ବରଷା ଏ ଅନୁଭୂତି ବିଭିନ୍ନ ଏକକ
ବରଷା ଏ ଅନୁଭୂତି ବିଭିନ୍ନ ଏକକ
ଗଲ୍ପ.. 1
ଖୁବ୍ ବର୍ଷା । ଆକାଶ ଯେ ଅଶାନ୍ତ ଲାଗୁଥିଲା । ଏ ଝଡ ଆଉ ଥମିବାର ନାଁ ଧରୁନି । ଝରିବନି.. ଖାଲି ବରଷି ବରଷି ପୁରାତନ କାଳର ମୁଣିରୁ ତାର ସମସ୍ତ ସଞିତ ସମ୍ପତ୍ତି ଖାଲି କରିବ କି. କି ଭାରି ଭାରି ଏ ଦିପହର । ଦିହରେ ଖଇଫୁଟା ଜର । ଝାଳରେ ବଡ ଦୁଃସହ ହେଲାଣି ଦେହଟା । ଗରମ ଚା ଟିକେ ପିଇବାର ଅଦ୍ୟମ ଇଚ୍ଛାକୁ ଦମନ ଯେ କରି ହେଉନି। ଆସ୍ତେ ଉଠି ଆଉଜା କବାଟଟାକୁ ଖୋଲିକି ଦେଖିଲା କି ବର୍ଷା ଏ ଅଦିନିଆ ନୁହେଁ ମୌସୁମୀ ଆସିଛି ଅନନ୍ୟା କିଛି ଭାବିଲା ବୋଧେହୁଏ । ଏ ବରଷାରେ କେତେ ସ୍ମୃତି ସବୁ ଢେଉ ପରି ନାଚିଉଠେ । ମନରେ ଅତୀତଟାକୁ ଭିଡ଼ିମୋଡ଼ି ପକେଟରେ ପୁରାଇବାକୁ ହୁଏ ଅନିଚ୍ଛା ସତ୍ତ୍ବେ । ଆଉ ଏ ବରଷା ନିଆଁ ଲଗାଏ ମନରେ । ହୃଦୟରେ ହିସାବ କରେ ପ୍ରାପ୍ତି ଓ ଅପ୍ରାପ୍ତିର ମୂଲଚାଲରେ । ଅନୁଢା ଯୁବତୀର ଫାଜିଲାମି ଭରା ଆଖିରେ । ଆଦ୍ୟ ଯୌବନର ଲହରୀରେ । ଏ ମୌସୁମୀ ବରଷେ ପ୍ରତିଥର ପରି । କିନ୍ତୁ ଭିଜାଏ କମ୍ ବୁହାଏ ଅଧିକ । ବର୍ଷାର ଏ ଖିଆଲି ପଲଉରେ ପୁରା ଦମରେ ମସଲାର ବାସନା ଭାସି ଆସେ। ଇତିହାସ ଓ ଭୂଗୋଳରେ ତାର କିଛିଟା ଅଧିକ ଜ୍ଞାନ । ଯଦିବା ସେ ବିଜ୍ଞାନର ଛାତ୍ରୀ। ବିବାହର ଆଠ ବର୍ଷ ଏ ମଧ୍ୟରେ ପୁରିଯାଇଛି । ତା କୋଳରେ କୁନି କୁନି ଦୁଇଟି ଜୀବନ୍ତ ପ୍ରାଣୀ । ମା ହେବାର ଯେଉଁ ଅଦ୍ଭୁତପୂର୍ବ ଅନୁଭୂତି ମାତୃତ୍ବର ଯେଉଁ ଗୌରବ ସେ ଗର୍ବାନ୍ବିତ । ତଥାପି ବରଷାର ଏ ସରୁ ଧାରଟାରେ ମନଟା ଥାଏ । ହେଲେ ଗୁମୁରି ଉଠେ ସଂକୀର୍ଣ୍ଣ ଉପତ୍ୟକାରେ ବିରାଜ ହୁଏ କେଉଁ ଅଗମ୍ୟ ଅଞ୍ଚଳର ରାଜକୁମାର । କେତେ ନେହୁରା ହୁଏ କେତେ ଯେ ଅଡ଼ୁଆ କରେ । ଠିକ୍ ଅଝଟ ଅମାନିଆ ଜଟ କେଶପରି । ଲମ୍ବା ଲମ୍ବା ବେଣୀ ସର୍ପ ପରି ଦଂଶନ କରନ୍ତି । ବଡ ବିରକ୍ତ ଏମାନଙ୍କୁ ଧରି ରଖିବା ଓ ବଶୀଭୂତ କରିବା । ଏ କଣ କା କଥା ଶୁଣନ୍ତି । କେଉଁ ବେଳ ଅବେଳରେ ଅମାନିଆ ହୋଇ ପଶି ଆସନ୍ତି ନିଶିଗନ୍ଧାର ନିଶିଦ୍ଦ ଇଲାକାରେ। ରାଜକୁମାର ଆବିର୍ଭାବ ହୁଏ । ଚୁପଚାପ୍ ସବୁ ଦେଖେ। ଠିଆ ହୁଏ । ମୁଁ କିନ୍ତୁ ଦୌଡିବାକୁ ଲାଗେ । ଏ ମୋର ସହିବାର ବାହାରେ । ଯନ୍ତ୍ରଣା ସିକ୍ତ ମନଟା ବି ମନେପକେଇ ଉଠେ। ଏ କାହିଁକି ହୁଏ। ବିଳିବିଳେଇ ହୁଏ । ବରଷା ଥମିବାର ନାହିଁ । ଏ ଝରଝର ବହୁଛି ଅଗଣା ବାରି ସବୁ ଓଦା । ମୋର କାଗଜର ଡଙ୍ଗା ବତୁରି ଗଲାଣି । କାରଣ ପ୍ରେମ ଏବେ ଆଉ ହୁଏନା ଖାଲି ସଂସାରକୁ ନିଜର କରି ଆଗେଇବାକୁ ହେବ ବର୍ଷା ବି ବୁଝି ଯାଇଥିଲା ତିରସ୍କାର ପୂର୍ଣ୍ଣ ଦୃଷ୍ଟିରେ ପ୍ରେମ କରିହୁଏନା ମୋର ସେ ଜାଗାକୁ ବି ଯିବାର ନଥିଲା ମୁଁ ମୋର ଏକକ ପରିଚୟ ଓ ବଳିଷ୍ଠ ବ୍ୟକ୍ତିତ୍ବର ଗୁଣକୁ ନେଇ ମୋର ଏକ ନିଆରା ଅନୁଭୂତିକୁ ପ୍ରକାଶ କରି ଚାଲିଲି ବର୍ଷା ଆସେ ମୁଁ ଆଗକୁ ବଢିବା ପାଇଁ ଆଗେଇ ଯାଏ ହସିବାକୁ ହୁଏ । ଏ ଜୀବନରେ ଆଗେଇବା ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ହୁଏ ବେଳେ ବେଳେ ବିଲୁପ୍ତ ନିର୍ଜୀବ ଜୀବନ ସୁପ୍ତ ମନର ଏମିତି ଗଦା ଭିତରୁ ମୁହଁ କାଢି ଆସନ୍ତି ଆଡେଇଲେ ବି ଆଉଜି ପଡନ୍ତି ମୁଁ ଚିନ୍ତା କରେ ସତରେ କଣ କୌଣସି ଭାଗ୍ଯ ନିର୍ଦ୍ଧାରଣ କରେ ଜୀବନକୁ ଉତ୍ସର୍ଗ କରିବାକୁ ପଡେ ବହୁତ କିଛି ଅଧିକ ମିଳିଛି ଏ ହସରେ ଜୀବନରେ ହସ ହିଁ ମାନଦଣ୍ଡ ମୋର ଆଉ କିଛି ମନେ ରଖିବାର ନାହିଁ ବୋଧେ ଭଲପାଇବାରେ ତ୍ଯାଗ କରିବାକୁ ପଡେ ।
ଗଲ୍ପ.. 2
ଝରକାର ସେପଟରୁ ମୁଁ ଦେଖୁଥିଲି ବରଷାର ଛିଟାରେ ମୋ ମୁହଁ ଓ ଦେହ ଓଦା ହୋଇଯାଉଥିଲା । ଛିଟକା ମୋର ଘରେ ବି ପଶି ଓଦା କରୁଥିଲା । ମୁଁ ଉପଭୋଗ କରୁଥିଲି ଏ ସବୁ ଘଟଣା ସାମାନ୍ୟ ଥିଲା । ମୁଁ ଶତାବ୍ଦୀ ସାମନ୍ତରାୟ ଖୁବ୍ ସୁନ୍ଦରୀ ଓ ଆଭିଜାତ୍ୟ ସମ୍ପନ୍ନା