Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -219
ଜହ୍ନମାମୁଁ -219
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

3 Minutes   7.3K    20


Content Ranking

ବୀର ହନୁମାନ - ୧

ଶ୍ରୀରାମ ଯେତେବେଳେ ରଥ ଉପରେ ବସି ବାଣ ବର୍ଷଣ କରିବାକୁ ଲାଗିଲେ, ସେତେବେଳେ ରାବଣ କ୍ରୋଧରେ ଜର୍ଜରିତ ହେଲା ଓ ଗନ୍ଧର୍ବାସ୍ତ୍ର ପ୍ରୟୋଗ କଲା । ତାକୁ ଶ୍ରୀରାମ ନିଜର ଶକ୍ତିଶାଳୀ ବାଣ ଦ୍ୱାରା ଖଣ୍ଡବିଖଣ୍ଡ କଲେ । ତା’ପରେ ସେ ଦେବାସ୍ତ୍ର ପ୍ରୟୋଗ କଲା । ତାକୁ ମଧ୍ୟ ଶ୍ରୀରାମ ନିଜ ବାଣରେ କାଟିଲେ ।

ଏଥର ରାବଣ ଅତିଭୟାନକ ରାକ୍ଷସାସ୍ତ୍ରର ପ୍ରୟୋଗ କଲା । ସେହି ଅସ୍ତ୍ର ମଧ୍ୟରୁ ଅସଂଖ୍ୟ ସର୍ପ ବାହାରିଲେ ଓ ସେମାନଙ୍କ ମୁହଁରୁ ନିଆଁ ବାହାରୁଥିଲା । ସେହି ସାପଗୁଡିକ ଶ୍ରୀରାମଙ୍କ ଆଡକୁ ଚାଲିଥା’ନ୍ତି । ଶ୍ରୀରାମ ମୁହୂର୍ତ୍ତେ ମାତ୍ର ବିଳମ୍ବ ନକରି ଗରୁଡାସ୍ତ୍ର ପ୍ରୟୋଗ କଲେ । ସେହି ଅସ୍ତ୍ରରୁ ଗରୁଡ ପରି ଅସଂଖ୍ୟ ପକ୍ଷୀ ବାହାରିଲେ ଓ ସାପ ମାନଙ୍କୁ ଧରିନେଇ ଖାଇଲେ । ଶ୍ରୀରାମଙ୍କର ଯୁଦ୍ଧ କୌଶଳ ଦେଖି ବାନରମାନେ ଅତ୍ୟନ୍ତ ଚମତ୍କୃତ ହେଉଥା’ନ୍ତି । ରାବଣ ମଧ୍ୟ ନାନା ପ୍ରକାର ଯୁଦ୍ଧ କୌଶଳ ଦେଖାଉଥିଲା । ଦୁଇଜଣଙ୍କ ଯୁଦ୍ଧରେ ଅଦ୍ଭୁତପୂର୍ବ ବାଣ ପ୍ରୟୋଗ ସବୁ କରାଯାଉଥିଲା ।

ଏସବୁ ଦେଖି ରାବଣ ଆହୁରି ରାଗିଗଲା ଓ ଅନ୍ଧାଧୁନିଆ ଭାବରେ ଯାହା ଇଚ୍ଛା ତାହା ବାଣ ଛାଡିଲା । ସେଥିରେ ଶ୍ରୀରାମଙ୍କ ରଥର ବହୁ କ୍ଷତି ହେଲା । ଘୋଡା ମାନଙ୍କୁ ତାହା ହଇରାଣ କଲା । ସେ ଯୁଦ୍ଧ ବଡ ଭୟଙ୍କର ଥିଲା । ସ୍ୱର୍ଗରେ ଥାଇ ଦେବ, ଗନ୍ଧର୍ବ ଓ ଯକ୍ଷମାନେ ଏ ଯୁଦ୍ଧ ଉତ୍ସୁକତାର ସହିତ ଦେଖୁଥାନ୍ତି । ଶ୍ରୀରାମଙ୍କ ଶରୀରରେ ବାଣ ଲାଗି ରକ୍ତାକ୍ତ ଦିଶୁଥାଏ । ଏସବୁ ଦେଖି ବାନର ବୀରମାନେ ବଡ ଦୁଃଖିତ ହେଉଥାନ୍ତି । କିନ୍ତୁ ରାକ୍ଷସ ସୈନ୍ୟ ବହୁତ ଖୁସି ଥା’ନ୍ତି ।

