ଜରି ଗୋଟଉଥିବା ଝିଅଟି
ଜରି ଗୋଟଉଥିବା ଝିଅଟି
ସେହିସେ ଝିଅଟି ,ଅସ୍ଥିକକକାଂଳ ସାରାଦେହ,ଶୁଖିଲାମୁହଁ, ମୁହଁଭିତରେ ନୀଳନୀଳଆଖି ଦୁଇଟି,ଯେଉଁ ଆଖିଦୁଇଟିରୁ ବେଶ୍ ପଢିହେଉଥାଏ ତା ଅସହାୟ ଜୀବନର କାହାଣୀ,ତଥାପି ଭାରି ଗଭୀର ସେ ଆଖି ଦୁଇଟି,ଦୁଃଖକୁମାଡି ଆଗକୁମାଡିଯିବାର ସାହସ ସେ ଆଖିଦୁଇଟିରେ,ବିମୋହିତ ହେଉଥାଏ ମୁଁ,କୁନିଝିଅଟିଏ ,ବୟସ ଦଶ ଅଥବା ବାର ବରଷ ଭିତରେ ହେବ,ଛୋଟ ଛୋଟହାତଟିରେ ଜରି,ପଲିଥିନ,ରବର ,ଟିଣ ଗୋଟେଇ କାଦ୍ଧରେଥିବା ଅଖାମୁଣା ଭିତରେ ପୂରେଉଥାଏ,ସପ୍ତାହରେ ପ୍ରାୟ ତିନିଚାରିଥର ଝିଅଟି ସେହି ପଡିଆକୁ ଆସିଥାଏ,,ଝରକାବାଟଦେଈ ମୁଁ ଝିଅଟିକୁ ଚାହିଁରହିଥାଏ,ଅନେକଥର ଇଛାହେଇଛି ଝିଅଟିକୁପାଖକୁଡାକି ମନଖୋଲି ତାସାଗଂରେ କଥାହେବାକୁ,କିଂତୁ ପାରେନି କେବେ,ଦ୍ରୂତଗତିରେ ଝିଅଟି ଚାଲିଯାଇଥାଏ,ତାକୁ ଧରିପାରେନି ଯେମିତି ମୁଁ ,ତା ଦେହରେ ସବୁବେଳେ ଗୋଟେ ଚିରା କୋତରା,ମଇଳା ଗୋଲାପି ରଗଂର ଜାମାଟିଏ ଲାଗିରହିଥିଏ,କେଉଁଦିନରୁ ସେଇଟା ସଫା ହେଇନି ଯେମିତି,ହେବା ଦରକାର ପଡିନି, ତେବେ ଝିଅଟିକୁ ଦେଖିଲେ କାହିଁକି କେଜାଣି ମନରେ ଭାରି ମାୟାଜାଗେ l
ମୋର ଦୁଇ ଦୁଇଟା ଝିଅକଂର ବିବାହ ସରିଛି ,ବିଦେଶରେ ସେମାନଙ୍କର ରହଣି,ନିଜନିଜ ଗବେଷଣା,ନେଇ ସେମାନେରତ,ଛୁଆପିଲାଙ୍କୁ ବଢେଉବା,ବଡକରିବା ସମୟର ଅପଚୟ ସେମାନକଂର ମତରେ.ସେଥିପାଇଁବୋଧେ ଏହି ବୟସର ପିଲାମାନକୁଂ ଦେଖିଲେ ମନଟା ଉଦାସରେ ଭରିଯାଏ.ସେଦିନ ରବିବାର ଥାଏ.ବାହାରେ ପ୍ରବଳ ଖରା.ଅପଲକ ନୟନରେ ଚାହୀଁ ରହିଥିଲି ମୁଁ ବାହରକୁ.,ଆଜି ପୁଣି ସେ ଝିଅଟି ଆସିଲା ଆଉ କ୍ଷୀପ୍ର ବେଗରେ ଗୋଟେଇ ଚାଲିଲା ଜରି,ଭଗାଂଟିଣ ରବର ଖଣ୍ତ ସବୁ.ହଠାତ୍ କଣହେଲା କେଜାଣି,ଝିଅଟି ମୋ ଆଡକୁ ଥରେ ଚାହିଁଁଲା,ତା ଆଖି ସାଗେଂ ମୋ ଆଖି ମିଶିଗଲା.ହାତଠାରି ଝିଅଟିକୁ ପାଖକୁ ଡାକିଲି.କିନ୍ତୁ ମୋ ଡାକକୁ ଭ୍ରୂକ୍ଷେପନକରି ସେ ତା ନିଜକାମରେ ଲାଗିଥିଏ.ଏମିତିରେ କେତେ ସମୟ କଟିଗଲା l