ଭଲ ପାଠ ପଢିବା ସହ ମୋର ରୁଚି ଟିକେ ନିଆରା । ମୁଁ ଗୀତ ବି ଲେଖୁଥିଲି । ଯଦିବା ମୁଁ ବିଜ୍ଞାନର ଛାତ୍ରୀ ଥିଲି । କଳା ଓ ସଂସ୍କୃତି ପାଇଁ ମୋର ମନରେ ଅହେତୁକ ଦୁର୍ବଳତା ଥିଲା । ମୁଁ ମହାବିଦ୍ୟାଳୟର ଶେଷବର୍ଷର ଛାତ୍ରୀ । ମୋର ମନେ ଅଛି ହଠାତ୍ ଦେଖା ହୋଇଥିଲା ସିଦ୍ଧାନ୍ତ ସହ ଏକ ନାଟକର ମଞ୍ଚରେ ।ସେ ଭଲ ଗୀତ ବି ଗାଉଥିଲା । ଇଂଜିନିୟରିଂ ମହାବିଦ୍ୟାଳୟର ଛାତ୍ର । ସେ ମୋର । ଏ ମନଟା ଧରା ପଡିଯାଇଥିଲା । ତାର ବାରମ୍ବାର ମୋତେ ଚିଡାଇବା, କଥା କଥାରେ କଟାକ୍ଷ କରିବା, ଏ ନିଆରା ଢଙ୍ଗରେ ମୋ ପାଇଁ କିଛି କରିବା ମୋତେ ବୋଧେ ବହୁତ ପାଖକୁ ବାନ୍ଧି ନେଇଥିଲା ଓ କିଛି ଭାବିବାକୁ ବାଧ୍ୟ କରିଥିଲା । ଏ ସମ୍ପର୍କ ସେମିତି ରହିଲା । ଆମେ ଦୁହେଁ ଆଗକୁ ବଢିଚାଲିଲୁ। ଭବିଷ୍ୟତ ଗଠନରେ ମୁଁ ପ୍ରଶାସନିକ ଅଧିକାରୀ ଭାବେ ଦିଲ୍ଲୀରେ ଯୋଗଦେଲି । ମୋ କାମରେ ସେ ଇଂଜିନିୟରିଂ କଲେଜ ଅଧ୍ୟାପକ ଭାବେ ଯୋଗ ଦେଇଥିଲା । ବେଳେ ବେଳେ ସେ କଥା ହୁଏ ଖୁବ୍ କମ୍ ଭଦ୍ର ଓ ମାର୍ଜିତ । କେଜାଣି କାହିଁକି ତା କଥା ମୋତେ ଭଲଲାଗେ । ଯେତେ ବି କାମ ଥାଉ ତା ଫୋନ୍ ଆସିଲେ ମୁଁ ଖୁସି ହୁଏ । ଏ ମଧ୍ୟରେ ଜୀବନ ଗଡିଚାଲିଲା ମୋର ବାହାଘର ପାଇଁ ଘରେ ବ୍ୟସ୍ତତା ବଢିଲା କାରଣ ମୋ ବାପାଙ୍କର ଦେହ ଭଲ ରହିଲା ନାହିଁ । ସେ ଚିନ୍ତାରେ ସବୁବେଳେ ଘରେ ମୋ ଉପରେ ଚାପ ବି ସୃଷ୍ଟି ହେଲା । ବରପାତ୍ର ବି ଠିକ୍ ହୋଇଗଲା ଅମୁକ ଦିନ ମୁଁ ଆସି ପହଞ୍ଚି ବି ଗଲି । ମାତ୍ର ମୋର ମନେ ପଡିଲା କେବଳ ଗୋଟିଏ ନାମ ସିଦ୍ଧାନ୍ତ ରାୟ । ମୁଁ ଆଉ ଡେରି କରି ନ ଥିଲି ଫୋନରେ ହିଁ ମୋ ତରଫରୁ ଏ ପ୍ରସ୍ତାବକୁ ଜଣାଇଦେଲି ତାକୁ । କାହାକୁ କିଛି କହି ବି ନ ଥିଲି ସେ ମଧ୍ୟ ମୋର ଏ ଅଚାନକ଼୍ ପ୍ରସ୍ତାବକୁ ସଗେଂ ସଗେଂ ଅନୁମୋଦନ କରିଥିଲା । ସ୍ଵୀକାର କରିଥିଲା। ମୁଁ ଜଣାଇଥିଲି ମୋର ପସନ୍ଦ କେହିଜଣେ ମୋର ଏମନର କଥାରେ ନିସ୍ପତିରେ ଏକମତ ନଥିଲେ ନା ଆମର ଜାତି ଏକା ଥିଲା ନା ତାର ପଦବୀ ମୋ ଠାରୁ ଅଧିକ । ଖୁବ ଝଡ ଉଠିଲା ବର୍ଷା ନ ହୋଇ ମଧ୍ୟ ଅନେକ ବାଦବିବାଦ ମଧ୍ୟରେ ସମ୍ପନ୍ନ ହୋଇଥିଲା ମୋର ବିବାହ । ମୁଁ ରେଜିଷ୍ଟ୍ରି ବିବାହ କରିଥିଲି ସମସ୍ତେ ସ୍ତବ୍ଧ ଚକିତ ହୋଇଗଲେ। ମୋର ଶିକ୍ଷା ସ୍ବାଧିନତା ଯାହା ଦିନେ ଗର୍ବ ଓ ଗୌରବ ଭାବୁଥିଲେ ଔଦ୍ଧତ୍ୟ ବୋଲି ମତ ଦେଲେ ସଫଳତାରେ। ମୁଁ ହରାଇ ବସିଛି ମୋର ଚେତନାକୁ ।ବାହାଘର ପରେ ମୁଁ ଆସି ପହଞ୍ଚିଲି ଘରେ ମୋର କିଛି ଜିନିଷ ନେବାକୁ ସେତେବେଳେ ଯାହା ଅପବାଦ ଓ ତିରସ୍କାର ପୂର୍ଣ୍ଣ ଦୃଷ୍ଟି ସିଦ୍ଧାନ୍ତକୁ ସାମ୍ନା କରିବାକୁ ପଡିଛି ମୁଁ ଜାଣେ ସେ ହସି ଦେଉଥାଏ ମୋତେ ଦେଖି ସ୍ମିତ ଭାବରେ ମୁଁ ଚାଲିଆସିଲି ମୋର ଭଲପାଇବାର ମଣିଷ ସହ ହାତଧରି । ଏକ ମୁହୂର୍ତ୍ତରେ ମୋର ପୃଥିବୀ ଏପଟରୁ ସେପଟ ହୋଇଗଲା । ମୁଁ ଘରରୁ ମୋ ଘରକୁ ଆସିଲି । ଭଲପାଇବାର ସନ୍ତକ ମୋ ସୀମାନ୍ତରେ ଭରି । ବିବାହର ପ୍ରଥା ଭଲପାଇବା ପାଇଁ ଏକ ସ୍ଵତନ୍ତ୍ର ପରିଚୟ। ମୋର ମନେ ଅଛି ନିମିତ୍ତ ଓ ମୋର ବାହାଘର ହୋଇଥିଲା ଖୁବ୍ ଧୁମଧାମରେ ମନ ଜାଣିଲା ପରି କେଉଁଥିରେ ବି କିଛି ଉଣା କରିନଥିଲେ ସେ । ସିଦ୍ଧାନ୍ତର ବାପା ସତରେ ସେ ମନରେ ମୋତେ ଆଦରି ନେଇଥିଲେ । ମୁଁ ଖୁବ୍ ମନଭରି କାନ୍ଦିଥିଲି ଭିଡି ଧରିଥିଲି । ଦୁନିଆରେ ମୁଁ ନିଜକୁ ଅସହାୟ ମନେ କରୁଥିଲି ସେ ବୁଝି ପାରିଥିଲେ । ମୁଁ ମୋର କର୍ମଶାଳାକୁ ଫେରିଲି । କିଛି ଦିନ ବିତିଲା ମୋ ବାପା ଏ ମଧ୍ୟରେ ଚାଲିଗଲେ। ମୋତେ ଖବର ମିଳିଲା ନାହିଁ । ଜଣାଇ ଦିଆଗଲା ନାହିଁ । ମୁଁ କିନ୍ତୁ ପହଞ୍ଚିଲି । ଏ ଇଚ୍ଛା ବି ସିଦ୍ଧାନ୍ତ ମୋର ପୂର୍ଣ୍ଣ କରିଥିଲେ ନେଇ କି ସାଥିରେ ଯାଇଥିଲେ । ଘରେ କେହିଜଣେ ମଧ୍ୟ ମୋସହ କଥା ହେଲେ ନାହିଁ । ଭଲମନ୍ଦ କିଛି ପଚାରିବା ଦୂରର କଥା