Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଡାଏରୀ ର କିଛି ପୃଷ୍ଠା........।।
ଡାଏରୀ ର କିଛି ପୃଷ୍ଠା........।।
★★★★★

© Snigdha Nayak

Inspirational

6 Minutes   4.3K    16


Content Ranking

-ଡିସେମ୍ବର-୭, ୨୦୧୮...।

ଡିସେମ୍ବର -୭ , ଏହି ଦିନଟିକୁ ମୁଁ କେବେ ଭୁଲି ପାରିବିନି ।ଯେତେ ଇମ୍ପୋଟେଣ୍ଡ କାମ ଥାଉନା କାହିଁକି ,ମୁଁ ଶୀଘ୍ର ଅଫିସ ରୁ ଫେରିଆସେ ଘରକୁ । ବାବାଙ୍କ ଜନ୍ମ ଦିନ ଆଉ ମୋ ଜୀବନ ର

ଏକ ନୂତନ ଦିଗାନ୍ତର ର ଦିନ ।କହିବାକୁଗଲେ ମୁଁ ଯଦି ମୋ ଜନ୍ମ

ଦିନ କହିଲେ ବି ,ଗୋଟେ ହିସାବରେ ଠିକ । ଡାଏରୀ ତ ମୁ ପ୍ରତିଦିନ ଲେଖେ ହେଲେ କାହିଁକି କେଜାଣି ଏହି ଦିନ ପ୍ରତିବର୍ଷ

ମୋ "ଡାଏରୀ ର ଏହି କିଛି ପୃଷ୍ଠା "କୁ ବାରମ୍ବାର ଓଲଟାଇ ଥାଏ ।

ପ୍ରତିଟି ପୃଷ୍ଠା ,ପ୍ରତି ଟି ଧାଡିରେ ଅନେକ ସ୍ମୃତି..., ଆଖି ଆଗରେ

ନାଚି ଉଠେ ବାଲ୍ୟ କାଳ, ବାବାଙ୍କ କୋଳ । ମନେ ପଡ଼ିଯାଏ

ବାରମ୍ବାର ସେହି ପିଲାବେଳ ଆଉ ସବୁଠୁ ବେଶି ମନେପଡ଼ନ୍ତି

ବାବା ।

ଠିକ ଆଜିର ଦିନ ....। ମୁଁ ଥିଲି ଅନାଥ ରେଲୱେ ଷ୍ଟେସନ ଥିଲା

ମୋ ଘର ।ମୋ'ଠୁ ଦି' ଗୁଣା ବୟସ ର କେତୋଟି ପିଲା ସେମାନେ

ଥିଲେ ମୋ ପରିବାର ।ଯୋଉ ପରିବାର ଠୁ ମୁଁ ବଦଗୁଣ ଛଡା

ଆଉ କିଛି ଶିଖି ପାରୁ ନ ଥିଲି । କେତେବେଳେ ବିଡି ଟାଣିବା ଶିଖିବାକୁ ମିଳେ ତ କେବେ ଚୋରି କରିବା । ମୋ ବୟସ ସେତେବେଳ ୮ବର୍ଷ ।ସେ ଷ୍ଟେସନ ର ଷ୍ଟେସନ ମାଷ୍ଟର ହରିଶ ବାବୁ । ସବୁଦିନ ତାଙ୍କ ସାଙ୍ଗରେ ମୋର ଦେଖା ହୁଏ । ସବୁଦିନ ଚା'ଦୋକାନୀ ମୋ ହାତରେ ତାଙ୍କ ପାଖକୁ ଚା'ପଠାଇଥାଏ ।

