Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kisho Raj

Tragedy

2  

Kisho Raj

Tragedy

ହିରୋଇନ୍

ହିରୋଇନ୍

5 mins
490


ରାତି 11ଟା ପାଖାପାଖି ହେବ। ଦନାରି କାମ ସାରି ଫ୍ୟାକ୍ଟ୍ରି ରୁ ଫେରୁ ଥାଏ। ଅଣ

ଓସାରିଆ ନାଲି ମାଟି ରାସ୍ତା ଟିଏ ରେଲାଧାରଣା କଡେ କଡେ ଲମ୍ୱି ଯାଇଛି ବସ୍ତି ମୁଣ୍ଡ ଆଡ଼କୁ। ଶୁନ୍ ଶାନ୍ ଗଳି ରେ କେବଳ ଶୁଭୁଥିଲା ତାର ଭଙ୍ଗା ସାଇକେଲ ମଡ ଗାର୍ଡ ର ଖଡ୍ ଖଡ଼ ଶବ୍ଦ। କିଛି ଦୂରରେ ଥିବା ଆମ୍ବ ଗଛର ଛାଇ ଅସ୍ପଷ୍ଟ ଦିଶୁଥିଲା ଶ୍ଟ୍ରି ଟ୍ ଲାଇଟ୍ ର ଫିକା ଆଲୁଅରେ। ଲମ୍ବା ହର୍ଣ୍ଣ ଦେଇ ଆଗପଟୁ ମାଡ଼ି ଆସୁଥାଏ କଳା ମଚ ମଚ ଲୌହ ଦାନବ ସଦୃଶ ମାଲ୍ ଗାଡ଼ି ଟିଏ। କେବେ ଏତେ ଲମ୍ବା ହର୍ଣ୍ଣ ଦେବାର ଶୁଣି ନଥିଲା ସେ ଗତ ଦୁଇ ବର୍ଷ ଭିତରେ।

ହଠାତ୍ ରେଲାଧରଣା ମଝିରେ ଅସ୍ପଷ୍ଟ ଚିତ୍ରଟିଏ ଦେଖିଲା ଦନାରି। ଚିତ୍କାର ଛାଡ଼ିଲା। ସେ ସାଇକେଲ ରୁ ଅଂସଯତ୍ ହୋଇ ତଳେ ପଡ଼ିଗଲା। ପଡି ଉଠି ଦୌଡିଲା। ସବୁ କିଛି ନିସ୍ତବ୍ଧ ହେଇ ଗଲା। ମାଲ୍ ଗାଡ଼ି ଟି ଚାଲି ଗଲା ପରେ ସାହସ ଜୁଟେଇ ଯାଇ ଦେଖେ ତ ଖଣ୍ଡ ବିଖଣ୍ଡିତ ତରୁଣୀ ର ରକ୍ତାକ୍ତ ଶରୀର ଟିଏ। ଝାପସା ଆଲୁଅରେ ସେ ଦେଖୁଥିଲା ସେହି ହୃଦୟ ବିଦାରକ ଦୃଶ୍ୟ ଟିକୁ। କଲେଜ୍ ପଢୁଆ ଝିଅଟିଏ ବୋଧେ। ପିନ୍ଧା ପୋଷାକ ରୁ ଲାଗୁଥିଲା ଥିଲା ବାଲା ଘରର ଝିଅଟିଏ ପରି।ଆଉ କିଛି ଭାବିବା ପୂର୍ବରୁ ଶିଶୁଟିଏ କାନ୍ଦିବାର ସ୍ଵରରେ ଚମକି ପଡ଼ିଲା ଦନାରି। ବୁଲି ପଡି ସିଗ୍ନାଲ ଖୁଣ୍ଟି ମୂଳେ ଦେଖିଲା ରକ୍ତାକ୍ତ ଟୱେଲ୍ ର ଖୋଷା ଭିତରେ ସଦ୍ୟଜାତ ଶିଶୁ କନ୍ୟାଟିଏ। କୋଳେଇ ନେଇ ଛାତିରେ ଜାବୁଡ଼ି ଧରିଲା ଦନାରି। ଅନ୍ଧାରର ଦିଗ୍ ବଳୟ ଯାଏଁ କେହି ଦେଖା ଯାଉ ନଥିଲେ। ଦନାରି ବୁଝି ପାରୁଥିଲା ସେହି ଅବାଞ୍ଛିତ ଶିଶୁ ଟିର ଜନ୍ମର ତୃତୀୟ ବିଶ୍ଵଯୁଦ୍ଧ ର ପରିଣତି କୁ। ଶୁନଶାନ୍ ଚତୁର୍ଦ୍ଦିଗ ର ତାଳ ଦେଇ କ୍ରନ୍ଦନରତ ଅବାଧ ଶିଶୁଟି ଶାନ୍ତ ହେଇ ଯାଇଥିଲା ନା ଅବିବାହିତ, କଳଙ୍କିନୀ, ମମତା ଶୂନ୍ୟ ମାଆ ବଦଳରେ ଦନାରି ର ଆତ୍ମୀୟତା ରେ ବିଭୋର ହୋଇ ଶାନ୍ତିରେ ନିଃଶ୍ୱାସ ଛାଡୁଥିଲା ?” ଦନାରି ଆଖିରୁ ଦୁଇ ଟୋପା ପାଣି ଝରି ପଡ଼ିଲା।

