Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Others

3  

Lopamudra Mishra

Others

ଭାଉ ;ଦୁଇଟି ଦୃଶ୍ୟ

ଭାଉ ;ଦୁଇଟି ଦୃଶ୍ୟ

2 mins
7.7K


ପ୍ରଥମ ଦୃଶ୍ୟ :

ନାରାୟଣ ବାବୁ - ଚକରା ! ଚକରା କିରେ ! କୁଆଡେ ଯାଉଥିଲୁ? ଆଜି ଆମ ପୋଖରୀ ରୁ ମାଛ ଧରା ହେଇଥିଲା l ବହୁତ ପଡିଲେ l ଆସେ ନେଇଯିବୁ କିଛି l

ଚକରା -ମଉସା ! ଏଗୁଡ଼ା କଣ ଭଲ ମାଛ ? ଏତେ ଗୁଡ଼େ ମାଛ !! ଆଜି ତ ମଙ୍ଗଳବାର ସିଏ ଛୁଇଁବନି ,କାଲି ଘରେ ପୂଜା ଅଛି, ପଅରଦିନ ଗୁରୁବାର l କିଏ ଖାଇବ ଏତେ? ନାଇଁ ମଉସା ଥାଉ l

ନାରାୟଣ ବାବୁ -ଆରେ ନେଇଯା ଫ୍ରିଜ ରେ ରଖିଦେବୁ l ଏତେ ଗୁଡ଼େ ଆମେ କଣ କରିବୁ? କେତେ ପା ବଣ୍ଟା ସରିଲାଣି l ସମସ୍ତେ ଖୁସି ରେ ଉଠେଇନେଲେ l ଭାରି ସୁଆଦିଆ ମାଛ ଇଏ l ବୀଣା କୁ କହିବୁ ବେସର ଆଉ ଆମ୍ବୁଲ ଦେଇ ଝୋଳ କରିଦେବ l

ଚକରା - ହଉ ମଉସା ଏତେ ବାଧ୍ୟ କରୁଛନ୍ତି ଯଦି ଦିଅନ୍ତୁ l ନନେଲେ ପୁଣି ମାଉସୀ ମନ ଦୁଃଖ କରିବେ l ମଉସା ! ଅଳପ କରି ଦିଅନ୍ତୁ l

ଦ୍ୱିତୀୟ ଦୃଶ୍ୟ :

ନରିଆ --ବାବୁ ! ନିଅନ୍ତୁ ପୁରା ତାଜା ଅଛି l ଚାଲାଣୀ ନୁହେଁ ଆଜ୍ଞା l ପୁରା ଦେଶୀ l ଆଜି ନଈ ରୁ ଧରା ହେଇଛି l ଦେଖୁନାହାଁନ୍ତି ଜିଅନ୍ତା ଶେଉଳ ଟା l ବାବୁ କେତେ ଦେଵି? କାଟୁଛି ତାହେଲେ?

ଚକ୍ରଧର ବାବୁ -- ଆରେ କେଜି କେତେ ନେଉଛୁ?

ନରିଆ --ବାବୁ ଶହେ କୋଡିଏ l

ଚକ୍ରଧର ବାବୁ -- ହେଁ l ଏଇ ମାଛ କୁ ଶହେ କୋଡିଏ? ଠିକ ରେ କହ l

ନରିଆ -- ଦଶ ଟଙ୍କା କମେଇକି ଦିଅନ୍ତୁ ତାହେଲେ l

ଚକ୍ରଧର ବାବୁ -- ନବେ ଟଙ୍କା ନେବୁ ତ ଦେ l ନହେଲେ ଥାଉ l

ନରିଆ -- ନାଇଁ ବାବୁ କିଣା ନାହିଁ l ହେବନି l ଶହେ ଦଶରୁ କମ ହେବନି l

ଚକ୍ରଧର ବାବୁ --ଶହେ ଟଙ୍କା ଫାଇନାଲ l ଦେ ଅଧକେଜିଟେ କାଟିକି ଓଜନ କର l

ନରିଆ --ବାବୁ ! ଲସ ହେଲା କିନ୍ତୁ l

ଚକ୍ରଧର ବାବୁ --ହଉ ହେଲା ହେଲା l ଦେ ପକା l ଆରେ ଆଉ ଗୋଟେ ପିସ ପକାଉନୁ l ଏ ସେଇ ପେଟି ଖଣ୍ଡକ ପକା l

ନରିଆ -- ବାବୁ ହେଇଗଲା l ନିଅନ୍ତୁ l

ଚକ୍ରଧର ବାବୁ --ଆରେ ସେ ଦୁଇ ଖଣ୍ଡ ରଖିଦେଉଛୁ କଣ? ଦେ ପକା l କେତେ ଏମିତି ଆଉ ଓଜନ ହେବକି ଲାଞ୍ଜ ବକଟକ??

ଲୋପାମୁଦ୍ରା ମିଶ୍ର

4.10.2018

ମାନସିଂହପାଟଣା, ମଙ୍ଗଳପୁର

ଯାଜପୁର


Rate this content
Log in