ସକାଳ ଓଳି ଚା' ଦୋକାନ ରେ କାମ କରେ ତାପରେ କିଛି ଖବର

କାଗଜ ନେଇ ଷ୍ଟେସନ ରେ ବୁଲି ବିକେ । ଅନେକ ଥର ଅନେକ

ଲୋକ ଖବର କାଗଜ ହାତରୁ ନେଇ ପଢ଼ିସାରି ପୁଣି ଫେରାଇ

ଦେଇଥାନ୍ତି ।ପଇସା ମାଗିଲେ ଅନେକ କଥା ଶୁଣାନ୍ତି ।ଅନେକ ଥର

ହରିଶ ବାବୁ ବି ମୋ ଦୟନୀୟ ଅଵସ୍ଥା ଦେଖିଛନ୍ତି । ବେଳେବେଳେ

ସେ ମତେ ବିସ୍କୁଟ ପାକିଟ ତ କେବେ ପାଉଁରୁଟ ଖାଇବା ପାଇଁ

ଦିଅନ୍ତି ।ଦିନେ ସେ ତାଙ୍କ ପୁଅକୁ ସାଙ୍ଗରେ ନେଇ ଆସିଥାନ୍ତି ।ବାବୁ

କାମ କରୁଥାନ୍ତି ।ତାଙ୍କ ପୁଅ ଟି ପାଖରେ ବସି ଗୋଟାଏ ପେନ୍ସିଲ ଓ କାଗଜ ନେଇ ଚିତ୍ରଙ୍କନ କରୁଥାଏ ।ମୁଁତାଙ୍କ ପାଇଁ ଚା' ନେଇ ଯାଇଥାଏ ,ବାବୁ ମତେ କିଛି ପାଇସା ଦେଇ ଦି ପାକିଟ ବିସ୍କୁଟ

ଆଣିବା ପାଇ କହିଲେ ।ସେଥିରୁ ଗୋଟାଏ ପାକିଟ ମୋ ହାତରେ

ଧରାଇ କହିଲେ ନେ ଖାଇଦେ ଆଉ କିଛି ସମୟ ପାଇଁ ଏଠି ବସିଥା ।ବାବୁ କିଛି ସମୟ ପରେ ଯେତେବେଳେ ଆସିଲେ ପୁଅ ହାତରେ

ଗୋଟାଏ ସୁନ୍ଦର ଛବି ଅଙ୍କା ହୋଇଥିବା କାଗଜ କୁ ଦେଖି ପଚାରିଲେ "ଆରେ ବାଃ ! କିଏ ଆଙ୍କିଛି ? ସିଏ ମୋ ଆଡ଼କୁ ଇଶାରା କଲା ।ବାବୁ ଅତି ସ୍ନେହ ର ସହ ପଚାରିଲେ ଆରେ ତୋ ପାଖରେ ଏତେ ସୁନ୍ଦର କଳା ଅଛି ଆଉ ପାଠପଢ଼ା ଛାଡି ଓ ଏତେ ସୁନ୍ଦର କଳା ର ଅଭ୍ୟାସ ନ କରି କାହିଁକି ବାରବୁଲା ଭଳି ବୁଲୁ

ଥାଉଛୁ ।ତୋ ବାପା ,ବୋଉ ଙ୍କୁ ଡାକିବୁ ମୁଁ ତାଙ୍କ ସହ କଥା ହେବି

ତତେ କଣ ପାଇଁ ସ୍କୁଲ ପଠାଉନାହାନ୍ତି ।ଯଦି ଓ ସେ ମତେ ପ୍ରାୟ

ପ୍ରତିଦିନ ଦେଖନ୍ତି କିନ୍ତୁ ମୁ ଅନାଥ ବୋଲି ଜାଣି ନଥାନ୍ତି । ତାପରେ

ଏମିତି କିଛିଦିନ ବିତିଗଲା । ଦିନେ ମୁଁ ରାସ୍ତା କଡ଼ରେ ବସି ପାନ ଦୋକାନ ପାଖରେ ପଡିଥିବା ଅର୍ଦ୍ଧ ବ୍ୟବହୃତ ବିଡି ଗୁଡାକ ଉଠାଇ

