Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Abstract Others

2  

Amiya Bej

Abstract Others

ନିଆଁ ପାଣି

ନିଆଁ ପାଣି

2 mins
7.1K


{୧}

- କେତେ ? ଲକ୍ଷେ ପଚିଶି !! ମାସକୁ ??

- ହଁଅଁଅଁ ! ଆଇଟି ଇଞ୍ଜିନିୟର ଅଛି ପା' ।

- ଭାଇ ! ଯେମିତି ହେଲେ , ଏଇଠି ଫାଇନାଲ୍ କର ।

- ଆରେ ? ଦରମାଟା ପସନ୍ଦ ହେଇଗଲା । ବାକିସବୁ ?

- ମାରଗୁଲି । ପଇସା ହାତରେ ଥିଲେ , ବାକିସବୁ ଆପେ ସଳଖି ଯିବ । ବୁଝିଲ ।

- ହଉହଉ । ପିଲାର ମା' ଟା ଅମଣିଷ । ଭୟଙ୍କର ଲୋଭୀ 

- ଦେବୁ ଦେବୁ । ସବୁ ଦେବୁ ଆମେ ।

- ନାଃ ମଁ । କାର୍ ସହ ଆଉରି ପାଞ୍ଚଲକ୍ଷ କ୍ୟାସ୍ କଥା କହୁଛନ୍ତି ।

- ଆଁଆଁ !

- ହଁଅଁଅଁ । ସେଇଥିପାଇଁ ତ ମୁଁ ପଛୋଉଛି ।

- ନା ନା ପଛାଅନି ଭାଇ । ଭଲ ପ୍ରସ୍ତାବ । ଆମେ ଯୋଗାଡ଼ କରିବୁ । ତୁମେ କଥାଦେଇଦିଅ ।

ଫୋନ୍ ରଖି ସୁମିତ୍ରା ଚାହିଁଲେ ସ୍ୱାମୀଙ୍କ ଆଡକୁ । ମୁହଁ ଓହଳେଇ ବସିଥିଲେ ଅମରେଶ । ଏଇ ଓହଳା ନୀତି ପାଇଁ , ଝିଅ ତିରିଶ୍ ଟପିଲାଣି ।

- କ'ଣ କହୁଛ ?

- ଏତେ ଟଙ୍କା ????

- ଆଉକଣ ବର୍ଷସାରା ପିଏମଜି ଛକରେ , ପାଣି ମାଡ ଖାଉଥିବା ପାଞ୍ଚହଜାରିଆ ଗଣଶିକ୍ଷକ ହାତରେ ମୋ' ସୁକୁମାରିଆ ଝିଅକୁ ମାଗେଣାରେ ଟେକି ଦେବ ଭାବିଛ ?

- ନାଇଁଯେ ! ଏଇ ଅଭାବ ରେ ..!

- ସବୁଠୁଁ ବଡ ଅଭାବ ତ ଝିଅ । ଯେତେ ସାଇତିବ , ସେତେ ସଢିବ । ଗନ୍ଧେଇବ । ନିଜକୁ ମଜବୁତ୍ କର । ନୋଇଲେ ଲକ୍ଷେ ଟଙ୍କିଆ ଜୋଇଁ ହାତଛଡା ହୋଇଯିବ କହୁଛି ।

{୨}

ସରିଲା ବାହାଘର । ସବୁ ଯାଗାରେ ଅଧାଦେଇ ଅଧା ରଖି କାମ ସାରିବାକୁ ହେଲା । ପାଞ୍ଚ ବର୍ଷିଆ କରଜରେ କାର୍ ମିଳିଗଲା । ତଥାପି ନଗଦ ଟଙ୍କାଟା ପୁରା ଯୋଗାଡି ହେଲାନି । ତିନି ଦେଇହେଲା । ସେଇଠୁଁ କେଁ କାଁ । ଶେଷରେ , ବାକି ଦୁଇ ପାଇଁ , ବହୁକଷ୍ଟରେ ଗୋଟେ ଅଲିଖିତ ରାଜିନାମା ହେଲା । ମାନିଗଲେ ବରପକ୍ଷ ତିନି ମାସିଆ କଣ୍ଟକୁ । ଯଦିଓ ଜଣା ନଥିଲା , ଏତେ ଉଧାରିରେ ଏଡେବେଗି ସୁବିଧାଟେ ଆଉପୁଣି ହେବ କେମିତି?

{୩}

ସବୁ ଗାଡି ଯାଇ ସାରିଥିଲା । ରହିଲା ଖାଲି ଝିଅ ବିଦା । ଏଥର ଯାଇ ଜୋଇଁପୁଅ ମୁହଁ ଭଲକି ଦେଖିଲେ ସୁମିତ୍ରା । ବର୍ଷବର୍ଷ ପୁତ୍ରହୀନତା ଦୁଃଖରେ ମଲମ ବୋଳି ହୋଇଗଲା ଛାତିରେ । ସକ୍ଷମ ସୁଠାମ ପିଲାଟିଏ । ପୁଅଟିକୁ ସନ୍ତୁଷ୍ଟ କରି ନପାରି ଖୁବ୍ ଘାଣ୍ଟି ହେଲେ ଭିତରେ । ଯିବାବେଳ ଆସିଗଲା । ଝିଅ କାନ୍ଦୁଥିଲା ବାହୁନି ବାହୁନି । ସୁମିତ୍ରାଙ୍କ ଆଖିରୁ କିନ୍ତୁ ଲୁହ ଝରୁନଥିଲା । ଚିନ୍ତା ଝରୁଥିଲା ପାଣି ହୋଇ !!

ଝିଅ କାନରେ ତୁନିରେ କହିଦେଲେ ଆସି ..ମା ! ଯେନତେନ କାମ ସାରିଦେଲି । ତଥାପି କେଜାଣି କାହିଁକି ମୋତେ ଭୟଟିଏ କୋରି ପକାଉଛି । ତୁ ଟିକେ ଜଗିରଖି ଚଳୁଥିବୁ । ନିଆଁ ପାଣିକୁ ସତର୍କ ହୋଇ ....!!

❀ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ❀


Rate this content
Log in

Similar oriya story from Abstract