Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational

4.0  

Rasmi Rekha Tripathy

Inspirational

ଧୂପକାଠି

ଧୂପକାଠି

2 mins
625



       ମୋ ଭିତରେ ଅନ୍ଧବିଶ୍ୱାସର ମାତ୍ରାଟା ଟିକେ ପ୍ରବଳ l କିଛି ଗୋଟାଏ ଏପଟ ସେପଟ ହୋଇଗଲେ ମୋତେ ବହୁତ ଭୟ ଲାଗେ l କାଳେ କିଛି ଗୋଟିଏ ଅଘଟଣ ଘଟିଯିବ, ଏହି ଚିନ୍ତାରେ ଅସ୍ଥିର ହୋଇ ଉଠେ ମୁଁ l ଯେତେ ସବୁ ବାଜେ ଚିନ୍ତା ମନରେ ପଶେ l

       ସେ ଦିନ ସନ୍ଧ୍ୟା ବେଳେ ଦେଖେ ତ ସକାଳେ ଠାକୁରଙ୍କ ପାଖରେ ଦେଇଥିବା ଧୂପକାଠିରୁ ଗୋଟିଏ ଅଧାଜଳା ହୋଇ ରହିଛି l ବିରକ୍ତି ଓ ଭୟରେ ଭାରାକ୍ରାନ୍ତ ହୋଇଗଲା ମନ l ପୁଣି କ’ଣ ଅସୁବିଧା ହେବ କେଜାଣି ? କାହିଁକି ଏ ଧୂପକାଠି କମ୍ପାନୀ ସବୁ ଏମିତି କରନ୍ତି ? ଗୋଟିଏ ଧୂପକାଠି ପ୍ୟାକେଟରେ ଯେମିତି ହେଲେ 10/12 ଟି ଖଣ୍ଡିଆ ଧୂପକାଠି ଥିବ l ଯେତେ ସତର୍କ ହେଲେ ବି କେମିତି ଗୋଟିଏ ଧୂପକାଠି ଖଣ୍ଡିଆ ରହିଯାଏ ଓ ଅଧାଜଳା ଧୂପକାଠିକୁ ଦେଖି ଭୟରେ ଅସ୍ଥିର ହୁଏ ମୁଁ l ପ୍ରତି ମାସ ପ୍ରାୟ 10/15ଟି ଏହି ଭଳି ଖଣ୍ଡିଆ ଧୂପକାଠି ବାହାର କରି ରଖେ ମୁଁ ଓ ମାସ ଶେଷରେ ତା’କୁ ନଇ କିମ୍ବା ବନ୍ଧରେ ନେଇ ଫୋପାଡେ l

       ସକାଳୁ ଉଠି ଦେଖେ ତ ମୁଁ ଅଲଗା କରି ରଖିଥିବା ଖଣ୍ଡିଆ ଧୂପକାଠି ସବୁକୁ ଏକାଠି କରି ବୋଉ ଚଉରା ମୂଳେ ବସେଇଛି l ମୁଁ କିଛି କହିବା ପୂର୍ବରୁ ବୋଉ ମୋତେ ଇଶାରାରେ ଚୁପ୍ କରେଇଦେଲା ଓ ଅପେକ୍ଷା କରିବାକୁ କହିଲା l ବୋଉର ଉଦ୍ଦେଶ୍ୟ କ’ଣ ମୁଁ ବୁଝି ପାରୁ ନ ଥିଲି l

       କିଛି ସମୟ ପରେ ବୋଉ ମୋତେ ଡାକିନେଲା ଚଉରା ମୂଳକୁ l ଆଶ୍ଚର୍ଯ୍ୟ କଥା l ସବୁତକ ଖଣ୍ଡିଆ ଧୂପକାଠି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛନ୍ତି ଓ ଅବଶିଷ୍ଟ କାଠିଟି ମାନ ରହିଛି l

ବୋଉ କହୁଥିଲା କେହି ବି ସମ୍ପୂର୍ଣ୍ଣ ନୁହନ୍ତି l କିନ୍ତୁ ଯେତେବେଳେ କିଛିଟା ଅସମ୍ପୂର୍ଣ୍ଣଙ୍କୁ ଏକାଠି କରି ଦିଆ ଯାଏ, ସେମାନେ ପରସ୍ପରକୁ ସାହାଯ୍ୟ କରନ୍ତି ସମ୍ପୂର୍ଣ୍ଣ ହେବା ପାଇଁ l ବୋଉର କଥା ମୋ ମନରେ ପ୍ରତ୍ୟୟ ସୃଷ୍ଟି କରୁଥିଲା l



Rate this content
Log in

Similar oriya story from Inspirational