Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children Others

ଚାକୁ ଚାକୁ ଭୁତ

ଚାକୁ ଚାକୁ ଭୁତ

2 mins
7.4K


ପ୍ରତାପ କୁମାର ଦ୍ଵିବେଦୀ

ରାଜୁର ମା’ଙ୍କ ଦେହ ଖରାପ l ତେଣୁ ସଞ୍ଜବେଳେ ବାସନ କୁସନ ସଫା କରି ନପାରି ଅଗଣା ମଝିରେ ଥୋଇଦେଲେ l ବାପା ବାହାରେ ଚାକିରି କରନ୍ତି l ଘରେ ରାଜୁ ତାର ଦୁଇ ଭଉଣୀ ଓ ମା’ l ମା’ ସହିତ ପିଲାଏ ଖାଇପିଇ ଶୋଇବାକୁ ଗଲେ l ମା’ ବ୍ୟସ୍ତ ହୋଇ ପଡୁଥାନ୍ତି l କିପରି ପିଲାମାନେ ଖୁସିରେ ରହିବେ କିପରି ଖାଇବେ ମନରେ ଚିନ୍ତା l ଅଳପ ସମୟ ଯାଇଛି କି ନାହିଁ ବାହାରୁ ଖଣ୍ ଖାଣ ଓ ଚାକୁ ଚାକୁ ଶବ୍ଦ ଶୁଭିଲା l ପିଲାଏ ଭୂତ ଭାବି ଡଋ ଛାନିଆ ହୋଇଗଲେ l ମା’ ଯେତେ ବୁଝାଇଲେ ମଧ୍ୟ ପିଲାଏ ବୁଝିଲେନି l ଖାଲି କହୁଥାନ୍ତି ଚାକୁ ଚାକୁ ଭୂତ ଆସିଛି ଆମକୁ କାମୁଡି ଦେବ l ପିଲାଙ୍କୁ ବୁଝାଇ ମା’ କୋଳରେ ଶୁଆଇ ଦେଲେ l ପିଲାମାନେ ଶୋଇବା ଦେଖି ନିଜେ କବାଟ ଧୀରେ ଧୀରେ ଖୋଲି ଦେଖିଲେ ଗୋଟିଏ କୁକୁର ଚାକୁ ଚାକୁ ହୋଇ ଅଇଁଠା ଖାଉଛି l ପୁଣି ଆସି ବଡ କଷ୍ଟରେ ସୋଇ ପଡିଲେ l ହେଲେ ନିଦ ହେଉଛି ବା କେଉଁଠି ?

ସକାଳ ହେଲା l ମା’ ଦେହ ଟିକିଏ ବାଗ ଲାଗିଲା l ପିଲାଏ ମା’କୁ ଯାଇ ଭିଡ଼ି ପକାଇଲେ l କହିଲେ ମା’ ଲୋ ମା’ କାଲୀ ରାତିରେ ନା ଆମ ଘରକୁ ଭୁତ ଆସିଥିଲା l ଆଉ ଏ ଘରେ ଆମେ ରହିବାନି ଚାଲ ସଭିଏଁ ବାପାଙ୍କ ଚାକିରିକୁ ପଳାଇବା l ସେଇଠି ରହିବା l ପିଲାଏ ଭୁତ କଥା ଥରି ଉଠୁଠାନ୍ତି l ମା’ ପିଲାଙ୍କୁ ଯାହା ଯେମିତି କହିଲେ ମଧ୍ୟ ବୁଝେଇ ପାରୁ ନଥାନ୍ତି l ପିଲାଙ୍କୁ ଖୁସି କରାଇ ଚୁମାଟିଏ ଲେଖାଏଁ ଦେଲେ l ମା’ ଚିନ୍ତା କଲେ କାଲିସିନା ଦେହ ଖରାପ ହେଲା ବୋଲି ବାସନ ମାଜିପାରିଲିନି l ହେଲେ ଆଜି ଦେହ ଭଲ ହେଲେ ମଧ୍ୟ ବାସନ ନ ମାଜି ରାତିରେ ସେମିତି ରଖିଦେବୀ l ଆଉ ପିଲାଙ୍କ ଚାକୁ ଚାକୁ ଭୁତ ମନରୁ ଦୂର କରିବି l

ସେଇଆ ହେଲା l ରାତି ଖାଇସାରି ଘର ଭିତରକୁ ଯାଇଛନ୍ତି କି ନାହିଁ ବାହାର ଦୂଆରୁ ଚାକୁ ଚାକୁ ଘଣଘାଣ୍ ଶବ୍ଦ ଶୁଭିଲା l ପିଲାଏ ମା’ କୋଳକୁ ଛାନିଆଁ ହୋଇ ଆଉଜି ପଡିଲେ l ପିଲାଙ୍କୁ ଦମ୍ଭ ଦେଇ ସାଥିରେ ନେଇ ହାତରେ ଟର୍ଚ୍ଚ ଧରି ବାହାରିଲେ ଭୁତ ଦେଖି l ପିଲାଏ ଡ଼ରୁଥିଲେ ମଧ୍ୟ ମା’ ପାଖରେ ଅଛନ୍ତି l କବାଟ ଖୋଲି ଅଇଁଠା ବାସନ ଉପରକୁ ମା’ ଟର୍ଚ୍ଚ ପକାଇଦେଲେ l ପିଲାଏ ଦେଖିଲେ କୁକୁରଟି ଖଣ୍ ଖାଣ ଶବ୍ଦ କରି ଚାକୁ ଚାକୁ କରି ଅଇଁଠା ବାସନ ଚାଟୁଥାଏ l ମା’ ଧୀରେ ଧୀରେ ବାଡିଟିଏ ଧରି କୁକୁରର ଗୋଡକୁ ଜୋରରେ ପାହାରେ ପକାଇଲେ l କୁକୁରଟି କାଇଁ କାଇଁ କରି ଧାଇଁ ପଳାଇଲା l ଚାକୁ ଚାକୁ ଭୁତ କଥାରେ ପିଲାଏ ଡରିବେ କ’ଣ ? ସଭିଏଁ ହସି ହସି ତାଳି ମାରି ନାଚି ଉଠିଲେ l

ଠିକ୍ ଏହି ସମୟରେ ବାପା ରେଳଗାଡ଼ିରୁ ଓହ୍ଲାଇ ଘରକୁ ଆସିଲେ l ପିଲାଏ ବାପାଙ୍କୁ ଘେରି ଯାଇ ଚାକୁ ଚାକୁ ଭୁତ କଥା କହି ହସି ହସି ଘର ଭିତରକୁ ସଭିଏଁ ଗଲେ l


Rate this content
Log in

Similar oriya story from Children