ହଠାତ୍ ମୋର ଅନ୍ୟମନ୍ନସ୍ଶତା କୁ ଭାଙ୍ଗି ଦେଇ ଝିଅଟି ମତେମାଗୁଛି,ମା ଟିକେ ପାଣି ଦେଇପାରିବେ?ଖୁସିରେ ଆମ୍ଢହରା ହୋଇଉଠିଲି ମୁଁ.ଭିତରକୁଯାଇ ସାଗେଂସାଗେଂ ପାଣିବୋତଲ ନେଈ ଆସିଲି.ସେମିତି ସ୍ଥିର ଭାବେଚିହିଁରହି ଝିଅଟି ମତେ କହିଲା,ମୋହାତରେ ଟିକିଏ ପାଣି ଢାଳିଦିଅ ମା,ମୁଁ ପିଇନେବି,ସେୟାହିଁ କଲି.ଝିଅଟିର କଥା କହିବାର ନମ୍ରତାଭାବ ମତେ ଆହୁରି ଅଭିଭୂତ କଲା.ଝିଅଟି ପାଣିପିଇସାରି ଚାଲିଯିବାକୁବସିଥିଲା.ମୁଁ ତାକୁ ପାଖକୁ ଡାକି କହିଲି,ଟିକେ ଶୁଣିବ ଝିଅ !ଝିଅଟି ମତେ ଚାହିଁଲା,କିଛି କହିବ ମା?,ମୁଁ ତାକୁ ପଚାରି ବସିଲି,ଆଛା ଝିଅ ମୁଁ ତତେ କିଛି ଖାଇବାକୁଦେଲେ ଖାଇବୁତ !ଝିଅଟିର ନମ୍ର ସ୍ବର, ଏମିତିରେ ଭୋକହେଲେ ଆମେ ପାଣି ପିଇଦେଉ ମା,ଭୋକ ଶୋଷ ଦୁଇଟିଯାକ କାମଚଳିଯାଏ,ଥାଉ ମା .ଝିଅଟି ଚାଲିଯିବାକୁ ବସିଥିଲା, କେମିତି ଏକ ଅଜଣା ଆକର୍ଷଣରେ ତା ହାତଟିକୁ ଧରିନେଲି,ଆଛା ନ ଖାଇଲୁନାହିଁ,ତୋର ଏ ଫ୍ରକଟି କାଢିଦେ,ମଇଳା ହୋଇଯାଇଛି ,ବଜାରରୁ ତୋ ପାଇଁ ଦୁଇଟି ଫ୍ରକ ଆଣିଦେଇଛି ନେବୁ.ଝିଅଟିର ହାତକୁ ବଢେଇଦେଲି ,ଭାବୁଥିଲି ଝିଅଟି ଖୁବ୍ ଖୁସିହେଇଯିବ,କିଂତୁ ତା ମୁହଁରେ ଖୁସିର ଆଭାସ ନଥିଲା. ଦୁଇଟି ଫ୍ରକରୁ ଗୋଟିଏ ବାଛିଲା ସେ.ଅନ୍ୟଟିକୁ ଫେରେଇ ଦେଲାସେ .ମୁଁ କହିଦେଲି, କାହିଁକି ଝିଅ ଫେରେଇ ଦେଉଛ କାହିଁକି?କେତେ ଖୁସିରରେ ମୁଁ ଦୁଇଟାଫ୍ରକ ଆଣିଥିଲି. ଝିଅଟି କହୁଛି ,ମୋର ଦୁଇଟା କଣହେବ ମା,ଘର କୁ ଗଲେ ଗାମୁଛା ବଦଳେଇ ଦିଏ,ବାହରକୁ ଆସିଲେ ମୋ ବୋଉ ଜାମାପିଦ୍ଧିବାକୁ କହେ.ତେଣୁ ମୋର ଗୋଟିକରେ ହିଁ କାମ ଚଳିଯିବ.ଝିଅଟିର କଥା ଯେମିତି ବିରାଟ ଧକା ଦେଲାମତେ .ଛୋଟଝିଅଟି ନିଜେ ଯାଣେନାହିଁ ତା ଲମ୍ବା ଜୀବନ ପାଇଁ କେତେ କଣ ଜିନିଷର ଦରକାର ରହିଛି .କିନ୍ତୁ ଲୋଭ ହିଁ ନାହିଁ.ମୋଆଡକୁ ଦୁଇ ହାତ ଯୋଡି ଝିଅଟି କହୁଛି,ଯାଣିଛ ମା,ମୋ ବୋଉ କଣ କହେ,ଆମେ ଗରୀବ ସତ ହେଲେ ବଡଲୋକକଂର ଜିନିଷକୁ ଲୋଭ କରିବୁନାହିଁ,ଭଗବାନ ଯେବେ ଗରିବକରି ଜନମ ଦେଇଛନ୍ତି,କେହିନା କେହି ଦେବେ ମା.ଝିଅଟି ବଡବଡ ପାଦପକେଇ ଫେରିଯାଉଛି.ଥକାହୋଇ ବସିଗଲି ମୁଁ,ଚାରିଚାରିଟା ଆଲମାରି ,ଟ୍ରକଂ ,ଥାକ ସବୁଥୁରେ ଲୁଗାଭରିଥାଉଥାଉ ମନରୁ ଲୋଭମରେନି.ଆବଶ୍ୟକତାଠାରୁ କେତେ ବେଶୀ ଜିନିଷ ଘରେ ଭରପୂର ହୋଇରହିଥାଏ,ତଥାପି କେତେ ଲୋଭ କରୁ ଆମେ.
ବହୁତକିଛି ଶିଖେଇ ଦେଇଗଲା ଝିଅଟି.ମୋ ପାଟିରୁ ଅନାୟସରେ ବାହାରିଗଲା,ଭଗବାନ ସମସ୍ତଙ୍କ ପାଇଁ ଥାନ୍ତୁରେ ଝିଅ...
©dr_sunanda_pattnayak