Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

3  

pratap nayak

Others

ତିତିଲି ଆଉ ମୁଁ

ତିତିଲି ଆଉ ମୁଁ

4 mins
415


ପ୍ରତାପ ନାୟକ

୭୦୦୮୦୫୪୨୮୨

ସ୍ପନ୍ଦନକୁ ଅନୁଭବିବା ସମୟ ପୁଣି ତା ପରାମର୍ଶରେ କାର୍ଯ୍ୟ କରିବାର ପ୍ରଣାଳିର ପରିବର୍ତ୍ତନରେ ନିଜକୁ ହଜେଇବାକୁ ମଣିଷ ଭୁଲିଲାଣି କେବେଠୁ...

ବାଟଓଷାରେ ତିନିଛକି ରାସ୍ତା, ଯେମିତି ମନେପକେଇ ଦିଏ ସାକାନ୍ନଭୋଜିରେ ପରିଚିତି ଆମର।ଅଗାଧ ଆଉ ପ୍ରଗାଢ ବିଶ୍ୱାସ ହିଁ ଫେରାଇ ଆଣେ, ଅବିମୃଶ୍ୟକାରୀ ମଣିଷ ମାନଙ୍କୁ ହେଜେଇଦେଇ ତା ହାତ ମୁଠାରେ, କିଛିନାହିଁ ବୋଲି।

ମମତ୍ୱବୋଧର କତିପୟ ଆଙ୍ଗୁଳି ପିଠିରେ ଶିରା କାଟେନା....... ଏକ ସମ୍ବେଦନଶୀଳ ଆତ୍ମାର ଭେଟହୁଏନା ଏହି ଚଳଚଞ୍ଚଳ ଦୁନିଆଁରେ।

ଭୂତମାନଙ୍କ ଭିଡରେ ନିଜକୁ ଭୂତ କରି କୋଉଦିନ ସଜେଇ ନଉ ଅଜଣାତରେ .....ଯାଣିଲା ପରେ ନା ଥାଏ ଫେରିବାର ବାଟ ପୁଣି ନା ଥାଏ ବ୍ୟତିତ ସମୟ। ହାହାକାର ଘଣ୍ଟି ଶୁଣିବାକୁ ପ୍ରସ୍ଥାନ ମୁହଁ ଅପହଞ୍ଚ ଥିବା ଯଣାପଡେ ..... ।

ରାଜବାଟୀର କାନ୍ଥ ଫେରେଇ ଦିଏ ଶୂନ୍ୟତାକୁ ଶୂନ୍ୟତାରେ। ଯେମିତି ଜଉମୂଦଦିଆ ଆତ୍ମବଡୀମା ଡିଣ୍ଡିମ ପିଟି ଶୂନ୍ୟକୁ ହାତଟେକେ "ତିତିଲି" ଭୟରେ।

ପିଲାବେଳେ ବୈଜ୍ଞାନିକ ହେବାର ମୋହରେ କଷ୍ଟଲବ୍ଧ ସଁବାଳୁଆ କାନ୍ଥ ଚଢେ ନିଜ ଲୋମ ଓପାଡେ,ଘାଘଉଡ ମାଇକୁତି ସମ କେରା କେରା ଦେଖାଯାଏ...।ପାସୋରି ଯାଏ ମନରୁ କେତେ ଖ୍ୟଣ।ଘର ଅଗଣାର ଫୁଲ ବଗିଚାରେ କୁନିପୁଅର ଡାକରେ ମୋଟା ଫ୍ରେମ ଚଷମା ତଳୁ ଆଖି ଚଷମାର ଓପର ଫାଙ୍କରୁ ଦେଖାଯାଏ ରଂଗବେରଂଗ ନିରିହ ପ୍ରଜାପତି,ଯାହା ଟିଭିରେ କାର୍ଟୁନ ଦେଖୁଥିବା ପୁଅ ଭାଷାରେ ତିତିଲ ତିତିଲ।

