Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shaktiprava Mishra

Others

5.0  

Shaktiprava Mishra

Others

ଭାଲେଣ୍ଟାଇନ

ଭାଲେଣ୍ଟାଇନ

2 mins
14.9K


ମନ୍ତ୍ର

ଶକ୍ତିପ୍ରଭା ମିଶ୍ର

    

ଗୋଲାପ ଫୁଲଟିକୁ ଝିଅ ହାତକୁ ବଢ଼ାଇଦେଇ ପୁଅ କହିଲା , ହାପି ରୋଜ ଡେ । ଝିଅ କହିଲା , କାହିଁକି ? ପୁଅ କହିଲା ମୁଁ ତୋତେ ଭଲପାଏ । ଝିଅଟି ହସିଦେଇ ଚାଲିଗଲା । ଆଉଦିନେ ପୁଅଟି ଚକଲେଟ ଧରି କହିଲା , ହାପି ଚକୋ ଲେଟ ଡେ । ଝିଅଟି ପୁଣି ହସିଦେଇ ଚାଲିଗଲା । 

     ଭାଲେଣ୍ଟାଇନ ଡେରେ ପୁଅଟି ହାତରେ ପ୍ୟାକେଟ ଟିଏ ଧରି ବାଟ ଛକିଲା ଝିଅର । କହିଲା ତୋତେ ମୋ ରାଣ । ତୁ ଆଜି ମୋଠୁ ଏଇ ଗିଫ୍ଟଟି ଗ୍ରହଣ କରେ । ଝିଅଟି ପଚାରିଲା ୟା ଭିତରେ କଣ ଅଛି ? ପୁଅ କହିଲା ମୁଁ । ପ୍ୟାକେଟ ଖୋଲି ପୁଅଟି ଛାତିରେ ଗୋଟେ ନାଲିହାର୍ଟ ଥିବା ଟେଡି ଦେଖାଇଲା । ଝିଅ କହିଲା ଏଇଟା ତୁ ? ପୁଅ କହିଲା ହଁ ।

----ହଉ ଏଇଟା ରଖିଦେଲେ ତୁ ଆଉ ମୋ ପଛରେ ପଡ଼ିବୁନି ତ ?

---ମାନେ ? ମୁଁ ତ ତୋତେ ବାହା ହେବାକୁ ଚାହେଁ ।

       କିନ୍ତୁ ମୁଁ ତତେ କାହିଁକି ବାହାହେବି ? ତୁ କଣ ବାହାଘରପରେ ବି ମୋ ଖୁସିପାଇଁ ମୋତେ ସବୁବେଳେ ଭଲ ପାଇ ପାରିବୁ ? ମୋତେ ଏମିତି ଗୋଲାପ , ଚକଲେଟ ଆଉ ଟେଡି ଆଣି ଦେବୁ ?

---ହଁ କାହିଁକି ଦେବିନି ? ତୁ କହିଲେ ମୁଁ ସରଗରୁ ଚାନ୍ଦ ଆଣିଦେବି ।

  ମିଛକଥା । ଠାକୁର ବଦଳିଗଲେ ଯେମିତି ବ୍ରାହ୍ମଣଙ୍କ ମନ୍ତ୍ର ଅଲଗା ହୋଇଯାଏ ଠିକ ସେମିତି ତୁମ ପୁରୁଷ ଜାତି ଅନ୍ୟ ଝିଅ ଦେଖିଲେ ତୁମ ରଙ୍ଗ ଢଙ୍ଗ ସବୁ ବଦଳିଯାଏ ।

  ---- କିନ୍ତୁ ଏମିତି କାହିଁକି କହୁଛୁ ତୁ ?

        କହିବିନି ? ଏମିତି କହି ମୋ ବଡ଼ ଭଉଣୀକୁ ପଟେଇ ବାହାହେଇଗଲେ ଭାଇ । ଏବେ ସେଇ ଭଉଣୀକୁ ଦେଖିଲେ ରାଗରେ ଜଳୁଛନ୍ତି ସିଏ । ଶୁଣୁଛୁ ଆଉ ଗୋଟେ ଝିଅ ପାଇଁ କୁଆଡେ ଗୋଲାପ ,ଚକଲେଟ , ଟେଡି କିଣି ଆଉଥରେ ଭାଲେଣ୍ଟାଇନ ପାଳୁଛନ୍ତି ସିଏ ।                 


Rate this content
Log in