Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Others

3  

Ranjit Sahu

Others

ଜଗନ୍ନାଥ : ଗୋବର କଣ୍ଢେଇ

ଜଗନ୍ନାଥ : ଗୋବର କଣ୍ଢେଇ

4 mins
7.9K


ସମସ୍ତେ ପୁରୀ ଚାଲିଗଲେ I ରଥଯାତ୍ରା ଦେଖିବାକୁ କିଏ କାହିଁକି ସୁଯୋଗଟିଏ ଛାଡିବ? କେତେ ଜନ୍ମର ପୁଣ୍ୟ କରିଥିଲେ ଏହି ଭାଗ୍ୟ ପ୍ରାପ୍ତି ହୁଏ I ଘରେ ନିର୍ମଳା ଏକା I ଦୁଇଟି କନ୍ୟା ସନ୍ତାନ ଜନ୍ମ କରିଥିବାରୁ ପ୍ରତିଦିନ ଗଞ୍ଜଣା ଶୁଣୁଛି I ଶାଶୁ, ଶଶୁର, ଦିଅର, ନଣନ୍ଦ, ସ୍ଵାମୀ ସବୁ ପୁରୀ ଯାଇଛନ୍ତି ରଥଯାତ୍ରା ଦେଖିବାକୁ I ଘରେ ବଡ ଝିଅ ପାଞ୍ଚ ବର୍ଷର ପୁଷ୍ପାଞ୍ଜଳି ଆଉ ଛୋଟ ଝିଅ ଏକ ବର୍ଷର ଶ୍ରଦ୍ଧାଞ୍ଜଳି I ଗାଈ ଦୁଇ ମୁଣ୍ଡ ଅଛନ୍ତି ଘରେ I ସେମାନଙ୍କ ଦେଖା ରଖା ଆଉ ଛୋଟ ଛୁଆର ଯତ୍ନ ନେବା ଲାଗି ରହି ଯାଇଛି ନିର୍ମଳା I ଯାଉ ଯାଉ ଶାଶୁ ଦୁଇ ପାଦ ଶୁଣେଇ ଯାଇଛନ୍ତି, ଯିଏ ପୁଣ୍ୟ କରିଥିବା ତାକୁ ହିଁ ଜଗନାଥ ଦର୍ଶନ ଦିଅନ୍ତି I ସେ ନିଶ୍ଚୟ ପାପୀ , ନହେଲେ ଦୁଇଟି ଝିଅ କେମିତି ଜନ୍ମ କଲା? ବଂଶ ଲୋପ ହେଇଯାଆନ୍ତା ଯଦି ତା' ଯା ପୁଅ ଜନ୍ମ କରି ନ ଥାଆନ୍ତା I ସେଥି ପାଇଁ ତାକୁ ବହୁତ ଆଦରରେ ନେଇ ଯାଇଛନ୍ତି ପୁରୀ ଯଦିଓ ତା' ଛୁଆ ମାତ୍ର ଆଠ ମାସର I

ନିଜକୁ ବହୁତ ଧିକାରିଛି ନିର୍ମଳା ଗତ କାଲି ଠାରୁ I କେଜାଣି କେବେ ତାର ରଥଯାତ୍ରା ଦେଖିବାର ଇଛା ପୁରଣ ହେବ ! ଗତ ଦଶ ବର୍ଷ ହେଲା କୌଣସି ବାହାନାରେ ଘର ଲୋକ ତାକୁ ଛାଡି ଯାଉଛନ୍ତି I ତା ବାହା ଘର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଛୁଆ ନ ହେବାର ବାହାନା କରିକି I ତା ପରେ ଛୁଆ ଛୋଟ ଅଛି କହିକି I ଏ ବର୍ଷ ଗାଈ ଦୁଇ ମୁଣ୍ଡକୁ ବାହାନା କରିଛନ୍ତି I ଗାଁର ଶେଷ ମୁଣ୍ଡରେ ଘର, ପାଖରେ ଜମି, ନିକଟତମ ଘର ଦୁଇ କିଲୋମିଟର ଆଉ ସେହିଠାରେ ଛାଡି ଯାଇଛନ୍ତି ନିର୍ମଳାକୁ I ତା' ପରେ ତା ଯା ଆସିଛି ବାହା ହେଇକି କିନ୍ତୁ ତାକୁ ନେଇଗଲେ ସାଥିରେ, ବାହାନା କରିକି କି ଦିରକୁ ନ ଦେଖିଲେ ତା ପୁଅ କାନ୍ଦୁଛି ଆଉ ଖାଉନି, ଆଉ ଏତେ ଛୋଟ ଛୁଆକୁ ମା ମଧ୍ୟ ଦରକାର I ଗତ ବାର ବର୍ଷ ହେଇଗଲା ପରିବାରର ସମସ୍ତେ ପୁରୀ ଯାଉଛନ୍ତି I ଏଥର ନଗଲେ କୁଆଡେ ଖଣ୍ଡିଆ ହେଇଯିବ I

