Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଂଶୁଘାତ ବୁଢା ଭିକାରି
ଅଂଶୁଘାତ ବୁଢା ଭିକାରି
★★★★★

© ଓଡିଆ ଶିଶୁ ଗପ

Inspirational

5 Minutes   398    48


Content Ranking

ଭିକାରି ବୁଢାଟିଏ । ଗାଆଁ ଗାଆଁ ଭିକ ମାଗି ଚଳେ । ରୁଗ୍ଣ ଶରୀର, ଅସ୍ଥିସାର କଙ୍କାଳ । ପରିଧେୟ ମଇଳା ଗଞ୍ଜି ସାଙ୍ଗକୁ ସାତସିଆଁ ଧୋତି, ଆଖି ଉପରେ କଳା ରଙ୍ଗର ଶସ୍ତା ଚଷମା । ମୁଣ୍ଡରେ ବର୍ଷ ବର୍ଷ ଧରି ତେଲ ଟୋପାଏ ବି ବାଜି ନାହିଁ । ସେ ଭିକାରି ବୁଢାଟିର ଘର ସ୍ୱର୍ଣ୍ଣପୁର ଗାଆଁରେ । ସଂସାରରେ ତା’ର ନିଜର ବୋଲି ଆଉ କେହି ବି ନାହିଁ । ଝିଅକୁ ଦି’ ବରଷ ବେଳେ ହଇଜାରେ ସ୍ତ୍ରୀ ଆଖି ବୁଜିଲା । ବନ୍ୟାରେ ତା’ ଘର ଖଣ୍ଡିକ ବି ଭୁଷୁଡି ପଡିଲା । ପାଂଚ ବରଷର ଝିଅ କାନ୍ଥ ତଳେ ଚାପି ହୋଇଗଲା । ଝିଅକୁ ହରେଇ ସେ ବୁଢା ବି ବହୁତ କାନ୍ଦିଲା । ଗ୍ରାମବାସୀମାନେ ସେ ବୁଢାକୁ ବହୁତ ସାନ୍ତ୍ୱନା ଦେଲେ । ପାଳିକରି ଓଳିଏ ଲେଖାଏଁ ସେ ବୁଢାକୁ ଖାଇବାକୁ ଦେଲେ । ଚାନ୍ଦାକରି ସେ ବୁଢାର ଘର ବି ସଜାଡି ଦେଲେ । କିନ୍ତୁ ସେ ବୁଢାର ବିବେକ ବୁଢାକୁ ବାଧା ଦେଲା । ତେଣୁ ସେ ବୁଢା ଆଉ ଗ୍ରାମବାସୀମାନଙ୍କଠାରୁ ପାଳି ଭାତ ତିଅଣ ଖାଇଲା ନାହିଁ । ଗାଆଁ ପାଖରେ ଥିବା ଗାଆଁ ଓ ପାଖ ଗାଆଁମାନଙ୍କରେ ହାଟ ବଜାରରେ ସେ ବୁଢା ଏଥର ଭିକ ମାଗିଲା । ତାପରେ ସେ ନିଜେ ବି ରାନ୍ଧି ଖାଇଲା ।

