Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Comedy

2.5  

Amiya Bej

Comedy

ଚିଟିଂ

ଚିଟିଂ

2 mins
14.9K


{୧}

ଛଡେଇ ନେଇ ଚାଲିଗଲା ତା' ପଢାଘରକୁ ମୋ' ହାତରୁ ମୋବାଇଲ୍ !

- ଆରେ ଦେ' ମୋର କାମ ଅଛି ।

- କିଛିକାମ ନାହିଁ । ମିଛୁଆ । ସବୁବେଳେ ଖାଲି ହ୍ୱାର୍ଟସପ୍ ନହେଲେ ଫେସବୁକ୍ ।

- ଦେ ଟିକେ । ତୁ' କଣ କରିବୁ କହିଲୁ ?

- ୟୁ'ଟ୍ୟୁବ୍ ରେ ପୋକେମନ ଦେଖିବି । ମାତ୍ର ଗୋଟେ ଏପିଶୋଡ଼ !

- ହଉ ଫେରାଇବୁ ଶିଘ୍ର ।

- ହୁଁଉଁଉଁ ।

{୨}

ନ' ବର୍ଷର ପିଲାଟା । ଷ୍ଟାଣ୍ଡାର୍ଡ ଫୋର୍ ରେ ଏବେ । ମନଟା ଘାଣ୍ଟି ହେଉଥାଏ । ହଜାରେ ଲଫଡା ମୋ' ମୋବାଇଲ୍ ରେ !! ସବୁ ହିଷ୍ଟ୍ରୀ ଡିଲିଟ୍ କରିଛି ନା ନାଇଁ ମୁଁ ? ଗ୍ୟାଲେରୀରୁ ୟାଡୁସ୍ୟାଡୁ ଫଟୋ , କ୍ଲିପ୍ ଆଦି ସଫା ଅଛିତ ? ଏଇବେଳେ ଆମ ବଦମାସ୍ ହ୍ୱାର୍ଟସପ୍ ଗ୍ରୁପବାଲା ଯଦି କିଛି ଅଡୁଆ କଲେ ତ କଥା ସଇଲା । କିଏ ଯଦି ଆଣ୍ଟି ଭିଡ଼ିଓ ଚାର୍ଟ ଆରମ୍ଭ କରିଦେଲା ନା' , ସେ ସିଧା ଯାଇ ତା' ମାମାକୁ ଦେଖେଇଦେବ !

ପୋକେମନ ର ମାତ୍ର ଅଧଘଣ୍ଟିଆ ଶୋ' ଭିତରେ , କିଛିଯେ ମୋ' ଅଡୁଆ ଧରାପଡିବନି , ଗ୍ୟାରେଣ୍ଟି ନାହିଁ । ମୁଁ ବି କିଛି ଲକ୍ , ପାସଓ୍ୱାର୍ଡ ଦେଇ ରଖିନି । କେୟାରଲେସ୍ । ତା' ମାମା ଏପଟସେପଟ ହେଉଛି । ମୁଁ ବେଶି ହୁସିଆର ହେଲେ ଧରାପଡିବା ଟା ଥୟ । ଅତଏବ ଶ୍ରୀ ଗଣେଶ' ଙ୍କୁ ସ୍ମରଣ କରି ଆଶାଟିଏ କଲି କିଛି ବିପଦ ନହେଉ । ହେ ଭଗବାନ୍ , ପୋକେମନ ଶୋ' କୁ ଛାଡ଼ି ଦୁନିଆଯାକର ଇଣ୍ଟରନେଟ ସେବା ଅଧଘଣ୍ଟା ପାଇଁ ବନ୍ଦ ହେଇଯାଉ !!

ପୁଅ ଗୋଟେ ବୋଲି । ନଦେଲେ ମଲି , ଦେଲେ ମଲି ।

{୩}

ମନ ନ ଲାଗୁଥିବା ଟିଭି ଶୋ' ରୁ ଠିକ୍ ଅଧଘଣ୍ଟା ପରେ , ଉଠି ଯାଇ ଦେଖିଲି , ପୁଅ ଶୋଇପଡ଼ିଛି । ବିଚରା । ବାପାର କରତୁଶ୍ ଧରି ପାରିନଥିବ । ରକ୍ଷା । ହେ ଗଣେଶ'!

ଚୁପ୍ କିନା ମୋବାଇଲ୍ ଟାକୁ ଉଠେଇ ଆଣି ଦେଖିଲି ଆଗ ସବୁ ଠିକ୍ ଠାକ୍ ତ ???

କଣ ଦେଖୁଥିଲା ଏତେ ସମୟ ଛୁଆଟା ?

ଗୁଗଲ୍ ହିଷ୍ଟ୍ରୀ ଅଣ୍ଡାଳିଲାରୁ ପାଇଲି -

" ହାଓ ଟୁ ଚିଟ୍ ଇନ୍ ଏଗଜାମ୍ "

ପତ୍ନୀ ସବୁବେଳେ କୁହେ - ବାପ ଗୁଣେ ପୁଅ ..

ସତ ତ !

✿ ଅମିୟ ✿


Rate this content
Log in

Similar oriya story from Comedy