ସକାଳୁ ଉଠି ଗାଈ ଗୁହାଳ ସେବା କରି , ଗାଧେଇ ପୂଜା ସାରି ବସିଥାଏ ନିର୍ମଳା I ମନରେ କୋଟିଏ ପ୍ରଶ୍ନ ଆଉ କୋଟିଏ କୋହ I ସତରେ କଣ ସେ ଏତେ ପାପୀ I ଗାଈ ଯୋଡିକ ଚରିବା ପାଇଁ ନେଇଗଲା ପରେ ଯାଇ ଯାହା ବାକି କାମ କରିବ I କଣ କରିବା ଭାବି ଦୂରଦର୍ଶନ ଆରମ୍ଭ କରିଦେଲା ଦେଖିବା I ଲକ୍ଷାଧିକ ଲୋକଙ୍କ ମେଳାରେ କଳା ଠାକୁର ପହଣ୍ଡି ହେବେ I ହୁଏତ ଏହାହିଁ ତାହାର ଭାଗ୍ୟରେ ଲେଖା I ହୋଉ ଏତିକି ବି କାମ ନୁହଁ I ବାପଘରେ ଗରିବ ବୋଲି ଏତିକି ବି ଦେଖିବାକୁ ପାଉ ନଥିଲା I ଗାଉଁଲି ଆଲଫ ଶିକ୍ଷିତ ଝିଅଟିଏ ସବୁ ସହିଯିବ ବୋଲି ତାକୁ ବାହା ହୋଇଥିବା କଥା ବେଶୀ ଦିନ ଆଉ ଲୋକହିଁ ନଥିଲା ନିର୍ମଳା ଠାରୁ I ସ୍ୱାମୀ, ଶାଶୁ ଆଉ ଅନ୍ୟ ମାନଙ୍କର ଅନେକ ଯାତନା ସହିଛି ସିଏ ଗତ ଦଶ ବର୍ଷରେ I

"ମା ମୋ ରଥ ଟାଣିବୁ ଆ I " ପୁଷ୍ପାଞ୍ଜଳିର ଡାକରେ ବାସ୍ତବ ଜଗତକୁ ଫେରିଲା ନିର୍ମଳା I

"ତୋ' ରତଃ କୁଆଡୁ ଆସିଲା?" ନିର୍ମଳା ଛୋଟ ଛୁଆଟିକୁ ଧରି ବାହାରିଲା ଅଗଣାକୁ I

ଛୋଟିଆ ଖେଳଣାର ଗାଡ଼ିରେ ଦୁଇଟି ଦଉଡି ବାନ୍ଧି ସେଥିରେ ଦୋଳ ପୂର୍ଣ୍ଣିମାରେ କିଣିଥିବା ତିନିଟି ଗୋବର କଣ୍ଢେଇକି ସଜେଇଛି ପୁଷ୍ପା I ବାଡିରୁ କିଛି ଫୂଲ ମଧ୍ୟ ତୋଳି ସଜେଇ ଦେଇଛି I

ଆଖିରୁ ଧାର ଧାର ଲୁହ ବହିଗଲା ନିର୍ମଳାର I ଜାବୁଡି ଧରିଲା ପୁଷ୍ପରେକୁ ଆଉ ଭ ଭୋ ହୋଇ କାନ୍ଦି ଉଠିଲା I ତା ପରେ ରଥକୁ ଦୁଇ ପାହୁଣ୍ଡ ଟାଣି ଦେଲା, ମୁଣ୍ଡିଆଟିଏ ମାରି ଦେଲା I ଟାଣି ଟାଣି ନେଇଗଲା ଘର ଭିତରକୁ ରଥକୁ I

"ହଉ ଏଥର ବଡ ରଥ ଦେଖିବା", ନିର୍ମଳା କହିଲା ଆଉ ଦୁଇଟି ଛୁଆକୁ ନେଇକି ବସି ଗଲା ଦୂରଦର୍ଶନ ସାମ୍ନାରେ I ହାତରେ ରଥ ଦୌଡ଼ି ଅନ୍ୟମନସ୍କ ଭାବରେ ଧରିଥାଏ ପୁଷ୍ପା ସାଥିରେ I

ଘଡଘଡି ଶବ୍ଦରେ ଚମକି ପଡିଲା ନିର୍ମଳା I

ସ୍ଵାମୀ ଦେଇଥିବା ସେଲଫୋନ ବାଜି ଉଠିଲା I

"ମା ଆଜି କୁଆଡେ ବର୍ଷା ହେବ I ଆଜି ଗାଈ ଚରିବାକୁ ଯିବେନି I " ଅପର ପାର୍ଶ୍ବରୁ ଗାଇ ଜଗୁଆଳିର କଣ୍ଠ ଶୁଭିଲା I