ବୋଉ ଖୁବ୍ କମ୍ କଥା ହେଲା । ଦୁଇ ପଦ ବାସ୍ ମୋ ଉପରେ ସବୁ ଲଦିଦେଲେ ଅନେକ କଥା । ମୋ ପାଇଁ ବାପା ଚାଲିଗଲେ । ଏ ଧକ୍କା ସେ ସହିପାରିଲେ ନାହିଁ । କେତେ ସବୁ ନିନ୍ଦା ଅପବାଦର ପାହାଡ ମୁଣ୍ଡାଇ ମୁଁ ଫେରିଲି ମୋର କର୍ମ ସ୍ଥାନକୁ । ଏ ମଧ୍ୟରେ ସମୟାନୁକ୍ରମରେ ମୋ କୋଳକୁ ଆସିଲା ପରୀଟିଏ ମୋକ୍ଷା । ମୁଁ ଖୁବ୍ ଖୁସି ବି ଥିଲି। ସିଦ୍ଧାନ୍ତ ମୋର କର୍ମ ଚାପ ଓ ବ୍ୟକ୍ତିତ୍ବକୁ ଠିକ୍ ବୁଝିପାରଥିଲେ। ଆମେ ଦୁହେଁ ଯଥାର୍ଥରେ ପରସ୍ପରକୁ ଜାଣି ପାରୁଥିଲୁ ପରିପୂରକ ବି ଥିଲୁ । ମୁଁ ପରୀକୁ ନେଇ ବୋଉ ପାଖକୁ ବି ଯାଇଥିଲି କିନ୍ତୁ ତାର ଦୋରଟି କଥା ଆବିଳତା ଶୂନ୍ଯ ନୀରିହ ହସ କିଛି ବଦଲେଇ ପାରିନଥିଲା। ବୋଧେ ଥରେ ସମ୍ପର୍କରେ ଫାଟ ଆସିଲେ ଆଉ ଯୋଡି ହୁଏନା । ଶାଶୁଘରେ ମୋର ମାନ୍ୟତା ଖୁବ୍ ଥିଲା ।ସମସ୍ତେ ମୋତେ ଭଲପାଆନ୍ତି । ଶଶୁରଘର ଗେଲା ବୋହୂ ଶଶୁର ମୋର ବାପାପରି ଗେଲା କରନ୍ତି । ମୋତେ ସବୁ ମିଲିଥିଲା ଯାହା ମୁଁ ହରେଇଛି ଆଉ ଏ ଜନ୍ମରେ ବୋଧେ ମିଳିବାର ନାହିଁ । ଆଶାର କିରଣ ଖୁବ୍ ଅସ୍ପଷ୍ଟ ତଥାପି ଆଶା ମୋର ନୂତନ ସୂର୍ଯ୍ୟର ଆଗମନକୁ । ପ୍ରଶାସନିକ ଅଧିକାରୀ ହୋଇ ବି ମୋର ଅବୁଝା ରହିଗଲା ଜୀବନରେ । ଏ ପ୍ରଶ୍ନବାଚୀ ମୁଁ ଜାଣେନି ଏ ଉତ୍ତର ମୋପାଖରେ ବି ନାହିଁ । ଏମିତି ବର୍ଷାରେ ମୁଁ ହଜେଇଛି ଏବରଷା କଣ କିଛି ଏଥର ଫେରାଇବ ମୁଁ ଅଲିଅଳି ଝିଅଟିଏ । ତଥାପି ବାପା ବୋଉ ପାଇଁ ନ କରି ପାରିବା ଦୁଃଖ ଜୀବନ ସାରା ମୋ ମାନସରେ ରହିବ । ଏ କଣ କାହାକୁ କିଛି ଦେଖାଇ ହେବ । ଆଖି କୋଣରେ ଜକେଇ ଆସୁଥିବା ଲୁହକୁ ଲୁଚାଇ ମୁଁ ଚାଲିଯାଉଥିଲି ଆଗକୁ ଆଗକୁ । ମୋର ପରିବାର ବଦଳି ଯାଇଛି ବୋଧେ ମୁଁ ଘରର ଘରପାଇଁ ବାହାର ଲୋକ ହୋଇପଡିଛି ।ବୋଉ ପାଖରେ ବର୍ଷାର ଗତି ଅସମ୍ଭବ ଭାବେ ଅସମ୍ଭାଳ ହେଉଛି। ମୁଁ ଭାବୁଛି ଆଉ ଶୂନ୍ୟତାରେ ପୂର୍ଣ୍ଣତା ଖୋଜୁଛି ।