ମନ ହଜିଯାଏ,ଏଫୁଲରୁ ସେଫୁଲକୁ କାନେ କାନେ କଣ କହି ସେ ତାର କର୍ମ କରୁଥାଏ ସେହି ତିତିଲ କି ଯଣା,ମୂଳ ସଁବାଳୁଆ ରୂମ ଯାହାର ଗଲଗଲ ଛାଡେନି ପୋଇପତରରେ,ଦାଆକୁ ଗରମ କରି ମାଡିଲେବି ସବୁ ରୁମ ବାହାରି ଆସେନି,ରୁମମୂଳ ମୋଟା ହେଇ ଫୁଲିଯାଏ.... ଗଲଗଲ କରେ।ସେହି ନିର୍ଝର ବିଷକୁ ତେଜି ପରିବର୍ତ୍ତିତ ରୂପ ସଁବାଳୁଆରୁ ତିତିଲ ବା ପ୍ରଜାପତି,ସଜନା ଗଛ କି ଗଙ୍ଗଶିଉଳି ଗଣ୍ଡି ଅବା କଦମ୍ବ ଡାଳରୁ ଆଲୁରାବାଲୁରା ମେଞ୍ଚା ମେଞ୍ଚା ହେଇ ଜନ୍ମନ୍ତି ପ୍ରଜାତି ,ଚଳଚଞ୍ଚଳଖ୍ୟମ ପରେ ଏଣେ ତେଣେ ଖେଳୁଥାନ୍ତି ଦୋଳି ନିଜର ନଶିରୁ,ଆକ୍ତାମାକ୍ତା ପରିବେଶ, ହେଲେ ସତେଜ ଚିକମିକ ପ୍ରଜାପତି ନାଲି ଅବୀର ଛିଟ ରଙ୍ଗରୁ ହଳଦିଆ କଳା ଡେଣାରେ ଜଗାକାଳିଆର ଅବିକଳ ଚିହ୍ନ ।

ତିତିଲ ଧରା ଦିଏ କୁନିପୁଅ ହାତେ,ଖୁସି ...ଆନନ୍ଦ ଏକାକାର ତାର, ବୁଝେ ଯେବେ ଧରାଦେଇ ମନଦୁଃଖ ତିତିଲିର ,ଛାଡିବାକୁ ଉଡେଇବାକୁ ଜିଦି କରେ ପୁଣି..... ,ଦୂରରୁ ଦୂରକୁ ଉଡେ ତିତିଲ ......ଖୁସି ଆଉ ଆନନ୍ଦର ଚିହ୍ନ ପୁଅର ଆଖିରେ.।

ପୁଅ ଆଜି କାର୍ଟୁନ ଦେଖୁନି,ବସିଛି ବାପାଙ୍କ କୋଳେ,ଦେଖୁଛି ଟିଭିର ସବୁ ଚ୍ୟାନେଲରେ ତିତିଲ ତିତିଲ ଆଉ ତିତିଲର ଭୟ।ବୁଝେଇବାକୁ ଚେଷ୍ଟା କରୁଛି ବାପାଙ୍କୁ ସିଏ ସିନା ତିତିଲିକି ଧରି ନଛାଡିଲେ ସେ କାନ୍ଦେ ....ଭୟ କରେ ମତେ କିନ୍ତୁ ତିତିଲକି ଭୟ କଣ ପାଇଁ...।ମଝିରେ ମଝିରେ,ବାପାଙ୍କ ମୋବାଇଲକୁ ଫୋନ ଆସୁଛି ,ସମସ୍ତିଙ୍କର ସେହି ତିତିଲିକି ହିଁ ଭୟ,ବାପା ବଜାରରୁ କାଲି ଯେମିତି ବଜାର ଯାକର ଜିନିଷ ଉଠେଇ ଆଣିଛନ୍ତି,ଚୁଡା ଚାଉଳ ଚିନି ଅଟା ତେଲ ଲୁଣ ଆଳୁ ପିଆଜ ପନିପରିବା ।