ମାଚିସ ଲଗାଇ ,ଟାଣି ଧୂଆଁ ଛାଡୁଥାଏ । ଲୋକେ କି ପାଇଁ ବିଡି ଟାଣନ୍ତି ଜାଣେନି ହେଲେ ପାଟିରୁ ବାହାରୁଥିବା ଧୂଆଁ ର ଆନନ୍ଦ

ନେଉଥାଏ । ମୁଁ ସେଥିରେ ମୁସଗୁଲ ଥାଏ...।ହଠାତ କାହାରି

ଆଘାତରେ ମତେ ଚତୁରଦିଗ ଅନ୍ଧକାର ଦେଖାଗଲା । ଦି' ପାପୁଲିରେ ଆଖିକୁ ମଳି ଦେଖିବ।କୁ ଚେଷ୍ଟା କଲି । କଳା ଜୋତା

ତା ଉପରକୁ ଧଳା ପ୍ୟାଣ୍ଟ ତା'ଉପରକୁ କଳା କୋଟ .....ଏଂ....ବାବୁ

....।ମୋ ହାତ କୁ ଟାଣି ଛିଡା କରାଇ କହିଲେ ,ତତେ ସରମ

ନାହିଁ ,ଆଠ ବର୍ଷ ର ବକଟେ ପିଲା ପାଠ ଶାଠ୍ ନାହିଁ, ବାପା, ମାଙ୍କ

ଚିନ୍ତା ନାହିଁ ଆଉ ଏଠି ବସି ବିଡି ଟାଣୁଛି । ଚାଲ ତୋ ବାପା ପାଖକୁ

କହି ଟାଣି ନେଲେ ।ବାବୁ ମୁଁ ଅନାଥ ,କେହି ନାହାନ୍ତି ।ଏହି ଷ୍ଟେସନ ରେ ରୁହେ ।କେବେ ଦୋକାନୀ କୁ ସାହାର୍ଯ୍ୟ କରି ପେଟ ଭରେ ତ କେବେ ଖବରକାଗଜ ତଥାପି ଅନେକ ଥର ପାଠ ପଢିବା ର ଆଗ୍ରହ

ନେଇ ସ୍କୁଲ ପାଖକୁ ଯାଇଛି ହେଲେ ମୋ ଭଳିଆ ଅନାଥ କୁ କିଏ ବା ସ୍କୁଲ ର ଅନ୍ୟ ଭଦ୍ରବ୍ୟକ୍ତିଙ୍କ ପିଲାଙ୍କ ସହ ମିଶିବାକୁ ଦେବ ।

ସ୍କୁଲ ଗେଟ ରୁ ତଡିଦିଅନ୍ତି ।ରାସ୍ତା କଡ଼ରେ ବସି ଯେବେ ସୁନ୍ଦର

ସୁନ୍ଦର ଛବି ଆଙ୍କେ ,କେହି କେହି ଖୁସିରେ ଦି ' ଚାରି ପଇସା ଦେଇ

ଯାଆନ୍ତି ।ଚିତ୍ର।ଙ୍କନ ରେ ମୋର ବାରି ସଉକ ।ରଙ୍ଗ କିଣିବି ବୋଲି

ଖବର କାଗଜ ର ଧନ୍ଦା କଲି ହେଲେ ହାତରୁ ଟାଣି ନେଇ ଲୋକ

ଖବର ପଢ଼ିସାରି ଖବର କାଗଜ ଫେରାଇ ଦିଅନ୍ତି ହେଲେ ପଇସା

ଦିଅନ୍ତିନି ।ନା ଘର ଅଛି ନା ପରିବାର ,ନା ଖାଇବାକୁ ଗଣ୍ଡେ ।ନା

ନିଜ ଭିତରେ ଥିବା କଳା କୁ ଆଗକୁ ବଢାଇବା ପାଇଁ ଅର୍ଥ । ମାନ

(ମୋ ସାଙ୍ଗରେ ରହୁଥିବା ଅନ୍ୟ ଜଣେ ୧୪-୧୫ ବର୍ଷ ର ବାଳକ)