ପିତାର ସଂଜ୍ଞା ଜାଣି ନ ଥିବା ଦନାରି ହୃଦୟରେ ପିତୃତ୍ଵ ଲାଭ, କାଣିଚାଏ ତୈଳର ଦୀପରେ ଧପ୍ ଧପ୍ ହେଇ ଜଳୁଥିବା ଶିଖା ଭଳି ଥରି ଉଠିଲା।

କଣ କରିବ କିଛି ଭାବି ପାରୁ ନଥିଲା ଦନାରି। ପୋଲିସ୍ ରେ ଖବର ଦବ ନା ପିଲା ଟିକୁ ସେଠି ଛାଡ଼ି ଚାଲିଯିବ ଅବିବେକୀ ହେଇ। ଶ୍ୱାନ୍ କି ଶୃଗାଳ ମୁହଁରେ ଛାଡ଼ି ଦେଇ ଯିବାକୁ ଦେହ ସହିଲା ନି ତାର। ଝିଅ ଟିକୁ ନୂଆ ଭବିଷ୍ୟତ ଟିଏ ଦେବା ପାଇଁ ନିଷ୍ପତ୍ତି ନେଲା।

ଶିଶୁଟିକୁ ନେଇ ସହର ଛାଡ଼ି ଦେଲା ଦନାରି ଏବଂ ଝିଅ ଟିକୁ ଅତି ଗେହ୍ଲାରେ ବଢ଼େଇଲା। ଯେବେ ବି ଝିଅ ଟିର ଲାଳନ ପାଳନ ରେ କିଛି ତୃଟି ରହେ, ତାର ମାଆ ର କରୁଣ ଦୃଷ୍ୟଟି ଦନାରି ର ଆଖି ଆଗରେ ନାଚି ଉଠେ। ଚମକି ପଡ଼େ ସେ।

ସମୟ କ୍ରମେ ଝିଅଟି ବଡ଼ ହୁଏ ଓ ଦନାରି ର ଆର୍ଥିକ ସ୍ଵଚ୍ଛଳତା ଆସେ। ଦନାରି ବର୍ତ୍ତମାନ ସେହି ସୋସାଇଟି ରେ ଏକ ସମ୍ମାନୀୟ ବ୍ୟକ୍ତି ହିସାବରେ ଗଣା ହୁଅନ୍ତି, ଦନାର୍ଦ୍ଦନ ବାବୁ। ଝିଅଟି ଖୁବ୍ ସୁନ୍ଦର, ତା ମାଆ ର ଚେହେରା ଆଣି ଥିଲା। ଦନାର୍ଦ୍ଦନ ବାବୁ ତାକୁ ଏକ ରାଜକୁମାରୀ ଭଳି ପାଳିଛନ୍ତି। ତାର କୌଣସି ଇଚ୍ଛାରେ ବାଧକ ସାଜି ନାହାନ୍ତି କି କୋଉଥିରେ ଊଣା କରି ନାହାନ୍ତି। କ୍ରମେ ଝିଅଟି ଆଧୁନିକ ସହରୀ ପରିବେଶରେ ବଢ଼େ। ଇଂଲିଶ ମିଡିୟମ୍ ସ୍କୁଲ ରେ ପାଠ ପଢେ। ଏବଂ ସ୍ବପ୍ନ ଦେଖେ ବଡ଼ ହେଇ ହେରୋଇନ୍ ଟିଏ ହେବା ପାଇଁ।

