Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନଷ୍ଟ ନୀଡ଼
ନଷ୍ଟ ନୀଡ଼
★★★★★

© Subrat Kumar Senapati

Drama

4 Minutes   7.2K    15


Content Ranking

ନଷ୍ଟ ନୀଡ଼

ସୁବ୍ରତ କୁମାର ସେନାପତି

          ମୋ ନିଷ୍ପତ୍ତି ଘରର ସମସ୍ତ ସଦସ୍ୟଙ୍କୁ ସ୍ତବ୍ଧ-ଚକିତ କରିଦେଇଥିଲା । କ୍ଷଣିକ ମୁହୂର୍ତ୍ତ ପାଇଁ ସମଗ୍ର ପରିବେଶରେ ଛାଇହୋଇଯାଇଥିଲା ଏକ ଅଖଣ୍ଡ ନୀରଵତ। । କିନ୍ତୁ ଭାଇର ଏକ ଶକ୍ତ ଚ।ପୁଡ।ରେ ସେ ନିରବତା ଭାଙ୍ଗିଯାଇଥିଲା । ଆଉ ତା ସହ ଭ।ଙ୍ଗିଯାଇଥିଲା ମୋର ମୋ ଆତ୍ମୀୟସ୍ୱଜନମାନଙ୍କ ପ୍ରତି ଥିବା ସେ ଦୃଢ ବିଶ୍ୱାସ, ଯେଉଁ ବିଶ୍ୱାସ ହିଁ ମୋତେ ବାଧ୍ୟ କରିଥିଲା ମୋ ମନର ସେ ସୁପ୍ତ ଇଚ୍ଛାଟିକୁ ପୁଣି ଥରେ ଜାଗ୍ରତ କରିବା ପାଇଁ ଆଉ ନିର୍ଦ୍ୱନ୍ଦ୍ୱରେ ସମସ୍ତଙ୍କ ସାମ୍ନାରେ ତାକୁ ପ୍ରକାଶ କରିଦେବା ପାଇଁ । ଅଥଚ ମୋର ସବୁ ଆଶା, ଭରସା, ବିଶ୍ୱାସ ଏବେ ବର୍ଷ।ର ପାଣିଫୋଟକ। ପରି ମିଳାଇଯାଇଥିଲା ।