ଦିନକର ଘଟଣା । ଜ୍ୟେଷ୍ଠ ମାସ । ଏଣେ ସେ ଭିକାରି ବୁଢା କିଛି ବି ଖାଇ ନାହିଁ । ସେଥିରେ ସେ ସକାଳୁ ଭିକ ମାଗିବାକୁ ବାହାରି ପଡିଲା । ଯାଇ ପହଁଚିଲା ଗୋଟିଏ ଗାଆଁରେ । ଭିକମାଗି କିଛି ଚାଉଳ ପନିପରିବା ଧରି ସେ ଭିକାରି ବୁଢା ନିଜ ଗାଆଁକୁ ଫେରୁଛି । ମନେ ମନେ ପୁଣି ସେ ବୁଢା ଭାବୁଛି ଘରେ ଶୀଘ୍ର ପହଁଚିଲେ କେମିତି ଗଣ୍ଡାଏ ରାନ୍ଧି ଖାଇବ । ବୁଢା ପଛରେ ସ୍କୁଲ୍ ପିଲାମାନେ ଛୁଟି ହୋଇ ଅତ୍ୟନ୍ତ ଖୁସିରେ ଘରକୁ ଫେରୁଥାନ୍ତି । ସେତେବେଳକୁ ଦିନ ପ୍ରାୟ ଏଗାରଟା କି ବାରଟା ହେବ । ସୂର୍ଯ୍ୟ ବି ଠିକ୍ ମୁଣ୍ଡ ଉପରେ । ଦେହ ମୁହଁ ଖାଲି ପୋଡି ଯାଉଥାଏ । ହଠାତ୍ କ’ଣ ହେଲାନା ସେ ବୁଢା ଭିକାରିଟି ଢଳି ଢଳି ରାସ୍ତାରେ ପଡିଗଲା । ବୁଢାଟି ଏପରି ପଡିଯିବାର ଦେଖିଦେଲା ଘନଶ୍ୟାମ । ସେ ଘନଶ୍ୟାମ ତ ନିହାତି ଶାନ୍ତ ସୁଧାର ପିଲା । ଦଶମ ଶ୍ରେଣୀରେ ସେ ପାଠ ପଢେ । ଭଲ ପାଠ ବି ପଢେ । ଭଲ ପିଲା ବୋଲି ଶିକ୍ଷକ ମଧ୍ୟ ସେ ଘନଶ୍ୟାମକୁ ଖୁବ୍ ଭଲ ପାଆନ୍ତି । ଘନଶ୍ୟାମ ଦେଖିଲା ବୁଢା ବାଟରେ ପଡିଗଲା । ବୁଢା ପଡିଯିବାର ଦେଖି ଘନଶ୍ୟାମ ସେ ବୁଢା ନିକଟକୁ ଦୌଡିଗଲା । ତା’ ସାଙ୍ଗ ପିଲାମାନଙ୍କୁ ତୁରନ୍ତ ଡାକିଲା । ଘନଶ୍ୟାମର ସାଙ୍ଗମାନେ ଆସି ସମସ୍ତେ ସେ ବୁଢା ଚାରିପଟେ ଘେରିଗଲେ । ବହି ଧରି ବୁଢାକୁ ବିଂଚି ଦେଲେ । ଆଉ ସେ ବୁଢାର କାନ ଫୁଙ୍କିଲେ । ଆଖ ପାଖରେ କେଉଁଠି ବି ପାଣି ନଥିଲା । ଘନଶ୍ୟାମ ତ ଆଉ ପିଇବାପାଇଁ ତା’ ବୋତଲରେ ପାଣି ନେଇଥିଲା ।

ସେ ବୋତଲରେ ଯେତେକ ପାଣି ଥିଲା ସବୁ ସେ ବୁଢାର ମୁଣ୍ଡରେ ଢାଳିଲା ଘନଶ୍ୟାମ । ଏମିତିକି ସାଙ୍ଗ ପିଲାମାନଙ୍କ ବୋତଲ ପାଣି ବି ସେ ବୁଢାର ଦେହ ମୁଣ୍ଡରେ ଢାଳିଲା ଘନଶ୍ୟାମ । ବୁଢାର ପାଟି ଖୋଲିଲା ଓ ବୁଢାକୁ ପାଣି ପିଆଇଲା । କିଛି ସମୟ ପରେ ସେ ବୁଢା ନିଜର ଚେତା ବି ଫେରି ପାଇଲା । ଏଥର ଆଖି ଖୋଲି ଚାହିଁଲା ସେ ବୁଢା । ତାପରେ ଘନଶ୍ୟାମ ଓ ତା’ର ସାଙ୍ଗମାନେ ସେ ଭିକାରୀ ବୁଢାର ହାତ ଧରି ଘନଶ୍ୟାମ ଘରକୁ ନେଇ ଆସିଲେ । ଘନଶ୍ୟାମ ବି ତା’ ମାଆକୁ ସବୁ କଥା କହିଲା । ଏଥିପାଇଁ ସେ ଘନଶ୍ୟାମର ମାଆ ଘନଶ୍ୟାମକୁ ଧନ୍ୟବାଦ ଦେଲେ । ଭଲ କାମ କରିଛୁ ବୋଲି ମଧ୍ୟ କହିଲେ । ଠାକୁରେ ତୋର ମଙ୍ଗଳ କରନ୍ତୁ ବୋଲି କହି ଆଶୀର୍ବାଦ ବି ଦେଲେ । ଘଂଟାଏ ଦୁଇ ଘଂଟା ପରେ ଘନଶ୍ୟାମର ମାଆ ଅଣ୍ଡା ଭାତ, ଡାଲି ତରକାରୀ ଖାଇବାକୁ ଦେଲେ । ବୁଢା ଖାଉ ଖାଉ କହିଲା, ମାଆ ମୋ ଜୀବନର ଏତେ ଭଲ ଖାଇବା, ପିଇବା, ସେବା ଶୁଶ୍ରୁଷା ଦିନେ ହେଲେ ବି ପାଇ ନଥିଲି । ଆଜି ତୁମ ପୁଅ ଓ ତା’ର ସାଙ୍ଗମାନଙ୍କ ପାଇଁ ମୁଁ ବଂଚିଗଲି ନ ହେଲେ ତ ମରି ଯାଇଥା’ନ୍ତି ।

