Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -63
ଜହ୍ନମାମୁଁ -63
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.2K    13


Content Ranking

ଅର୍ଥହୀନ ସ୍ୱାର୍ଥ 2


ଭୂତ କହିଲା “ଆମ ଦେଶର ପଣ୍ଡିତମାନେ ଧନଲୋଭୀ । ଏକଥା କାହାକୁ କହିଲେ କହିବେ, ସେତକ ଧନ ମୋତେ ଦେଇଦିଅ । ସେଥିଯୋଗୁଁ ସେମାନଙ୍କ ଉପରେ ମୋର ଆଦୌ ବିଶ୍ୱାସ ନାହିଁ । ଆପଣଙ୍କ ପରି ନିଃସ୍ୱାର୍ଥପର ଲୋକ ଉପରେ ମୋର ଯଥେଷ୍ଟ ବିଶ୍ୱାସ ଅଛି ।”

ରାମଶର୍ମା କହିଲେ ଯେ ଯେପରି ହେଉ ପଛେ ସେ ସେହି ଭୂତର ସହାୟତା କରିବେ । ରାମଶର୍ମା ଇନ୍ଦ୍ରପୁରୀ ଆଡକୁ ଚାଲିଲେ । ଭୂତ ମଧ୍ୟ ଅଦୃଶ୍ୟ ଭାବରେ ତାଙ୍କ ସହିତ ଚାଲିଲା । ଦୁହେଁ ଯାଇ ଏକ ଅତିଥିଶାଳାରେ ରହିଲେ ।

ନଗରର ଧନୀ ବ୍ୟବସାୟୀ ଧନସେନ ସେହି ଅତିଥିଶାଳାକୁ କରିଥିଲେ । ଦାନ ଧର୍ମରେ ତାଙ୍କର ନାମ ବିଖ୍ୟାତ । ରାମଶର୍ମା ଭୂତକୁ ତାଙ୍କ ବିଷୟରେ କହିଲେ, “ଧନସେନଙ୍କ ପୂର୍ବପୁରୁଷମାନେ ତ୍ରିପୁର ଦେଶର ନାଗରିକ ଥିଲେ । ସେମାନେ ନୀତି ନିୟମ ମାନି ବ୍ୟବସାୟ କରି ଧନ ଅର୍ଜନ କରୁଥିଲେ । ସେଥିପାଇଁ ଯେଉଁ ଦେଶରେ ବ୍ୟବସାୟ କଲେ ମଧ୍ୟ ତାଙ୍କର ଯଥେଷ୍ଟ ଲାଭ ହେଉଥିଲା । ତାଙ୍କ ଭାଇ ଗୁଣସେନ ତାଙ୍କର ଏପରି କାର୍ଯ୍ୟ ପାଇଁ ବହୁବାର ପୁରସ୍କୃତ ହୋଇଥିଲେ । ରାଜା ଓ ପ୍ରଜା ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଥିଲେ । ସେମାନେ ଆମ ରାଜ୍ୟରେ ଦୁଇଟି ମନ୍ଦିର, ସାତଟି ଧର୍ମଶାଳା ଓ ଚାରୋଟି ସୁନ୍ଦର ବୈଦ୍ୟ ଶାଳା ବସାଇ ଥିଲେ । ସେ ମଧ୍ୟ ଅନେକ ପାଠଶାଳା ବସାଇଥିଲେ । ଏବେ ମଧ୍ୟ ସେ ସେଠାକୁ ଟଙ୍କା ଦିଅନ୍ତି । ତେଣୁ ତାଙ୍କର ସାଧୁତା ଉପରେ ମୁଁ ତୁମକୁ କହିପାରେ ଯେ ସେ ଶତକଡା ଶହେ ଭାଗ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଅଟନ୍ତି । ତୁମର ସବୁଧନ ତାଙ୍କୁହିଁ ଦେଇଦିଅ ।”

ଭୂତ କହିଲା “ଆପଣଙ୍କ କଥା ଠିକ୍ ବୋଲି ମନେ ହେଉଛି । କିନ୍ତୁ ଏତେ ଗୁଡାଏ ଧନ ମୁଁ ଜଣେ ବିଦେଶୀକୁ ଦେଇଦେବାକୁ ଉଚିତ୍ ମନେ କରୁ ନାହିଁ । ନିଜ ଦେଶର ଲୋକକୁ ଦେଲେ ହିଁ ମୋର ଆତ୍ମା ତୃପ୍ତ ହେବ ।”

ଇତିମଧ୍ୟରେ ଜଣେ ଦରିଦ୍ର ବ୍ରାହ୍ମଣ ରାମଶର୍ମାଙ୍କ ପାଖକୁ ଆସି କହିଲା, “ମହାଶୟ ମନେହୁଏ ଆପଣ ବିଦେଶୀ; ସେଥିପାଇଁ ଆପଣଙ୍କୁ ପଚାରିବାକୁ ସାହସ କରୁଛି । ମୋର ପୁରୁଣାଘର ଭାଙ୍ଗି ପଡିଲାଣି, ମୋର ମା’ ଅସୁସ୍ଥ ଓ ଆହୁରି ଅନେକ କିଛି ଅସୁବିଧା ରହିଛି । ଦୟା କରି ଯଦି କିଛି ସାହାଯ୍ୟ ଦିଅନ୍ତେ ତେବେ ବଡ ଉପକାର ହୁଅନ୍ତା । ଏହି ନଗରୀରେ ମୁଁ ଚାଳିଶ ବର୍ଷ ହେବ ରହିଲିଣି; କିନ୍ତୁ କେହି ଜଣେ ହେଲେବି କାଣୀକଉଡିଟିଏ ମୋତେ ସାହାଯ୍ୟ କରି ନାହିଁ । ଏ ଦେଶର ଲୋକ ବଡ ସ୍ୱାର୍ଥପର ।”