କହିଲା 'ଜାଣିଛୁ ଟିକେ ନିଶା ସେବନ କରେ ଦେଖିବୁ ସବୁ ଭୋକ

ବି ମେଣ୍ଟିବ ଆଉ ଜୀବନ ଟା ବି ଖୁବ୍ ମିଠା ଲାଗିବ ।' ଶେଷରେ ସେଦିନ ମୁଁ କହିଲି ବାବୁ ମୁ ବି ତମ ଭଳିଆ ଅଫିସର

ହବାକୁ ଚାହେଁ ହେଲେ ଏ ଅନାଥ ର ଭାଗ୍ୟରେ ନାହିଁ ବାବୁ ।

ଠିକ ସେତିକିବେଳେ ଅନ୍ୟ ଜଣେ ସହକର୍ମୀ ବାବୁଙ୍କୁ ଡାକିଲା

ମୋ ଧରିଥିବା ହାତକୁ ଛାଡି ବାବୁ ଚାଲିଗଲେ । ମନେ ମନେ ଭାବୁଥାଏ କହିବା ସହଜ....କରିବା ନୁହଁ । ତା ପରେ ଏମିତି କିଛି

ଦିନ ବିତିଗଲା.. ବାବୁଙ୍କ ଦେଖା ନାହିଁ । ମନେ ମାନେ ତାଙ୍କୁ ଖୋଜେ । ପ୍ରାୟ ଦି' ମାସ ଗଡି ଯାଇଥାଏ ।ସେଦିନ ଥାଏ ଡିସେମ୍ବର ୭ ତାରିଖ ଦି' ଖଣ୍ଡ ଖବର କାଗଜ ନେଇ ବିକ୍ରି ଉଦ୍ଦେଶ୍ୟ ରେ ଟ୍ରେନ

ଭିତରକୁ ପ୍ରବେଶ କରିବାକୁ ଯାଉଥାଏ ,ହଠାତ କିଏ ଜଣେ ମୋତେ ପଛରୁ ଟାଣି ଟ୍ରେନ ଭିତରକୁ ପ୍ରବେଶ କରିବାକୁ ଦେଲାନୀ ।ପଛକୁ ଓଲଟି ଚାହିଁଲି ପଛରେ ହରିଶ ବାବୁ ।ତାଙ୍କୁ ଦେଖି ମୋ ଆଖି ଛଳ

ଛଳ ହୋଇ ଉଠିଲା ।ପାଟିରୁ ବାହାରିଗଲା ଅଜାଣତରେ ....ବା..ବା....ବାବା ।କେଜାଣି କୋଉ ଜନ୍ମର ସମ୍ପର୍କ ,ସେ ବି

ମତେ କୁଣ୍ଢାଇ ପକାଇଲେ । ଖବର କାଗଜ ଗୁଡିକ ମୋ ହାତରୁ

ଛଡାଇ ନେଇ ଧରାଇଦେଲେ ଗୋଟାଏ ପେକେଟ ଓ ସାଙ୍ଗରେ

ନେଇ କି ଗଲେ ତାଙ୍କ ରୁମ କୁ ।ସେଠି ପେକେଟ ଖୋଲି ତା' ଭିତରୁ

କାଢ଼ିଲେ ନୂଆଁ ପ୍ୟାଣ୍ଟ ସାର୍ଟ ଓ ମୋ ପୁରୁଣା କପଡା ଖୋଲି ନୂଆ

କପଡା ପିନ୍ଧିବା ପାଇଁ କହିଲେ ।ତାପରେ ମତେ ନେଇଗଲେ

ତାଙ୍କ ଘରକୁ, ମୁଁ କିଛି ବୁଝି ପାରୁ ନ ଥାଏ ।କିଛି ସମୟ ପରେ

ଆମେ ତାଙ୍କ ଘରେ ପହଂଚିଲୁ । ଘରେ ତାଙ୍କ ସ୍ତ୍ରୀ ଓ ତିନି ପୁଅ ।ସାନ ପୁଅ ତାଙ୍କ ସାଙ୍ଗରେ ଅନେକ ଥର ଅଫିସ କୁ ଆସିଛି ହେଲେ

