Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ସେବାର ସନ୍ତୋଷ

ସେବାର ସନ୍ତୋଷ

2 mins
7.2K


ଜଗବନ୍ଧୁ ଷଡ଼ଙ୍ଗୀ

୧୯୭୨ ମସିହା ପୂଜାଛୁଟି ବେଳର କଥା । ମୁଁ ଇଉରୋପରେ ସିରାମିକ୍‌ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ପ୍ରାପ୍ତ ହୋଇ ଝାରସୁଗୁଡ଼ାଠାର ଏକ ସରକାରୀ ପଟେରୀ ଡେଭଲପମେଣ୍ଟ୍‌ କାରଖାନା ଦାୟିତ୍ୱରେ ମୁଖ୍ୟ ଭାବେ ଅବସ୍ଥାପିତ ଥାଏ । ମୋ ନିଜ ଗାଁ ଜଗନ୍ନାଥପୁର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳେର ଅବସ୍ଥିତ । ସେ ବର୍ଷ ପୂଜାଛୁଟିରେ ପିଲାମାନଙ୍କୁ ନେଇ ଗାଁକୁ ଯାଇଥାଏ । ଆମ ଗାଁରେ ବ୍ରାହ୍ମଣ ସାହି ପାଖକୁ ଲାଗି ରାସ୍ତା ସେପଟରେ ବାଉରି ସାହି । ମୁଁ ପ୍ରାଚୀ ନଦୀକୁ ଗାଧୋଇ ଯିବାକୁ ବାହାରିଛି ଜଣେ ଖବର ଦେଲା ମନେଇ କାଣ୍ଡିର ସ୍ତ୍ରୀ ଖନୀ ପୋଖରୀରେ ବୁଡ଼ି ମରିଗଲା । ଏକଥା ଶୁଣି ମୁଁ ବାଉରି ସାହିକୁ ଦୌଡ଼ିଯାଇ ଦେଖିଲି ସ୍ତ୍ରୀ ଲୋକଟିକୁ ଏକ କୋକେଇ ଉପରେ ଶୁଆଇ ଦେଇ ସ୍ତ୍ରୀ ଲୋକମାନେ କାନ୍ଦୁଛନ୍ତି । ମୁଁ ଲୋକମାନଙ୍କୁ ପଚାରି ବୁଝିଲି ଖନୀକୁ ମୂର୍ଚ୍ଛା (ବାତ) ବେମାରୀ ଅଛି । ବୋଧହୁଏ ଗାଧୋଇବା ବେଳେ ସେ ପାଣିରେ ମୂର୍ଚ୍ଛା ହୋଇ ପଡ଼ିଯାଇଛି । ମୁଁ କଟକର ଜଣେ ଅଭିଜ୍ଞ ହୋମିଓପାଥି ଚିକିତ୍ସକଙ୍କ ପାଖରେ ପ୍ରାୟ ଏକ ବର୍ଷ ଟ୍ରେନିଂ ନେଇଥିଲି । ଗାଁକୁ ଗଲେ ସବୁବେଳେ ଗୋଟିଏ ଔଷଧ ବାକ୍ସ ସାଙ୍ଗେର ନେଇ ଯାଏ ।

ଖନୀ ପ୍ରକୃତରେ ବଞ୍ଚିଛି କି ନା ଜାଣିବା ପାଇଁ ତା’ର ନାଡ଼ି ଓ ହୃତ୍‌ସ୍ପନ୍ଦନ ପରୀକ୍ଷା କଲି । ସେଠାରେ କିଛି ସାଧାରଣବଗର୍ର ଲୋକେ ମୋତେ ସେ ମଲା ଲୋକଟାକୁ ଛୁଇଁବାକୁ ମନା କରୁଥା’ନ୍ତି । ସେ ସବୁକୁ ଭ୍ରୂକ୍ଷେପ ନ କରି ମୁଁ ଦେଖିଲି ତା’ର ନାଡ଼ି ଜଣାପଡୁନି , କେବଳ ହୃତ୍‌ସ୍ପନ୍ଦନ ଧୀରେ ଜଣାପଡୁଛି । ତା’ର ଦେହ ପାଣି ଭିତରେ ରହି ଥଣ୍ଡା ପଡ଼ିଯାଇଥାଏ । ସଙ୍ଗେ ସଙ୍ଗେ ମୁଁ ଆମ ଘରକୁ ଯାଇ ହୋମିଓପାଥି ବାକ୍ସଟି ଧରି ଫେରିଆସିଲି । ଖନୀର ଦାନ୍ତ କବଜା ପଡ଼ିଯାଇଥାଏ । ତେଣୁ ତା’ ପାଟି ମେଲାକରି ଦୁଇ/ତିନି ଟୋପା କାର୍ବୋଭେଜ-୨୦୦ ଦେଲି ଓ ପୁଣି ଦଶ ମିନିଟ୍‌ ପେର ଆଉ ଦୁଇଥର ପ୍ରୟୋଗ କଲି । ତା’ର ପାଦ ଓ ହାତକୁ କତା ଓ ଘଷି ନିଆଁରେ ସେକ ଦିଆ କରାଇଲି । ପ୍ରାୟ ଅଧଘଣ୍ଟା ପରେ ଖନୀ ଆଖି ଖୋଲି ଚାହିଁଲା । ତା’ପରେ ହାତ ଆଙ୍ଗୁଠି ଓ ଗୋଟେ ଚାବି ସାହାଯ୍ୟରେ ତା’ ଦାନ୍ତକୁ ଫିଟାଇଲି ।

