Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dibyajyoti Mohanty

Abstract Others

2  

Dibyajyoti Mohanty

Abstract Others

ବୟସର ବନ୍ଧ

ବୟସର ବନ୍ଧ

1 min
7.4K


   ଛୋଟବେଳେ କଥା କଥାକେ ଅନନ୍ତାକୁ ବାପା ଆକଟ କରି କୁହନ୍ତି ତୋର ବୟସ ହେଇନି ତୁ ଏଇଟା କରିପାରିବୁନି ସେଇଟା କରିପାରିବୁନି ଏମିତି ଆହୁରି କେତେ କ’ଣ? ସେ କିଛି ବୁଝିପାରେନି ଏ କେଉଁ ବୟସ ଯାହା ସମସ୍ତଙ୍କର ହେଉଛି କେବଳ ତା’ର ହିଁ ହେଉନି । ତା’ ସାଙ୍ଗ ଗୋଲୁ, ରାଘବ, କାଳିଆଙ୍କର ହେଲା ମାତ୍ର ତା’ର କାହିଁ ହେଲାନି ? ଯୌବନର ଦ୍ୱାର ଦେଶରେ ଯେବେ ବୟସର ବସନ୍ତ ତା’ ଦେହକୁ ଛୁଇଁ ତାକୁ ଆନମନା କରିତୋଳିଲା ସେବେ ସେ ମନେ ମନେ ଭଲ ପାଇ ବସିଲା ତା’ଠୁ ଆଠ ବର୍ଷ ବଡ ମିନୁ ଅପାକୁ । ଗାଁ ମନ୍ଦିର ପାଖ ନଈ କୂଳରେ ଦିନେ ସେ ମିନୁ ଅପାକୁ ତା’ ମନ କଥା ଖୋଲି କହିଲା ମାତ୍ର ମିନୁ ଅପା ବି ମରୁକି ହସି ସେଦିନର ସେଇ ବାପାଙ୍କ ଭଳି କହିଲା ତୁ ଛୋଟ ପିଲାଟା ତୋର ବୟସ ହେଇନି ବାହା ହେବା ପାଇଁ ।

ସଂସାର ଭିତରର ଏକ ଘଡିସନ୍ଧି ମୁହୂର୍ତ୍ତରେ ଦିନେ ଘରଣୀଙ୍କ ଉପରେ ରାଗି ସେ କହିଲେ ମୁଁ ଆଉ ତୁମମାନଙ୍କୁ ଚଳାଇ ପାରିବିନି ଯାଉଛି ଅବସର ନେଇ ହିମାଳୟ ପଳାଇବି । ହେଲେ ସ୍ତ୍ରୀ କହିଲେ ତୁମର ଏବେ ଅବସର ନେବାର ବୟସ ହେଇନି । ତୁମକୁ ଏବେ ଘର ସଂସାର ଚଳାଇବାର ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବାର ଅଛି । ଗୋଟିଏ ଭଲ ବାପା ଗୋଟିଏ ଭଲ ସ୍ୱାମୀ ଓ ଗୋଟିଏ ଭଲ ପୁଅ ହୋଇ ଦେଖାଇବାର ଅଛି ଏବଂ ବାପା ମା’ଙ୍କ ଋଣ ଶୁଝିବାର ଅଛି । ବୟସର ଏ ଅପରାହ୍ନରେ ବୟସଟା ଆଉ କେଉଁଥିପାଇଁ ବି ବନ୍ଧଟେ ସାଜି ଛିଡା ହୋଇନି ତାଙ୍କ ଆଗେ । ମାତ୍ର ମୃତ୍ୟୁ ଆଜି ଛିଡା କରେଇଦେଇଛି ଚାରିବର୍ଷ ଧରି ପକ୍ଷାଘାତରେ ପୀଡିତ ଅନନ୍ତା ଓରଫ ଅନନ୍ତ ଦାଶଙ୍କୁ ଜୀବନ ମୃତ୍ୟୁର ଏରୁଣ୍ଡି ବନ୍ଧରେ... 

ଦିବ୍ୟଜ୍ୟୋତି ମହାନ୍ତି

ph.no-7377510254

Email-mikunmohanty63@gmail.com


Rate this content
Log in

Similar oriya story from Abstract