Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଶ୍ରାବଣ ଆସିଲେ

ଶ୍ରାବଣ ଆସିଲେ

2 mins
7.2K


ପ୍ରଦୀପ ନାୟକ

ତମ ମୁହଁରୁ ଏଇ ପଦେ କଥା ଶୁଣିବାକୁ ଜାଣିଚନା , ଚାହୁଁ ଚାହୁଁ ବର୍ଷଟିଏ ବିତିଗଲା । ଗୋଟିକ ପରେ ଗୋଟିଏ ପାଞ୍ଚଟା ଋତୁ ବି ଫେରିଗଲେ । ବିଶ୍ଵାସ କର , ଏଇଠି ଫୁଲ ଫୁଟିଚି ମୁଁ ତାକୁ ଚାହିଁନି । ଏଠି କୋଇଲି ଡାକିଚି ସେ ଆଡେ ବି ମନ ଦେଇନି , ମୋତେ ଚାହିଁ ଚାହିଁ ନଈ ବି ଶୁଖିଚି ସେ ଆଡ଼କୁ ଢଳି ଯାଇନି । ଏମିତିକି ମୋତେ ଚାହିଁ ଚାହିଁ ସଞ୍ଜରେ ଗଭା ସଜେଇ ଫୁଲେଇ ରଜନୀଗନ୍ଧା ସକାଳକୁ ଝରି ଯାଇଚି ତଥାପି ମୁଁ ତାକୁ ଧରା ଦେଇନି- କହିଲା ବାଦଲ ।

କାହିଁକି ମୁଁ କ’ଣ ତମକୁ ଏତେ ଭଲ ଲାଗେ ? ଝିଅଟି ପଚାରିଲା । ବାଦଲ କହିଲା- କେବଳ ଭଲ କାହିଁକି ଭଲ ଠୁ ବି ଭଲ । ଏକଥା କ’ଣ ତମକୁ ଖୋଲି କହିବାକୁ ପଡ଼ିବ !

ଝିଅଟି ବାଦଲର ବିଧୁର ଭାବର ମୋହମୟ ହୋଇପଡ଼ୁ ଥିବା ମୁହଁକୁ ଚାହିଁଲା । ତାକୁ ଟିକେ ସହଜ କରିବାକୁ ବିଜୁଳି ପରି ଫିକ୍ କରି ହସିଦେଲା ।

ଆଖି ନୁଆଇଁ ଦେଇ ବାଦଲ କହିଲା- ଜାଣିଚନା , ତମକୁ ଭଲ ପାଇ ମୁଁ ତ ସଂସାରକୁ ଭୁଲି ଯାଇଚି । କୋଉଠି ବି ମନ ଲାଗେନା । ବାଆଁରା ହେଇ ଏଣେ ତେଣେ ଘୁରି ବୁଲୁଥାଏ । ତମେ କଣ ଜାଣିଚ (?) ଲୋକେ କହନ୍ତି ମୋର କୁଆଡ଼େ କିଛି ଠିକଣା ନ ଥାଏ ।

ବିଶ୍ଵାସ କର ତମ ପାଇଁ ମୋ ହୃଦୟରେ ଠିକଣାଟିଏ ଅଛି । ତେବେ ବି ମୁଁ ନାଚାର । ମୋ ବାହାଘର ନେଇ ଯିଏ ଚିନ୍ତା କରନ୍ତି ସିଏ ଏବେ ବିଦେଶରେ । ବାପା , ଗଲା ଅଶିଣରୁ ଯାଇଛନ୍ତି ଆସି ବଇଶାଖ ସରିଲା । ଏଇଥି ପାଇଁ ମୁଁ ତୁମକୁ କିଛି କହିପାରୁନି । ତମକୁ କେମିତି ବୁଝେଇବି ମୋ ମନ କଥା । ବର୍ଷ କି ଋତୁ ଆସିବା ଯିବାରେ , ଫୁଲ ଫୁଟିବା କି ନଈ ଶୁଖିବା ରେ ମୋ ଭଲ ପାଇବା ନାହିଁ ସତରେ । ମୁଁ ଯେ ତମକୁ ଭଲପାଏ , ଭଲପାଏ , ଭଲ ହିଁ ପାଏ । ଏଇ କଥା କହିବାକୁ ତ ସମୟଟିଏ ଲୋଡ଼ା ନା !

ବାଦଲ ଝିଅଟାର କଥା ଶୁଣି ଉଲ୍ଲସି ଉଠୁଥିଲା ନିଜ ଭିତରେ- ସ... ମ... ୟ... ପୁଣି କ’ଣ ? ସେଇଟା ହେଲା ଶ୍ରାବଣ- ଝିଅଟି କହିଲା । ତା’ କଜ୍ଵଳକରା ଆଖି ଉପରକୁ ଝୁଙ୍କି ଆସୁଥିବା ଚୁଳ କେରାକୁ କନିଅର କଢ଼ି ପରି ଗହମ ରଙ୍ଗର ଆଙ୍ଗୁଠିରେ ଉଠେଇ ନେଲା କାନ ପାଖକୁ । ପୂରା ମୁହଁଟା ଦିଶିଲା ଉଦିଆ ଜହ୍ନ ପରି ।

ବାଦଲ ମୁଗ୍ଧ ଆଖି ରେ ଦେଖୁଥିଲା ସେଇ ମୁହଁକୁ । ଝିଅଟା ପଚାରିଲା- କ’ଣ ମୋତେ ନୂଆ ଦେଖୁଚ କି ? ନାଇଁ ଯେ , ମୁଁ ଦେଖୁଚି ତମେ ସତରେ କେତେ ସୁନ୍ଦର ବର୍ଷା । ଖାଲିରେ ଯାହା ଶ୍ରାବଣରେ ତମେ ଆହୁରି କେତେ ସୁନ୍ଦର ଦିଶୁଚ ।

ବର୍ଷା କହିଲା- ତମେ ଆଉ ମୁଁ ମିଶିଗଲେ ସମସ୍ତଙ୍କୁ ପ୍ରୀତିର ମେଘରେ ଭିଜେଇ ନେଇପାରିବା ନୁହେଁ । ମାଟିରୁ ଆକାଶ , ବନସ୍ପତି ସମସ୍ତେ ଆମ ମିଳନରେ ଖୁସିରେ ଝୁମି ଉଠିବେ ଦେଖିବ ।


Rate this content
Log in

Similar oriya story from Classics