ବଡ଼ ଦି ପୁଅଙ୍କୁ ଦେଖି ନଥିଲି ।ବଡ଼ ଦି'ପୁଅ କଲେଜ ରେ ପଢୁଥାଆନ୍ତି ।ମତେ ସମସ୍ତେ ଦେଖି ଆଚମ୍ବିତ ହୋଇଗଲେ ।

କମଳା ଦେବୀ(ହରିଶ ବାବୁଙ୍କ ସ୍ତ୍ରୀ) ପଚାରିଲେ ଇଏ କିଏ ?

ହରିଶ ବାବୁ ମୋ ପରିଚୟ ଦେଇ କହିଲେ ସିଏ ଆଜି ଠୁ ଆମ

ସାଙ୍ଗରେ ରହିବ । କମଳା ଦେବୀ ପ୍ରଥମେ ଭାବିନେଲେ ଯେ

ମୁଁ ଘର କାମରେ ତାଙ୍କୁ ସାହାର୍ଯ୍ୟ କରିବି ବୋଲି ବାବୁ ସାଙ୍ଗରେ

ନେଇ ଆସିଛନ୍ତି ।ଅଳ୍ପ କିଛିଦିନ ପରେ ବାବା ମତେ ପାଖ ସରକାରୀ

ସ୍କୁଲରେ ନାଁ ଲେଖେଇଦେଲେ ।ମୁ ପ୍ରତିଦିନ ସ୍କୁଲ ଯାଏ । ବାବାଙ୍କ

ମୋ ଉପରେ ଏତେ ସ୍ନେହ , ପରିବାର ର ଅନ୍ୟମାନଙ୍କୁ ଭଲ

ଲାଗୁ ନ ଥାଏ।ଗୋଟାଏ ବର୍ଷ ବିତିଗଲା ।ଦିନେ କମଳା ଦେବୀ ଓ ବାବାଙ୍କ ଭିତରେ ଯୁକ୍ତି ଚାଲିଥାଏ,କମଳା ଦେବୀ କହୁଥାନ୍ତି କଉଠୁ ଗୋଟେ ନେଇକି ଆସିଛି କାମ ଦାମ ରେ ସାହାର୍ଯ୍ୟ କରିବ ଭାବୁଥିଲି

ହେଲେ କିଛି ତ କରୁନି ତା ଉପରେ ତମେ ଅଯଥା ଖର୍ଚ୍ଚ କରୁଛ ।

ଧୀରେ ଧୀରେ ଯୁକ୍ତି କଳି ର ରୂପ ନେବାକୁ ଲାଗିଲା । ତଥାପି ବାବାଙ୍କ ମୋ ଉପରୁ ସ୍ନେହ ଉଣା ହେଉ ନ ଥାଏ ।ଦେଖୁ ଦେଖୁ

ତିନି ଚାରି ବର୍ଷ କଟିଗଲା । ମୋ ପାଇଁ ତାଙ୍କ ପରିବାର ରେ କଳହ

ବଢ଼ିବାକୁ ଲାଗିଲା , ସମସ୍ତେ ମତେ ଘରୁ ବାହାର କରିବାପାଇଁ

ବାବାଙ୍କୁ ଉପଦେଶ ଦେଲେ , ହେଲେ ବାବା ସେମାନଙ୍କ କଥା କୁ

ଅଣ ଶୁଣା କରି ଉତ୍ତର ରେ କହିଲେ "ଠାକୁର ଙ୍କ ଦୟାରୁ ଆମ

ପାଖରେ ସବୁ ଅଛି ,ଗୋଟେ ପିଲା ଯଦି ଆମ ଯୋଗୁଁ ମଣିଷ ହାଇଯିବ ତା' ହେଲେ ଅସୁବିଧା କଣ ?" ପରିବାର ଙ୍କ ବାକି ସଦଶ୍ୟ

