Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Sahoo

Tragedy

3.8  

Jagannath Sahoo

Tragedy

ରାଜଧାନୀ ର ରିକ୍ସାଵାଲା

ରାଜଧାନୀ ର ରିକ୍ସାଵାଲା

3 mins
376


ମଙ୍ଗୁଳିଆ ସବୁଦିନ ପରି ସକାଳୁ ଗାଧେଇ ନିତ୍ୟକର୍ମ ସାରି ରିକ୍ସା ଧରି ବାହାରିଲା, ନାଲି ଚା ଟିକେ ବୁଢ଼ୀ ଦେଲାରୁ ସେଇମିତି ଠିଆ ଠିଆ ପି ଦେଲା, ଚା ପିଉ ପିଉ ବୁଢ଼ୀ କହିଲା ଚାଉଳ ନାହିଁ, ପରିବା ନାଇଁ ଆଇଲା ବେଳେ ଆଣିବୁ, ତିନିଦିନ ହେଲାଣି ଭଡା ହେଉନି କି ତୁ ଆଣୁନୁ, କାଲି ରାତିରେ ଖୁଁ ଖୁଁ ହଉଥେଲୁ, ଭାଙ୍ଗ ଟିକେ ଖାଉଥିଲୁ ଭଲ ଥେଲୁ ।ଦଶ ଟଙ୍କା ବି ହେଉନି, ଦିହ ପା କଥା, ନଜଗିଲେ ଚାରିପାଞ୍ଜି ରୁ ଯିବୁ ।ଆମର କିଏ ଅଛି କହିଲୁ, ଦଇବ ତ ମୋତେ ଆଣ୍ଠୁକୁଡ଼ି କରିଛି, ଆଉ କିଏ ଅଛି ଯେ ଅନେଇବ ।

ସେଇ ଚକାଆଖି ସାହା ଲୋ, କଣ ହଉଚି ଦେଖିଆ, ସହଜେ ତ ଆଜି ରଇବାରେ, କାମ ବାର ଗୁଡାକ ରେ ତ ହଉନି ।ଆଜି କାଲି ତ ଘରେ ଘରେ ଗାଡି, ଆଉ ରାଜଧାନୀ ଯିଏ ଜୁଆଡୁ ଆସିଲେ ସରକାର ଙ୍କ ଗାଡି ସେବା ବହୁତ, ଅଟୋ ଵାଲା ବି ନାକରେ ପାଣି ପି ଲେଣି, ଆମକୁ କିଏ ପଚାରେ ଲୋ ।

ଏତିକି ବେଳେ ମୃଣାଳ ବାବୁ ଆସିଲେ, ଗାଡି ଭିତରେ ଥାଇ ଆରେ ମଙ୍ଗୁଳି ଘର ଆଡେ ଯିବୁଟି, ମାଆ କଣ ଡାକୁଥିଲେ।

ମୃଣାଳ ବାବୁ, ବଡ ଠିକାଦାର !ଗାଡିଘୋଡା ଭରପୁର, କାଇଁ କେବେ ତ ଡକାନ୍ତିନି, ହେଇ ଗଲା ପୁଂପେଇ ବେଳେ ଭୋଜି ଦେଇଥିଲେ ଯେ ଡାକିଥିଲେ, ନାଁ କେମିତି ଜାଣିଲେ କେଜାଣି?

ତାଙ୍କର ମୋ ଭଙ୍ଗା ଗାଡି କିଆଁ ଦରକାର ପଡିଲା, ହଉଲୋ ବୁଢୀ ଥା, ମୁଁ ଯାଏ, ସକାଳୁ ଦିଅଁ ଡାକ ଶୁଣିଲେଣି ।ଆଜି ତ ସେମିତି କିଛି ନାଇଁ ଭୋଜିଭାତ ଦେଲାଭଳି ।ହଉ ଦେଖେଁ !