ଘନଶ୍ୟାମ କହିଲା, ହଉ ଏବେ ଆପଣ ଶୋଇ ପଡନ୍ତୁ । ତହୁଁ ସେ ବୁଢାଟି ବି ଖାଇ ସାରିବା ପରେ ଆରାମ୍ରେ ଶୋଇ ପଡିଲା । ଏଣେ ଖରା ଲେଉଟିଲା । ସଂନ୍ଧ୍ୟା ହେବାକୁ ତ ଅନେକ ସମୟ ବାକି ଥାଏ । ବୁଢା ଏଥର ନିଦରୁ ଉଠିଲା । ଘନଶ୍ୟାମର ମାଆକୁ ଡାକି ସେ ବୁଢା କହିଲା, ମାଆ ମୋତେ ଏବେ ଖୁବ୍ ଭଲ ଲାଗୁଛି । ତେଣୁ ଏବେ ମୁଁ ଗୋଟିଏ ଗୋଟିଏ ପାଦ ପକାଇ ମୋ ଗାଆଁକୁ ଯାଇପାରିବି । ଏହା ଶୁଣି ସେ ଘନଶ୍ୟାମ କହିଲା ନାଇଁ ନାଇଁ ଆଜି ଆପଣ ଏଇଠି ହିଁ ରହିବେ । କାଲି ସକାଳେ ଯାଇ ମୁଁ ଓ ମୋର ସାଙ୍ଗ ପିଲାମାନେ ତୁମକୁ ନେଇ ତୁମ ଘରେ ଛାଡିଦେଇ ଆସିବୁ । ସୂର୍ଯ୍ୟ ଅସ୍ତ ହେଲେ ହିଁ ତୁମେ ଯାଇ ବାହାରକୁ ବାହାରିବ । ତୁମକୁ ପରା ‘ଅଂଶୁଘାତ’ ହୋଇ ଆସୁଥିଲା, ମାତ୍ର ଅଳ୍ପକେ ରକ୍ଷା ପାଇଗଲ । ଆଗ ଯୁଗଭଳି ଏବେତ ଗଛ ଆଉ ନାହିଁ । ଲୋକେ ଗଛର ଉପକାରିତା ଗୁଣ ନ ଜାଣି ଓଲଟି ଗଛ ସବୁକୁ କାଟି ଦେଉଛନ୍ତି । ତେଣୁ ଏବେକା ଖରା ଅତି ପ୍ରଖର । ତେଣୁ ଘରୁ ବାହାରିବା ବେଳେ ସାଙ୍ଗରେ ଛତା ଓ ପାଣି ବୋତଲ ନେବା ଏକାନ୍ତ ଆବଶ୍ୟକ । ଏହାଛଡା ପ୍ରଚୁର ପାଣି ପିଇବା ମଧ୍ୟ ଆବଶ୍ୟକ ।

ତା’ପରେ ଘନଶ୍ୟାମ ସେ ବୁଢାକୁ କହିଲା, ତମେ ତ ସହଜରେ ବୁଢା ଲୋକ । ତା’ସାଙ୍ଗକୁ ପୁଣି ଦୁର୍ବଳ ଶରୀର । ତେଣୁ ଖରାରେ ବୁଲି ବୁଲି ଭିକ ମାଗିବା ଅନୁଚିତ୍ । ଏକଥା ଶୁଣି ସେ ବୁଢା କହିଲା, ଭିକ ମାଗିଲେ ତ ପୁଣି ଖାଇବି । କାହିଁକିନା କେବଳ ଭିକ ମାଗିବା ହିଁ ମୋର ବେଉସା । ନ ହେଲେ ଖାଇବି ଆଉ କ’ଣ? ବଂଚିବି ବା କିପରି? ଏହି କଥା ସେ ବୁଢା ଅତ୍ୟନ୍ତ ଦୁଃଖରେ କହିଲା । ଆଉ ମାସକ ପରେ ତ ଆଷାଢ ମାସ ହେବ । ତେଣିକି ବର୍ଷା ହେବ ଥଣ୍ଡା ବି ପଡିବ । ସେତେବେଳେ ତ ଆଉ କିଛି ବି ଅସୁବିଧା ହେବ ନାହିଁ । ଏହି କଥା ଘନଶ୍ୟାମ କହିଲା । ତା’ପରେ ଘନଶ୍ୟାମର ମାଆ ସେ ବୁଢାକୁ ଚୁଡା, ଦହି, କଦଳୀ ଖାଇବାକୁ ଦେଲେ । ରାତିରେ ‘ଛ’ ତରକାରୀ ନଅ ଭଜା, ବିଭିନ୍ନ ଭଲ ଭଲ ଖାଦ୍ୟ ଖାଇ ସେ ବୁଢା ପୁରା ସୁସ୍ଥ ହୋଇଗଲା ।