ମୋ ପାଇଁ ବାବାଙ୍କୁ ଘୃଣା କରିବାକୁ ଲାଗିଲେ ।ମୋ ସହ ମଧ୍ୟ ସେମାନଙ୍କ ବ୍ୟବହାର ଭଲ ନ ଥିଲା । ବାବା ଙ୍କ ବହୁତ ଦିନ ଧରି

ଦେହ ଖରାପ ଥିଲା ଡାକ୍ତର ଙ୍କ ପାଖକୁ ଚିକିର୍ସା ପାଇଁ ଯାଇଥାଆନ୍ତି

ଅନେକ ପରୀକ୍ଷା ନିରୀକ୍ଷା ପରେ ଜଣାପଡିଲା ଯେ ବାବା ଙ୍କୁ କେନ୍ସର ହୋଇଛି ବୋଲି ଓ ସିଏ ମାତ୍ର ମାସେ ,ଦି' ମାସ ର ଅତିଥି ।

ତାଙ୍କ ପରିସ୍ଥିତି ଦେଖି ଆମେ ସମସ୍ତ ପରିବାରବାସୀ ଭାଙ୍ଗିପଡିଲୁ ।ବାବା, ଦିନେ ଓକିଲ ଙ୍କୁ ଡାକି ତାଙ୍କ ସମ୍ପତ୍ତି ର ଭାଗବଣ୍ଟା କରିଦେଲେ ।ମୋ ବୟସ ସେତେବେଳ ୧୪ ବର୍ଷ ।କାଳେ ତାଙ୍କ

ମୃତ୍ୟୁ ପରେ ମତେ ଘରୁ ତଡିଦିଆଯିବ ସେ ଭୟରେ ବାବା ମତେ

ନେଇ ସହର ର ବଡିଙ୍ଗ ସ୍କୁଲ ରେ ନାଁ ଲେଖେଇଦେଲେ । ତାଙ୍କର

ଏହି ନିଷ୍ପତ୍ତି ଯୋଗୁ ଓ ସମ୍ପତ୍ତି ର ଅଂଶୀଦାର କରିଥିବାରୁ ସମସ୍ତେ

ତାଙ୍କ ଉପରେ ରାଗି,ମୋର ଓ ବାବାଙ୍କ ଭିତରେ କି ସମ୍ପର୍କ ଅଛି ବୋଲି ପଚାରିଲେ ।କମଳା ଦେବୀଙ୍କୁ ସନ୍ଦେହ ହେଲା ଯେ କାଳେ

ବାବାଙ୍କ ଅନ୍ୟ ପରିବାର ଅଛି ଓ ମୋ ସହ ତାଙ୍କ ରକ୍ତ ସମ୍ପର୍କ ଅଛି

ନହେଲେ କେହି କଣ ଏତିକି କରେ ।ପୁଅମାନେ ମଧ୍ୟ ତାଂକ ଉପରେ ଖୁବ୍ ରାଗିଥାନ୍ତି ।ପାଖ ସାଇପଡ଼ିଶା ମଧ୍ୟ ଆମ ସମ୍ପର୍କ କୁ ଖରାପ ନଜରରେ ଦେଖିଲେ ।ମୁଁ ହଷ୍ଟେଲ ଚାଲିଯାଇଥାଏ ଏବଂ

ବାବାଙ୍କ ପରିବାର ମଧ୍ୟ ତାଙ୍କ ଶେଷ ସମୟରେ ତାଙ୍କୁ ଛାଡି ଚାଲିଗଲା ।ବାବା ସେମାନଙ୍କୁ ଖୁବ୍ ଅନୁରୋଧ କଲେ ହେଲେ