ରାମଶର୍ମା ସେହି ଦରିଦ୍ର ବ୍ରାହ୍ମଣଙ୍କୁ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଦେଇ କହିଲେ, “ତୁମର ଅସୁବିଧାରେ ଯଦି କେହି ସହାୟତା ନକଲେ, ସେମାନଙ୍କୁ ସ୍ୱାର୍ଥପର କହିବା ଆଦୌ ଉଚିତ୍ ନୁହେଁ । ନିଜ ଦେଶର ଲୋକଙ୍କୁ ନିନ୍ଦା କରିବା ଅର୍ଥ ନିଜକୁ ନିନ୍ଦା କରିବା ସହ ସମାନ । ଭଗବାନଙ୍କ ଇଚ୍ଛାରୁ ତୁମର ସମସ୍ୟାସବୁ ସମାଧାନ ହୋଇଯିବ । ଧୈର୍ଯ୍ୟ ଧରି ରୁହ ।”

ବ୍ରାହ୍ମଣଟି ସେଠାରୁ ଚାଲିଯିବା ପରେ ସେ ଭୂତକୁ କହିଲେ, “ଆଚ୍ଛା, ତୁମର ଧନ ଏହି ଗରିବ ବ୍ରାହ୍ମଣଙ୍କୁ ଦିଅ ।”

ଭୂତ କହିଲା, “ଏକଥା ସତ ଯେ ବ୍ରାହ୍ମଣ ଦରିଦ୍ର ଓ ତା’ର ଧନର ଆବଶ୍ୟକତା ରହିଛି । କିନ୍ତୁ ଏତେ ବାଟ ଆସିବା ପରେ ମୁଁ କାହିଁକି ଅନ୍ୟଲୋକଙ୍କୁ ମୋ ଧନ ଦେବି । ବରଂ ଦେଖିବି ଆମଗ୍ରାମର କୌଣସି ଲୋକକୁ ଦେବି ।”

ଅତିଥିଶାଳାରେ କିଛି ସମୟ ବିଶ୍ରାମ କରିବା ପରେ ରାମଶର୍ମା, ସେ ଭୂତ ସହିତ ନଗର ବୁଲିବାକୁ ଗଲେ । ରାସ୍ତାରେ ଜଣେ ବ୍ରାହ୍ମଣ ସହିତ ସେମାନଙ୍କର ଦେଖା ହେଲା, ଯିଏକି ସେହି ଭୂତର ଗ୍ରାମର ଲୋକ । ତା’ର ମଧ୍ୟ ଧନର ଆବଶ୍ୟକତା ଅଛି ।

ଭୂତ କହିଲା, “ଯାହା ହେଉ ଏତେବେଳେକେ ଆମ ଗାଁର ଜଣେ ଲୋକ ତ ମିଳିଲା, ଏଣିକି ଅପେକ୍ଷା କରି ଦେଖେ ଯଦି କୌଣସି ଲୋକ ଆମ ସାହିର ମିଳିଯାଏ ।”

ଏଥର ଭୂତର ଉଦ୍ଧେଶ୍ୟ କ’ଣ ରାମଶର୍ମା ତାହା ବୁଝିଗଲେ । ସେ କହିଲେ, “ତୁମ ସାହିର କୌଣସି ଲୋକକୁ ନଦେଇ ବରଂ ତୁମ ଘରର କାହାକୁ ଦେଇଦେଲେ ତ ଭଲ ହୁଅନ୍ତା । ଚାଲ ଏବେ ଆମେ ତୁମ ଗ୍ରାମକୁ ଯିବା ।” ଦୁଇଜଣ ଯାଇ ଭୂତର ଗ୍ରାମରେ ପହଁଚିଲେ । ସେଠାରେ ଯାଇ ଭୂତର ଘରେ ପହଁଚି ଦେଖିଲେ ଖୁବ୍ ଉତ୍ସବ ଓ ଖିଆପିଆ ଲାଗିଛି । ଏସବୁ ଦେଖି ଭୂତ କହିଲା, “ଓହୋ, ମନେ ପଡିଲା, ଆଜି ତ ମୋର ଜନ୍ମଦିନ । ମୁଁ ଯେତେବେଳେ ଜୀବିତ ଥିଲି ସେତେବେଳେ ଆମ ଘରେ ମୋର ଜନ୍ମଦିନ ଅତି ଆଡମ୍ବର ସହକାରେ ପାଳନା କରା ଯାଉଥିଲା । ମୋର ପରିବାରର ଲୋକମାନେ ମୋତେ ଫୁଲମାଳ ପିନ୍ଧାଉଥିଲେ । ଭୋଜି କରା ହେଉଥିଲା । ସଙ୍ଗୀତ ସଭା ମଧ୍ୟ ଡକା ହେଉଥିଲା ।” ରାମଶର୍ମା ସେହି ଘର ମଧ୍ୟରେ ପ୍ରବେଶ କଲେ ଓ କହିଲେ, “ଜଣେ ମୃତବ୍ୟକ୍ତିର ଜନ୍ମଦିନକୁ ଆପଣ ଏତେ ଆଡମ୍ବର ସହକାରେ କରୁଛନ୍ତି, ଆପଣ ଧନ୍ୟ ।”

ରାମଶର୍ମା ବ୍ରାହ୍ମଣ ଭୂତ

Rate the content


Originality
Flow
Language
Cover design

Comments

Post

Some text some message..