ମଙ୍ଗୁଳି ଯାଇ ରିକ୍ସା ଲଗେଇଲା ମୃଣାଳ ବାବୁଙ୍କ ଦୁଆରେ, ଦୁଆର ଆଗରେ ଦୁଇ ଜଣ ଛିଡା ହୋଇଛନ୍ତି, ସେଥିରୁ ଜଣେ ଦରୱନ ଆଉ ଜଣେ କିଏ ଧଳା କୁର୍ତା ଲୋକ ।ଧଳା କୁର୍ତା ବାବୁ ଆସି ବସିଲା ମଙ୍ଗୁଳି ରିକ୍ସା ରେ, ମଉସା ଚାଲ, ମାଷ୍ଟର କ୍ୟାଣ୍ଟିନ ସେ ବରଗଛ ପାଖକୁ । ମଙ୍ଗୁଳି କହିଲା, ରୁହ ବାବୁ ମାଆ କଣ ଡାକିଛନ୍ତି, ମୁଁ ଶୁଣିକି ଆସେ, ତାପରେ ଯିବା !

ଆରେ ମାଆ ମୋ ପାଇଁ ଡାକିଛନ୍ତି ତତେ, ଚାଲ, ଦରୱନ ବି କହିଲା, ହଁ ମଉସା ଯାଅ ।

ମଙ୍ଗୁଳି ନବୁଝିଲା ପରି, ଗାଡି ଆଗକୁ ଗଡେଇଲା, କିଛି ଦୂର ଯାଆନ୍ତେ, ବାବୁ, ଏତେ ଗାଡି ଘୋଡା ଥାଉ ଥାଉ, କୁଣିଆଁ ଙ୍କୁ କଣ ଆମର ଗାଡ଼ିରେ ପଠେଇଲେ।

ଚୁପଚାପ ଥିଲେ ରିକ୍ସାଧାରୀ, ରିକ୍ସା ଲାଗିଲା ମାଷ୍ଟର କ୍ୟାଣ୍ଟିନ ବରଗଛ ମୂଳେ ।

ବାବୁ ଏଇଠି କଣ କାମ? ଏଇଠି ତ ସେ ମୋଚି ଦୋକାନ ।

ଭଲ ଲୋକଟି ବାବୁ, ସବୁବେଳେ ତା ଗରାଖ ଭିଡ଼, ପିଲା ଗୋଟେ ରଖିଛି ।ହେଲେ ଆଜି ଆସିନି କାହିଁକି କେଜାଣି?

ପାଖରେ ଥିବା ଚା ଦୋକାନୀ କୁ ପଚାରିଲାରୁ, କହିଲା ତା ପାଖରେ ଥିବା ପିଲା ର ଭଉଣୀ ବାହାଘର, ଏଇ ପାଖରେ ଶିବ ମନ୍ଦିର ରେ ହେଉଛି, ଦୁଇ ଦିନ ହେଲାଣି ବନ୍ଦ କରିକି, ସିଆଡେ ବ୍ୟସ୍ତ, କାଲି ଖୋଲିବ ବୋଧେ?

ହଉ ଚାଲ ମଉସା, ଆଉ କୋଉଠି ମୋଚି ଦୋକାନ ଅଛି, ଆଜି ଜୋତା ଠିକ ନହେଲେ ମୋ ଚାକିରୀ ଯିବ ।ସିଆଡେ ପୁଣି କାଲି ଭଉଣୀ ବାହାଘର କେତେ କାମ ବାକି ଅଛି? ଭଉଣୀ ବାହାଘର? ତୁମର ବାବୁ, ତୁମେ ଏଠି କଣ କରୁଛ?ବାଟଯାକ କେତେ କଣ ପଚାରିଲି ଚୁପଚାପ ରହିଲ?

କଣ କହିବି ମଉସା? ମୁଁ ବାବୁଙ୍କ ଘରେ ବାବୁଆଣୀ ଙ୍କ ଗାଡି ଚଳାଏ ।ଧାରକରଜ କରି ଭଉଣୀ ବାହାଘର ଟା କରୁଛି, ବାବୁ ଙ୍କୁ ଦରମା ବାଦ ପାଞ୍ଚ ହଜାର ମାଗିଲି, ବାବୁ କହିଲେ ବାବୁଆଣୀ ଙ୍କୁ କହି ନେଇ ଯା,

ବାବୁଆଣୀ ରୋକଠୋକ ମନାକରିଦେଲେ ।

କହିଲି ହଉ ଦୁଇ ଦିନ ଛୁଟିରେ ରହିବି, କହିଲେ ଛୁଟିରେ ରହିଲେ ଦରମା କଟିବ, ସେଇ ଯୋଗୁଁ ଦୁଇଦିନ ରହିଲେ ଦରମା କଟିଲେ ଧାର ଟଙ୍କା ସୁଝିବି କେମିତି? କାଲି ଗୋଟେ ଦିନ ପଛେ ନହେଲେ ନାଇଁ । ପୁଣି ମଙ୍ଗୁଳି ପଚାରିଲା ତେବେ ବାବୁ ଗାଡି ନେଇ ଆସିଲେନି, ଜୋତା ଠିକ କରିବାକୁ ।