          ସଦ୍ୟ ପ୍ରେମର ଇନ୍ଦ୍ରଧନୁରେ ବର୍ଣ୍ଣିଳ ହୋଇଉଠିଥିବା ଏ ମନର ଆକାଶଟାକୁ ମୁଁ ଘରଲୋକଙ୍କ ଚାପରେ ବିବର୍ଣ୍ଣ କରିଦେବାକୁ ଚାହିଁ ନଥିଲି । ସେଥିପାଇଁ ତ ମୁଁ ମୋ ନିଷ୍ପତ୍ତିରେ ଅଟଳ ରହି ରାତିର ଘନ ଅନ୍ଧକାରକୁ ଭୃକ୍ଷେପ ନକରି ସବୁଦିନ ପାଇଁ ଘର ଛାଡ଼ି ଚାଲିଆସିଲି । କିନ୍ତୁ ଚାଲିଆସିଲା ପରେ ଏକଥା ଭାବି ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ- ଏତେ ପଥ ପୁଣି ଏଇ ଅନ୍ଧାରରେ ଏକାକୀ ଆସିପାରିଲି ବା କିପରି? କାହିଁକି ନା, ଏଇ ଅନ୍ଧାରକୁ ମୋର ଭାରି ଭୟ । ପିଲାଦିନେ ବୁଢ଼ୀମ।' କହିଥିବା ବୁଢ଼ୀ ଅସୁରୁଣୀ ଗପ କଥା ମନେପକାଇ ସଞ୍ଜ ହେବାମାତ୍ରେ ହିଁ ମୁଁ ଘରର ଝର୍କା କବାଟ ବନ୍ଦ କରିଦିଏ । ଏମିତିକି କଲେଜରେ ପଢିବାବେଳେ ହଷ୍ଟେଲରେ ରହିବ।ବେଳେ କେବେ ଵି ରାତିରେ ମୁଁ ଏକାକୀ ବାହାରକୁ ଯାଇନାହିଁ କି ଏକୁଟିଆ ରୁମରେ ମଧ୍ୟ ରହିନାହିଁ । କିନ୍ତୁ ଆଜି ଏ ଶୀତରାତିର କୃଷ୍ଣ ପ୍ର।ବାରକକୁ ଭେଦ କରି ମୁଁ ଯେ ଏକୁଟିଆ ଷ୍ଟେସନକୁ ଆସିପାରିଲି, ଏକଥା ଭାବିଲାବେଳକୁ ସତରେ ମୋତେ ଭାରି ଆଶ୍ଚର୍ଯ୍ୟ ଲାଗୁଥାଏ । ସତରେ ଏତେ ଶକ୍ତି ସାହସ ମୁଁ ବା ପାଇଲି କେଉଁଠୁ? ଏଇ ଶକ୍ତି, ସାହସର ଉତ୍ସ ମୋ ଅନାଵିଳ, ଏକନିଷ୍ଠ ପ୍ରେମ ନୁହେଁ ତ? ଏ ପୃଥିବୀରେ ତ ଏମିତି କୌଣସି ଶକ୍ତି ନାହିଁ, ଯାହା ପ୍ରେମକୁ ପରାଜିତ କରିଦେଇପାରେ । ପ୍ରେମରେ ପଡ଼ିଲେ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିବା ଦିଗରେ ଆଗେଇଯାଏ । ଆଉ ମୁଁ ବା ସେଥିରୁ ବାଦ ଯିବି କିପରି? ସତରେ ମୋର ତାଙ୍କ ପ୍ରତି ଥିବା ସେ ପ୍ରଗ।ଢ ପ୍ରେମ ହିଁ ମୋତେ ଏଇ ନିସ୍ତବ୍ଧ ରଜନୀରେ ତମସାର ସାଂଦ୍ରତା ଭିତରେ ସାହସ ଦେଇଛି, ମୋ ଅନ୍ତର୍ଚେତନାରେ ଭରିଦେଇଛି ଅମାପ ଶକ୍ତି, ଯେଉଁ ଶକ୍ତି, ସାହସକୁ ପାଥେୟ କରି ମୁଁ ଚାଲିଆସିଛି ସବୁ ସମ୍ପର୍କର ଶୃଙ୍ଖଳକୁ ଛିନ୍ନ କରି । କାହିଁକି ନା, ମୋ ଆଖିରେ ଆଜି ତାଙ୍କୁ ନେଇ ଆଖିଏ ସ୍ୱପ୍ନ । ମୋର ସବୁ ଲଜ୍ଜା, ଗୋପନୀୟତାକୁ ତାଙ୍କରି ପାଖରେ ସମର୍ପିଦେଇ, ନିଜ ଅସ୍ଥିମଜ୍ଜାରେ ତାଙ୍କରି ଅସ୍ତିତ୍ୱକୁ ଅନୁଭବ କରି ସତ୍ତାହୀନ ହୋଇ ଜୀଇଁଵ।ର ସ୍ୱପ୍ନ ମୋର, ସେ ସ୍ୱପ୍ନ ଆଗରେ ଏ ପରିବାର, ସମାଜ ସବୁକିଛି ତୁଚ୍ଛ ଆଜି ମୋ ପାଇଁ ।

          ବାରମ୍ବାର ହାତଘଣ୍ଟାଟିକୁ ଦେଖୁଥିଲି ମୁଁ । ବାସ୍ ଆଉ ଅଳ୍ପ କେତେଟା ମୁହୂର୍ତ୍ତର ଅପେକ୍ଷ। । ତା'ପରେ ସବୁ ସ୍ୱପ୍ନ ଥିଵ ମୋର ହାତପାଆନ୍ତାରେ । ମୁଁ ଗଳାର ହାର ହୋଇ ଝୁଲୁଥିବି ମୋ ସ୍ୱପ୍ନପୁରୁଷଙ୍କ ବେକରେ । ତାଙ୍କୁ ନେଇ ରଚୁଥିବି ମୋ ସ୍ୱପ୍ନର ସେ ଟିକି ନୀଡ଼ ଭିତରେ ଭିନ୍ନ ଏକ ଅଭିସ।ର । ବାସ୍ତବରେ ଏଇ ଅପେକ୍ଷା ଯେତେ ଯନ୍ତ୍ରଣାଦାୟକ, ଅସହ୍ୟ, ସେତେ ମଧୁର ମଧ୍ୟ । ଏଥିରେ ତ ପ୍ରଚ୍ଛନ୍ନ ହୋଇ ରହିଥାଏ ଭଲପାଇବାର ଉତ୍କଣ୍ଠ।, ଆବେଗ ସବୁ । କିନ୍ତୁ ମୁଁ ଆଉ ଅପେକ୍ଷ। କରିପାରୁ ନଥିଲି । କେତେବେଳେ ଯେ ଏଗାରଟା ବାଜିବ ଆଉ ମୁଁ ଚାଲିଯିଵି ତାଙ୍କ ସହ ଭିନ୍ନ ଏକ ଇଲାକାକୁ, ଯେଉଁଠି ରଚିବୁ ଆମେ ଦୁହେଁ ପ୍ରେମର ଚଢେଇ ସାଜି ପ୍ରେମର ସେ ନିଆରା ନୀଡ଼, ପୁଣି ଯେଉଁଠି ଆକାଶଟା ନୀଳ ନହୋଇ ରଂଗେଇହୋଇଥିବ ପ୍ରେମର ରଙ୍ଗରେ ଆଉ ଆମେ ଦୁହେଁ ଆକାଶର ସେହି ନିଆରା ରଂଗ ଭିତରେ ହଜାଇଦେଇ ମୁକ୍ତ ଭାବେ ଗ।ଉଥିବୁ ପ୍ରେମର ସଂଗୀତ ।