ବୋଉ ଦିନେ ଦିନେ କଣ ବଜାରରୁ ଅଣିବାକୁ କୁହେ ଯେ,ବାପା ଗେରେଗେରେ ହୁଅନ୍ତି କିନ୍ତୁ ଆଜି ଏତେ ସବୁ କଣ ପାଇଁ....।ବୋଉ କହିନିତ କିଛି? ହଁ ଟର୍ଚ ସଜାଡିକି ଆଣିଛନ୍ତି ପୁଣି ତା' ସହ ଲଣ୍ଠନ, କିରୋସିନ ତେଲ ।

ଟିଭିରେ ବାରମ୍ବାର ଘୋଷଣା କରୁଛି ସବୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ହାତପାହାନ୍ତାରେ ସାଇତି ରଖନ୍ତୁ ତିତିଲ ଆସୁଛି। ଆହୁରି ଚବିଶ ଘଣ୍ଟାଅଛି,ସମୁଦ୍ର କୁଳିଆମାନେ ଡରନାହିଁ ଉଚ୍ଚ ଯାଗାକୁ ଚାଲିଯାଅ ....ଡାକ ବାଜି ଯନ୍ତ୍ରରେ ଘୋଷଣା ପ୍ରଶାସନର....।

ବୁଝୁନି ପୁଅ ତିତିଲ ବି ଭୟଙ୍କର ହେଇପାରେ କଣ ପାଇଁ ??ସିଏ ତ ତାକୁ ଧରିନି....ବନ୍ଦିକରି ରଖିନି ....କଣ ପାଇଁ ରାଗିକି ସେ ତାଙ୍କ ଘର ଉପରେ ରାଗ ସୁଝୋଉଛି। ଜବରଦସ୍ତ ଘରେ ପସିଗଲେ କିଛି ଅପରିଚିତ ଲୋକ,ଭିଡିନେଲେ ବାପାବୋଉଙ୍କୁ ଆଉ ତାକୁ ମଧ୍ୟ ଘରୁ,ତାଲା ପକେଇବାକୁ ଦାଣ୍ଡ ଦରଜାରେ ସମୟ ଦେଲେନି ବାପାଙ୍କୁ...।

ବଢୁଛି ରାତି ବଢୁଛି ଭିତ୍ତି , ପକ୍କା ଇସ୍କୁଲଘର ଯୋଉଠି ପଢିବା ପାଇଁ ଆସିବାକୁ ତାକୁ ଯମା ଭଲ ଲାଗେନାହିଁ।ଗାଁଟା ସାରା ଲୋକ ସବୁ ସେଇଠି ...ସାଂଗ ଅବଦୁଲା ବି ତା ବାପା ସହ ଆସିଛି,ରୀତା ତା ବୋଉସହ ସାଇ ଟୁଟୁନ ବି ଆସିଛନ୍ତି......ପୁଣି ଗୋରୁଗାଇ ଛେଳି ମେଣ୍ଢା ବତକ କୁକୁଡା ମଇଁଷି ବୁଲା କୁକୁର ମାରଣା ଷେଶ୍ଢ ପୋଷା ବିଲେଇବି।

ଭୋକରେ କରଡି ଜଳିଲାଣି,କଞ୍ଚା ଚୁଡା ଗୁଡ ପାଣି ପାଉଚ୍ ସମସ୍ତେ ଖାଉଥାନ୍ତି ତା ବାପା ବି.। ବାହାରେ ଝିପିଝିପି ବର୍ଷା ବଢୋଉଛି ତାନ ପୁଣି ଧୀରେ ଧୀରେ ପବନ ଖର ହଉଛି ,କା ମୁହଁରେ ହସନାହିଁ ଖାଲି ଭୟ ଭୟ ଆଉ ଭୟ.। ଜୋରରେ ଶୁଭୁଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ରଖ୍ୟାକର ରଖ୍ୟାକର...

