Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବୁଦ୍ଧତ୍ଵ ଓ ଜୀବେଦୟା
ବୁଦ୍ଧତ୍ଵ ଓ ଜୀବେଦୟା
★★★★★

© Karttik Chandra Sethi

Inspirational

3 Minutes   273    9


Content Ranking

ନିଦାଘ ର କ୍ରମବର୍ଦ୍ଧିତ ପ୍ରକୋପକୁ କାଲି ସନ୍ଧ୍ୟାର ଅସମୟ ବର୍ଷା, ଯେମିତି ଥମେଇ ଦେଇଛି ଟିକିଏ । ସକାଳ ର ମୃଦୁ ମଳୟ ରେ ତୃପ୍ତ ବନଭୂମିର ନିଦୁଆ ନିଦୁଆ ଚାହାଁଣି । ସ୍ଵାମୀ ଜୀବନାନନ୍ଦ ଆଖପାଖ ର ସମସ୍ତ ବୃକ୍ଷ ଲତା କୁ ନିରେଖି ଦେଖୁଥିଲେ ନିଜର ସ୍ଵାଭାବିକ ନିତିଦିନିଆ ପଦବ୍ରଜରେ। ଧୂଳି ଧୂସରିତ ପତ୍ରସମୂହ ମୁକ୍ତ ଝରବିନ୍ଦୁ ର ଝଟକ୍କାୟିତ ଶୀତଳ ସ୍ପର୍ଶରେ ସଫା ହୋଇଯାଇଛନ୍ତି ସବୁ । ପ୍ରଭୁ ଏମାନଙ୍କ ପ୍ରାର୍ଥନା ଶୁଣିଛନ୍ତି ତା'ହେଲେ ,ଏଇ କଥା ଭାବି ସ୍ଵାମୀ ଜୀ ଆଶ୍ରମ ର ଅନତି ଦୂରରେ ଥିବା ବ୍ୟାସ ସରୋବର ନିକଟକୁ ଚାଲି ଯାଇଛନ୍ତି ।ପ୍ରାତଃ ତର୍ପଣ ତାଙ୍କର ସେଇଠି ହୁଏ । ଗାୟତ୍ରୀ ମନ୍ତ୍ର ଜପରେ ପୁଷ୍କରିଣୀ ର ସମସ୍ତ ଅନ୍ତେବାସୀ ଖୁସିରେ ବିଭୋର ହୋଇ ଉଠନ୍ତି ,ଏପରିକି କଇଁ, ପଦ୍ମ ଆଦି ନୀରଜ ଉଦ୍ଭିଦମାନେ । ସରୋବର ସଂଲଗ୍ନ ହନୁମାନ ଜୀଉଙ୍କ ମନ୍ଦିର । ହନୁମାନ ଲଲାଙ୍କ ଦର୍ଶନ ପରେ ଫେରନ୍ତି ନିଜ ଆଶ୍ରମ କୁ । ମନ୍ଦିର ର ପ୍ରାଙ୍ଗଣ ଭୂମିରେ କର ସ୍ପର୍ଶକୁ ମସ୍ତକରେ ଲଗାଇ ଭିତରକୁ ପ୍ରବେଶ କଲେ ସ୍ଵାମୀ ଜୀ ,ଠିକ୍ ଯେମିତି ଜଣେ ସାଧାରଣ ପଥାଚାରୀ ।ପ୍ରଥମ ଥର ଆସିଛନ୍ତି ଯେମିତି ।ସେମିତି ନିତ୍ୟ ଭାବ । ମୋର ଆଶ୍ରମ, ମୋର ମନ୍ଦିର ର ଭାବ ନାହିଁ । ସମସ୍ତଙ୍କ ପାଇଁ ଯାହା ,ମୋ' ପାଇଁ ବି ତାହା ।ମୁଣ୍ଡିଆ ମାରି ଯିବା ଓ ମୁଣ୍ଡିଆ ମାରି ଆସିବା । ସଦା ସ୍ମିତହାସ୍ୟ, ତାଙ୍କ ମୁଖ ମଣ୍ଡଳରେ ଖେଳିଯାଉଥାଏ ଯେମିତି । ଚଉଦ ବର୍ଷ ପୂର୍ବରୁ ଦେହରାଦୁନ୍ ରୁ ସ୍ଵାମୀ ଜୀ ଏଠାକୁ ଆସିଥିଲେ ।ପ୍ରଥମରୁ ଯେମିତି ଥିଲେ ଏବେବି ସେମିତି ଅଛନ୍ତି । ବୟସର ଛାପ ସମ୍ୟକ ବଦଳିଥିଲେ ବି ସ୍ଵଭାବ ସେଇମିତି ଅପରିବର୍ତ୍ତିତ । ଖୁବ୍ ଶାନ୍ତ ,ଭଦ୍ର ,ଗମ୍ଭୀର ,ଅମାୟିକ ଓ ସ୍ଵଳ୍ପ ଭାଷୀ । ମନ୍ଦିର ରେ ବସି କିଛି କ୍ଷଣପାଇଁ ଧ୍ୟାନସ୍ଥ ହୁଅନ୍ତେ ସ୍ଵାମୀ ଜୀ ବାହାରୁ ଏକ କୁକୁର ଛୁଆର ଚିତ୍କାର ଶୁଣି ପାରିଲେ । ଶବ୍ଦ ଟି ପାଖକୁ ତାଙ୍କର ମନ ଗଲା ସତ , ହେଲେ ଏହାକୁ ସେ ସାଧାରଣ ବୋଲି ମାନିଲେ । ଈଶ୍ବର ମୋର ଧ୍ୟାନଭଗ୍ନ କରେଇବାକୁ ଚାହୁଁଛନ୍ତି ଭାବିଲେ ।