Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipsa Panda

Comedy

1.9  

Lipsa Panda

Comedy

ଫେସବୁକିଆ ବନ୍ଧୁ

ଫେସବୁକିଆ ବନ୍ଧୁ

2 mins
7.5K


[ବି. ଦ୍ର. : ଲେଖାଟି ସହିତ୍ୟର ରମ୍ୟ ରଚନା ବିଭାଗଟିକୁ ଭଲ ପାଉଥିବା ବ୍ଯକ୍ତି ବିଶେଷଙ୍କ ପାଇଁ। Serious intellectuals can please ignore this.]

ବନ୍ଧୁ କହିଲେ ସାଧାରଣତଃ କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତା କଥା ମନ ମଧ୍ୟକୁ ଚାଲିଆସେ।

କିନ୍ତୁ ଏବେର ଫେସବୁକ୍ ବନ୍ଧୁତାର ସଂଜ୍ଞା ସମ୍ପୂର୍ଣ୍ଣ ଭାବେ ଭିନ୍ନ। ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ମୁଁ ଏହାର ଶ୍ରେଣୀ ବିଭାଜନ କରିବାକୁ ଚାହିଁବି। ବିଭିନ୍ନ ବିଭାଗ ଗୁଡ଼ିକ ହେଲା ନିମ୍ନ ମତେ:

: ୧ ଏହି ବନ୍ଧୁ ମାନେ ଆପଣ କିଛି ବି ପୋଷ୍ଟ କରନ୍ତୁ, ପଢ଼ିବା ପୂର୍ବରୁ like କରିଦେବେ। ସେ ହେଲେ ଆପଣଙ୍କ ଦୃଢ଼ ପ୍ରଶଂସକ।

. ୨: ଏହି ବନ୍ଧୁ ସବୁ ଦେଖୁଥିବେ, ପଢୁଥିବେ। କିନ୍ତୁ ଲୁଚେଇକି, ଚୁପଚାପ୍ । ଇଏ ହେଲେ ଆପଣଙ୍କର secret admirer.

. ୩: ଏହି ବନ୍ଧୁ ମାନେ ପୋଷ୍ଟ ଟି ଭଲ ଲାଗିଲେ like କରିବେ, ବହୁତ ଭଲ ଲାଗିଲେ comment ଦେବେ। ଭଲ ନ ଲାଗିଲେ କିଛି ନ କରି ଚୁପ୍ ରହିବେ।

୪: ଏହି ବନ୍ଧୁ ମାନେ ଭଲ ଲାଗିଲେ ଭଲ ଓ ମନ୍ଦ ଲାଗିଲେ ମନ୍ଦ ବୋଲି ଜଣେଇଦେବେ।

୫: ଏହି ଶ୍ରେଣୀୟ ବନ୍ଧୁ ମାନେ କିଛି ଭଲ ଲାଗିଲେ ନ ଦେଖିଲା ଭଳି ରହିବେ। କିନ୍ତୁ ଖାଲି ଭୁଲ୍ ତମର ଅଣ୍ଡାଳୁ ଥିବେ। କୋଉଠି କେମିତି ମଉକାଟେ ମିଳିଗଲେ, ଖପ୍ କିନା ବେକମୁଣ୍ଡାକୁ ମାଡ଼ି ବସି ତମ ଭୁଲ୍ ତଳେ ନାଲି ଗାର ଟାଣି ତମ ପୋଷ୍ଟ ଠୁ ବି ଲମ୍ବା ଭାଷଣଟେ ଦେଇ ନିଜ ପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନ କରିବେ।

. ୬: ଏହି ଶ୍ରେଣୀର ବନ୍ଧୁ ମାନେ ସମସ୍ତେ କହୁଥିବା କଥାରୁ ଓଲଟା ଦିଗରେ ଯାଇ ନିଜକୁ ଭିଡ଼ ଭିତରୁ ଅଲଗା ଦେଖେଇବାର ଚେଷ୍ଟା କରିବେ।

. ୭: ଏମାନେ ନିଜେ ତ ତୁମର ପୋଷ୍ଟରେ ଗୋଟିଏ ଭଲ କି ଖରାପ କମେଣ୍ଟ ଦେବେନି, କିନ୍ତୁ ଅଲଗା ବନ୍ଧୁ ମାନେ ଦେଇଥିବା କୌଣସି କମେଣ୍ଟ ଉପରେ ଯୁକ୍ତି ତର୍କର ଧାରା ଲମ୍ବେଇ ଚାଲିବେ।

. ୮: ଏମାନେ କେବଳ ନିଜ ପସନ୍ଦର ନିର୍ଦ୍ଦିଷ୍ଟ ବିଭାଗର ପୋଷ୍ଟ୍ ଦେଖିବେ filter କରିକି।

୯: ଏମାନେ ତାଙ୍କ ନିଜ ବିଶେଷତ୍ଵ ଥିବା area ରେ କିଛି ପୋଷ୍ଟ କଲେ, ତମକୁ ତାଙ୍କର ପ୍ରତିଦ୍ଵନ୍ଦୀ ବୋଲି ଭାବି, ସେହି ପୋଷ୍ଟ ଟିକୁ ଛାଡ଼ି ବାକି ସବୁକୁ like କରିବେ।

୧୦: ଏମାନେ ଖାଲି ନିଜ friend list ର number count ବା ନିଜ ପ୍ରସଂଶକ ବଢେଇବା ଲକ୍ଷ୍ୟରେ friend request ପଠେଇବେ। ବାସ୍, ସେତିକିରେ ବନ୍ଧୁତା ତାଙ୍କର ସୀମିତ।

କିନ୍ତୁ ମୋ ପାଇଁ ମୋ ବନ୍ଧୁ ମାନେ ଏୟାରଟେଲ ନେଟୱର୍କ ଭଳି:

Har ek friend jaroori hota hai... 😃


Rate this content
Log in

Similar oriya story from Comedy