ସ୍କୁଲ ହତାରେ ଥିବା ବରଗଛ ସୁ ସୁ ପବନରେ ରଡରଡ ଭାଙ୍ଗୁଛି, ମାଇପେମାନଙ୍କର ବିକଳ କ୍ରନ୍ଦନ... ପୁଅ ପରିପିଲାମାନେ ମାକୋଳରେ ମୁହଁଗେଞ୍ଜି ଶୋଇଲେଣି ଡରରେ ତିତିଲି ଆସୁଛି....। ପୁଅ ଭାବିଲା ଇଏ ସତରେ ପ୍ରକୃତରେ ତା ତିତିଲ ନୁହଁ ତା ପ୍ରଜାପତି ନୁହଁ ,ଇଏ ହଉଛି ବୁଢୀ ଅସୁରୁଣୀ ତିତିଲି ଅସୁରୁଣି,ତାର ଶଗଡ ଚକ ପରି ଆଖି,ତାଳଗଛପରି ଗୋଡ କୁଲା ପରି କାନ ଲମ୍ବା ଲମ୍ବା ହାତ ଲହ ଲହ ଜିଭ ବୁଲେଇଲାଣି ......ମୋଡି ଖାଇଯିବ ଗଛବୃଚ୍ଛ ଘର ମଣିଷ ଗୋରୁଗାଇ ଛେଳିମେଣ୍ଢା ଆହୁରି ଡର ମାଡିଲା ପୁଅକୁ ବରଗଛକୁ ଭଂଗି ଖାଇସାରି କେତେବେଳେ ପଶିବ ଇସ୍କୁଲ ଘରକୁ ,ଶୋଇ ପଡିଲା ଡରରେ ବୋଉ ହାତକୁ ତକିଆ କରି ତାଆରେ କୋଳରେ.।

କାହିଁ ମୁଁର ତ ଦେଖାନାହିଁ .....ମୁଁ ତୋର ସନ୍ଧାନ ନାହିଁ ଏଠି ,ସ୍କୁଲଘର ଭିତରଟା ଆବାଳ ବୃଦ୍ଧ ବନିତା ମୁଁ ତ୍ୱର ଉପରକୁ ଉଠି ଏକାକାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ ରଖ୍ୟାକର ରଖ୍ୟାକର ଧ୍ୱନିରେ।

ପାରାମାନେ ସ୍କାଏଲାଇଟରେ .....

ବୁଲା କକୁର ମାରଣା ଷେଣ୍ଢ ଛେଳିମେଣ୍ଢା ଗୋରୁଗାଇ ବତକକୁକୁଡା ପୁଣି..... ମଣିଷ ,ସବୁ ଜୀବ ଗୋଟିଏ ନାଆରେ....

ସିଏ ଜୟଜଗନ୍ନାଥ ନାଆ....।

ଜାତି ଫାତି ତ କାହିଁ ଦେଖାଯାଉନି....

ନିଧି କଣ୍ଡରା ସୁଲା ପାଣ କାଶି ହାଡି ସାଧୁଆ ଧୋବା ଚୋର ବାରିକ ବଇଆ ତେଲି ବିଦିଆ କେଉଟ ହାଡୁଚଷା ନିଶୁଆ ମାଆନ୍ତି ରୂଦ୍ର ଜମିଦାର ଜଗୁଆ ବାହ୍ମୁଣ ଫିରୋଜ ପଠାଣ ନନ୍ଦୁ ଖ୍ରୀଷ୍ଟିୟାନ ଗେଞ୍ଜାଗାଞ୍ଜି ଚପାଚପି ଗୋଟିଏ କୋଠାରେ....।

ସତରେ ତିତିଲିରାଣୀ ତୁ କଣ ଏତେ ବଳ ଶାଳୀ,ଏତେ ପରାକ୍ରମୀ.... ,ହିନ୍ଦୁ ମୁସଲିମ୍ ଖ୍ରୀଷ୍ଟିୟାନ ମୁଁ ....କୁ କରିଛୁ ଏକାକାର, କରିଛୁ ଏକାତ୍ମ.....ବିଲୟ କରିଛୁ ସେମାନଙ୍କ ଔଦ୍ଧତାମୀ ଅମଣିଷ ପଣିଆଁର.,ପୁଣି ଦଳିତ ଅବହେଳିତ ବର୍ଗ ସହିତ ତଥାକଥିତ ଉଚ୍ଚ ବର୍ଗର ,ସମସ୍ତେ ଯେପରି ଚିହ୍ନି ନଉଛନ୍ତି ନିଜକୁ .,ନିଜ ଭିତର ମଣିଷ ପଣିଆଁକୁ.,ଫିଙ୍ଗୁଛନ୍ତି ନିଜର ଆତ୍ମବଡୀମା ନିଜ ଅମଣିଷ ପଣିଆଁକୁ.।