ଝିଅଟି ସ୍କୁଲ ଜୀବନରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ନିଜକୁ ହିରୋଇନ୍ ଟିଏ ବୋଲି ଭାବି ନେଇଛି।

ମାଆ ଛେଉଣ୍ଡ ଝିଅଟି ପାଳିତ ବାପର ସ୍ନେହରେ ବଢ଼ିଛି। ପ୍ରତିଟି ମୁହୂର୍ତ୍ତରେ ବାପାଙ୍କର ଯଥେଷ୍ଟ ଭୂମିକା ରହିଛି ତାର ଜୀବନରେ। ଦନାର୍ଦ୍ଦନ ବାବୁ ମଧ୍ୟ ଝିଅକୁ ପୂର୍ଣ୍ଣ ସ୍ଵାଧୀନତା ଦେଇଛନ୍ତି। କିନ୍ତୁ ଝିଅଟି ତାର ସଦ୍ ବ୍ୟବହାର କରି ପାରିନି।

ଜୀବନରେ ହିରୋଇନ୍ ଟିଏ ହେବାର ସ୍ବପ୍ନ ଦେଖୁଥିବା ଝିଅ ଟି ପଵ୍, ଲେଟ୍ ନାଇଟି ପାର୍ଟି ଓ ନୃତ୍ୟରେ ମାତି ମଦ୍ୟ ପାନ କରୁଛି। ସମୟ କ୍ରମେ ବୟ ଫ୍ରେଣ୍ଡ୍ ମଧ୍ୟ ବନାଉଛି।

“ବାପର ସ୍ଵାଧୀନତା ମିଳିଛି ବୋଲି କଣ ସେ ଉଦ୍ଧତ ପାଣିଆ ରେ ମତୁଆଲା ହୋଇ ଡ୍ରିଙ୍କସ୍ କରିବା?”

ଗୋଟିଏ ରାତିର ଘଟଣା। ଝିଅ ଟିର ଘରକୁ ଫେରିବାରେ ବିଳମ୍ବ ହେଲା। ଦନାର୍ଦ୍ଦନ ବାବୁ ବ୍ୟସ୍ତ ହେଇ ଫୋନ୍ କରି ବିଫଳ ହେଲେ। ମନରେ ଡର। ଏ ଲଜ୍ଜିତ ସମାଜର ଅତ୍ୟାଚାର ର ଭୟ ମନକୁ ଆନ୍ଦୋଳିତ କରିଲା ତାଙ୍କୁ।

ହଠାତ୍ ଝିଅଟିର ଆଗମନରେ ଆଶ୍ବସ୍ତ ହେଲେ ଦନାର୍ଦ୍ଦନ ବାବୁ। କିନ୍ତୁ ଝିଅ ଡ୍ରିଙ୍କସ୍ କରିଥିବା ଜାଣି, ରାଗରେ ଦିି’ ପଦ କିଛି କହିଦେଲେ।

ଏପରି ଯୁବସୁଲଭ ମତୁଆଲା ରେ ମାସଗୁଲ୍ ଗେହ୍ଲେଇ ଝିଅକୁ ପ୍ରଥମ କରି ଗାଳି ଦେଇଥିଲେ ସେ। ଡ୍ରିଙ୍କସ୍ ର ପ୍ରଭାବରେ ଆସି ଝିିଅ ଟି ବାପା ପ୍ରତି ମଧ୍ୟ ଉଦ୍ଧତ୍ ର ସୀମା ଲଂଘିବାକୁ ପଛେଇଲାନି। ଦନାର୍ଦ୍ଦନ୍ ବାବୁ ଙ୍କୁ ଧକ୍କା ମାରି ଘରୁ ଚାଲିଗଲା।

ଜନାର୍ଦ୍ଦନ ବାବୁ ଅଟକାଇବାକୁ ଚେଷ୍ଟା କରି ମଧ୍ୟ ଉଦ୍ଧତ୍ତ ଝିଅକୁ ରୋକି ପାରିଲେ ନା ହିଁ ଏବଂ ଝିଅକୁ ପାଲିବାର ତୃଟି କୁ ବଖାଣି ନିଜକୁ ନିନ୍ଦି ଚାଲିଥିଲେ ଦାନାର୍ଦ୍ଦନ୍ ବାବୁ।

