Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅନୂଭବ; ଏକ ଅସହାୟର
ଅନୂଭବ; ଏକ ଅସହାୟର
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics Others

3 Minutes   7.7K    18


Content Ranking

ସବୁଆଡ଼େ ନଜର ପକାଇଲା ସେ । ସମସ୍ତଙ୍କ ମୁହଁରେ ହସ । ବସନ୍ତ ଋତୁର ଆଗମନ । ପରିପୂର୍ଣ୍ଣ ହୋଇଯିବେ ସେମାନେ, କେବଳ ମଝିରେ ତାକୁହିଁ ଛାଡ଼ି । କାହିଁ କେତେ ଦିନ ବସନ୍ତର ମୋହ ଛାଡ଼ିପାରୁନି ସେ । ହେଲେ ତାକୁଯେ ବସନ୍ତ ଆପଣାଉନି, ସେ ବୋଧେ ଜାଣିପାରୁନି । ତାର ଯୌବନର ମୋହ ଆଜିବି ମନରେ ଅଛି, ହେଲେ... ।

କାହାର ଡ଼ାକରେ ଆଖିଖୋଲିଲା ବୁଢ଼ା, ଥୁଣ୍ଟା ଶିମିଳି ଗଛ । ପାଖରେ ଥିବା ଚନ୍ଦନ ଗଛ ତାକୁ ଇସାରା କରି କଣ କହୁଛି, ହେଲେ ତାକୁ ଶୁଭୁନି । ଶୁଭିବା କମି ଗଲାଣି ବୟସର ତାଳେ ତାଳେ । ଯାହା ଇସାରାରୁ ଜାଣିଲା, କିଛି ବିପଦ ଆସୁଛି । ଦିନ ଥିଲା, ପ୍ରାକୃତିକ ଦୁର୍ବିପାକ କଥା ଜାଣିପାରୁଥିଲା, ଅନୁଭବ ବି କରି ପାରୁଥିଲା । ଦୁଇ ତିନି ଦିନ ଅଗରୁ ଭୁମିକମ୍ପ, ବାତ୍ୟାର ସୂଚନା ପାଇଯାଇ ପାଖ ପଡୋଶୀଙ୍କୁ ଜାଗ୍ରତ କରାଉଥିଲା । ହେଲେ ଆଜି ସେ ସ୍ଥାଣୁ ପ୍ରାୟ । କିଛି ବିପଦ ଆସିଲେ, ପାଖ ପଡ଼ୋଶୀଙ୍କ ଛୁଆମାନେ ତା ଅଣ୍ଟାରେ ହାତ ମାରି ଜଗାଇ ଦେଉଛନ୍ତି । କେତେ ସାହାସ ସେମାନଙ୍କର !!! ସଂସ୍କୃତି ପରମ୍ପରାକୁ ପୋଡ଼ି ଖାଇସାରିଲେଣି । ବଡ଼କୁ ସମ୍ମାନ, ଭକ୍ତି ତାଙ୍କ ପାଖରୁ ଉଭେଇ ଗଲାଣି ।

କାହିଁ ଆଜି ସେ ପ୍ରାକୃତିକ ବିପଦର ଆଭାସ କିଛି ପାଉନିତ । ମନେ ମନେ ଭାବିଲା, ମୋ ସାଙ୍ଗରେ ଚନ୍ଦନ ଗଛ ମଜା କରୁନି ତ ! ବୁଢ଼ା ହୋଇ ଗଲିଣି ବୋଲି ଅନୁଭବ ବି ଆସୁନି । ବୁଢ଼ା ଗଛ ଚନ୍ଦନ ଗଛକୁ ଆଖି ଖୋଲି ଇସାରା କଲା ।