ଶ୍ରୀରାମଙ୍କର କଷ୍ଟ ଦେଖି ବିଭୀଷଣ ବିଶେଷଭାବରେ ଦୁଃଖିତ ହେଉଥାନ୍ତି । ଏଥର ରାବଣ ବଜ୍ରାୟୁଧ ପରି ଏକ ଶକ୍ତିଶାଳୀ ଅସ୍ତ୍ର ପେଶିଲା । ସେଥିରୁ ଅଗ୍ନି ବର୍ଷଣ ହେଉଥାଏ । ଅସ୍ତ୍ରଟି ପେଶିବା ପୂର୍ବରୁ ସେ କହିଲା, “ହେ ରାମ, ଦେଖ ଏହି ବାଣ ତୋର ମୃତ୍ୟୁର ସମ୍ବାଦ ବହନ କରି ଚାଲିଛି । ମାତ୍ର ଏକ ମୁହୂର୍ତ୍ତ ମଧ୍ୟରେ ଏହା ତୋତେ ଓ ତୋ ଭାଇ ଲକ୍ଷ୍ମଣଙ୍କୁ ଭସ୍ମ କରି ପକାଇବ । ଏହି ଅସ୍ତ୍ରରେ ମୋ ଭଉଣୀର ଅପମାନ ରହିଛି । ମୋ ପୁତ୍ରମାନଙ୍କର ବିନାଶ ଓ ଅନେକ ରାକ୍ଷସବୀରମାନଙ୍କର ବିନାଶ । ଯାହାର ପ୍ରତିଶୋଧ ନେବାକୁ ମୁଁ ଏହି ଅତି ଶକ୍ତିଶାଳୀ ବାଣ ପ୍ରୟୋଗ କରୁଛି । ସେମାନଙ୍କ ଆତ୍ମାକୁ ଶାନ୍ତି ଦେବାକୁ ଓ ସେମାନଙ୍କ ପରିବାରର ଲୋକମାନଙ୍କର ସନ୍ତୋଷ ବିଧାନ କରିବା ପାଇଁ ମୁଁ ଏହା କରୁଛି ତାକୁ କେହିବି ବନ୍ଦ କରିପାରିବେ ନାହିଁ । ଏହି ଗୋଟିଏ ବାଣ ଦ୍ୱାରା ମୁଁ ସବୁପ୍ରକାରର ପ୍ରତିଶୋଧ ନେବି ।” ଏତିକି କହି ସେ ସେହି ଶକ୍ତିଶାଳୀ ଅସ୍ତ୍ର ଶ୍ରୀରାମଙ୍କ ଉପରକୁ ଛାଡିଲା । ସେଥିରୁ ଅଗ୍ନିବର୍ଷା ହେଉଥାଏ, ସେଥିରୁ ପୁଣି ଧୁଆଁ ବାହାରି ଚତୁର୍ଦ୍ଦିଗ ଅନ୍ଧକାରାଛନ୍ନ କଲା । ଶ୍ରୀରାମ ଯେତେ ବାଣ ବିନ୍ଧିଲେ ସେସବୁ ଜଳିଗଲା । ତେଣୁ ସେ ବାଧ୍ୟ ହୋଇ ଇନ୍ଦ୍ରଙ୍କ ରଥରେ ଥିବା ଶକ୍ତିଶାଳୀ ଅସ୍ତ୍ର ପ୍ରୟୋଗ କଲେ । ଦୁଇ ବାଣ ଭୟଙ୍କର ଶବ୍ଦ କରି ଏକାଠି ହେଲା ଓ ଭସ୍ମୀଭୂତ ହୋଇ ଶେଷରେ ତଳେ ପଡିଗଲା ।

ଏସବୁ ଦେଖି ବାନରଦଳ ପୁଣି ଦ୍ୱିଗୁଣ ଉତ୍ସାହର ସହିତ ଯୁଦ୍ଧରେ ଲାଗିପଡିଲେ । ରାକ୍ଷସମାନେ ଟିକିଏ ହତାଶ ହୋଇ ପଡିଲେ । ତେବେବି ଘମାଘୋଟ ଯୁଦ୍ଧ ଚାଲିଥାଏ ।

ଏଥର ଶ୍ରୀରାମ ନିଜ ତରଫରୁ ବିବିଧ ଦିବ୍ୟାସ୍ତ୍ର ସବୁ ପ୍ରୟୋଗ କଲେ । ହଠାତ୍ ଯୁଦ୍ଧ ମଧ୍ୟରେ ରାବଣ କୌଣସି ଅସ୍ତ୍ର ଯୋଗୁଁ ମୁର୍ଚ୍ଛିତ ହୋଇ ପଡିଥିଲା । ତା’ ସାରଥି କିଛି ସମୟ ପାଇଁ ରଥକୁ ଯୁଦ୍ଧ କ୍ଷେତ୍ରରୁ ଦୂରକୁ ନେଇଗଲା । ଅଳ୍ପ ସମୟ ପରେ ତା’ର ଚେତା ଫେରିଲା । ସେ ରାଗିଯାଇ ସାରଥି ଉପରେ ଗାଳିବର୍ଷଣ କଲା । ସେ କହିଲା, “ଆରେ ମୂର୍ଖ, ମୋ ଆଜ୍ଞା ବିନା ତୁ କାହିଁକି ରଥ ଫେରାଇଲୁ? ତୁ କ’ଣ ମୋତେ କାପୁରୁଷ ଭାବିଲୁ? ନା ଅସମର୍ଥ ଭାବିଲୁ? ଏପରି ରଥ ଫେରାଇବା ମୋ ପକ୍ଷେ ଅତ୍ୟନ୍ତ ଅପମାନ ଜନକ ଯୁଦ୍ଧରେ ପୃଷ୍ଠଭଙ୍ଗ ଦେଉଥିବା କାପୁରୁଷଙ୍କ ଦଳରେ ମୋ ନାମ ଲେଖା ହୋଇ ରହିଲା । ତୁ ଏପରି ବିବେକହୀନ କାର୍ଯ୍ୟ କଲୁ କିପରି? ଯେତେ ଶୀଘ୍ର ପାରୁ ଏବେ ରଥକୁ ନେଇ ରଣକ୍ଷେତ୍ରକୁ ଚାଲ । ଆଜି ରଣକ୍ଷେତ୍ରରେ ମୁଁ ନଥିଲେ ତୋତେ ମାରିପକାଇ ଥା’ନ୍ତି ।”

ଶ୍ରୀରାମ ରଥ ରାବଣ

Rate the content


Originality
Flow
Language
Cover design

Comments

Post

Some text some message..