"ତିତିଲି" ହସିଲା .....ଫେରେଇଲା ଆତ୍ମୀୟତାକୁ .....ମାନବିକତାକୁ ନୈତିକତାକୁ .....ପୋଛିନେଲା ମୁଁ ରୁ ମୁଁତ୍ୱକୁ।

ସକାଳ ହେଲା ପୂର୍ବ ଆକାଶରେ ରବି ହସିଲା ଯେତିକି ତିତିଲି ଡରେଇଥିଲା .....ସେତିକି ହସେଇଲା ତନୁମନ ବିବେକ .....ପୁଣି ଉର୍ଜା ପାଇଲା ଧରଣୀ ବୁଝିଲା ତା ଅବୁଝା ପୁଅ ଯାହାକୁ ତିଆରିଥିଲା ମଣିଷ ଋପରେ।

ପେଟେଇ ପଡିଥିବା ବରଗଛ,ନଇଁ ଯାଇଥିବା ବିଜୁଳି ଖୁଣ୍ଟି ଇତଃତସ୍ଥ ରାସ୍ତାଘାଟ ......ପ୍ରଶାସନକୁ ଅପେଖ୍ୟା ନକରି ସଫା କରିବାକୁ ଲାଗିଥିଲେ ହାତରେ କଟୁରି ଫାଉଣ୍ଡା ଧରି ଏକା ସାଥିରେ ନିଧି କଣ୍ଡରା ସୁଲା ପାଣ କାଶି ହାଡି ସାଧୁଆ ଧୋବା ଚୋର ବାରିକ ବଇଆ ତେଲି ବିଦିଆ କେଉଟ ହାଡୁଚଷା ନିଶୁଆ ମାଆନ୍ତି ରୂଦ୍ର ଜମିଦାର ଜଗୁଆ ବାହ୍ମୁଣ ଫିରୋଜ ପଠାଣ ନନ୍ଦୁ ଖ୍ରୀଷ୍ଟିୟାନ ଗେଞ୍ଜାଗାଞ୍ଜି ଚପାଚପି ହେଇ.... ,ଖୁସିରେ ବି ହେଉଥିଲେ କୋଳାକୋଳି।

ପୁଅ ସାଂଗରେ ଅବଦୁଲା ରୀତା ଡୁଡୁ ଟୁଟୁନ ସରିକି ଗାଁଟା ଯାକର ପିଲା ବୁଲୁଥିଲେ ଧରିବାକୁ ତିତିଲି ....ପଛରେ ଗୋଡେଇ ଗୋଡେଇ କାଶତଣ୍ଡି ପୋକଶୁଙ୍ଗା ବଣେ ,କେହି ଯଣେ ଆକଟିଲା ଆରେ ଯାଅନାରେ ପିଲାମାନେ, ଆଗରେ କଇଁ ପୋଖରି କାଳେ ଗୋଡ ଖସିଯିବ .....ଫୁଟିଥିଲା ପୋଖରିଟି ଧଳା ନାଲି କଇଁରେ ଭରପୁର ଏକାକାର ହୋଇ.....ଯେମିତିକି ବାର ଜାତିର ଭିଆଣ କରିଛି ମଣିଷ....ତିତିଲି ତାକୁ କରିଛି ଏକାଠି ।

ମାନିଲେକି କୁନିପିଲା ଧାଉଁଥିଲେ ତାଆରି ପଛେପଛେ କହୁଥିଲେ ତିତିଲି ତିତିଲି.।

..ଆଉ ମୁଁ ତ୍ୱ ବି ଲଚୁଥିଲା ମଣିଷର ମନକନ୍ଦରରୁ....।

ପ୍


Rate this content
Log in