          ଅନେକ ସମୟ ଅତିବାହିତ ହୋଇଯାଇଥିଲା । କିନ୍ତୁ ଆସିନଥିଲେ ସେ । ମୋ ଘଂଟା ଟ୍ରେନ ଆସିବାକୁ ମାତ୍ର ଦଶ ମିନିଟ ଅଛି ବୋଲି ସୂଚ।ଇ ଦେଉଥିଲା । ଘରୁ ଆସିବାବେଳେ ମୋ ଫୋନଟି ଵି ଛାଡ଼ିଦେଇ ଆସିଥିଲି । ତେଣୁ ତାଙ୍କ ସହ ଯୋଗ।ଯୋଗ ଵି କରିପାରୁ ନଥିଲି । ୟା ଭିତରେ ସେ ଦଶ ମିନିଟ ଵି ଅତିକ୍ର।ନ୍ତ କରିଯାଇଥିଲା । ଅନ୍ଧକାରର ବୁକୁ ଚିରି ଲୌହ ଦାନଵଟି ଆଗେଇ ଆସୁଥିଲା ଵିକଟାଳ ଗର୍ଜନ କରି । ଯାତ୍ରୀମାନେ ପ୍ରସ୍ତୁତ କରୁଥିଲେ ନିଜକୁ ନିଜନିଜର ଗନ୍ତବ୍ୟ ପଥକୁ ଯାତ୍ରା କରିବ। ପାଇଁ । କିନ୍ତୁ ସେହି ଭିଡ଼ ଭିତରେ ମୁଁ ଖୋଜିଚାଲିଥିଲି ମୋର ସ୍ୱପ୍ନପୁରୁଷଙ୍କୁ, ଯାହାଙ୍କୁ ନେଇ ସଦ୍ୟ ନୀଡ଼ହରା ହୋଇ ଵି ସ୍ୱପ୍ନ ଦେଖୁଥିଲି ଗଢିବାକୁ ଭିନ୍ନ ଏକ ନୀଡ଼ । କିନ୍ତୁ କେଉଁଠି ବା ଲୁଚିଗଲେ ମୋର ସେହି ସ୍ୱପ୍ନ ପୁରୁଷ? ମାନିନେଲେ କି ଏଇ ଅନ୍ଧ ସମାଜର ନୀତି, ନିୟମ, ବିଚାରକୁ; ଯାହା ପ୍ରେମ ପରି ବ୍ୟାପକ ଶବ୍ଦଟାକୁ ଜାତି, ଲିଙ୍ଗ, ଧର୍ମର ଗଣ୍ଡି ଭିତରେ ସଂକୁଚିତ କରି ଆବଦ୍ଧ କରି ରଖିବାକୁ ଚାହେଁ ଆଉ ମୋ ପରି ପୁରୁଷର ଦେହ ନାରୀର ମନ ନେଇ ବଞ୍ଚିରହୁଥିବା ବିଧାତ।ଙ୍କର ଅଭିଶପ୍ତ ସନ୍ତାନର ଏକନିଷ୍ଠ ଅନାଵିଳ ପ୍ରେମକୁ ପାପର ଆଖ୍ୟା ଦିଏ । ଏମିତି କେତେ କ'ଣ ଭାବନା-ଦୁର୍ଭାଵନା ମୋ ମନ ଭିତରେ ଉଙ୍କିମାରୁଥିବାବେଳେ ହଠାତ ମୁଁ ଶୁଣିଲି ଏକ କରୁଣ ବିକଳ ଚିତ୍କ।ର । ଆଗପଛ ନଭ।ଵି ମୁଁ ଦୌଡ଼ିଗଲି ସେହି ସ୍ୱରର  ଦିଗରେ । ମୁଁ ପହଞ୍ଚିବାବେଳକୁ ଅନେକ ଲୋକ ଜମା ହୋଇସାରିଥିଲେ ସେଠି । କିଏ ଜଣେ କହୁଥାଏ- କି ନୃଶଂସ ଲୋକଗୁଡାକ ସତେ, ଚାହୁଁଚାହୁଁ ଲୋକଟାକୁ  ଚଳନ୍ତା ଟ୍ରେନ ଆଗକୁ ଠେଲିଦେଲେ ! ଭିଡ଼ ଅ।