ଆଜି ରବିବାର, ପିଲାମାନଙ୍କ ବିଦ୍ୟାଳୟ ଛୁଟି, କାମ କିଛି ନାଇଁ, ମୁଁ ଗାଡି ଚାବି ମାଗିବାରୁ, କହିଲେକି ଚାଲି ଚାଲି ଯାଅ, ଏଇ ପାଖରେ ତ ମୋଚି ଵାଲା ବସୁଛି ।ପେଟ୍ରୋଲ ଦାମ ଆସି କେତେ ହେଲାଣି ଗାଡି ନନେଲେ କଣ ହେବ ନାହିଁ ।

ହେଲେ ରିକ୍ସା ପୁଣି ମାଆ କାହିଁକି ଡାକିଥିଲେ, ମଙ୍ଗୁଳି ଆଶ୍ଚର୍ଯ୍ୟ ହୋଇ ପଚାରିଲା? ମାଆ ଡାକିନଥିଲେ, ମୋତେ କହୁ କହୁ ବାବୁ ଏ ସବୁ ଶୁଣିଥିଲେ, ଫାଟକ ପାଖେ ମୋତେ ଠିଆ କରି ରିକ୍ସା ପଠେଇବେ କହି ଯାଇଥିଲେ ।

ଏତିକି ବେଳେ ଫୋନ ଟା ବାଜିଲା । କୁଆଡେ ଗଲ? ଜୋତା ଟା ଠିକ କରିବାକୁ ଏତେ ସମୟ ଲାଗୁଛି?

ଜଲଦି ଆସ, ମୋ ଭଉଣୀ କୁ ଦେଖି ଆସୁଛନ୍ତି ଜଲଦି ଯିବାକୁ ହେବ ।

ହେ, ମଉସା ଜଲଦି ଚାଲ ତୋର କଥା ଭିତରେ କାମଟା ସିନା ସରିଗଲା, ସିଆଡେ ବାବୁଆଣୀ ଡାକ ପକେଇଲେଣି, ତାଙ୍କ ଭଉଣୀ କୁ ଦେଖିବାକୁ ହେବ ।ଜଲଦି କାମ ସାରିଲେ ମୁଁ ପୁଣି ଘରକୁ ଯିବି, ରାତି ପାଇଲେ ବାହାଘର ।

ଗୋଟେ କଥା କହିବି ବାବୁ,

ସରଗ କୁ ନିଶୁଣି ନାଇଁ କି

ବଡ଼ ଲୋକକୁ ଉତ୍ତର ନାଇଁ

ଇଏ ଯିଏ ନେଖି ଥେଲା ସେ ମଦ ପି ନଥିଲା ବାବୁ, ଏତିକି ବେଳେ ଫାଟକ ସାମନା ରେ ରିକ୍ସା ଲାଗିଲା,ମଉସା କେତେ ଟଙ୍କା?

ନାଇଁ ବାବୁ ଥାଉ, ତୁମ ହାତରୁ ତମେ ଖର୍ଚ୍ଚ କରି ମୋତେ ଦବ । ସବୁ ଶୁଣିଲା ପରେ ମୁଁ ନେଲେ ଦଇବ ମୋତେ ରଖିବ ତ ।

ମଉସା ରଖ,ପଚାଶ ଟଙ୍କିଆ ଟେ ବଢ଼େଇ, ରଖ, ବାବୁ ସବୁ ଶୁଣିଲା ପରେ ଛଅ ହଜାର ଟଙ୍କା ଦେଇଥିଲେ, ରଖ ମଉସା ରଖ ।

ମଙ୍ଗୁଳି ପଇସା ଅଣ୍ଟାରେ ଖୋସି ଫେରିଲା ବେଳେ ଦେଖିଲା ବାବୁଆଣୀ ଛାତ ଉପରେ ଠିଆ ହୋଇଛନ୍ତି, କଣ କହିବେ କେଜାଣି ବିଚରାକୁ ?

## ପରିବର୍ତ୍ତନନ


Rate this content
Log in

Similar oriya story from Tragedy