-କଣ ହେଇଛି ।

ଆଖିରେ ଇସାରା କଲା ଚନ୍ଦନ ଗଛ ପୂର୍ବପଟକୁ । ଚାରିପାଞ୍ଚଜଣ ଲୋକ ବୋଧେ ଇଆଡ଼େ ଆସୁଛନ୍ତି । ଆଖିର ଦୃଷ୍ଟିଶକ୍ତି ବି ଖସି ଗଲାଣି । ଯାହା କିଛି ଝାପ୍ସା ଦେଖାଯାଉଛି । ସେତିକିରେ କାମ ଚଳିବା କଥା । ଶବ୍ଦ ଭଲକି ନ ଶୁଭିଲେ ବି ଶବ୍ଦ ତା ପାଖାପାଖି ଜାଣିପାରୁଛି । ଚନ୍ଦନ ଗଛକୁ ଅନାଇଲା । ସେ ଗୋଟାଏ ଆଖି ବନ୍ଦକରି ଅନ୍ୟ ଆଖିରେ ଧିରେ ଧିରେ ବୁଢ଼ା ଶିମିଳି ଗଛ ଶିମିଳି ଗଛ ପଛକୁ ବାରମ୍ବାର ଅନୋଉଛି । ବୁଢ଼ା ଥୁଣ୍ଟା ଗଛର ବେକ ବୁଲୁନି । ପଛରେ କଣ ହେଉଛି ଜାଣିବାର ଉପାୟ ବି ନାହିଁ । ସେମାନଙ୍କ ଭାଷା ବୁଝି ହେଉନାହିଁ । କିଛି ସମୟର କଥାବାର୍ତ୍ତା ପରେ, ଜଣେ କିଏ ତା ଉପରେ ଚଢ଼ିବା ପରି ଅନୁଭବ କଲା କେତେ ଏମିତି ଆସିଛନ୍ତି, ତା ଦେହରୁ କେତେ ଡ଼ାଳ ନେଇଛନ୍ତି, ନିଅନ୍ତୁ ଧିରେ ଧିରେ ଆଖି ବନ୍ଦ ହେଉଥାଏ । ଗୋଟାଏ ପରେ ଗୋଟାଏ ଡ଼ାଳ କାଟି ଚାଲିଲା କାଠୁରିଆ । ବୁଢ଼ା ଥୁଣ୍ଟା ଶିମିଳି ଗଛ ଆଶ୍ଚର୍ଯ୍ୟ ହେଉଥାଏ । ଏ କଣ ଓହ୍ଲାଇବା ନା ଧରୁନି । ଗୋଟାଏ ପରେ ଗୋଟାଏ ତାର ଅଙ୍ଗ କାଟି ଚାଲିଛି । ତାକୁ ରୋକିବାକୁ ଯାଇ ହଲିବାକୁ ଚେଷ୍ଟା କଲା ହେଲେ ପାରୁନି । ତାର ଯେମିତି ସବୁ ଅଙ୍ଗ ଅଚଳ । ତାକୁ ତଳେ ପକାଇବାକୁ ଇଛା ହେଉଥାଏ, ମାତ୍ର ପାରୁନଥଏ । ମନେ ମନେ ଭାବିଲା ଥୁଣ୍ଟା ଗଛ ।

-“ସେ ଯେଉଁ ହାରରେ କାଟିଚାଲିଛି, ଆଜି ମତେ ଶେଷ କରିଦେବ । ହେ ଭଗବାନ!!! କି ନିଷ୍ଠୁର ଏ ମଣିଷଟା । କି ସ୍ୱାର୍ଥକର । ଗୋଟାଏ ଅସହାୟକୁ ବି ସହାୟ ହେଉନି ।”

ଧିରେ ଧିରେ ଉପରୁ ତଳକୁ କାଟି ଚାଲିଲା ସେ କାଠୁରୀଆ । ଥୁଣ୍ଟା ବୁଢ଼ା ଶିମିଳି ଗଛର ବଳ ଯେପରି ହ୍ରାସ ପାଉଥାଏ, ଚିକ୍ରାର କରି କରି । ସ୍ଥାଣୁ ପାଲଟି ଯାଇଥାଏ ତାର ପ୍ରତ୍ୟକ ଅଙ୍ଗପ୍ରତ୍ୟଙ୍ଗ । ଅସହ୍ୟ ଯନ୍ତ୍ରଣାରେ ମର୍ମାହତ ହେଉଥାଏ ତାର ଦେହ ଆଉ ମନ । ଗଣ ଦୁର୍ଷ୍କମର ଶିକାର ହେଉଥିବା ଝିଅର ସମସ୍ତ ଆକୁଳ ଚିକ୍ରାର, ଯନ୍ତ୍ରଣାକୁ ଅଣ ଦେଖାକରି କାମୁକ ରାକ୍ଷାସମାନେ ଯେମିତି ତା ଉପରେ କୁଦି ପଡ଼ନ୍ତି, ଛିନ୍ନଭିନ୍ନ କରିଦିଅନ୍ତି ତାର ଇଜ୍ଜତକୁ, ତାର କୋମଳ ଶରୀରକୁ, କେହିବି ତାର ମନ ଆଉ ଆକୁଳ ବିନତୀର ଶବ୍ଦକୁ ବୁଝିବାକୁ ଚେଷ୍ଠା କରନ୍ତିନି, ସେମିତି ଆଜି ବୁଢ଼ା ଥୁଣ୍ଟାଗଛର ଅବସ୍ଥା । ଧିରେ ଧିରେ ତାର ଦେହ ଉପରେ କରତ ଚାଲିଛି । ଶେଷ ଜୀବନ ପର୍ଯ୍ୟନ୍ତ ସମାଜ ସେବା କରିବା ପାଇଁ ପଣ କରିଥିବା ବୁଢ଼ା ଶିମିଳିଗଛ ଏମିତିକା ଶେଷ ସମୟକୁ ଭେଟିବ ବୋଲି ଚିନ୍ତା କରି ନଥିଲା । ମଣିଷ ପରି ଶ୍ରେଷ୍ଠ ବୁଧିଆ ଜୀବ ତା ପରି କାଳ ହେବ ବୋଲି କେବେ ଭାବି ପାରି ନଥିଲା ।

ବିଶ୍ୱାସଘାତକ ସେ !!!! ଯାହାପାଇଁ ଜୀବନ ସାରା ସେବା ଜୋଗାଇ ଆସିଲା, ସେ ତା ପାଇଁ ବଇରୀ ସାଜିଛି । ସେଥିପାଇଁ ସମୟ ପୂର୍ବରୁ ଇହଧାମ ତ୍ୟାଗ କରିଥିବା ତାର ବାପା କହିଥିଲେ, - ଦୁନିଆର ସବୁଠାରୁ ଅବିଶ୍ୱସ୍ତ ପ୍ରାଣୀ ହେଉଛି ମଣିଷ ତାର ସ୍ୱାର୍ଥ ପାଇଁ, ସେ ଜୀବନ ନେଇ ପାରେ ତାର, ଯିଏ ତାକୁ ଭାବେ ବିଶ୍ୱସ୍ତ ଓ ଅତି ଆପଣାର ।

ଓଃ!!!! ବୁଢ଼ା ଶିମିଳିଗଛ ଅନୁଭବ କରିପାରୁଛି ତା ଶେଷ ଶୀରା କଟାଯାଉଛି । ସେ ଟଳମଳ ହେଉଛି ଶେଷ ଅବସ୍ଥାରେ । କେଉଁ ପଟେ ଲୋଟି ପଡ଼ିବ ସେ ଜାଣି ପାରୁନି । କଡ଼ମଡ଼ ଶବ୍ଦରେ ତାର ଶେଷ ଜୀବନ ତ୍ୟାଗ କଲାବେଳେ ସେ ଭାବୁଛତ, “ମତେ ପଛେ ମାରି ଦିଅ ହେଲେ ପାଖରେ ଥିବା ଯେଉଁମାନେ ଜୀବନର ପୂର୍ଣ୍ଣତା ଦେଖି ନାହାନ୍ତି, ସେମାନଙ୍କର କିଛି କ୍ଷତି ନକର ।”

ସ୍ମିତହାସ୍ୟ ଦେଉଛି ବୁଢ଼ା ଥୁଣ୍ଟା ଶିମିଳିଗଛ । ଡ଼ରରେ ଆଖି ବନ୍ଦ କରିଥିବା ଚନ୍ଦନଗଛ ଆଡ଼କୁ ଢ଼ଳିଲା ବେଳେ ମନେ ମନେ ଠାକୁରଙ୍କୁ ସ୍ମରଣ କରୁଛି

-“ହେ ଭଗବାନ!!! ଏମାନଙ୍କୁ ସଦ୍ବୁଦ୍ଧି ଦିଅ । ସତ୍ପଥରେ ଆଗେଇ ନିଅ.....”

ବସନ୍ତ ଚନ୍ଦନ ଗଛ ଶିମିଳି ଗଛ

Rate the content


Originality
Flow
Language
Cover design

Comments

Post

Some text some message..