Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subrat Kumar Muduli

Inspirational

2  

Subrat Kumar Muduli

Inspirational

ପ୍ରେମିକା

ପ୍ରେମିକା

1 min
7.2K


ଡହଡହ ଖରା ସହିତ ସାଥିହୋଇ ସେଇ ଝିଅଟି କେମିତି କେଜାଣି ମୋ’ ନଜରକୁ କିଛିଦିନ ତଳୁ ଆସିଥିଲା । ଯାହାକୁ ଦେଖିବା ପାଇଁ ମୁଁ ଏକ ରକମ ପାଗଳ ହୋଇ ଉଠୁଥିଲି କାରଣ ସେ ମୋ’ ପୁରୁଣା ପ୍ରେମିକାପରି ଦେଖାଯାଉଥିଲା । ଯା’ହେଉ କାଲି ଲଘୁଚାପ ବର୍ଷାରେ ମୁଁ ତାକୁ ଦେଖିଲି ବସଷ୍ଟପରେ ଓଦାଓଦା ପୋଷାକରେ ସେ ଆହୁରି ଆପଣାର ଲାଗୁଥିଲା । ମୁଁ ଆଗଭଳି ଚୁପଥାଇ ତାକୁ ନିରୀକ୍ଷଣ କରୁଥିଲି ଆଖି ଆଗରେ ନାଚୁଥିଲା ସେଇ ହଜିଲା ଦିନର କଥା ମୋ’ ପ୍ରେମ ମୋ’ ପ୍ରେମିକା ଆଉ ହାରିଯିବାର ମେଞ୍ଚା ମେଞ୍ଚା କାହାଣୀ । ଦି ଚାରିଟା ବୁଲାକୁକୁରଙ୍କ କୁଙ୍କୁରି କାଙ୍କୁରି ଶବ୍ଦରେ ମୋ’ ଧ୍ୟାନ ଭଗ୍ନ ହେଲା ଆଗରେ ରଖା ହୋଇଥିବା ବାଇକ ଆଇନାରେ ମୁହଁ ଦେଖିଲି ଭାବନାକୁ ଅଟ୍ଟହାସ୍ୟ କରୁଥିଲା ମୋ’ ଢଳିଲା ବୟସ । ମୋବାଇଲ ରିଂ ଶବ୍ଦରେ ବାସ୍ତବତାକୁ ଫେରିଲି ମା’ ଫୋନକରି ମୁଁ ବର୍ଷାରେ ଭିଜିବା ଆଶଙ୍କାରେ ବ୍ୟସ୍ତ ହେଉଥିଲେ । ବୁଝିଲି ....ପ୍ରକୃତରେ ପିଲାମାନଙ୍କ ପାଇଁ ବାପା ମା’ ମାନେ ହିଁ ଜୀବନ୍ତ ଇଶ୍ଵର ତେଣୁ ମୋ’ ପ୍ରେମିକା ତା’ ବାପା ମା’ଙ୍କ କଥାରେ ପଡି ମତେ ପ୍ରତାରଣା ଦେଇ କିଛି ଭୁଲ କରିନି । ସାଇକେଲ ବାହାରକରି ଫେରିବା ପାଇଁ ପ୍ରସ୍ତୁତ ହେଉଥିଲି ହଠାତ ମୋ’ ପାଦ କ୍ଷଣିକ ପାଇଁ ଅଟକିଗଲା । ଝିଅଟି ବୋଧେ କାହାକୁ ଫୋନରେ ବଡବଡ ପାଟିରେ କହୁଥିଲା ........ ଛତିଶ ଆୟେଙ୍ଗେ ଛତିଶ ଯାୟେଙ୍ଗେ ଲେକିନ ମେରା ବାଲା ତୋ ପାପା ଲାୟେଙ୍ଗେ ।


Rate this content
Log in

Similar oriya story from Inspirational