ପର ମୁହୂର୍ତ୍ତରେ ଚିତ୍କାର ଟି ଆର୍ତ୍ତନାଦ ପରି ମନେ ହେଲା । ସେ ଦୟାର୍ଦ୍ର ହୋଇ ଉଠିଲେ । ବାହାରକୁ ଆସି ଦେଖନ୍ତେ "ସ୍ତ୍ରୀ ଲୋକ ଜଣକ କୁକୁର ଛୁଆଟିକୁ ବାଡେଇ ବାଡେଇ ହନ୍ତସନ୍ତ କରିବାରେ ଲାଗିଛି । ସ୍ଵାମୀ ଜୀ କାରଣ ଜିଜ୍ଞାସା ନେତ୍ରରେ ସ୍ତ୍ରୀଲୋକ ଜଣକ ଆଡ଼କୁ ଅନାଇଲେ । କିଛି ପଚାରିବା ପୂର୍ବରୁ ସ୍ତ୍ରୀ ଲୋକ ଜଣକ କହି ଉଠିଲା- -କ'ଣ କହିବି ,ସ୍ଵାମୀ ଜୀ , ୟା'କୁ ମୁଁ ଆଜି ଛାଡ଼ିବିନି । ଆଚ୍ଛା ପାଠ ପଢେଇବି । କୁଆଡ଼େ ଯିବ ଇଏ ...ଆରେ.. -କ'ଣ ହେଇଛି, କୁହନ୍ତୁ ନା ! କି ଅପରାଧ କରିଛି ଇଏ ? (ସ୍ଵାମୀ ଜୀ ଶାନ୍ତ ସ୍ଵରରେ କହି ଉଠିଲେ ) -ଆଜ୍ଞା ,ଇଏ ପରା ସେ ପାଣି ଟ୍ୟାପ୍ ଉପରେ ମୁହଁ ଲଗେଇ ପାଣି ପିଉଥିଲା ।କୁକୁର ଅଇଁଠା ,ବିଷ ହୋଇଯିବ ଆଜ୍ଞା । ସର୍ବ ସାଧାରଣ ପାଣି ପିଉଛନ୍ତି ଏଠି । -ତୁମ କଥାକୁ ମୁଁ ଗ୍ରହଣ କରୁଛି ।ହେଲେ ଇଏ ତ ଶିଶୁ ଶାବକ । ବାହାର ର ନାଳ ନର୍ଦ୍ଦମା କୁ ଯାଇ ବା ପୋଖରୀକୁ ଯାଇ ପାଣି ପିଇବା ଶିଖିନି ସେ । କେଉଁ ଟି ମଣିଷ ପାଇଁ ,କେଉଁ ଟା ତା'ପାଇଁ ସେ ବିଚାର ତାକୁ ଜଣା ନାହିଁ ।ସେ ତୃଷାର୍ତ୍ତ । ସେ ଆମର ଭାଇ ।ବିଗତ କେତେ ଜନ୍ମତଳେ ଆମେ ବି ଦିନେ ଶ୍ଵାନକୁଳ ରେ ଜୀବନ ବିତାଇଛୁ । ଏ କଥା ଆମର ଭୁଲିବା ଉଚିତ ନୁହେଁ ,ମାଆ । ଆମେ ଉତ୍ତର ଯୋନିରେ ଜୀବ ଶ୍ରେଷ୍ଠ ମାନବ ,ଏଇ କଥା ଅନ୍ତତଃ ବୁଝି ନେବୁ ଯେ ତାକୁ ଶୋଷ ଲାଗିଛି । ପାଣି ପିଆଇ ଦେଇ ଭୟ ଦେଖାଇଲେ ସେ ସେଠାରୁ ଚାଲିଯିବ । ଏହା କହି ସ୍ଵାମୀ ଜୀ ନିକଟରେ ପଡିଥିବା ଏକ ପୁରୁଣା ପାତ୍ର କୁ ସଫା କରି କୁକୁର ଛୁଆ କୁ ପାଣି ପିଆଇଲେ । କୁକୁର ଛୁଆ କୃତଜ୍ଞତା ଓ ଆଶ୍ଵସ୍ତି ନେତ୍ର ରେ ଏଇ ଗୈରିକ ବସନଧାରୀ କୁ ଅନଉଥିଲା । ଗଛରେ ଥିବା ମାଙ୍କଡ଼ ଦୁଇଟି ଏଇ ଦୃଶ୍ୟ ଦେଖି ଖୁସି ହେଉଥିଲେ । ଅଶ୍ଵତଥ ବୃକ୍ଷ ଟି ଆଜି ଖୁବ୍ ଖୁସି ହେଉଥିଲା ଆଜି ଆଉ ଜଣେ ବୁଦ୍ଧଙ୍କୁ ପାଇଁ ,ଯିଏ କି "ଜୀବେ ଦୟା"ର ବାଣୀ କୁ ସାକାର କଲେ ଏଇଠି ।ଯାହାପାଇଁ ସାଧାରଣ ଜନତା କେବେବି ଆଗେଇ ଆସନ୍ତି ନି ।ସ୍ତ୍ରୀ ଲୋକ ଜଣକ ନିଜର ଭୁଲ୍ ବୁଝି ପାରି ସ୍ଵାମୀ ଜୀ ଙ୍କୁ କ୍ଷମା ପ୍ରାର୍ଥନା କଲେ ।

କୁକୁର ଛୁଆ ନିଦାଘ ଅସମୟ

Rate the content


Originality
Flow
Language
Cover design

Comments

Post

Some text some message..