Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

0  

ଓଡିଆ ଶିଶୁ ଗପ

Children

ମା' ଆସନ୍ତି ନାହିଁ ବାପା ଆସନ୍ତି

ମା' ଆସନ୍ତି ନାହିଁ ବାପା ଆସନ୍ତି

2 mins
681


ରାଜ୍ୟର ଜଣେ ଧନୀ ଲୋକ ତାଙ୍କ ଘରେ ମହୋତ୍ସବ କରୁ ଥାନ୍ତି । ବହୁ ମାନ୍ୟ ଗଣ୍ୟ ଲୋକ ସେଥିରେ ଆମନ୍ତ୍ରିତ ହୋଇ ଯୋଗ ଦେଇ ଥାଆନ୍ତି । ମହାରାଜା କୃଷ୍ଣ ଚନ୍ଦ୍ର ଆମନ୍ତ୍ରିତ ହୋଇ ସେହି ମହୋତ୍ସବରେ ଯୋଗ ଦେଲେ । ମହାରାଜା ଯେଉଁ ଆଡେ ଯାଉ ଥାନ୍ତି ସାଥିରେ ଗୋପାଳ ରହି ଥାନ୍ତି । କେତେକ ଲୋକ ସହ୍ୟ କରି ପାରୁ ନଥାନ୍ତି । କାରଣ ରାଜା ତାଙ୍କୁ ବେଶୀ ଭଲ ପାଉ ଥାନ୍ତି ଓ ପାଖରୁ କ୍ଷଣେ ସୁଦ୍ଧା ଛାଡୁ ନଥିଲେ ।

ସ୍ଥାନଟି ଜନ ଗହଳିରେ ପୂରି ଯାଇ ଥାଏ । ଖିଆ ପିଆ ଚାଲି ଥାଏ । ସମସ୍ତେ ଉଚ୍ଚ ପଦାଧିକାରୀ ଓ ଧନୀ ବ୍ୟକ୍ତି । ଥଟ୍ଟା ତାମସାରେ ହସର ଢେଉ ଖେଳି ଯାଉ ଥାଏ । ଜଣେ ଭଦ୍ର ବ୍ୟକ୍ତି ଗୋପାଳଙ୍କୁ ସେମାନଙ୍କ ଗହଣରେ ପାଇ ଖୁସି ହେଲେ ନାହିଁ । ମଉଜ କରିବା ପାଇଁ ଗୋପାଳଙ୍କୁ ପାଖକୁ ଡାକି କହିଲେ –

ଗୋପାଳ, ତୁମର ଚେହେରା ଅବିକଳ ମୋ ଭଳି ଦେଖା ଯାଉଛି । ଏହାର କାରଣ କ’ଣ ହୋଇ ପାରେ । ତୁମର ମା’ ବୋଧେ ତୁମ ଜନ୍ମ ପୂର୍ବରୁ ଆମ ଘର ଆଡକୁ ଯିବା ଆସିବା କରୁଥିଲେ ।

ଲୋକ ମାନେ କେତେ ବେଳୁ ଏମାନଙ୍କ କଥା ବାର୍ତ୍ତା ପ୍ରତି କାନ ଡେରି ଥିଲେ । କ’ଣ ବୋଲି ପଚାରିଲେ । ଭଦ୍ର ବ୍ୟକ୍ତି ନିଜେ ପଚାରିଥିବା ପ୍ରଶ୍ନଟି ପୁଣି ଦୋହରାଇଲେ ।

ସମସ୍ତେ ଚାହିଁଲେ ଭାଣ୍ଡ ଶିରୋମଣି ଗୋପାଳଙ୍କୁ । କ’ଣ ବିଭ୍ରାଟ କରି ବସିବେ ତାହା ଶୁଣିବା ପାଇଁ । ବିରୁଡା ଘରାରେ ହାତ ବାଜିଛି ଦେଖା ଯାଉ କ’ଣ ନତିଜା ବାହାରୁଛି । କେତେକ ହିଁ ହିଁ ହୋଇ ହସିଲେଣି ।

ଗୋପାଳ କିନ୍ତୁ ଅପମାନିତ ବା ଲଜ୍ଜିତ ନ ହୋଇ ସେମିତି ଠିଆ ହୋଇ ଥାନ୍ତି । ସବୁ ଲୋକଙ୍କ ଉପରେ ଥରେ ଆଖି ବୁଲାଇ ଆଣିଲେ । ତା’ ପରେ ହୋ ହୋ ହୋଇ ହସି ଉଠିଲେ । ଗୋପାଳ ତା’ ପରେ ବିନୀତ ଭାବେ କହିଲେ ବାବୁ ଆପଣ ଠିକ୍ କଥାଟାଏ ପଚାରି ଛନ୍ତି । ସେତେ ବେଳୁ ସେଇ କଥା ହେଜୁ ଥିଲି । ମୋ ଜନ୍ମ ପୂର୍ବରୁ ମୋ ମାଆ ଆପଣଙ୍କ ଘରକୁ ଆସେ ନାହିଁ । କିନ୍ତୁ ମା’ କହୁଥିଲା ମୋ ବାପା ଆପଣଙ୍କ ଘରକୁ ବରାବର ଯିବା ଆସିବା କରୁ ଥିଲେ ।

ଏ କଥା ଶୁଣି ଲୋକ ମାନେ ହସି ହସି ବେଦମ୍ ହୋଇ ଗଲେ । ଯେଉଁ ଭଦ୍ର ବ୍ୟକ୍ତି ଗୋପାଳଙ୍କୁ ଏକଥା ପଚାରି ଥିଲେ, ଲାଜରେ ତାଙ୍କ ମୁହଁ କଳା କାଠ ପାଲଟି ଗଲା ।

ଗୋପାଳର ଜିତ୍ ଦେଖି ଦେଖି ରାଜା କୃଷ୍ଣ ଚନ୍ଦ୍ର ଖୁସି ହେଲେ । କହିଲେ – ହେଲାତ ଏବେ, ଯେମିତି ପ୍ରଶ୍ନର ସେମିତି ଉତ୍ତର ପାଇଲେ ତ? ମନେ ରଖି ଥାଅ ଆଉ ଦିନେ ହେଲେ ଆମ ଗୋପାଳ ସହିତ ଲାଗିବ ନାହିଁ ।


Rate this content
Log in

Similar oriya story from Children