Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

2  

Amiya Bej

Others

ମା' ମାଡ଼

ମା' ମାଡ଼

1 min
7.4K


 ସ୍ନେହାଁ ଆଉ ଜେନି ଆଜି ଦେଖାହେଲେ ବହୁଦିନ ପରେ । ଗୋଟାଏ ଘରର ଦି'ଭଉଣୀ । ମୁଁ , ଦୁହିଁଙ୍କର ବଡମାମୁଁ । ସେମାନେ, ନିଜ ମାମାମାନଙ୍କ ସହ ଆସିଥିଲେ ସପିଂ । ମୁଁ ସପତ୍ନୀକ ତାଙ୍କ ଘରକୁ ଯାଇ , ସେମାନଙ୍କୁ ନପାଇ ଫେରୁଫେରୁ ଭେଟହେଲା ମେନ୍ ମାର୍କେଟରେ। ପିଲାଦୁହିଙ୍କୁ ଦେଖି ଖୁସିଲାଗିଲା ଭାରି । ମାମା ମାନେ ଗୁପଚୁପ୍ ଖାଇ ଗପସପ୍ ହେଲା ଭିତରେ ,ମୁଁ ପଚାରିଲି -

- ପିଲାଏ ଗେମ୍ କେମିତି ହେଇଛି ?

କିଛି ନକହି ଦୁହେଁ ଖାଲି ମୁଣ୍ଡ ଟୁଙ୍ଗାରିଲେ ।

- ଆରେ କେମିତି ହେଇଛି କହୁନ ?

ଦୁହେଁଯାକ ଚୁପ୍ । ମୁଁ ବି ପିଲାଗୁଡାଙ୍କ ଉପରେ ମାମୁଁତ୍ୱ ଜାହିର୍ କରି ଦୁହିଁଙ୍କୁ ଘାଣ୍ଟୁଥିଲି।

- ଘରେ ମାଡ ଖାଅ ?

ଏଥର ଦୁହେଁଯାକ ମୁହଁ ଫିଟାଇ କହିଲେ 'ହଁ' !

ସ୍ନେହାଁ'ର ମାମା ରାଗିଗଲେ , ଡାଲି ଚଟୁରେ ମାରେ , ଆଉ ଜେନି'ର ମାମା ବେଲଣାକାଠିରେ !!!

ଜେନି ତା' ହାତ ଦେଖେଇ କହିଲା -

- ଥରେ ମୋ ମାମା ଏତେ ମାରିଲା ଯେ' ମୋ ହାତ ଏଡୁଟେ ଫୁଲିଗଲା । ପୁଣି ଇଞ୍ଜେକ୍ସନ୍ ନେଲାରୁ କମିଲା।

- ଇଞ୍ଜେକ୍ସନଟା କାଟିଲାନି ?

- ମାଡଠୁଁ ଅଳପ ।

- ଆଉ ସ୍ନେହାଁର ?

- ଆମ ଘରେ ସବୁଯାକ ଡଙ୍କି ବଙ୍କାଟଙ୍କା ହୋଇଗଲାଣି ।

ଏତକ କହି ଦୁହେଁ ଖୁବ୍ ହସିଲେ ।

★★★

ମାମା ମାନେ ଗୁପଚୁପ୍ ଖାଇ ଆସିବାରୁ ମୁଁ ବିରକ୍ତରେ ପଚାରିଲି

- ପିଲାଗୁଡାଙ୍କୁ ଏଇମିତି ଡଙ୍କି ବେଲଣାରେ ମାରୁଛନା ?

- ଆଉ ? ହାତରେ ମାରିଲେ ଆମ ହାତ ବଥା ହେବନି ????

ଏତକ କହି ଦୁହେଁ ଖୁବ୍ ହସିଲେ ।

ପତ୍ନୀ ମୋତେ ଇଶାରାରେ ଚୁପ୍ ରହିବାକୁ କହିଲା ।।।

@ ଅମୀୟ ବେଜ୍ ।


Rate this content
Log in