ୍କ ହାତ ଅଛି ।

ସେ କେଜାଣି କଣ ଭାବିବାକୁ ଲାଗିଲେ । ଆଉ ହଠାତ ମତେ ସେଇଠି ରହିବାକୁ କହି ନିଜ ଘର ଭିତରକୁ ଗଲେ , ଆଉ ଗୋଟେ ନୂଆ ହେଲେମେଟ ଆଣି ପାଖକୁ ଆସିଲେ । ନରମ ସ୍ୱରରେ ମତେ କହିବାକୁ ଲାଗିଲେ-

ମୋର ବି ଗୋଟେ ଝିଅ ଥିଲା , ଠିକ ତୋ ପରି । ମୁଁ ତାକୁ ସ୍କୁଟି ଦେଇଥିଲି । ସେ ବି ବିନା ହେଲେମେଟ ରେ ଚଲାଉଥିଲା । ଗୋଟେ ଦିନ ମୁଁ ତାକୁ କିଛି ନ କହି ତା ପାଇଁ ହେଲେମେଟ ଟିଏ କିଣି କରି ଆଣିଥିଲି । ମୁଁ ଘରେ ପହଞ୍ଚୁ ପହଞ୍ଚୁ ଖବର ପାଇଲି ଗୋଟେ ସଡକ ଦୁର୍ଘଟଣା ରେ ସେ ଚାଲିଗଲା । ମୁଁ ତାକୁ ହେଲେମେଟ ପିନ୍ଧେଇ ପାରି ନ ଥିଲି । ଦୀର୍ଘ ଦୁଇ ବର୍ଷ ହେଲା ଇଏ ମୋ ପାଖରେ ଅଛି , ମୁଁ କାହାକୁ ହାତ ଲଗେଇବାକୁ ଦେଇନି , ଆଜି ମୁଁ ୟାକୁ ତୋ ମୁଣ୍ଡ ଉପରେ ରଖୁଛି , କେବେ ବାହାର କରିବୁନି । ଏହାକୁ ମୋ ହାତ ଭାବି ତୋ ମୁଣ୍ଡ ଉପରେ ରଖିବୁ ।

© ଆକାଶ କୁମାର ଭୋଳ


Rate this content
Log in

Similar oriya story from Inspirational