ସେମାନେ ସର୍ତ୍ତ ରଖିଲେ ଯଦି ବାବା ମୋ ସହ ସମସ୍ତ ସଂପର୍କ

ଭାଂଗିବେ ଓ ସମ୍ପତି ରୁ ନିବୃତ କରିବେ ହେଲେ ସେମାନେ ରହିବେ। ବାବା ତାଙ୍କ ଶେଷ ସମୟ ଡାକ୍ତର ଖାନାର ବ୍ୟାଡ ରେ

ଏକୁଟିଆ କଟାଇଦେଲେ ହେଲେ ସେମାନଙ୍କ ସର୍ତ୍ତ ରେ ରାଜି

ହେଲେନି ।କିଛିଦିନ ପରେ ବାବାଙ୍କ ଦେହାନ୍ତ ହୋଇଗଲା ।କେହି

ବି ଆସିଲେ ନାହିଁ, ନା କମଳା ଦେବୀ ନା ପୁଅମାନେ । ଶେଷରେ

ତାଙ୍କର କ୍ରିୟା କାର୍ଯ୍ୟ ପାଇଁ ମତେ ଡକ।ହେଲା । ବାବାଙ୍କ ଚିତା ରେ

ଅଗ୍ନି ଦେବାଠୁ ଆରମ୍ଭ କରି ଅନ୍ୟାନ୍ୟ କ୍ରିୟାକାଯ୍ୟ ମଧ୍ୟ ମୁ କଲି।

ଅଜଣା ଏକ ସମ୍ପର୍କ ହେଲେ ସବୁ ସମ୍ପର୍କ ଠୁ ବଡ଼ । ବାବା ଙ୍କୁ ଯେ

ମୁଁ କେବଳ ଭଲ ପାଉଥିଲି ତା ନୁହଁ ବରଂ ଇଶ୍ୱର ତୁଲ୍ୟ ଭକ୍ତି ମଧ୍ୟ

କରୁଥିଲି । ବାବା ନ ଥାଇ ମଧ୍ୟ ବାବାଙ୍କ ଉପସ୍ଥିତି କୁ ସବୁବେଳେ

ଅନୁଭବ କରେ ।ସେଇ କେତେ ବର୍ଷ ର କାହାଣୀ ମୋ ଡାଏରୀ

ର ଏହି କିଛିପୃଷ୍ଠା ଭିତରେ ଆବଦ୍ଧ ।ତାଙ୍କ ଯୋଗୁଁ ହିଁ ଆଜି ମୁଁ ଭଲ

ମଣିଷଟିଏ ହୋଇ ପାରିଛି ନଚେତ ରହିଯାଇଥାନ୍ତା ମୋର ଶୈଶବ

ସେଇ ଦୁର୍ଗାନ୍ଧମୟ ଦୁନିଆଁ ରେ ।ଖୁବ୍ ଝୁରେ ବାବାଙ୍କୁ ।ପ୍ରତିଦିନ

ଉଙ୍କିମାରେ ମୋ ପିଲାବେଳ ର ସ୍ମୃତି,ମୁଁ ଆଉ ବାବା ବିତାଇଥିବା

ପ୍ରତି ଟି କ୍ଷଣ,ଖୁବ୍ ମନେପଡେ ସେ ପିଲାଦିନ ଆଉ ନିଇତି ଓଲଟାଇଥାଏ ଏହି" ଡାଏରୀ ର କିଛି ଟି ପୃଷ୍ଠା ,ଯୋଉଥିରେ

କି ମୋ ପିଲା ଦିନିଆ ସ୍ମୃତି ଆବଦ୍ଧ" ।

ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ।।

ଦିଗାନ୍ତର କଳା ବିଡି

Rate the content


Originality
Flow
Language
Cover design

Comments

Post

Some text some message..