ତାହା ହେଲେ ଆଜି ପୁଣି କାମ ଅଧିକା, ଗୌ ସେବା ଅଧିକା I

ଯାତ୍ରା ପ୍ରସାରଣ ସରିଲେ କାମ କରିବ ଭାବି ପୁଣି ସେ ଆଡକୁ ଧ୍ୟାନ ଦେଲା ନିର୍ମଳା I

ପୁଣି ଥରେ ସେଲଫୋନ ବାଜି ଉଠିଲା I

"ଆମେ ଯାତ୍ରା ଦେଖିବାକୁ ଯାଇ ପାରୁନୁ I ଛୁଆ ଦେହ ଖରାପ ହେଇଗଲା I କାଲି ଗୁଣ୍ଡିଚା ବାଡ଼ିରେ ଦର୍ଶନ କରିକି ପଅର ଦିନ ଫେରିବୁ I ଏହି ଭଡାଟିଆ ଘରେ ଦୂରଦର୍ଶନରେ ଦେଖିନେବୁ I ସେଠି ସବୁ ଠିକ ତ ? ଏବେ ଗାଈ ଜଗୁଆଳି ପିଲା ଫୋନ କରିଥିଲା I କୁଆଡେ ଟ୍ରାନ୍ସଫୋରମେରଟିଏ ପୋଡି ଯାଇଛି ଆଉ ଅଧା ଗାଁରେ ବିଜୁଳି ନାହିଁ, ଖାଲି ପାହାଡ ଉପର ପାଖର ଗାଁରେ ଅଛି ସେଥି ପାଇଁ ସିଏ ଆସିବନି I " ଅପର ପାର୍ଶ୍ବରୁ ତା ସ୍ଵାମୀ କହୁଥିଲେ I

"ହଁ ଏଠି ସବୁ ଠିକ ଅଛି I ପାୱାର ଯାଇନି I ମୋତେ ବି ଫୋନ କରିଥିଲା ତୁମର ଫୋନରେ " ନିର୍ମଳ ଉତ୍ତର ଦେଲା I

ଫୋନ ରଖିଦେଲା ତା' ସ୍ଵାମୀ I

ପୁଣିଥରେ ଘଡଘଡି ଶବ୍ଦରେ ବାହାରକୁ ଚାହିଁଲା ନିର୍ମଳା I ଅଳ୍ପ ସମୟ ଆଗରୁ ପାହାଡ଼ ଉପର ଗାଁରେ ଆଲୁଅ ଦିଶୁଥିଲା I ଏବେ ତାହା ମଧ୍ୟ ଦିଶୁନି I ପହଣ୍ଡି ଆଉ ଯାତ୍ରା ଅଳ୍ପ ସମୟ ବାକି ଅଛି I

"ହେ ପ୍ରଭୁ ଏଠି ବିଜୁଳି ନଯାଉ I " ହାତ ଯୋଡି କହିଲା ନିର୍ମଳା I ଗାଁ ବାହାରେ ଥିବାରୁ ତାଙ୍କ ଘର ପାଇଁ ଅନ୍ୟ ଗାଁର ବିଜୁଳି କନେକ୍ସନ ଲାଗି ଥିଲା I

ପୁଷ୍ପାର ରଥ ଆଡକୁ ଚାହିଁଲା ନିର୍ମଳା I ତିନି ମୂର୍ତି ଯେମିତି ହସୁଥିଲେ I

ଦୂରଦର୍ଶନରେ ପହଣ୍ଡି ଆରମ୍ଭ ହେଇ ଦୁଇ ଠାକୁର ବିଜେ କରି ସାରି ଥିଲେ I ନନ୍ଦିଘୋଷ ଆଗରେ କାଳିଆ ଠାକୁରଙ୍କ ପହଣ୍ଡି ଆରମ୍ଭ ହେଲା I ଆଉ ରଥ ଟଣା ଆରମ୍ଭ ହେଲା I

ସ୍ଵତଃ ଟାଣି ହେଇଗଲା ଦଉଡ଼ିଟି ନିର୍ମଳାର ହାତରେ I ବାହାରେ ଗାଈ ଦୁହେଁ ହମ୍ବା ରଡି ଅଲେ ସତେକି କେହି ଘରକୁ ଆସିଲା I କିନ୍ତୁ ଝରକା ଵାହରକୁ ଚାହିଁ ଦେଖିଲା କେହି ନାହିଁ I ଗୋବର କଣ୍ଢେଇ ମୁଣ୍ଡରୁ ଅକସ୍ମାତ ଫୁଲଟିଏ ଖସିଗଲା I ଆଖି କୋରଡ଼ାରୁ ଦେଖିଲା ନିର୍ମଳା I

ଦୁଇ ହାତ ଯୋଡି ଦେଲା ଗୋବର କଣ୍ଢେଇ ଆଡକୁ I ତା ପରେ ଦୂରଦର୍ଶନରେ ଦିଶୁଥିବା ଚକାନୟନକୁ I

ଜାବୁଡି ଧରିଲା ପୁଷ୍ପାକୁ I ଆଖିରୁ ଧାର ଧାର ଲୁହ ଆଉ ଥରେ ହସ I ଦୂରଦର୍ଶନରେ ପୁରୀ ବଡ ଦାଣ୍ଡରେ ନନ୍ଦିଘୋଷ ଚାଲିଥିଲା ଆଉ ପୁଷ୍ପ ସହ ନିର୍ମଳ ଟାଣୁଥିଲା ସେହି ଛୋଟ ଖେଳଣାଟିକୁ .....


Rate this content
Log in