ରାତି ପାହି ସକାଳ ହେଲା । ଘନଶ୍ୟାମ ଘର ଘର ବୁଲି ତା’ର ସମସ୍ତ ସାଙ୍ଗ ପିଲାମାନଙ୍କୁ ଡାକିଲା । ସେ ଭିକାରି ବୁଢାର ଦୁଃଖ ବିଷୟରେ ସମସ୍ତଙ୍କୁ ଅବଗତ କରାଇଲା । ଏମିତିକି ଗାଆଁରେ ବୁଲି ବୁଲି ସମସ୍ତେ ଚାନ୍ଦା ଆଦାୟ କଲେ । ସେହି ଚାନ୍ଦାରେ ସେ ଦିନ ରବିବାର ଗାଆଁ ହାଟରୁ ଲୁଗା ଜାମା ଗାମୁଛା, ଚାଉଳ, ଚୁଡା, ଚିନି, ଡାଲି, ପରିବା, ତେଲ ଲୁଣ ଆଦି କିଣିଲେ । ଖରା ଲେଉଟିବା ପରେ ପିଲାମାନେ ଅଲଗା ଅଲଗା ବ୍ୟାଗ୍ରେ କିଣିଥିବା ଜିନିଷକୁ ରଖି ସେ ବୁଢା ସହିତ ତା’ ଗାଆଁକୁ ଗଲେ । ସ୍ୱର୍ଣ୍ଣପୁର ଗାଆଁରେ ସେ ବୁଢାକୁ ତା’ ଘର ପାଖରେ ଛାଡିଦେଲେ । ତା’ପରେ ସେ ପିଲାମାନେ କହିଲେ, ଅଜା ତୁମ ପାଖରେ ବର୍ତ୍ତମାନ ଯେତିକି ଖାଇବା ଜିନିଷଅଛି ତାହା ତୁମର ନିଶ୍ଚୟ ମାସେ ଚାଲିଯିବ । ତେଣୁ ତୁମେ ଆଉ କେବେବି ଖରାରେ ଘରୁ ବାହାରିବ ନାହିଁ । ସବୁ ଶୁଣି ସେ ବୁଢା କହିଲା ହଁ ପିଲାମାନେ, ତୁମେମାନେ ମୋର ଯେଉଁ ଉପକାର କରିଛ ମୁଁ ସେସବୁ କେବେବି ଭୁଲି ପାରିବି ନାହିଁ । ଏହି କାରଣରୁ ମୁଁ ବି ତୁମର ଅଶେଷ ମଙ୍ଗଳ କାମନା କରୁଛି । ଆଉ ଠାକୁରଙ୍କ ନିକଟରେ ମଧ୍ୟ ପ୍ରାର୍ଥନା କରୁଛି ଯେ, ଠାକୁରେ ତୁମମାନଙ୍କୁ ଭଲ ପାଠ ଦିଅନ୍ତୁ । ଭବିଷ୍ୟତରେ ତୁମେମାନେ ଭଲ ମଣିଷ ହୁଅ । ଠାକୁରେ ତୁମମାନଙ୍କୁ ସର୍ବଦା ସଦ୍ବୁଦ୍ଧି ଦିଅନ୍ତୁ । ସେ ଭିକାରି ବୁଢାର ଆଶୀର୍ବାଦ ଘେନି ଏଥର ସେ ପିଲାମାନେ ନିଜ ଗାଆଁକୁ ଆସିଲେ ।

ଭିକାରି ଅଂଶୁଘାତ ସାନ୍ତ୍ୱନା

Rate the content


Originality
Flow
Language
Cover design

Comments

Post

Some text some message..