ଏଣେ ଝିଅ ଅନ୍ଧାର ରାତିରେ, ଶୁନଶାନ୍ ରାସ୍ତାରେ ଚାଲି ଚାଲି ଯାଉଥାଏ। ଛାନିଆ ଲାଗୁଥାଏ ତାକୁ। କିନ୍ତୁ ଘରକୁ ଫେରିବାକୁ ଚାହୁଁ ନଥାଏ। ପୁରୁଷ ବଂଧୁ ର ଚାକଚକ୍ୟ କାର୍ ରେ ବସି ଚାଲି ଗଲା ନଭଶ୍ଚୁମ୍ଭୀ ଅଟ୍ଟାଳିକା ରେ ଥିବା ବିଳାସମୟ ଫ୍ଲାଟ୍ କୁ। ଝିଅଟି ଆତ୍ମବିଭୋର ହୋଇ ପଡ଼ିଲା। ଦୁହେଁ ପ୍ରଚୁର ଡ୍ରିଙ୍କସ୍ କଲେ। ଝିଅଟି ଅଧିକ emotional ହେଇ ଜୀବନର ଲକ୍ଷ୍ୟ ବିଷୟରେ ବଖାାଣି ଦେଲା।

ସକାଳ ପାହିଲା।

ଫୋନ୍ ର ଘଣ୍ଟିରେ ଝିଅଟିର ନିଦ ଭାଙ୍ଗିଗଲା। ଅଳସ ଟିଏ ଭାଙ୍ଗି ଫୋନ୍ ଟି ରିସିଭ୍ କଲା।

Hello…. Sweety!

Hey… Simmy! Congratulations!!

Hey, What happened?

You’ve become a heroin yaar….

What rubbish…!

Come to college. We will hang out.

Okay! Sure! See you.

ଝିଅଟି କଲେଜ୍ ରେ ପହଞ୍ଚିଛି କି ନାହିଁ , ସାଙ୍ଗମାନେ ଘେରିଗଲେ ଅଟୋଗ୍ରାଫ୍ ପାଇଁ। ସେ କିଛି ବୁଝି ପାରୁ ନଥିଲା। ତାହା ସାଙ୍ଗ ମାନଙ୍କର ଥଟ୍ଟା ଥିଲା ନା କୌଣସି ଚମତ୍କାର।

ଦୋ ଦୋ ପାଞ୍ଚରେ ଘରକୁ ଫେରିଲା। ବାପା ରାତି ସାରା ଝିଅର ଅପେକ୍ଷାରେ ଉଜାଗର। କିନ୍ତୁ ରାଗ ତମତମ ହେଇ ସେ ଚାଲି ଗଲା ରୁମ୍ ଭିତରକୁ।

Summer Vacation ରେ କଲେେଜ ଛୁଟି ହେଇ ଗଲା। ଦୁଇ ମାସ ବିତି ଗଲା। ପୁନର୍ବାର ସାଙ୍ଗ ମାନଙ୍କୁ ଭେଟିବାକୁ ସେ ଗଲା କଲେଜ୍ ଛୁଟି ଖୋଲିବାର ପ୍ରଥମ ଦିନ ରେ। ବୟ ଫ୍ରେଣ୍ଡ୍ କୁ surprise ଦେବାକୁ ଚାହୁଁଥିଲା। କିନ୍ତୁ ଗାର୍ଲ୍ସ ୱାସରୁମ୍ ରେ ଯାହା ଦେଖିଲା ନିଜେ shock ହେଇ ଗଲା ଝିଅଟି। ତା ବୟ ଫ୍ରେଣ୍ଡ୍ ଅନ୍ୟ ଏକ ଝିଅ ସାଥିରେ ଅସଂଜତ୍ ଅବସ୍ଥାରେ ସମ୍ପୂର୍ଣ ଉଲଗ୍ନ!! ସତେ ଯେପରି ଝିଅଟିର ଆଖି ରେ ସୁନାମି ମାଡ଼ି ଆସିଲା। କଣ ଦେଖୁଛ ସେ?