ଏ ଭିତରେ ଆମ ଘରୁ କପେ ଚା’ ମଗାଇ ଆଣି ତା’ ପାଟିରେ ଚାମଚେ ଚାମଚେ କରି ପିଆଇଲି । ପ୍ରାୟ ୪୦ ମିନିଟ୍‌ ମଧ୍ୟରେ ଖନୀ ସୁସ୍ଥ ବୋଧ କଲା ଓ ଥରିଲା ଗଳାରେ କିଛି କଥା ମଧ୍ୟ କହିଲା । ପ୍ରାୟ ଏକ ଘଣ୍ଟା ପରେ ସେ ଉଠି ବସିଲା । ସେଠାରେ ଉପସ୍ଥିତ ସମସ୍ତେ ମୋତେ କୃତଜ୍ଞତା ଓ ପ୍ରଶଂସାଭରା ଦୃଷ୍ଟିରେ ଦେଖୁଥା’ନ୍ତି । ଘରକୁ ଫେରିଲାବେଳକୁ ଦିନ ଦୁଇଟା । ବୋଉ କହିଲା ମଲା ମଣିଷକୁ ଛୁଇଁଛୁ । ଗାଧୋଇ ନୂଆ ପଇତା କର । ସନ୍ଧ୍ୟା ଭିତରେ ଖନୀକୁ ଆଉ କିଛି ଔଷଧ ଦେଲି ଓ ସେ ପ୍ରାୟ ସୁସ୍ଥ ହୋଇଗଲା । ତା’ ପରଦିନ ଦଶଟା ବେଳକୁ ଖନୀର ସ୍ୱାମୀ , ହାତେର ପ୍ରାୟ ଦୁଇ କିଲୋ ଓଜନର ତାଜା ଭାକୁଡ଼ ମାଛ ପ୍ରାଚୀ ନଦୀରୁ ଆଣି ମୋ ପାଖରେ ହାଜର ।

ମୁଁ କହିଲି , କେତେ ଟଙ୍କା ଦେବି ଏ ମାଛ ପାଇଁ ? ତା’ ସ୍ୱାମୀ କାନ୍ଦି କାନ୍ଦି କହିଲା , ତୁମେ ମୋ ସ୍ତ୍ରୀକୁ ପୁନର୍ଜୀବନ ଦେଲ । ଏ ମାଛଟିକୁ ରଖ , ମୁଁ ତୁମଠାରୁ ଗୋଟିଏ ବି ପଇସା ନେବିନି । ମୋ ଆଖିରେ ଲୁହ ଆସିଗଲା । ତା’ଠାରୁ ମାଛଟି ରଖିଲି । ନବଜୀବନ ପାଇବା ପରେ ଖନୀ ଆଉ ପ୍ରାୟ ଆଠ-ଦଶ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଲା ବୋଲି ଶୁଣିଥିଲି । ଏହି ନିଃସ୍ୱାର୍ଥ ସେବାରେ ମୋତେ ମିଳିଥିବା ସନ୍ତୋଷ ଆଉ କେବେ ପାଇନି । ଏ ପର୍ଯ୍ୟନ୍ତ ସେବା କାର୍ଯ୍ୟ ଚାଲୁ ରଖିଛି ।


Rate this content
Log in

Similar oriya story from Classics