ଡ଼େଇ ମୁଁ ଯେତେବେଳେ ସେ ଲୋକଟିର ମୁହଁ ଦେଖିବାକୁ ଚେଷ୍ଟା କଲି, ସେତେବେଳେ ମୋତେ ଲାଗିଲା ସତେ ଯେମିତି ମୋ ପାଦତଳର ମାଟିଟା ଧସେଇଯାଉଛି, ସାରା ଆକାଶଟା ସତେ ଅବା ଛିଡ଼ିପଡୁଛି ମୋ'ରି ଉପରେ ! ହତବାକ୍ ହୋଇ ମୁଁ ଏବେ ଦେଖୁଥିଲି ମୋ ସ୍ୱପ୍ନଭଙ୍ଗର ଦୃଶ୍ୟକୁ, ମୋ ସୁନେଲି ସ୍ୱପ୍ନ ସବୁ କ୍ଷତାକ୍ତ ହେବାର ଦୃଶ୍ୟକୁ । ମୋ ସ୍ୱପ୍ନର ଆଧାର, ମୋ ଈପ୍ସିତ ପୁରୁଷ ମନୋଜ ଏବେ ମୋ ସାମ୍ନ।ରେ ପଡ଼ିଥିଲେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିର୍ଜୀବ ସମ । ଅଥଚ ଏଇ ଅନ୍ତିମ ମୁହୂର୍ତ୍ତରେ ମୁଁ ତାଙ୍କୁ ସର୍ବସମ୍ମୁଖରେ ଜଡାଇ ଧରିପାରିବି ନାହିଁ, ତାଙ୍କ ରକ୍ତ।କ୍ତ ଦେହଟାକୁ ଧରି ଟିକେ କାନ୍ଦିପାରିବି ନାହିଁ; କାହିଁକିନା ସମାଜ ପ।ଇଁ ମୋ ପ୍ରେମ ତ ପ୍ରେମ ନୁହେଁ, ବରଂ ଅପ୍ରାକୃତିକ ଯୋୖନ ଲାଳସାର ଏକ ଦୃଷ୍ଟାନ୍ତ । କିନ୍ତୁ ଏଠି ମୂଲ୍ୟହୀନ, ବ୍ୟର୍ଥ ଆଦର୍ଶକୁ ଦ୍ୱାହି ଦେଇ ରକ୍ତ ରକ୍ତକୁ ଚିହ୍ନି ନ ପାରି ବୁହାଇଦେଇ ଚାଲିଗଲା ରକ୍ତର ନଦୀ ଆଉ ଚିରଦିନ ଲାଗି ନଷ୍ଟଭ୍ରଷ୍ଟ କରିଦେଲା ମୋ ସ୍ୱପ୍ନର ସେ ନିଆରା ନୀଡଟାକୁ । ଏଇ ବର୍ଵରତା କ'ଣ ଅସାମାଜିକତା ନୁହେଁ? ମାନସିକ ବିକୃତିର ଯଥାର୍ଥ ପରିଚୟ ନୁହଁ? କିନ୍ତୁ ମୁଁ ଜ।ଣେ ଏ କ୍ରୂର ସମାଜ ଢ଼ାଂକି ଦେବ ସେସବୁ ଅସାମାଜିକତାକୁ ବ୍ୟର୍ଥ ଆଦର୍ଶର ଦ୍ୱାହି ଦେଇ, ଲେଶମାତ୍ର ଦୋଷ ଲଦିଦେବ ନାହିଁ ସେହି ବର୍ଵର ବ୍ୟାଧମାନଙ୍କ ଉପରେ, ଯେଉଁମାନେ ଏଇ ଟିକିଏ ଆଗରୁ ମୋ ସ୍ୱପ୍ନର ନୀଡ଼କୁ ନଷ୍ଟଭ୍ରଷ୍ଟ କରିଦେଇ ଚାଲିଗଲେ ।

ରେମୁଣ।, ବାଲେଶ୍ୱର

ଫୋନ-9778972393

*****

ନଷ୍ଟ ନୀଡ଼

Rate the content


Originality
Flow
Language
Cover design

Comments

Post

Some text some message..