ଆଉ କିଛି ଭାବିବା ପୂର୍ବରୁ ମେସେଜ ର ରୀଙ୍ଗଟନ୍ ରେ ମୋବାଇଲ ଟି ଖୋଲିଲା। ଭିଡିଓ ଟିଏ ଆସିଥିଲା ତା ପାଖକୁ। ଲେଖା ହେଇଥିଲା “#BrandNewKhalifa”

ପ୍ଲେ ବଟନ୍ ଟି ତିପିଦେଲା।

ଆଉ ଯାହା ଦେଖିଲା, ତା ପାଦ ତଳୁ ମାଟି ଖସିଗଲା। ସେ ଦିନ ରାତିରେ boyfriend ସହ ତାର ଫ୍ଲା ଟ୍ ରେ CCTV ରେ ସୁଟିଂ ହେଇଥିବା 7 ମିନିଟ୍ ର MMS clip ଟିଏ।

ନିଜକୁ ଅଧର୍ଯ୍ୟ ମଣୁ ଥିଲା ଝିଅଟି ଓ ତା ଆଖିରୁ ଲୋତକର ଧାର ବୋହି ପଡୁଥିଲା। ଭିଡ଼ିଓରେ ଯେବେ ତାର boyfriend, TOP ଟିକୁ ଉପରକୁ ଟେକି ଖୋଲୁଥିଲା, ମନେ ପଡ଼ୁଥିଲା ପିଲା ବେଳର କିଛି flash back. ତାର ବାପା ପିନ୍ଧାଇ ଦେଉଥିବା Sweater ଟିଏ।

Boyfriend Hair Ribbon ଖୋଲିବା ଦୃଶ୍ୟରେ, ବାପା ତାର ଚୁଟି ବାନ୍ଧି ଦେବାର ଦୃଶ୍ୟ। Make out ର moaning ଦୃଶ୍ୟରେ ବାପା ତାର ଔଷଧ ଲଗେଇ ଦେଉଥିଲେ ତାର କ୍ଷତ ରେ। Riding scene ରେ ଦୃଶ୍ୟ ହେଲା, ବାପା ଘୋଡ଼ା ବନି ଥିବା ଓ ଝିଅଟିର ସବାରି ହେବାର ଦୃଶ୍ୟ। ଚୁମ୍ବନ ଦୃଶ୍ୟରେ ବାପା ଖୁଆଇ ଦେଉଥିଲେ କୋନ୍ ଆଇସିକ୍ରିମ୍ ଟିଏ।

ଜର୍ଜରିତ କ୍ରନ୍ଦନର ଅର୍ଦ୍ଧ କମ୍ପିତ ସ୍ଵର ରେ ଝିଅ ଟି ଚିତ୍କାର କରି କହି ଚାଲିଥିଲା – ” You really made me a Heroin.”

ଦନାର୍ଦ୍ଦନ ବାବୁ ଙ୍କ ଫୋନ୍ ଟି ହଠାତ୍ ବାଜି ଉଠିଲା।

*************************************************

ଦନାର୍ଦ୍ଦନ ବାବୁ ପହଞ୍ଚି ଦେଖନ୍ତି ତ ରେଳ ଧାରଣା ରେ ଝିଅଟିର ଦୁଇ ଗଡ ରକ୍ତାକ୍ତ ଶରୀର ଟି। ପାଖରେ କେହି ଜଣ ଯୁବକ କଥା ହେଉଥିଲେ ଯେ ୟେ ତ ସେହି #BrandNewKhalifa MMS ର ହେରୋଇନ।

Autopsy ରୁ ଜଣା ପଡ଼ିଲା ଯେ ଝିଅଟି ଥିଲା 2 ମାସ ର ଅନ୍ତଃସତ୍ତ୍ୱା।

ଦନାର୍ଦ୍ଦନ ବାବୁ ଙ୍କୁ ଘଟଣା ଟି ସେହି କରୁଣ ଦୃଶ୍ୟ ର ଦ୍ଵିତୀୟ ଅଧ୍ୟାୟ ବୋଲି ଲାଗୁଥିଲା ଓ ଆଖିରୁ ତାଙ୍କର ଦୁଇ ଠୋପା ପାଣି ଝରି ପଡ଼ିଲା।


Rate this content
Log in

Similar oriya story from Tragedy